ଗତ ଆର୍ଥôକ ବର୍ଷର ଏହି ଅବଧି ତୁଳନାରେ ନାଲ୍କୋ ଲାଭରେ ୯୪% ବୃଦ୍ଧି

National Aluminium Company Limited
ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ଅଧିନସ୍ଥ ନବରତ୍ନ କମ୍ପାନୀ ତଥା ଦେଶର ଅନ୍ୟତମ ମୁଖ୍ୟ ଆଲୁମିନିୟମ ନିର୍ମାତା ଓ ରପ୍ତନୀକାରୀ ସଂସ୍ଥା ନାଲକୋ, ୨୦୧୭-୧୮ମସିହା ପାଇଁ ଏହାର ଦ୍ୱିତୀୟ ତ୍ରୈ÷ମାସିକ ଫଳାଫଳ(ଜୁଲାଇ-ସେପ୍ଟେମ୍ବର) ଘେଷଣା କରିଛି ।
ଆଜି ଭୁବନେଶ୍ୱରଠାରେ ଅନୁÂିତ ହେଇଥିବା ନାଲକୋ ବୋଡର୍୍ ବୈଠକରେ ଅନୁମୋଦିତ ଆୟବ୍ୟୟ ହିସାବ ଅନୁସାରେ ୨୦୧୭-୧୮ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈ÷ମାସିକରେ କମ୍ପାନୀର ନିଟ୍ ଲାଭ ୨୩୫ କୋଟି ଟଙ୍କା ହେଇଛି । ପ୍ରଥମ ତ୍ରୈ÷ମାସିକରେ କମ୍ପାନୀର ନିଟ୍ ଲାଭ ୧୨୯ କୋଟି ଟଙ୍କା ଥିଲା ବେଳେ ଗତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈ÷ମାସିକରେ ନିଟ୍ ଲାଭ ୧୨୧ କୋଟି ଟଙ୍କା ଥିଲା । ୨୦୧୭-୧୮ର ଦ୍ୱିତୀୟ ତ୍ରୈମାସିକର ଆର୍ଥôକ ଫଳାଫଳ ପ୍ରଥମ ତ୍ରୈମାସିକ ତୁଳନାରେ ୮୨ ପ୍ରତିଶତ ଅଧିକ ହୋଇଥିବା ବେଳେ ଗତ ଆର୍ଥିକ ବର୍ଷର ଏହି ଅବଧି ତୁଳନାରେ ୯୪ ପ୍ରତିଶତ ବୃଦ୍ଧି ପାଇଛି । ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈ÷ମାସିକରେ ଅପରେଟିଂ ଲାଭରେ ପ୍ରଥମ ତ୍ରୈମାସିକ ତୁଳନାରେ ୧୦୨ ପ୍ରତିଶତ ବୃଦ୍ଧି ହୋଇଛି ।
ଚଳିତ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ନିଟ୍ ବିକ୍ରିଲବ୍ଧ ଆୟ ୨୪୨୦ ଟଙ୍କା ହୋଇଛି । ଗତ ବର୍ଷ ଦ୍ୱିତୀୟ ତ୍ରୈମାସିକରେ ଏହାର ପରିମାଣ ୧୬୯୫ କୋଟି ଟଙ୍କା ଥିଲା ।
ଦ୍ୱିତୀୟ ତ୍ରୈ÷ମାସିକ ଫଳାଫଳ ଉପରେ ପ୍ରତିକ୍ରିୟା ପ୍ରକାଶ କରି ନାଲକୋ ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ କହିଛନ୍ତି, “ ପ୍ରତିକୂଳ ପରିସ୍ଥିତିରେ ଉପôାଦନ ବଜାୟ ରଖିବା ତଥା ବ୍ୟୟ ହ୍ରାସ ଦିଗରେ ଉଦ୍ୟମ ସହ ଆଲୁମିନା କ୍ଷେତ୍ରରେ ବାଣିଜି୍ୟକ ଅଭିବୃଦ୍ଧି ପାଇଁ କାର୍ଯ୍ୟ କରିବା ଫଳରେ କମ୍ପାନୀର ଲାଭ କ୍ଷମତାରେ ବୃଦ୍ଧି ପରିଲକ୍ଷିତ ହୋଇଛି । ବିଶ୍ୱବଜାରରେ ଧାତୁ ଚାହିଦା କମ୍ ଥିବା ବେଳେ ନାଲକୋ ସାହାସର ସହିତ ଏହି ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଥିଲା । ସମ୍ପ୍ରତି ବୈଶ୍ୱିକ ଧାତୁବଜାରରେ ଉନ୍ନତି ପରିଲକ୍ଷିତ ହେବା ବେଳେ କମ୍ପାନୀର ଉପôାଦନ ବଜାୟ ରଖିବା ଓ ନିବେଶ କରିବା ରଣନୀତି ଫଳପ୍ରଦ ହୋଇଛି, ଯାହା ଦ୍ୱିତୀୟ ତ୍ରୈ÷ମାସିକ ଫଳାଫଳରେ ପ୍ରତିଫଳିତ ହୋଇଛି ।
୨୦୧୭-୧୮ ଆର୍ଥିକବର୍ଷର ପ୍ରଥମ ଛଅ ମାସ (ଅପ୍ରେଲ-ସେପ୍ଟେମ୍ବର) ରେ କମ୍ପାନୀର ନିଟ୍ ଲାଭ ଓ ମୋଟ ବିକ୍ରି ଆୟ ଯଥାକ୍ରମେ ୩୬୪ କୋଟି ଟଙ୍କା ଓ ୪୧୯୭ କୋଟି ଟଙ୍କା ହୋଇଛି । ଗତ ଆର୍ଥିକ ବର୍ଷ ଏହି ସମୟସୀମା ମଧ୍ୟରେ ନିଟ୍ଲାଭ ଓ ମୋଟବିକ୍ରି ଆୟ ଯଥାକ୍ରମେ ୨୫୬ କୋଟି ଟଙ୍କା ଓ ୩୨୨୪କୋଟି ଟଙ୍କା ଥିଲା ।
ଉପôାଦନ କ୍ଷେତ୍ରରେ ନାଲକୋ ଚଳିତ ଆର୍ଥିକବର୍ଷ ପ୍ରଥମାର୍ଦ୍ଧରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଛି । ଏହି ସମୟସୀମାରେ କମ୍ପାନୀ ୩୭.୦୬ ଲକ୍ଷ ଟନ୍ ବକ୍ସାଇଟ୍ ଉପôାଦନ କରିଥିବା ବେଳେ ଆଲୁମିନା ହାଇଡ୍ରେଟ୍ ଉପôାଦନ ୧୦.୩୫ ଲକ୍ଷ ଟନ୍ ଥିଲା । ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ କମ୍ପାନୀ ୨.୦୬ ଲକ୍ଷ ଟନ୍ ଆଲୁମିନିୟମ୍ ଉପôାଦନ କରିଥିଲା, ଯାହାକି ୨୦୧୬-୧୭ରେ ଏହି ସମୟସୀମା ମଧ୍ୟରେ ଉପôାଦିତ ଆଲୁମିନିୟମ୍ ଠାରୁ ୧୦.୨୫ ପ୍ରତିଶତ ଅଧିକ । ଚଳିତ ଆର୍ଥିକବର୍ଷ ପ୍ରଥମାର୍ଦ୍ଧରେ ନାଲକୋର ବିଦ୍ୟୁତ ଉପôାଦନରେ ୧୧.୭୩ ପ୍ରତିଶତ ବୃଦ୍ଧିହେଇ ୩୨୯୦ ନିୟୁତ ୟୁନିଟ୍ ଉପôାଦିତ ହେଇଥିଲା । ସେହିପରି ପବନଚାଳିତ ବିଦ୍ୟୁତ ଉପôାଦନରେ ଗତବର୍ଷର ପ୍ରଥମାର୍ଦ୍ଧ ତୁଳନାରେ ୨୮.୫ ପ୍ରତିଶତ ବୃଦ୍ଧିହେଇ ୨୬୨.୯୦ ନିୟୁତ ୟୁନିଟ୍ ଉପôାଦିତ ହେଇଥିଲା ।
ଗତ ବର୍ଷ ତୁଳନାରେ ଚଳିତ ଆର୍ଥିକବର୍ଷର ପ୍ରଥମ ଛଅ ମାସ (ଅପ୍ରେଲ-ସେପ୍ଟେମ୍ବର)ରେ କମ୍ପାନୀର ଆଲୁମିନା ହାଇଡ୍ରେଟ୍ ବିକ୍ରି ୯.୯୮ପ୍ରତିଶତ ବୃଦ୍ଧି ହୋଇ ୬.୩୯ ଲକ୍ଷ ଟନ୍ ହେଇଥିଲା । ଏହି ସମୟସୀମାରେ କମ୍ପାନୀ ୨.୦୨ ଲକ୍ଷ ଟନ୍ ଆଲୁମିନିୟମ ବିକ୍ରି କରିଥିଲା ଯାହା ଗତ ବର୍ଷରଏହି ସମୟସୀମାରେ ହୋଇଥିବା ଉପôାଦନ ଠାରୁ ୧୪.୧୯ପ୍ରତିଶତ ଅଧିକ ।

Share in top social networks!