କିଟ୍‍ର ୧୩ତମ ସମାବର୍ତ୍ତନ ଉତ୍ସବ ମାତୃଭୂମି ଓ ମାତୃଭାଷାକୁ ଭଲପାଅ – ଉପରାଷ୍ଟ୍ରପତି

PHOTO11bhu KIIT Convocation 2
ମାତୃଭାଷାରେ ଜଣେ ନିଜର ଅଭିବ୍ୟକ୍ତି ସମ୍ପୂର୍ଣ୍ଣ ଭାବେ ପରିପ୍ରକାଶ କରିପାରେ । ଆମେ ଯେତେ ଉନ୍ନତି କଲେ କିମ୍ବା ଯେଉଁ ସ୍ଥାନରେ ଥିଲେ ମଧ୍ୟ ମାତୃଭୂମି ଓ ମାତୃଭାଷାକୁ ଭୁଲିବା ଉଚିତ୍‍ ନୁହେଁ ବୋଲି ଶନିବାର କିଟ୍‍ ବିଶ୍ୱବିଦ୍ୟାଳୟର ୧୩ତମ ସମାବର୍ତ୍ତର୍ନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି ଛାତ୍ରଛାତ୍ରୀଙ୍କ ଉଦେ୍ଧଶ୍ୟରେ ଭାରତର ଉପରାଷ୍ଟ୍ରପତି ଏମ୍‍. ଭେଙ୍କେୟା ନାଇଡ଼ୁ କହିଛନ୍ତି । ସର୍ବଦା ମାଆ, ମାତୃଭାଷା, ମାତୃଭୂମି ଓ ଗୁରୁଙ୍କୁ ସମ୍ମାନ ପ୍ରଦାନ କରିବା ଉଚିତ । ମାଆ ହେଉଛନ୍ତି ଆମର ଜନ୍ମଦାତ୍ରୀ । ତାଙ୍କୁ ସର୍ବଦା ଆମେ ମନେ ରଖିବା ଉଚିତ । ସେହିପରି ଯେତେ ଇଂରାଜୀ ଶିକ୍ଷାକଲେ ମଧ୍ୟ ନିଜ ମାତୃଭାଷାକୁ ଭୁଲିଯିବା ଉଚିତ ନୁହେଁ । ବର୍ତ୍ତମାନର କମ୍ପୁ୍ୟଟର ଯୁଗରେ ଗୁଗୁଲ୍‍ କେବେ ବି ଗୁରୁଙ୍କ ସ୍ଥାନ ନେଇ ପାରିବ ନାହିଁ । ଗୁରୁ ସବୁବେଳେ ଆମ ପାଇଁ ଗୁରୁତ୍ୱ ବହନ କରନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ ଭାରତର ଏକ ମହାନ ପରମ୍ପରା ରହିଛି । ଭାରତର ଏହି ପରମ୍ପରା ଓ ସଂସ୍କୃତିକୁ ନେଇ ଆମେମାନେ ଗର୍ବ କରିବା ଉଚିତ । ବିଭିଧତା ମଧ୍ୟରେ ଏକତା ହେଉଛି ଆମ ସଂସ୍କୃତିର ମୂଳମନ୍ତ୍ର, ଯାହା କି ଆମ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି । ଭାରତ ହେଉଛି ସୁଯୋଗର ଦେଶ, ଏଠାରେ ଛାତ୍ରଛାତ୍ରୀଙ୍କ ପାଇଁ ବହୁତ ସୁଯୋଗ ରହିଛି । କିସ୍‍ ସମ୍ପର୍କରେ ସୂଚନା ଦେଇ କହିଲେ, ମୁଁ ପୂର୍ବରୁ କିସ୍‍ ଆସି ୨୫ହଜାର ଜନଜାତି ଛାତ୍ରଛାତ୍ରୀ ସମ୍ବୋଧିତ କରିଥିଲି । କିଟ୍‍ ଓ କିସ୍‍ ଭଳି ଦୁଇଟି ସୁନ୍ଦର ଅନୁÂାନ ପ୍ରତିÂା କରିଥିବାରୁ ଏହାର ପ୍ରତିÂାତା ଅଚୁ୍ୟତ ସାମନ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ସେ ୨୫ ହଜାର ଗରିବ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି । ଏହା ହେଉଛି ମାନବିକତା ପ୍ରତି ଶ୍ରେÂ ସେବା । କାରଣ ମାନବ ସେବା ହେଉଛି ମାଧବ ସେବା ।
ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ରାଜ୍ୟପାଳ ଡ. ଏସ୍‍. ସି. ଜମିର କହିଲେ ଯେ ଗୋଟିଏ ବିଶ୍ୱବିଦ୍ୟାଳୟର ମାନ ତା’ର ପୁରାତନ ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନରୁ ହିଁ ଜାଣି ହୁଏ । ଜ୍ଞାନ, କୁଶଳତା ଏବଂ ସାଂସ୍କୃତିକ ବିନିମୟ କ୍ଷେତ୍ରରେ କିଟ୍‍ର ଏକ ଦକ୍ଷ ବିଶ୍ୱସ୍ତରୀୟ ସମ୍ପର୍କ ରହିଛି । ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ କହିଲେ, ସର୍ବଦା ସ୍ୱପ୍ନ ଦେଖ ଏବଂ ଏହାକୁ ସାକାର କରିବା ପାଇଁ ଚେଷ୍ଟା କର । ଏଥିପାଇଁ କଠିନ ପରିଶ୍ରମ ଓ ଦୃଢ଼ ମନୋବଳ ରଖିବା ଆବଶ୍ୟକ । ସର୍ବଦା ସୃଜନଶୀଳ ଓ ଉଦ୍ୟୋଗୀ ହେବା ଉଚିତ । ପ୍ରଯୁକ୍ତି ବିଦ୍ୟାକୁ ବ୍ୟବହାର କରି ସାମାଜିକ ସମସ୍ୟା ସମାଧାନ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶିଳ୍ପୀଗୁରୁ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର, ସିମ୍ପେ୍ଲକ୍ସ ଇନ୍‍ଫ୍ରାଷ୍ଟ୍ରକ୍‍ଚର ଲିମିଟେଡ୍‍ ମୁଖ୍ୟ ଡ. ବିଥଲ ଦାସ ମୁନ୍ଦ୍ରା, ଭରତୀୟ ଚାରିଟେବଲ୍‍ ଟ୍ରଷ୍ଟର ଅଧ୍ୟକ୍ଷ କିଶନଲାଲ୍‍ ଅଗ୍ରୱାଲ୍‍ଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‍ ଡିଗ୍ରୀ ପ୍ରଦାନ କରାଯାଇଥିଲା । କିଟ୍‍ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳାଧିପତି ପଦ୍ମଶ୍ରୀ ଡା.ସୁବ୍ରତ କୁମାର ଆଚାର୍ଯ୍ୟ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିବା ବେଳେ କୁଳପତି ପ୍ରଫେସର ହୃଷିକେଶ ମହାନ୍ତି ସମାବର୍ତ୍ତନ ବିବରଣୀ ପାଠ କରିଥିଲେ । ଶେଷରେ କୁଳସଚିବ ଡ. ସସ୍ମିତାରାଣୀ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଚଳିତବର୍ଷ ୨୦୧୬-୧୭ବ୍ୟାଚ୍‍ର ମୋଟ ୪୮୨୦ଜଣ ଛାତ୍ରଛାତ୍ରୀଙ୍କୁ ସ୍ନାତକ, ସ୍ନାତକୋତ୍ତର ଓ ପିଏଚ୍‍ଡି ଡିଗ୍ରୀ ପ୍ରଦାନ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୬୨ଜଣଙ୍କୁ ପିଏଚ୍‍ଡି ଡିଗ୍ରୀ ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ ତିନିଜଣଙ୍କୁ ପ୍ରତିÂାତା ସ୍ୱର୍ଣ୍ଣପଦକ, ୧୮ଜଣଙ୍କୁ କୁଳାଧିପତି ସ୍ୱର୍ଣ୍ଣପଦକ, ୨୬ଜଣଙ୍କୁ କୁଳପତି ରୌପ୍ୟ ପଦକ ବ୍ୟତୀତ ଛାତ୍ରଛାତ୍ରୀଙ୍କୁ ପ୍ରଦୁ୍ୟମ୍ନ ବଳ ସ୍ମାରକୀ ସ୍ୱର୍ଣ୍ଣ ପଦକ, ପିପିଏଲ୍‍ ସ୍ୱର୍ଣ୍ଣପଦକ, ନନୀବାଳା ସ୍ମାରକୀ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଛି । ଏଥିରେ ଅନ୍ୟମାନଙ୍କ କିଟ୍‍ ଓ କିସ୍‍ର ପ୍ରତିÂାତା ଅଚୁ୍ୟତ ସାମନ୍ତ, ସଭାପତି ଶାଶ୍ୱତୀ ବଳ, ଉପସଭାପତି ଉମାପଦ ବୋଷ, ସମ୍ପାଦକ ଆର୍‍ ଏନ୍‍ ଦାଶ, କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ଡ. ହରେକୃଷ୍ଣ ଶତପଥୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Share in top social networks!
Powered By Indic IME