ସୋସିଆଲ୍ ମିଡ଼ିଆ ଆପ୍ ଶେୟାର ଚାଟ୍ ଏବେ ଓଡ଼ିଆ ଭାଷାରେ ଉପଲବ୍ଧ

ଭାରତର କ୍ରମବର୍ଦ୍ଧମାନ ସୋସିଆଲ୍ ମିଡ଼ିଆ ଆପ୍ ଶେୟାର ଚାଟ୍ ଏବେ ଓଡ଼ିଆରେ ଉପଲବ୍ଧ ହେଉଛି । ଏହା ଓଡ଼ିଶାର ସଂସ୍କୃତି ଓ ଭାଷା ବିଶ୍ୱସ୍ତରରେ ପରିଚିତି ହାସଲ କରିବାକୁ ସକ୍ଷମ ହୋଇପାରିବ । ଏହା ୧୫ କୋଟି ପଞ୍ଜିକୃତ ବ୍ୟବହାରକର୍ତା ରହିଥିବାବେଳେ ଏହା ହିନ୍ଦୀ, ମାଲାୟଲମ୍, ଗୁଜରାଟୀ, ମରାଠୀ, ପଞ୍ଜାବୀ, ତେଲୁଗୁ, ତାମିଲ୍, ବଙ୍ଗାଳୀ, ଓଡ଼ିଆ ଏବଂ କନ୍ନଡ଼ ପ୍ରଭୃତି ୧୦ଟି ଭାଷାରେ ଉପଲବ୍ଧ ହେଉଛି ।

କେପିଏମ୍ଜି ଏବଂ ଗୁଗୁଲ୍ ପକ୍ଷରୁ କୁହାଯାଇଛି ଯେ, ୧୦ଜଣ ଇଂଟରନେଟ୍ ବ୍ୟବହାକାରୀଙ୍କ ମଧ୍ୟରୁ ୯ ଜଣ ସେମାନଙ୍କର କଥିତ ଭାଷାରେ ଏହା ବ୍ୟବହାର କରୁଛନ୍ତି । ଆମେରିକା ଏବଂ ଚାଇନାରେ ଇଂଟରନେଟ୍ ବଜାର ବୃଦ୍ଧି କରୁଛି । ୨୦୧୫ରେ ଏହା ସହିତ ଶେୟାରଚାଟ୍ ଏକ ଆଇଆଇଟି ଦଳଙ୍କ ଦ୍ୱାରା ଅନ୍ତର୍ଭୁକ୍ତ କରାଯାଇଥିଲା ।
ସମ୍ପ୍ରତି ଏହା ଓଡ଼ିଆରେ ଉପଲବ୍ଧ ହେବା ଦ୍ୱାରା ଓଡ଼ିଆ ଶିକ୍ଷା, ସାହିତ୍ୟ, ସମ୍ବାଦ, ଓଡ଼ିଆ ସିନେମା ପ୍ରଭୃତି ଉପଲବ୍ଧ ହୋଇପାରିବ ।
ଏହାଦ୍ୱାରା ଓଡ଼ିଶାର ବ୍ୟବହାରକାରୀ ବିଶେଷ ଉପକୃତ ହୋଇପାରିବେ ବୋଲି ମାଲକାନଗିରିର ଜଗଦୀଶ୍ ପଟ୍ଟନାୟକ କହିଛନ୍ତି । ଓଡ଼ିଆ ଭାଷା ଆମର ମାତୃଭାଷା । ଏହା ଶେୟାର ଚାଟ୍ରେ ସ୍ଥାନ ପାଇଥିବାରୁ ଆମେ ଶେୟାର ଚାଟ୍କୁ ଧନ୍ୟବାଦ୍ ଜଣାଉଛୁ ।

ଏହି ଅବସରରେ ଶେୟାର ଚାଟ୍ର ସିଇଓ ଫରିଦ୍ ଅହଶାନ୍ କହିଲେ, “ଶେୟାର ଚାଟ୍ ସବୁବେଳେ ସାଂସ୍କୃତିକ କ୍ଷେତ୍ରକୁ ରୁଦ୍ଧିମନ୍ତ କରିଥାଏ । ଏହା ଦ୍ୱାରା ଓଡ଼ିଶାର ବ୍ୟବହାରକାରୀ ଉପକୃତ ହୋଇପାରିବେ । ଆଜି ଓଡ଼ିଆ ଏବଂ କନ୍ନଡ଼ ଭାଷାକୁ ଆମେ ସ୍ଥାନୀତ କରିଥିବାରୁ ବିଶେଷ ଆନନ୍ଦିତ । ଏହା ଡିଜିଟାଲ ଇଣ୍ଡିଆ ସ୍ୱପ୍ନ ସାକାର ହୋଇପାରିବ ।

ସୂଚନାଯୋଗ୍ୟ, ଶେୟାର ଚାଟ୍ ବ୍ୟବହାରକାରୀଙ୍କୁ ସାଂସ୍କୃତିକ କ୍ଷେତ୍ର ଉପଲବ୍ଧ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହା ଭାଷାଗତ ପ୍ରତିବନ୍ଧକକୁ ଦୂର କରିବାରେ ନିରନ୍ତର ପ୍ରୟାସ ଜାରି ରଖିଛି ।

Share in top social networks!