ବିଶ୍ୱ ହକି ଲିଗ୍‍ ଫାଇନାଲ ଆଉ ୧୮ ଦିନ ୨୪ରୁ ଖେଳାଳିଙ୍କ ଆଗମନ

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ବିଶ୍ୱ ହକି ଲିଗ୍‍ର ଫାଇନାଲ ମ୍ୟାଚ ଆଉ ମାତ୍ର ୧୮ ଦିନ ପରେ ଖେଳାଯିବ । ଡିସେମ୍ବର ୧ରୁ ଖେଳାଯିବାକୁ ଥିବା ପ୍ରତିଯୋଗିତା ଲାଗି ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି । ପ୍ରତିଯୋଗିତାରେ ମୋଟ ୮ଟି ଦଳ ଅଂଶଗ୍ରହଣ କରୁଥିବାବେଳେ ୨୨ଟି ମ୍ୟାଚ ଖେଳାଯିବ । ଏଥିପାଇଁ ୨୪ରୁ ବିଭିନ୍ନ ଦଳର ଖେଳାଳିମାନେ ଭୁବନେଶ୍ୱର ଆଗମନ କରିବେ । ଖେଳାଳି ଓ ଅଫିସିଆଲଙ୍କ ରହଣୀ ଲାଗି କ୍ରୀଡ଼ା ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଥିବା ୮ଟି ଦଳ ମଧ୍ୟରୁ ଘରୋଇ ଭାରତର ପୂର୍ବ ପ୍ରଦର୍ଶନକୁ ନେଇ ଆଲୋକପାତ ।
ଆୟୋଜକ ଭାରତ ବିଶ୍ୱ ହକି ଲିଗ୍‍ର ପ୍ରଥମ ଦୁଇଟି ସଂସ୍କରଣରେ ପ୍ରତିନିଧିତ୍ୱ କରିବା ସହିତ ଫାଇନାଲ ମଧ୍ୟ ଖେଳିବାରେ ସୁଯୋଗ ପାଇଛି । ବିଶ୍ୱ ହକି ଲିଗ୍‍ର ପ୍ରଥମ ସଂସ୍କରଣ ୨୦୧୨ ଅଗଷ୍ଟ ୧୭ରୁ ଆରମ୍ଭ ହୋଇ ୨୦୧୪ ଜାନୁଆରୀ ୧୮ରେ ଶେଷ ହୋଇଥିଲା । ୪୫ଟି ଦେଶ ଅଂଶଗ୍ରହଣ କରିଥିବା ଏହି ପ୍ରତିଯୋଗିତାର ପ୍ରଥମ ସଂସ୍କରଣରେ ଭାରତ ଷÂ ସ୍ଥାନ ହାସଲ କରିଥିଲା । ଲିଗ୍‍ ଓ ସେମିଫାଇନାଲ ରାଉଣ୍ଡରେ ଉନ୍ନତ ପ୍ରଦର୍ଶନ କରି ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଥିଲା । ଫାଇନାଲ ଦିଲ୍ଲୀରେ ଖେଳାଯାଇଥିଲେ ମଧ୍ୟ ଘରୋଇ ଦଳ ଭାରତ ପ୍ରଥମ ୩ଟି ସ୍ଥାନରେ ରହିବାରେ ସକ୍ଷମ ହୋଇନଥିଲା । ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣ ୨୦୧୪ ଜୁଲାଇ ୧ରୁ ଆରମ୍ଭ ହୋଇ ୨୦୧୫ ଡିସେମ୍ବର ୬ରେ ଶେଷ ହୋଇଥିଲା । ୫୬ଟି ଦଳ ଅଂଶଗ୍ରହଣ କରିଥିବା ଉକ୍ତ ପ୍ରତିଯୋଗିତାରେ ଭାରତ ତୃତୀୟ ସ୍ଥାନ ହାସଲ କରିବାରେ ସକ୍ଷମ ହୋଇଥିଲା । ଛତିଶଗଡର ରାୟପୁରେ ଫାଇନାଲ ପ୍ରତିଯୋଗିତା ଖେଳାଯାଇଥିଲା । ଏଥିରେ ଭାରତ ସେମିଫାଇନାଲକୁ ଉନ୍ନୀତ ହୋଇଥିଲ ।ା ସେମିଫାଇନାଲରେ ପରାଜିତ ଦୁଇ ଦଳ ଭାରତ ଓ ନେଦରଲ୍ୟାଣ୍ଡ ମଧ୍ୟରେ ତୃତୀୟ ସ୍ଥାନ ପାଇଁ ମ୍ୟାଚ ଖେଳାଯାଇଥିଲା । ଏଥିରେ ଭାରତ ଲିଗ୍‍ ପର୍ଯ୍ୟାୟରେ ଚମକ୍ରାର ପ୍ରଦର୍ଶନ କରି ସେମିଫାଇନାଲକୁ ଉନ୍ନୀତ ହୋଇଥିଲା । ସେମିଫାଇନାଲରେ ଫାଇନାଲ ଯୋଗ୍ୟତା ଲାଗି ୨୦ଟି ଦଳ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା । ଭାରତ ଏଥିରେ ସପ୍ତମ ସ୍ଥାନ ହାସଲ କରି ଫାଇନାଲ ଖେଳିବା ଲାଗି ଯୋଗ୍ୟତା ହାସଲ କରିଛି । ବିଶ୍ୱ ହକି ଲିଗ୍‍ ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ୨୪ରୁ ବିଭିନ୍ନ ଦେଶର ଖେଳାଳିଙ୍କ ଆଗମନ ହେବ । ପ୍ରଥମେ ଭାରତୀୟ ଦଳ ପହଞ୍ଚିବ । ପରେ ୨୮ ମଧ୍ୟରେ ସମସ୍ତ ଦଳ ଭୁବନେଶ୍ୱରରେ ପହଞ୍ଚିବେ । ଖେଳାଳିମାନଙ୍କ ରହଣି, ସୁରକ୍ଷା ଓ ଅଭ୍ୟାସ ଲାଗି ସମସ୍ତ ପ୍ରକାର ସୁବନେ୍ଦାବସ୍ତ କରାଯାଇଛି ବୋଲି କ୍ରୀଡା ଓ ଯୁବ ସେବା ବିଭାଗ ସଚିବ ବିଶାଳ ଦେବ କହିଛନ୍ତି ।

Share in top social networks!