ଇଣ୍ଡିଆ ଗେଟରେ ଓଡ଼ିଆ ପୁଅର ପଞ୍ଚଦଶତମ ବୋଇତ ବନ୍ଦାଣ ଉତ୍ସବ; ଶତାଧିକ ଅଣ ଓଡ଼ିଆ ଏବଂ ବିଦେଶୀ ଭସାଇଲେ ଓଡ଼ିଆଙ୍କ ବୋଇତ

odia pua boita bandan -2017 ନୂଆଦିଲ୍ଲୀର ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ତଥା ୱେବ ସଂବାଦ ପତ୍ର “ଓଡ଼ିଆ ପୁଅ” ତରଫରୁ ପଞ୍ଚଦଶ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପାରଂପରିକ ରୀତିରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଶିତୁଆ ମାଛି ଅନ୍ଧାରରେ ଶତାଧିକ ଓଡ଼ିଆ ଯୋଗଦେଇ ଓଡ଼ିଆ ସ୍ୱାଭିମାନର ପ୍ରତୀକ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଥିଲେ। ଓଡ଼ିଆ ପୁଅ ଝିଅମାନେ ସାଧବ ପୁଅ ଏବଂ ସାଧବ ବୋହୂ ବେଶ ଧାରଣ କରିଥିଲେ। ସାଧବାଣୀମାନେ ବୋଇତ ବନ୍ଦାପନା କରିବା ପରେ ବୋଇତରେ ସାଧବ ପୁଅମାନେ ବୋଇତରେ ବସି ଯାତ୍ରା କରିଥିଲେ। ପାରଂପରିକ ରୀତିରେ ଏହି ଉତ୍ସବ ଇଣ୍ଡିଆ ଗେଟ୍ ସ୍ଥିତ ବୋଟ କ୍ଲବଠାରେ ଅନୁଷ୍ଠିତ ହୋଇଥିଲା।
boita op
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ପ୍ରଶାସକ ତଥା ପୂର୍ବତନ ଶିକ୍ଷା ସଚିବ ଅରୁଣ କୁମାର ରଥ ଯୋଗଦେଇଥିଲେ। ବିଶେଷକରି ପଞ୍ଚଦଶତମ ବୋଇତ ବନ୍ଦାଣ ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲାଯେ, ଅଣ ଓଡ଼ିଆଙ୍କ ମହଲରେ ବୋଇତ ବନ୍ଦାଣ ଉତ୍ସବର ବିଶେଷତ୍ତ୍ୱ ଜଣାଇବା। ତେଣୁ ଓଡ଼ିଆ ପୁଅର ପ୍ରୟାସରେ ଶତାଧିକ ଅଣ ଓଡ଼ିଆଙ୍କ ସହ ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ବୋଇତ ବନ୍ଦାଣ କରିଥିଲେ।

Share in top social networks!