୮ ହଜାର କଳିଙ୍ଗ ସୈନିକଙ୍କୁ ନେଇ କଳିଙ୍ଗ ସେନାର ସପ୍ତଦଶ ପ୍ରତିÂା ଦିବସ ପାଳିତ

13 ଓଡିଶାର ବିକାଶକୁ କେବଳ ଛୋଟ ଛୋଟ ଆଂଚଳିକ ରାଜନୈତିକ ଦଳ ହିଁ ଭଗୀରଥ ଭଳି ଆଗକୁ ନେଇପାରିବେ । ଏଥିପାଇଁ ଜନ ସାଧାରଣଙ୍କ ସହଯୋଗ ଲୋଡା । ସଦାସର୍ବଦା ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଲଢେଇ କରି ଆସୁଥିବା କଳିଙ୍ଗସେନା ହିଁ ଓଡିଶା ଓ ଓଡିଶାବାସୀଙ୍କ ସ୍ୱାର୍ଥର ସୁରକ୍ଷା କରିପାରିବ ବୋଲି ଆଜି କଳିଙ୍ଗ ସେନାର ସପ୍ତଦଶ ପ୍ରତିÂା ଦିବସ ଅବସରରେ ସେନା ସୁପ୍ରିମୋ ହେମନ୍ତ ରଥ ମତବ୍ୟକ୍ତ କରଥିଲେ । ଶ୍ରୀରଥ କହିଥିଲେ, ଓଡିଶାର ୪ କୋଟି ୨୫ ଲକ୍ଷ ଜନସଂଖ୍ୟା ଥିଲା ବେଳେ ସେଥିରୁ ୪୦ ଭାଗ, ଅର୍ଥାତ୍ କୋଟିଏ ୬୦ ଲକ୍ଷ ଯୁବକ ରହିଛନ୍ତି । ଓଡିଶାର ବଡ ବଡ କମ୍ପାନୀରେ ଏହି ଯୁବକମାନଙ୍କୁ ନିଯୁକ୍ତି ଦିଆଯାଉନି । ତା ପ୍ରତିବଦଳରେ ଅଣଓଡିଆମାନେ ନିଯୁକ୍ତି ପାଉଛନ୍ତି । ଠିକାଦାର କାମ ମଧ୍ୟ ଏହି ଅଣଓଡିଆମାନେ କରୁଛନ୍ତି । ତେଣୁ ଆଗାମୀ ଦିନରେ ଓଡିଶାର ୧ କୋଟି ୬୦ ଲକ୍ଷ ଯୁବକଙ୍କ ମନରେ ଏକ ଉଗ୍ର ଆଂଚଳିକ ମନୋଭାବ ସୃଷ୍ଟି କରିବାକୁ ପଡିବ । ତେବେ ଯାଇ ବଡ ବଡ ଉଦ୍ୟୋଗ, କର୍ପୋରେଟ୍ ସଂସ୍ଥା ସାବାଡ ହେବେ ।

କଳିଙ୍ଗସେନାର ସପ୍ତଦଶ ପ୍ରତିÂା ଦିବସ ଅବସରରେ ଏଭଳି ମତପ୍ରକାଶ ପାଇଛି । ବକ୍ତାମାନେ କହିଛନ୍ତି ଯେ ଗତ କିଛିବର୍ଷ ଧରି ଦେଶବାସୀ ଆଂଚଳିକ ଦଳ ଉପରେ ଭରସା କରିଆସୁଛନ୍ତି । ଆମ ରାଜ୍ୟରେ ମଧ୍ୟ ସେଭଳି ଘଟୁଛି । ହେଲେ ଦୀର୍ଘଦିନ କ୍ଷମତାରେ ରହିଲେ ଗୋଟିଏ ଆଂଚଳିକ ଦଳ ଗଢିଥିବା ସରକାରରେ କିଭଳି ଅପାରଗତା ଓ ଭ୍ରଷ୍ଟ୍ରାଚାର ବୃଦ୍ଧିପାଏ ତାହା ଏବେ ଓଡିଶାବାସୀ ବୁଝୁଛନ୍ତି । ସରକାରଙ୍କ ଅପାରଗତାରୁ କୃଷିପ୍ରଧାନ ରାଜ୍ୟ କୁହାଯାଉଥିବା ଓଡିଶାର ଧାନକିଆରିରେ ଏବେ ନିଆଁ ଜଳୁଛି । ପଡୋଶୀ ରାଜ୍ୟମାନେ ପୋଲାଭରମ ଓ କଲମା ଭଳି ବ୍ୟାରେଜ ତିଆରି କରୁଛନ୍ତି । କେନ୍ଦ୍ର ସରକାର ଓଡିଶାକୁ ଅଣଦେଖା କରୁଛନ୍ତି । କଳିଙ୍ଗସେନା ଦୀର୍ଘଦିନ ଧରି ରାଜ୍ୟର ବେକାର ଯୁବକ ଯୁବତୀମାନଙ୍କୁ ରାଜ୍ୟ ଭିତରେ ଥିବା କଳକାରଖାନାରେ ଅଧିକ ସଂଖ୍ୟାରେ ନିଯୁକ୍ତି ଦେବାକୁ ଦାବି କରୁଥିବାବେଳେ ତାହା ହେଉନାହିଁ । ଶିକ୍ଷା ଠାରୁ ସ୍ୱାସ୍ଥ୍ୟସେବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଯାହା ପ୍ରଚାର ହେଉଛି ତାହା କାମରେ ଦେଖିବାକୁ ମିଳୁନାହିଁ । ରାଜ୍ୟରେ ଥିବା ଦୁଇ ଜାତୀୟଦଳ ମଧ୍ୟ ସରକାରଙ୍କ ଅପାରଗତାକୁ ଠିକଣାଭାବେ ପଦାରେ ପକାଇ ପାରୁନାହାନ୍ତି । ସେମାନଙ୍କ ବଳ ପାଇ ପଡୋଶୀ ରାଜ୍ୟ ଓ କେନ୍ଦ୍ର ସରକାର ଓଡିଶାକୁ ଅଣଦେଖା କରୁଛନ୍ତି । ଗୋଟିଏ ଆଂଚଳିକ ରାଜନୈତିକଦଳ ଭାବେ କଳିଙ୍ଗସେନା ସର୍ବଦା ଓଡିଶାବାସୀ ବିଶେଷକରି ରାଜ୍ୟର ଯୁବକ ଯୁବତୀଙ୍କ ସହିତ ରହିଛି । ଆଗାମୀ ଦିନରେ ରାଜ୍ୟର ବେକାରମାନଙ୍କୁ କିଭଳି ଅଧିକ ସଂଖ୍ୟାରେ ନିଯୁକ୍ତି ଦିଆଯିବ ତାହା ଉପରେ ଜୋର ଦିଆଯାଉଛି ।

ସଭା ପ୍ରାରମ୍ଭରୁ ବରଗଡ କଂସ ମହାରାଜା ସୁଶୀଲ ମେହେରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ମହାରାଷ୍ଟ୍ରର ପୂର୍ବତନ ଡିଜି ଅରୁପ ପଟ୍ଟନାୟକଙ୍କୁ ‘କଳିଙ୍ଗ ରତ୍ନ’ ଉପାଧିରେ ସମ୍ମାନିତ କରାଯାଇଥିବା ବେଳେ ବରଗଡ ଜିଲ୍ଲାର କଂସ ମହାରାଜା ସୁଶୀଲ କୁମାର ମେହେର, ଡ. ବିଭୁ ସନ୍ତୋଷ ବେହେରା, ଡଃ. ଧୀରେନ୍ କୁମାର ମହାନ୍ତି, ଇଂ.ପ୍ରଦୀପ୍ତ କୁମାର ଶତପଥୀ, ଅନୀଲ କୁମାର ଦୀକ୍ଷିତ, ବସନ୍ତ ଖିଲର (ଦିଶା ସଂଗଠନ), ଜ୍ଞାନ ପାଣି, ବ୍ରଜେଶ୍ ସେନାପତି, ନିରଞ୍ଜନ ମହାନ୍ତ, ଅବ୍ଦୁଲ କୟୁମ୍ ଖାନ, ରାଜ୍ୟ ସଂସ୍କୃତି ସୁରକ୍ଷା ମଂଚ, ସରପଂଚ ମହାସଂଘର ସଭାପତି ଦିଗମ୍ବର ଜେନା, ଡଃ. ତ୍ରିଲୋଚନ ଖୁଂଟିଆ ପ୍ରମୁଖଙ୍କୁ ସମ୍ମାନୀତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରୁଥିବା କୁନି କୁନି ପିଲାଙ୍କୁ ମଧ୍ୟ ସମ୍ମାନିତ କରାଗଲା । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ଉସôବକୁ ଉଦ୍ଘାଟନ କରିଥବା ବେଳେ ମୁଖ୍ୟ ଅତିଥି ଭାବେ ସମୃଦ୍ଧ ଓଡିଶାର ସଭାପତି ଜତୀଶ ମହାନ୍ତି ଯୋଗ ଦେଇଥିଲେ । ସେନାର ସାଧାରଣ ସମ୍ପାଦକ ସବ୍ୟସାଚୀ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସାଧାଣ ସମ୍ପାଦକ ଜଗବନ୍ଧୁ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ବୈକୁଣ୍ଠ ଧଙ୍ଗଡା ମାଝି, ହୃଷିକେଷ ସେନାପତି, ଶିବାଶିଷ ଦାଶ, ନିହାର ପାଣି, ଅମରେଶ ରାଉତ, ଅବ୍ଦୁଲ୍ କଇମ୍ ଖାନ୍, ରମେଶ ପଣ୍ଡା, ନିରଞ୍ଜନ ମହାନ୍ତ, ଋଷିବର ମହାନ୍ତ ପ୍ରମୁଖ ୨୨ଟି ଜିଲ୍ଲା ସଭାପତି ପ୍ରତିÂା ଦିବସରେ ଯୋଗ ଦେଇଥିଲେ ।

Share in top social networks!