ହିରୋମୋଟା କର୍ପ ପକ୍ଷରୁ ଡକାର ର୍ୟାଲି-୨୦୧୮ ପୂର୍ବରୁ ମିଲାନଠାରେ ‘ଦି ଇଆଇସିଏମ୍ଏ-୨୦୧୭’ରେ ଏକ୍ସପଲ୍ସ୍ ମୋଟରସାଇକେଲର ୱାର୍ଲ୍ଡ ପ୍ରିମିୟର ସମ୍ପନ୍ନ

Hero Xpulse concept at EICMA 2017 in Milanହିରୋ ମୋଟୋ କର୍ପ ଲିଃ. ପକ୍ଷରୁ ଏହା ବହୁପ୍ରତିକ୍ଷୀତ ଏକ୍ସପଲ୍ସ୍ ମୋଟର ସାଇକେଲର ଡ୍ୱାର୍ଲ୍ଡ ପି୍ରମିୟର ଇଟାଲୀର ମିଲାନର ଇଆଇସିଏମ୍ଏରେ କରିଛି ।

ଡକାର ର୍ୟାଲି-୨୦୧୮ରେ ହିରୋମୋଟା ସ୍ପୋର୍ଟସ୍ ଟିମ୍ ର୍ୟାଲି ପାଇଲଟ୍ମାନେ ଏହା ଚଳାଇବେ ।

ଏହି ଅବସରରେ ହିରୋମୋଟା କର୍ପ ଲିଃ.ର ଅଧ୍ୟକ୍ଷ, ପରିଚାଳନା ନିଦେ୍ର୍ଧଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପୱନ ମୁଞ୍ଜଲ୍ କହିଲେ, “ ଚଳିତ ବର୍ଷ ହିରୋମୋଟୋ କର୍ପ ବିଶ୍ୱର ୩୫ଟି ରାଷ୍ଟ୍ରରେ ଏହାର କାରବାର ଏବଂ ନିର୍ମାଣ ସୁବିଧା ଜାରି ରଖିଛି । ଆଗାମୀ ଦିନରେ ଏହାର ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିବ । ଗ୍ରାହକ ସନ୍ତୁଷ୍ଟିକୁ କମ୍ପାନୀ ପ୍ରାଧାନ୍ୟ ଦେଇଥାଏ । ଏକ୍ସପଲ୍ସ୍ ମୋଟରସାଇକେଲ ଗ୍ରାହକଙ୍କୁ ଦୁଃଶାହାସିକ ରାଇଡ୍ର ଅଭିଜ୍ଞତା ପ୍ରଦାନ କରିବ । ବିଶ୍ୱ ବଜାରକୁ ଦୃଷ୍ଟିରେ ରଖି କମ୍ପାନୀ ଏହାର ଉପôାଦ ପ୍ରସ୍ତୁତିରେ ନୂତନତ୍ୱ ଆଣିବାର ପ୍ରୟାସ ଜାରି ରଖିଛି ।
ଆମ ମୋଟରସ୍ପୋର୍ଟସ୍ ଟିମ୍ ନେଇ ଆମେ ବେଶ୍ ଆଶାବାଦୀ । ଡକାର-୨୦୧୮ରେ ହିରୋମୋଟୋ ସ୍ପୋର୍ଟସ୍ ଟିମ୍ ର୍ୟାଲି ଉଲ୍ଲେଖନୀୟ ପ୍ରଦର୍ଶନ କରିବାର ଆଶା ରହିଛି ।”

ଗତ ସିଜିନ୍ରେ ହିରୋମୋଯା ସ୍ପୋର୍ଟସ୍ ଟିମ୍ ର୍ୟାଲି ୧୦୦ପ୍ରତିଶତ ଭଲ ପ୍ରଦର୍ଶନ କରିଥିବାବେଳେ ଡକାର ର୍ୟାଲି-୨୦୧୮ ପାଇଁ ଟିମ୍ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଟିମ୍ ର୍ୟାଲି ସଦସ୍ୟ ଜ୍ୟାକ୍ୱିମ୍ ରୋଡ୍ରଗ୍ୱିସ୍ ଏବଂ ସିଏସ୍ ସନ୍ତୋଷ ଓଲିବିୟେ ର୍ୟାଲିରେ ଭଲ ପ୍ରଦର୍ଶନ କରଛନ୍ତି । ୨୦୧୭ ଡକାର ର୍ୟାଲିରେ ଜ୍ୟାକ୍ୱିମ୍ ରୋଡ୍ରଗ୍ୱିସ୍ ୧୨ ତମ ସ୍ଥାନ ହାସଲ କରିଥିଲେ । ଅଗାମୀ ର୍ୟାଲିରେ ଟିମ୍ ପକ୍ଷରୁ ୩ଜଣ ରାଇଡର ଯୋଗଦେବେ । ଜ୍ୟାକ୍ୱିମ୍ ରୋଡ୍ରଗ୍ୱିସ୍,ସିଏସ୍ ସନ୍ତୋଷ ଏବଂ ସ୍ପେନ୍ର ଓରିଏଲ୍ ମିନା ଡକାର ର୍ୟାଲି-୨୦୧୮ରେ ଅଂଶଗ୍ରହଣ କରିବେ ।

Share in top social networks!