ନାଲ୍କୋ ରିଫାଇନେରୀକୁ କଳିଙ୍ଗ ନିରାପତ୍ତା ପୁରସ୍କାର

DSC_4619

ଦାମନଯୋଡ଼ି ସ୍ଥିତ ନବରତ୍ନ ନାଲ୍କୋର ଆଲୁମିନା ରିଫାଇନେରୀ ୨୦୧୬ ବର୍ଷ ପାଇଁ କଳିଙ୍ଗ ନିରାପତ୍ତା ପୁରସ୍କାର (ରୌପ୍ୟ) ହାସଲ କରିଛି । ନଭେମ୍ବର ୧୦ ତାରିଖରେ ଭୁବନେଶ୍ୱର ଠାରେ ଅନୁÂିତ ଓଡ଼ିଶା ସେଫ୍ଟୀ କନ୍କ୍ଲେଭ୍ ଅବସରରେ କମ୍ପାନୀକୁ ଏହି ପୁରସ୍କାର ପ୍ରଦାନ କରିଛି । କମ୍ପାନୀ ପକ୍ଷରୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡଃ ଏସ୍.ସି. ଜମୀରଙ୍କ ଠାରୁ ମହାପ୍ରବନ୍ଧକ (ରିଫାଇନେରୀ) ଶ୍ରୀ ଆର୍.ଏସ୍. ଦାସ ଏହି ପୁରସ୍କାର ଗ୍ରହଣ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରକଳ୍ପ ପରିସରରେ ଉଲ୍ଲେଖନୀୟ ନିରାପତ୍ତା ବ୍ୟବସ୍ଥା ଅବଲମ୍ବନ କରୁଥିବାରୁ ନାଲ୍କୋର ରିଫାଇନେରୀକୁ ଏହି ପୁରସ୍କାର ମିଳିଛି । ରିଫାଇନେରୀର ସମସ୍ତ କର୍ମଚାରୀଙ୍କ ମିଳିତ ଉଦ୍ୟମକୁ ପ୍ରଶଂସା କରି କମ୍ପାନୀର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ନାଲ୍କୋ ସମୂଦାୟକୁ ଏହି ସମ୍ମାନ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

Share in top social networks!