ଭିଏଲ୍ସିସି ପକ୍ଷରୁ ସମ୍ବଲପୁରରେ ୱେଲନେସ୍ କେନ୍ଦ୍ରର ଶୁଭାରମ୍ଭ

21766501_773194669518765_544596214228333777_n
ଅଗ୍ରଣୀ ୱେଲନେସ୍ ଏବଂ ବିୟୁଟି ବ୍ରାଣ୍ଡ୍ ଭିଏଲ୍ସିସି ହେଲଥ୍ କେୟାର ଲିଃ.ପକ୍ଷରୁ ଓଡ଼ିଶାରେ ଏହାର ସମ୍ପ୍ରସାରଣ ଆରମ୍ଭ କରାଯାଇଛି । ସମ୍ବଲପୁରର ଅଇଁଠାପାଲିଠାରେ ସ୍ୱାଗତ କମ୍ପେ୍ଲକ୍ସ୍ରେ ଏହାର ଚତୁର୍ଥ କେନ୍ଦ୍ର ଅନିମା ଏଂଟ୍ରପ୍ରାଇଜ୍ ନାମରେ ଖୋଲିଛି । ଏହାର ମାଲିକଙ୍କ ନାମ ସୁଶ୍ରୀ ଅନିମା ବେହେରା । ୨୦୦୦ ବର୍ଗ ଫୁଟ ଅଂଚଳରେ ଏହା ସ୍ଥାପିତ ହୋଇଛି ।

ଏହି ଅବସରରେ ଅମିନା ବେହରା କହିଲେ ,”ସମ୍ବଲପୁରରେ ଭିଏଲସିସିର ସେବା ଉପଲବ୍ଧ କରାଉଥିବାରୁ ଆମେ ବିଶେଷ ଆନନ୍ଦିତ । ଏଠାକାର ଗ୍ରାହକଙ୍କୁ ଏହି କେନ୍ଦ୍ର ବିୟୁଟି, ସ୍ଲିମିଂ ଏବଂ ୱେଲନେସ୍ ସେବା ପ୍ରଦାନ କରିବ । ପଶ୍ଚିମ ଓଡ଼ିଶାର ୯ଟି ଜିଲାର ୧୩ ନିୟୁତ ଲୋକଙ୍କୁ ଏହି କେନ୍ଦ୍ର ସେବା ଯୋଗାଇ ଦେବ ।”
ଏହି କେନ୍ଦ୍ରର ଶୁଭାରମ୍ଭ ଅବସରରେ ସମ୍ବଲପୁର ବିଧାୟିକା ଡା.ରାସେଶ୍ୱରୀ ପାଣିଗ୍ରାହୀ, ସୁପ୍ରିମ୍କୋର୍ଟ ଆଇନ୍ଜୀବୀ ଶ୍ରୀମତୀ ନିଶା ଠାକୁର ଏବଂ ପଦ୍ମଶ୍ରୀ ଶ୍ରୀ ଜିତେନ୍ଦ୍ର ହରିପାଲ୍ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ହରିପାଲ ରଙ୍ଗବତୀ ଗୀତ ଗାନ କରିଥିଲେ ।

ସୂଚନା ଯୋଗ୍ୟ ଯେ,୧୯୮୯ରେ ଏହି ସଂସ୍ଥା ବନ୍ଦନା ଲୁଥ୍ରାଙ୍କ ଦ୍ୱାରା ବିୟୁଟି ତଥା ସ୍ଲିମିଂ ସେବା ଉପଲବ୍ଧ କରାଇବା ପାଇଁ ସ୍ଥାପିତ ହୋଇଥିବାବେଳେ ୧୯୯୬ରେ ଏହା ଭିଏଲ୍ସିସି ହେଲଥ୍ କେୟାର ଲିମିଟେଡ୍ ଭାବରେ ଏହାର କାର୍ଯ୍ୟ ଆରମ୍ଭ କରିଥିଲା । ଏହା ଭାରତ ସମେତ ଦକ୍ଷିଣ ଏସିଆ, ପକ୍ଷିଣ ପୂର୍ବ ଏସିଆ, ଜିସିସି ଅଂଚଳ ଏବଂ ଆଫ୍ରିକାର ୧୪ଟି ଦେଶ ୧୫୦ଟି ସହର ୩୩୦ଟି ଅଂଚଳରେ କାର୍ଯ୍ୟ ଜାରି ରଖିଛି । ଏହା ୟୁଏଇ, ଓମାନ୍, ବାହାରିନ୍, କର୍ତାର, କୁଏତ୍ ଏବଂ କେନିଆ, ଭାରତ ଶ୍ରୀଲଙ୍କା, ବାଂଲାଦେଶ, ନେପାଳ, ମାଲେସିୟା, ସିଙ୍ଗାପୁର, ଥାଇଲାଣ୍ଡ୍, ପ୍ରଭୃତି ଦେଶରେ କାରବାର ଜାରି ରଖିଛି ।

Share in top social networks!