ମହିଳାଙ୍କୁ ଉତ୍ସାହିତ କରିବା ପାଇଁ ସୁଦକ୍ଷା ଯୋଜନା କାର୍ଯ୍ୟକ୍ରମ ପ୍ରସଙ୍ଗରେ ଦକ୍ଷତା ବିକାଶ ସ୍ୱାଗତଯୋଗ୍ୟ, ମାତ୍ର ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ବିଫଳ ମୁଖ୍ୟମନ୍ତ୍ରୀ: ବିଜେପି

01
ଘୋଷଣା ଓ ପ୍ରଚାର ସର୍ବସ୍ୱ ମୁଖ୍ୟମନ୍ତ୍ରୀଙ୍କ ଚାଲ୍ କୁ ରାଜ୍ୟବାସୀ ଭଲ ଭାବେ ବୁଝି ସାରିଲେଣି । କେବଳ ଘୋଷଣା ଏବଂ ପ୍ରଚାରରେ ସୀମିତ ରହି ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିବାକୁ ଚାହୁଁଥିବା ମୁଖ୍ୟମନ୍ତ୍ରୀ ଏବଂ ଶାସକ ବିଜେଡି ରାଜ୍ୟବାସୀଙ୍କୁ ଦୀର୍ଘ ଦିନ ଧରି କେବଳ ପ୍ରତାରଣା ଦେଇ ଆସୁଛନ୍ତି । ଆଜି ରାଜ୍ୟର ମାଁ ଓ ଭଉଣୀମାନେ ନିଜକୁ ସବୁ କ୍ଷେତ୍ରରେ ଅସୁରକ୍ଷିତ ମଣୁଥିବାବେଳେ ଅନ୍ୟ ପକ୍ଷରେ ନିଜ ଅପାରଗତା, ସ୍ଥାଣୁତା, ନିଷ୍କ୍ରିୟତାକୁ ଲୁଚାଇବା ପାଇଁ ମୁଖ୍ୟମନ୍ତ୍ରୀ ଏବଂ ଶାସକ ବିଜେଡି ରାଜ୍ୟର ଅଗଣିତ ମାଁ ଓ ଭଉଣୀଙ୍କ ଧ୍ୟାନ ଅନ୍ୟତ୍ର କରିବାର ପୁଣି ଥରେ ଅପପ୍ରୟାସ କରିଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ଅଭିଯୋଗ କରି କହିଛନ୍ତି ।
ଶ୍ରୀ ଶର୍ମା କହିଛନ୍ତି ଯେ, ଗତ କାଲି ମୁଖ୍ୟମନ୍ତ୍ରୀ ରାଜ୍ୟରେ ବୈଷୟିକ ତାଲିମ କ୍ଷେତ୍ରରେ ମହିଳାମାନଙ୍କୁ ଉତ୍ସାହିତ କରିବା ପାଇଁ “ସୁଦକ୍ଷା” କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି । ମାତ୍ର ବର୍ତମାନ ରାଜ୍ୟରେ ତାଲିମ ପ୍ରାପ୍ତ କରି ବେକାର ବସିଥିବା ଅଗଣିତ ଦକ୍ଷ ମହିଳାଙ୍କ ପାଇଁ ରାଜ୍ୟ ସରକାର କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଶ୍ରୀ ଶର୍ମା ସିଧାସଳଖ ପ୍ରଶ୍ନ କରିଛନ୍ତି ।
ତେଣୁ ବାସ୍ତବତାକୁ ଗ୍ରହଣ କରି ରାଜ୍ୟର ମାଁ ଓ ଭଉଣୀଙ୍କୁ ମୈାଳିକ ସୁରକ୍ଷା ପ୍ରଦାନ କରିବା ସହ କେବଳ ପ୍ରଚାର ଓ ଘୋଷଣା ସର୍ବସ୍ୱ ନ ହୋଇ ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ସହ ସେମାନଙ୍କ ନିଯୁକ୍ତି ପାଇଁ କାର୍ଯ୍ୟ କରିବାକୁ ଶ୍ରୀ ଶର୍ମା କହିଛନ୍ତି ।

Share in top social networks!
Powered By Indic IME