ଓଡ଼ିଶା ରେଡ଼କ୍ରସ ପକ୍ଷରୁ ବିନ୍ଦୁସାଗରରେ ବୋଇତ ବନ୍ଦାଣ ଅବସରରେ ସଫେଇ କାର୍ଯ୍ୟକ୍ରମ

DSCN1505
ଭାରତୀୟ ରେଡ଼କ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ଯୁବ ରେଡ଼କ୍ରସ୍ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥ ବିନ୍ଦୁ ସାଗର ଠାରେ ଚନ୍ଦକା କଲେଜ, ଚନ୍ଦକା, ରାଜଧାନୀ କଲେଜ ଭୁବନେଶ୍ୱର, ବିଜେବି କଲେଜ, ଭୁବନେଶ୍ୱର ଓ ରାଜା ମଧୁସୁଦନ ଦେବ କଲେଜ, ପଟିଆ ର ଯୁବ ରେଡ଼କ୍ରସ ସ୍ୱେଚ୍ଛାସେବୀ, ଯୁବ ରେଡ଼କ୍ରସ ପରାମର୍ଶଦାତା ଶ୍ରୀ ସୁରେଶ ମହାନ୍ତି ଏବଂ ରେଡ଼କ୍ରସ ଓଡ଼ିଶାର କର୍ମଚାରୀଙ୍କ ମାନଙ୍କ ଦ୍ୱାରା ଏକ ସଫେଇ କାର୍ଯ୍ୟକ୍ରମ ଅନୁÂିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୫୦ରୁ ଉଦ୍ଧ୍ୱର୍ ସ୍ୱେଚ୍ଛାସେବୀ ଏବଂ ରେଡ଼କ୍ରସ୍ ଓଡିଶାର କର୍ମଚାରୀବୃନ୍ଦ ଯୋଗଦେଇଥିଲେ ।
ଓଡିÿଶାର ପ୍ରାଚୀନ ନୌବାଣିଜ୍ୟ ସଂସ୍କୃତିର ସ୍ମୃତିରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ଓଡିଶା ବାସୀ କଦଳୀ ପଟୁକା ବା ସୋଲରେ ନିର୍ମିତ ଡଙ୍ଗା ନଦୀ/ପୁଷ୍କରିଣୀରେ ଭସାଇଥାନ୍ତି । ଏହାଦ୍ୱାରା ନଦୀ/ପୁଷ୍କରଣୀ ଜଳ ଉସô ପ୍ରଦୁଶିତ ହୋଇଥାଏ । ଏଣୁ ଏହାର ସୁରକ୍ଷା ଅତ୍ୟନ୍ତ ଆବଶ୍ୟକ । ଯୁବ ସମାଜର ମାନସ ପଟରେ ପରିବେଶ ସୁରକ୍ଷାର ସଚେତନତା ସୃଷ୍ଟି କରିବା ତଥା ସୁପ୍ରସିଦ୍ଧ ବିନ୍ଦୁସାଗର ପୁଷ୍କରିଣି ଜଳର ପବିତ୍ରତା ଓ ନିର୍ମଳତାକୁ ବଜାୟ ରଖିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେ୍ଧଶ୍ୟ । ରେଡ଼କ୍ରସ ପକ୍ଷରୁ କରାଯାଇଥିବା ଏହି ସଫେଇ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଂଚଳର ଜନସାଧାରଣ ପ୍ରଶଂସା କରିବା ସହ ଉତ୍ସାହିତ ହୋଇ ସ୍ୱତଃ ସହଯୋଗର ହାତ ବଢ଼ାଇଥିଲେ । ଏହିଭଳି କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ କଲେଜରେ ଯୁବ ରେଡ଼କ୍ରସ୍ ସ୍ୱେଚ୍ଛାସେବୀ ମାଧ୍ୟମରେ ନିକଟତମ ଜଳ ଭଣ୍ଡାର ଗୁଡିକୁ ପରିଷ୍କାର କରିବା ପାଇଁ ହାତକୁ ନିଆଯାଇଛି ।
ଯୁବ ରେଡ଼କ୍ରସ ଅଧିକାରୀ ତଥା ଭାରତୀୟ ରେଡ଼କ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ଯୁଗ୍ମ ସଚିବ ମେଜର ଡ଼ଃ କଳ୍ପନା ଦାସ, ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ ଶ୍ରୀ ଲିଙ୍ଗରାଜ ପଣ୍ଡା ପରିଚାଳନା ରେ ସହଯୋଗ କରିଥିଲେ ।

Share in top social networks!
Powered By Indic IME