ସଂଭାବନାର ଓଡିଆଣୀ ସମିତିର ବୋଇତ ବନ୍ଦାଣ

ପହିଲି ଶୀତର ସଞ୍ଜରେ ଏକାମ୍ର ହାଟରେ ଶୁଭୁଥିଲା ସାତ ଦରିଆ ପାରି ରେ ବୋଇତ ଭାସି ଯା, ଗୋରାପ ଗଡି ଯା, ପୁଣି ଶୁଭୁଥିଲା ହୁଳହୁଳି ଓ ଶଙ୍ଖଧ୍ୱନି । ଭାସି ଆସୁଥିଲା ଚକୁଳି ଓ ଆରିସା ପିଠାର ମହ ମହ ବାସ୍ନା । ତା ସହ ଓଡିଆଣୀଙ୍କ ବେଶଭୂଷାର ଝଲକ । ଏକାମ୍ର ହାଟର କ୍ଷୁଦ୍ର ଜଳାଶୟରେ ଭାସୁଥିବା କଦଳୀ ପାଟୁକା ଓ ସୋଲର ଡଙ୍ଗାମାନେ ମନେ ପକାଇ ଦେଉଥିଲେ ଅତୀତ ଦିନର ସାଧବ ପୁଅର କଥା । ଅବସର ଥିଲା ସଂଭାବନା ଓଡିଆଣୀ ସମିତି ପକ୍ଷରୁ ତୃତୀୟ ବର୍ଷ ପାଇଁ କାର୍ତ୍ତିକ ପୂର୍ଣ୍ଣିମା ସଂଧ୍ୟାରେ ଓଡ଼ିଆ ସମୃଦ୍ଧି ଦିବସ ପାଳନ ଓ ବୋଇତ ବନ୍ଦାଣ ଉସôବ ।
ସଂଭାବନାର ଓଡ଼ିଆ ଭାଷା ସଂସ୍କୃତି ସୁରକ୍ଷା ପାଇଁ ଚାଲିଥିବା ଅଭିଯାନର ଅଂଶ ଭାବେ ଆୟୋଜିତ ହେଉଛି ଏହି ଉସôବ । ଏହି ଅବସରରେ ଶିଶୁ-କିଶୋରଙ୍କୁ ଓଡିଆ ସଂସ୍କୃତି ଓ ପରମ୍ପରା ସହ ପରିଚିତ କରିବା ତଥା ଓଡ଼ିଆ ଭାବେ ଗର୍ବବୋଧ ଜନ୍ମାଇବା ଉଦେ୍ଧଶ୍ୟରେ ଅନୁÂିତ ହୋଇଥିଲା ବୋଇତ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା । ଏହି ପରିପ୍ରେକ୍ଷୀରେ ବୋଇତ ବନ୍ଦାଣ ଓ ଦରିଆ ପାରି ଯାତ୍ରା ସହ ସଂପୃକ୍ତ ବିଷୟ କ୍ରମରେ ସାଧବମାନେ ସଂଗରେ ଖାଦ୍ୟ ପାଇଁ ନେଇ ଯାଉଥିବା ଆରିସା ପିଠା, ସେମାନଙ୍କ ସକୁଶଳ ପ୍ରତ୍ୟାବର୍ତ୍ତନ ମନାସି ହେଉଥିବା ଚକୁଳି ପିଠା ତଥା ବୋଇତ ବନ୍ଦାଣ ବେଳେ ପକାଯାଉଥିବା ହୁଳହୁଳି ଓ ଶଙ୍ଖଧ୍ୱନୀ ତଥା ସାଧବମାନଙ୍କୁ ବିଦାୟ ଦେବାକୁ ବନ୍ଦାପନା କରୁଥିବା ଓଡ଼ିଆଣୀଙ୍କ ବେଶଭୂଷାକୁ ନେଇ ଓଡ଼ିଆଣୀଙ୍କ ମଧ୍ୟରେ ପ୍ରତିଯୋଗିତା ଜରିଆରେ ସେଦିନକୁ ସ୍ମରଣ କରାଯାଇଥିଲା । ସାତ ଦରିଆ ପାରି ସମେତ ଓଡିଶାର ପରମ୍ପରା,ଗ୍ରାମ୍ୟ ଜୀବନ ସହ ଜଡିତ ସଂଗୀତ ପରିବେଷଣରେ ସ୍ୱର ଦେଇଥିଲେ ଗାୟିକା ଛନ୍ଦା ମିଶ୍ର, ସିଦ୍ଧାନ୍ତ ଶତ୍ପଥି ଓ ସୁମେଧା ମିଶ୍ର । ସେହିଭଳି ପାର୍ବତୀ ମହାନ୍ତି,ଅନୁସୂୟା ସାହୁ,ଦିପିକା ରାଓ ଓଡ଼ିଶୀ ନୃତ୍ୟ ପରିବେଷଣ କରିବାକୁ ଯାଇ ପରଷିଥିଲେ ବସନ୍ତ ପଲ୍ଲବୀ ।
ଅତୀତର ନୋ÷÷ବାଣିଜ୍ୟ ପରମ୍ପରାକୁ ସ୍ମରଣ କରି ହେଉଥିବା ଏହି ଉସôବରେ ପ୍ରମୁଖ ଅତିଥି ଭାବେ ଭୁବନେଶ୍ୱର(ଉତ୍ତର)ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଶିଷ୍ଟ ସାହିତି୍ୟକ ଓ ବକ୍ତା ଦାଶ୍ ବେନ୍ହୁର, ଚାଟାର୍ଡ ଆକାଉଣ୍ଟାଣ୍ଟ୍ ରାଜୀବ ଶେଖର ସାହ. ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ର, ୨୦୧୭ ଶ୍ରେÂ ଓଡ଼ିଆଣୀ ଶ୍ରୀମତୀ ମଧୁସ୍ମିତା ଦାସ ଓ ସଂଭାବନା ଓଡିଆଣୀ ସମିତିର ସଂଯୋଜିକା ଶ୍ରୀମତୀ ସୋ÷÷ଦାମିନୀ ସାମଲ ପ୍ରମୁଖ ଯୋଗ ଦେଇଥିଲେ । ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତିଙ୍କ ପରିଚାଳନାରେ ଅନୁÂିତ ଏହି ଉସôବର ପୃÂଭୂମି ସଂପର୍କରେ ସଂପାଦକ ଦେବ ପ୍ରସାଦ ପରିଜା ସୂଚନା ଦେଇଥିବା ବେଳେ ଓଡିଆଣୀ ତନ୍ଦ୍ରଳସା ଦାସ ଅତିଥି ଆମନ୍ତ୍ରଣ କରିଥିଲେ । ପୂର୍ବତନ ଶ୍ରେÂ ଓଡ଼ିଆଣୀ ବାସନ୍ତୀ ପଟ୍ଟନାୟକ, ନିବେଦିତା ମଲ୍ଲିକ,ନିରୁପମା ଦାଶ, ଲୋରିସ୍ନା ବିଶ୍ୱାଳ, ସ୍ନେହାଞ୍ଜଳି ଦାସ, ଡ.ସୁଜାତା ମହାନ୍ତି, ବିଜୟ ଲକ୍ଷ୍ମୀ ସା, ସ୍ୱୟଂପ୍ରଭା ସାହୁ. ଓଡ଼ିଆଣୀ ସୋ÷÷ଭାଗ୍ୟଲକ୍ଷ୍ମୀ ମହାନ୍ତି, ବିଦୁଲତା ସ୍ୱାଇଁ, ତନୁଶ୍ରୀ ମହାନ୍ତି, ମିନତୀ ପ୍ରଭା ଦାସ, ଅମ୍ବିକା ଆଚାର୍ଯ୍ୟ, ମୀନା ପାଣିଗ୍ରାହୀ, ପଦ୍ମାଳୟା ଶତ୍ପଥି,ନିହାରିକା ମହାପାତ୍ର, ଶୁଭଶ୍ରୀ ସିଂ, ରେଖା ସାହୁ, କାଦମ୍ବିନୀ ପାଲ, ନିବେଦିତା ମିଶ୍ର, ଗୀତା ପଟ୍ଟନାୟକ,୨୦୧୭ର ସହ ଶ୍ରେÂ ଓଡ଼ିଆଣୀ ପ୍ରତିଭା ପ୍ରୀତି, ମଧୁସ୍ମିତା ଶା, ଜ୍ୟୋସ୍ନା ପତ୍ରୀ, ରଶ୍ମୀ ସାହୁ, ନିବେଦିତା ମହାନ୍ତି, ପ୍ରତୀକ୍ଷା ମହାନ୍ତି, ସବିତା ଦାସ, ସଂଧ୍ୟାରାଣୀ ସିଂ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତା ବିଚାରକ ଭାବେ ଉପସ୍ଥିତ ଥିଲେ ଆର୍ଯ୍ୟା ପାଣିଗ୍ରାହୀ,ଚିନ୍ତାମଣି ବିଶ୍ୱାଳ ଓ ପଞ୍ଚାନନ ସାମଲ ।

Share in top social networks!