ଡିଏସ୍ ଗ୍ରୂପ ପକ୍ଷରୁ ଲୋକପ୍ରିୟ ପାସ୍ ପାସ୍ ପଲ୍ସ ରେଞ୍ଜକୁ ବିସ୍ତାର କରିବା ପାଇଁ ‘ପଲ୍ସ ପାଇନଆପଲ୍’ ସ୍ୱାଦର ଶୁଭାରମ୍ଭ

PULSE 3d pack - Pineapple ଧରମପାଲ ସତ୍ୟପାଲ୍ (ଡିଏସ୍) ଗ୍ରୂପ ଏହାର ‘ପାସ୍ ପାସ୍ ପଲ୍ସ କ୍ୟାଣ୍ଡି’ କାରବାରକୁ ବୃଦ୍ଧି କରିବା ଦିଗରେ ଆଉ ଏକ ପାଦ ଅଗ୍ରସର ହୋଇଛି । ଏହି କ୍ରମରେ ଡିଏସ୍ ଗ୍ରୁପ ପକ୍ଷରୁ ‘ସପୁରୀ ସ୍ୱାଦଯୁକ୍ତ’ ଭଳି ଆଉ ଏକ ନୂତନ କ୍ୟାଣ୍ଡି ‘ପଲ୍ସ ପାଇନଆପଲ’ର ଶୁଭାରମ୍ଭ ହୋଇଛି । ପାସ୍ ପାସ୍ ପଲ୍ସ ପୂର୍ବରୁ ମଧ୍ୟ ହାର୍ଡ ବଏଲ୍ଡ କ୍ୟାଣ୍ଡି ବଜାରରେ ଶୀର୍ଷ ସ୍ଥାନ ଦଖଲ କରିସାରିଛି । ପଲ୍ସ କ୍ୟାଣ୍ଡିର କଂଚା ଆମ୍ବ, ପିଜୁଳି ଏବଂ କମଳା ସ୍ୱାଦ ମଧ୍ୟରେ ଆଉ ଏକ ଅନନ୍ୟ ସପୁରୀ ସ୍ୱାଦ ଯୋଡ଼ି ହୋଇଯାଇଛି । ସପୁରୀ ଏକ ନୂତନ ସ୍ୱାଦ ତଥା ଫଳ ରୂପେ ସବୁ ବୟସ ବର୍ଗର ଲୋକଙ୍କ ମଧ୍ୟରେ ବେଶ୍ ପସନ୍ଦ ଯୋଗ୍ୟ । ଏହି ନୂତନ କ୍ୟାଣ୍ଡି ପିଲୋ ପ୍ୟାକେଟରେ ଉପଲବ୍ଧ ହୋଇଛି, ଯାହାର ମୂଲ୍ୟ ମାତ୍ର ୧ ଟଙ୍କା ରଖାଯାଇଛି । ‘ପଲ୍ସ ପାଇନଆପଲ’ ଏହାର ଗ୍ରାହକମାନଙ୍କୁ ଏକ ରୋମାଂଚକ ଅନୁଭବ ପ୍ରଦାନ କରିବ, ଯାହା ସପୁରୀର ସ୍ୱାଦରୁ ଆରମ୍ଭ ହୋଇ ଏହା ମଧ୍ୟରେ ଥିବା ଟ୍ୟାଙ୍ଗି ମସଲାର ସ୍ୱାଦରେ ଶେଷ ହେଉଛି ।
ଏହି ଅବସରରେ ଟିପ୍ପଣୀ ରଖି ଡିଏସ୍ ଗ୍ରୁପର ନୂତନ ଉପôାଦ ବିକାଶର ଉପାଧ୍ୟକ୍ଷ ଶ୍ରୀ ଶଶାଙ୍କ ସୁରାନା କହିଛନ୍ତି ଯେ, “ଡିଏସ୍ ଗ୍ରୁପ ସବୁବେଳେ ନିଜର ଗ୍ରାହକଙ୍କୁ ପ୍ରସନ୍ନ କରିବା ଦିଗରେ ସେମାନଙ୍କର ପସନ୍ଦକୁ ଶ୍ରେଣୀଭୁକ୍ତ କରି ନୂତନ ଏବଂ ଅଭିନବ ଉପାୟ ଅବଲମ୍ବନ କରିଆସିଛି । ୨୦୧୫ ମସିହାରୁ କଂଚାଆମ୍ବର ସ୍ୱାଦକୁ ନେଇ ପ୍ରସ୍ତୁତ ହୋଇଥିବା ପଲ୍ସ କ୍ୟାଣ୍ଡି ଯଦିଓ ଗ୍ରାହକଙ୍କ ମନକୁ ବେଶ୍ ଛୁଇଁ ପାରିଛି, ପିଜୁଳି ଏବଂ କମଳା ପରେ ସପୁରୀ ସ୍ୱାଦ କ୍ୟାଣ୍ଡି ବଜାରରେ ଏକ ନୂତନ ସଂସ୍କରଣ ଏବଂ ଆମେ ଆମ ଗ୍ରାହକଙ୍କ ଠାରୁ ଏ ନେଇ ଉତମ ପ୍ରତିକ୍ରିୟା ଆଶା କରୁଛୁ ।”
ସଂଗଠିତ ହାଡର଼୍ ବଲଏଡ଼୍ କ୍ୟାଣ୍ଡି ବ୍ୟବସାୟ ଭାରତର କ୍ୟାଣ୍ଡି ବଜାରରେ ୨,୬୫୦ କୋଟି ଥିବା ବେଳେ ପାସ୍ ପାସ୍ ପଲ୍ସ ବଜାରର ୧୨% ରୁ ୧୩% ଭାଗିଦାରୀ ଭାବେ ସବୁଠାରୁ ଅଗ୍ରଣୀ କ୍ୟାଣ୍ଡି ଭାବେ ସ୍ଥାନ ହାସଲ କରିଛି । ଭାରତ ବ୍ୟତୀତ ଏହି କମ୍ପାନୀ ସଂଯୁକ୍ତ ଆରବ ଏମିରେଟ, ବି୍ରଟେନ ଏବଂ ଦକ୍ଷିଣ ପୂର୍ବ ଏସିଆ ବଜାରରେ ଏହି ପଲ୍ସ କ୍ୟାଣ୍ଡିର ବିତରଣ ଆରମ୍ଭ କରିଛି ।
‘ପଲ୍ସ ପାଇନଆପଲ’କୁ ଗତ କିଛି ମାସ ହେଲା ଦେଶର ପ୍ରମୁଖ ସହରରେ ଆରମ୍ଭ କରାଯାଇଥିବା ପରୀକ୍ଷଣ ବିପଣନ ପାଇଁ ଏକ ଉତ୍ସାହଜନକ ପ୍ରତିକ୍ରିୟା ମିଳିଛି । ଏକ ବିଶାଳ ଲକ୍ଷ୍ୟରେ ପହଂଚିବା ପାଇଁ ‘ଡିଏସ୍ ଗ୍ରୁପ’ର ବିତରଣ ନେଟ୍ୱର୍କ ଏହାକୁ ଭାରତ ବଜାରରେ ଆରମ୍ଭ କରିଛି । ପଲ୍ସ ପାଇନଆପଲର ସର୍ବେକ୍ଷଣକୁ ପିଓଏସ୍ଏମ୍ ଏବଂ ବଜାର ସର୍ଭେକ୍ଷଣ ଭଳି ଗତିବିଧିର ସମର୍ଥନ ମିଳିବ ।
୨୦୧୨ରେ ପାସ୍ ପାସ୍ ଚିଙ୍ଗଲ-ମିନି ଚୁଇଙ୍ଗମ୍ର ବଜାର ପ୍ରବେଶ ସହ ଡିଏସ୍ ଗ୍ରୁପ୍ ଚକୋଲେଟ୍ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିଥିଲା । କ୍ୟାଣ୍ଡି ବଜାରରେ ଅଗ୍ରଣୀ ଉପôାଦଗୁଡ଼ିକର ଏକ ବ୍ୟାପକ ପୋର୍ଟଫୋଲିଓକୁ ସାମିଲ କରିବା ପାଇଁ କମ୍ପାନୀର ଅଗ୍ରଣୀ ବ୍ରାଣ୍ଡ ପାସ୍ ପାସ ର ସ୍ଥାନ ବଦଳି ଯାଇଥିଲା । ପାରପମ୍ପରିକ ପୁଦିନା (ମିଂଟ୍) ସ୍ୱାଦ ଠାରୁ ଆରମ୍ଭ କରି ମିନି ଚୁଇଙ୍ଗମ୍ ଚିଙ୍ଗଲ୍ ପର୍ଯ୍ୟନ୍ତ ଡିଏସ୍ କନ୍ଫେକ୍ସନ୍ ମିଂଟ, କୋଲା ଏବଂ ଟୁଟି ଫ୍ରୁଟି ଆଦି ସ୍ୱାଦ ବିଭିନ୍ନ ପ୍ରକାର ବିକଳ୍ପରେ ଉପଲବ୍ଧ ହେଉଛି ଯାହା ସବୁଠାରୁ ଆକର୍ଷକ ଅଭିନବ ସ୍ୱାଦ ପ୍ରଦାନ କରିଥାଏ ।

Share in top social networks!