ବାଲିଯାତ୍ରାରେ ତୈଳ ଏବଂ ଗ୍ୟାସ ପାଭିଲିଅନ

Oil & Gas Industry Pavilion at Bali Yatra (6)
ଆଜି ଅପରାହ୍ନ ୩ ଘଟିକା ସମୟରେ ଓଡ଼ିଶାର ଐତିହାସିକ ବାଲିଯାତ୍ରା ପଡ଼ିଆର ବାରବାଟୀ ଷ୍ଟାଡିୟମ ସମ୍ମୁଖସ୍ଥ ହର୍ସଗେଟ୍ ନିକଟରେ ତୈଳ ଉଦ୍ୟୋଗ ଏବଂ ଗ୍ୟାସ କମ୍ପାନୀଗୁଡ଼ିକ ମିଳିତ ଭାବେ ଷ୍ଟଲ ନଂ ୟୁ-୪୫ରେ “ତୈଳ ଏବଂ ଗ୍ୟାସ ପାଭିଲିଅନ” ଆୟୋଜିତ କରିଛନ୍ତି । ଏହି ପାଭିଲିଅନକୁ ଇଣ୍ଡିଆନ୍ ଅଏଲର ମୁଖ୍ୟ ମହାପ୍ରବନ୍ଧକ (ଓଡ଼ିଶା) ଶ୍ରୀ ପ୍ରିତୀଶ ଭରତ, ଏଚ୍ପିସିଏଲ ଆଂଚଳିକ କଲିକତା କାର୍ଯ୍ୟାଳୟର ମୁଖ୍ୟ ମହାପ୍ରବନ୍ଧକ (ରିଟେଲ) ଶ୍ରୀ ଆଲୋକ ଗୁପ୍ତାଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଛନ୍ତି । ଶ୍ରୀ ରାଜୀବ ଦତା, ମୁଖ୍ୟ ମହାପ୍ରବନ୍ଧକ, ବିପିସିଏଲ, କୋଲକାତା, ଗେଲ୍ର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ସଞ୍ଜୀବ ପାଠକ ମଧ୍ୟ ଏହି ଉଦ୍ଘାଟନୀ ସମାରୋହରେ ଉପସ୍ଥିତ ଥିଲେ ।
ଏହି ପାଭିଲିଅନରେ ଓଡ଼ିଶାରେ ବିଭିନ୍ନ ତୈଳ ଏବଂ ଗ୍ୟାସ କମ୍ପାନୀ ଯେପିରିକି ଆଇଓସିଏଲ, ପାରାଦୀପ ରିଫାଇନାରୀ, ରାଉରକେଲାର ଆଭିଏସନ ଫୁଏଲ ଷ୍ଟେସନ, ବିପିଏଲ ପରିବାରକୁ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ଅନ୍ତର୍ଗତ ଏଲ୍ପିଜି ଯୋଗାଣ ଏବଂ କମ୍ପାନୀଗୁଡ଼ିକର ଅନ୍ୟାନ୍ୟ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେଉଛି । ଓଡ଼ିଶାରେ ପ୍ରସ୍ତାବିତ ତଥା କାର୍ଯ୍ୟକାରୀ ପ୍ରକଳ୍ପ ସହିତ ଝାରସୁଗୁଡ଼ାରେ ଆଇଓସିଏଲ ମାର୍କେଟିଙ୍ଗ୍ ଟର୍ମିନାଲ, ଆଇଓସିଏଲ ପିଏଚ୍ଡି ଏଲ୍ପିଜି ପାଇପଲାଇନ, ଆଇଓସିଏଲ ପିଏଚ୍ବି ଅଶୋଧିତ ପାଇପଲାଇନ, ଗେଲ ଜେଏଚ୍ବିଡି ପ୍ରାକୃତିକ ଗ୍ୟାସ ପାଇପଲାଇନ, ଧାମରାସ୍ଥିତ ଏଲ୍ଏନ୍ଜି ଟର୍ମିନାଲ, ଆଇଓସିଏଲ୍ ପାରାଦୀପ ରିଫାଇନେରୀ ପେଟ୍ରୋକେମିକାଲ୍ସ ଭଳି ପ୍ରକଳ୍ପଗୁଡ଼ିକୁ ଏବଂ ଏ ସଂପର୍କିତ ତଥ୍ୟ ମଧ୍ୟ ପ୍ରଦର୍ଶିତ କରାଯାଉଛି ।

Share in top social networks!
Powered By Indic IME