ରେନଲ୍ଟ ପକ୍ଷରୁ ଷ୍ଟାଇଲିସ୍ ରେନଲ୍ଟ କ୍ୟାପଚର୍ର ବଜାର ପ୍ରବେଶ

From R-L-Mr
ରେନାଲ୍ଟ ପକ୍ଷରୁ ଭାରତରେ ଏହାର ବହୁପ୍ରତିକ୍ଷୀତ ଷ୍ଟାଇଲିସ୍ ଏସୟୁଭି ରେନାଲ୍ଟ କ୍ୟାପଚର୍ର ବଜାର ପ୍ରବେଶ କରାଯାଇଛି । ଏଥିରେ ପ୍ରୋଜେକ୍ଟର ହେଡଲ୍ୟାମ୍ପ୍, ସି-ଆକୃତି ସାଫେୟାର୍, ଏଲଇଡି ଡିଆର୍ଏଲ୍ ଏବଂ ଇଂଟିଗ୍ରେଟେଡ୍ ଅଡିଓ ସିଷ୍ଟମ୍ ପ୍ରଭୃତି ୫୦ରୁ ଅଧିକ ପ୍ରିମିୟମ୍ ଫିଚର ରହିଥିବାବେଳେ ଏହାର ପ୍ରାରମ୍ଭିକ ମୂଲ୍ୟ ୯.୯୯ ଲକ୍ଷ ଟଙ୍କା ରହିଛି ।

ଏହା ୩ଟି ଭ୍ୟାରିଆଂଟ୍ରେ ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ପାୱାରଟ୍ରିନ୍ ଅପସନ୍ରେ ଉପଲବ୍ଧ ହେଉଛି । ଏଥିରେ ଡୁଆଲ୍ ଏୟାରବ୍ୟାଗ୍, ଆଂଟି ଲକ୍-ବ୍ରେକିଂ ସିଷ୍ଟମ୍, ଇଲୋକ୍ଟ୍ରନିକ୍ସ୍ ବ୍ରେକ୍ ଡିଷ୍ଟ୍ରିବୁ୍ୟସନ୍ ଏବଂ ବ୍ରେକ୍ ଆସିଷ୍ଟ୍ ଏବଂ ରିୟର ୱପର ସହିତ ଡେଫଗର ରହିଛି । ଏଥିରେ ୭ ଇଂଚ୍ ଡିସପ୍ଲେ ବିଶିଷ୍ଟ ୟୁଏଲ୍ସି ୩.୦ ମଲ୍ଟିମିଡିଆ ନାଭିଗେସନ୍ ସିଷ୍ଟମ୍ ରହିଛି । ଷ୍ଟିୟରିଂ କଂଟ୍ରୋଲ୍, ବ୍ଲୁଟୁଥ୍, ୟୁଏସ୍ବି ଓ ଅକ୍ସ୍ ଯୁକ୍ତ ଇଂଟିଗ୍ରେଟେଡ୍ ଅଡିଓ ସିଷ୍ଟମ୍, ରିମୋଟ୍ କଂଟ୍ରୋଲ୍ ଲକିଂ ସିଷ୍ଟମ୍ ପ୍ରଭୃତି ବୈଶିଷ୍ଟ୍ୟ ରହିଛି ।

ଏହି ଅବସରରେ ରେନାଲ୍ଟ ଇଣ୍ଡିଆ ଅପରେସନର କଂଟ୍ରି ସିଇଓ ତଥା ପରିଚାଳନା ନିଦେ୍ର୍ଧଶକ ଶ୍ରୀ ସୁମିତ୍ ସାହ୍ୱନେ କହିଲେ, “ରେନାଲ୍ଟର ନୂତନ ଡିଜାଇନିଂ ରେନାଲ୍ଟ କ୍ୟାପଚର୍ ଗ୍ରାହକଙ୍କୁ ବିଶେଷ ପସନ୍ଦ ଆସିବ । ରେନାଲ୍ଟ ଇଣ୍ଡିଆ ବିଶ୍ୱସ୍ତୟରୀୟ ଉପôାଦ ପ୍ରସ୍ତୁତି ଜାରି ରଖିଛି । ଏହାର ପ୍ରିମିୟମ୍ ଏବଂ କ୍ଳାସ୍ ଲିଡିଙ୍ଗ୍ ଫିଚର ଆବଶ୍ୟକ ଗ୍ରାହକ ଅଭିଜ୍ଞତା ଉପଲବ୍ଧ କରାଇବାକୁ ସକ୍ଷମ ହେବ । ଭାରତ ପ୍ରତି ଆମର ଦୀର୍ଘମିଆଦି ପ୍ରତିଶ୍ରୁତିବଦ୍ଧତା ଆଧାରରେ ଆମେ ଆମର ଏସ୍ୟୁଭି ଉପôାଦ ପୋର୍ଟଫୋଲିଓରେ ବିକାଶ କରୁଛୁ । ଗ୍ରାହକଙ୍କ ପସନ୍ଦର ବ୍ରାଣ୍ଡ ଆଧାର, ଅନନ୍ୟ ଏବଂ ଦୃଷ୍ଟାନ୍ତକାରୀ ଗ୍ରାହକ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ନବୀକରଣ ମାର୍କେଟିଂ ପ୍ରୟାସ ଆଧାରରେ କମ୍ପାନୀ କାର୍ଯ୍ୟଧାରା ଜାରି ରଖିଛି ।”

ରେନାଲ୍ଟ କ୍ୟାପଚର୍ ପ୍ଲାଟିନାରେ ଅଲ୍ଟ୍ରା ପ୍ରିମିୟମ୍ ହ୍ୱାଇଟ୍ ଏବଂ ଗୋଲ୍ଡ ଆଭ୍ୟନ୍ତରୀଣ କଲର୍ ରହିଛି । ଏଥିରେ ଇର୍ଗୋ ଡିଜାଇନିଂ ଲେଦର ସିଟ୍ ରହିଛି ଯାହାକି ୬-ୱେ ଆଡଜଷ୍ଟ୍ କରାଯାଇପାରିବ । ରେନାଲ୍ଟର ପେଟ୍ରୋଲ ଭ୍ୟାରିଆଂଟ୍ରେ ୧୬ ଭାଲଭ୍ ୪ ସିଲିଣ୍ଡର ୧.୫ଲିଟର ଏଚ୍-୪-କେ ଇଞ୍ଜିନ୍ ରହିଛି । ଏଥିରେ ୫ ସ୍ପିଡ୍ତ ମାନୁଆଲ୍ ଗିୟର ବକ୍ସ୍ ରହିଛି । ଏହା ଲିଟର ପିଛା ୧୩.୮୭ କିଲୋମିଟର ଦୂରତା ଅତିକ୍ରମ କରିବ । ସେହିପରି ଏହାର ଡିଜେଲ୍ ଭ୍ୟାରିଆଂଟ୍ରେ ୧.୫ ଏଲ୍କେ ଡିଜେଲ୍ ଇଞ୍ଜିନ୍, ୬ ସ୍ପିଡ୍ ମାନୁଆଲ୍ ଗିୟର ବକ୍ସ୍ ପ୍ରଭୃତି ରହିଛି । ଏହାର ପ୍ଳାଟିନା ଭ୍ୟାରିଆଂଟ୍ ଡିଜେଲ୍ ଅପସନ୍ରେ ଉପଲବ୍ଧ ହେଉଛି ।
ଏହାର ପେଟ୍ରୋଲ ଭ୍ୟାରିଆଂଟ୍ରେ କ୍ୟାପଚର୍ ଆରଏକ୍ସଇ, କ୍ୟାପଚର୍ ଆରଏକ୍ସଏଲ୍, କ୍ୟାପଚର୍ ଆର୍ଏକ୍ସଟି ପ୍ରଭୃତି ରହିଛି । ଏସବୁର ମୂଲ୍ୟ ଯଥାକ୍ରମେ ୯,୯୯,୯୯୯ଟଙ୍କା, ୧୧,୦୭, ୯୯୯ଟଙ୍କା, ୧୧, ୬୯,୯୯୯ଟଙ୍କା ରହିଛି । ସେହିପରି ଏହାର ଡିଜେଲ୍ ଭ୍ୟାରିଆଂଟ୍ରେ ଏହି ସବୁ ଭ୍ୟାରିଆଂଟ୍ର ମୂଲ୍ୟ ଯଥାକ୍ରମେ ୧୧.୩୯,୯୯୯ଟଙ୍କା, ୧୨,୪୭,୯୯୯ଟଙ୍କା, ୧୩,୦୯,୯୯୯ଟଙ୍କା ରହିଛି । କ୍ୟାପଚର୍ ପ୍ଳାଟିନା ଡିଜେଲ୍ ଭ୍ୟାରିଆଂଟ୍ର ମୂଲ୍ୟ ୧୩,୮୮,୯୯୯ଟଙ୍କା ରହିଛି ।

ସୂଚନାଯୋଗ୍ୟ,୨୦୧୧ରେ କମ୍ପାନୀର ବିତରଣ ଶାଖା ସଂଖ୍ୟା ୧୪ଥିବାବେଳେ ସମ୍ପ୍ରତି ଏହା ୩୦୦ରେ ପହଂଚିଛି । ୨୦୧୭ ଶେଷ ସୁଦ୍ଧା ଏହା ୩୨୦ରେ ପହଂଚାଇବା ପାଇଁ କମ୍ପାନୀ ପ୍ରୟାସ ଜାରି ରଖିଛି ।

Share in top social networks!