ଛତ୍ରପୁର କାଉନ୍ସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାଅଭିଯୁକ୍ତଙ୍କୁ ଆଶ୍ରୟ ଦେବା ଘଟଣାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓ ଗୋଲଖ ମହାପାତ୍ରଙ୍କ କୁଶପୁତଳିକା ଦାହ – ଛାତ୍ର କଂଗ୍ରେସ

ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାଅଭିଯୁକ୍ତଙ୍କୁ ଆଶ୍ରୟ ଦେବା ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଂପୃକ୍ତି ରହିଛି ବୋଲି ଛାତ୍ର କଂଗ୍ରେସ ଜାତୀୟ ସଂପାଦକ ଶ୍ରୀ ରାଜୀବ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ବିଜେପି ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ରଙ୍କ ଫୋନ କଲ ରେକର୍ଡ ଆଧାରରେ ପୋଲିସର ଯେଉଁ ଅଭିଯୋଗ ରହିଛି ତାହା ତଦନ୍ତ ପରେ ସ୍ପଷ୍ଟ ହୋଇଯିବ । ମାତ୍ର ଧର୍ମେନ୍ଦ୍ର ପ୍ରଧାନଙ୍କ ବିନା ସହଯୋଗରେ ବା ନିଦେ୍ର୍ଧଶରେ ଗୋଲକ ମହାପାତ୍ର ଏହି କାର୍ଯ୍ୟ କରିବାକୁ ସମର୍ଥ ନୁହଁନ୍ତି ।
ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟା ଅଭିଯୁକ୍ତଙ୍କ ସହ ବିଜେପିର ରାଜ୍ୟ ନେତୃତ୍ୱଙ୍କ ସଂପର୍କ ରହିଛି ବୋଲି ଗଣମାଧ୍ୟମରେ ପ୍ରସାରିତ ହୋଇସାରିଛି ।
ବିଜେଡ଼ି ସରକାର ପକ୍ଷରୁ ଏହି ହତ୍ୟା ଷଡ଼ଯନ୍ତ୍ର ପଛରେ ଥିବା ରାଜନୈତିକ ନେତାଙ୍କ ସଂପୃକ୍ତିକୁ ଠିକ୍ ଭାବରେ ଖୁଲାସା କରାଯାଉ ନାହିଁ । କାହା ନିଦେ୍ର୍ଧଶରେ ବିଜେପିର ଗଞ୍ଜାମ ପ୍ରଭାରୀ ଶ୍ରୀ ଗୋଲଖ ମହାପାତ୍ର ଏଭଳି କାର୍ଯ୍ୟ କରିବାକୁ ସାହାସ କରିଛନ୍ତି ତାହାକୁ ସାଧାରଣରେ ପ୍ରକାଶ କରିବାକୁ ବିଜେଡ଼ି ସରକାର ଭୟ କରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷରେ ସିବିଆଇ ଭୟରେ ବା ବିଜେଡ଼ି-ବିଜେପିର ମଧୁଚନ୍ଦ୍ରିକା ପାଇଁ ଧର୍ମେନ୍ଦ୍ରଙ୍କ ବଦଳରେ ଗୋଲକଙ୍କୁ ଲୋକଲୋଚନକୁ ଆଣି ଘଟଣାକୁ ଚପାଇ ଦେବାପାଇଁ ଉଦ୍ୟମ ଚାଲିଛି । ତେବେ କ’ଣ ପାଇଁ ଶ୍ରୀ ମହାପାତ୍ରଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ ହତ୍ୟାକାଣ୍ଡର ତଦନ୍ତକୁ ଚପାଇଦେବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କ କାର୍ଯ୍ୟାଳୟରୁ ବ୍ରହ୍ମପୁର ଏସ୍ପିଙ୍କ ଉପରେ •ପ ପକାଯାଇଛି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଥିବା ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜେଶ ନାୟକ, ଗୋପନ ମାର୍ଥା, ଜଗଦିଶ ଗଜେନ୍ଦ୍ର, ଜିତେନ୍ତ୍ର ମଲ୍ଲିକ, ରତିରଞ୍ଜନ ସାହୁ, ରାକେଶ ବଟୁ, ଆଶିଷ ମାଲୁ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME