ଓ୍ୱାର୍ଲଡ଼୍ ଫୁଡ଼୍ ଇଣ୍ଡିଆ-୨୦୧୭ରେ ଯୋଗଦେବା ପାଇଁ ମନ୍ତ୍ରୀ ଶ୍ରୀ ସାମଲଙ୍କ ଦିଲ୍ଲୀଗସ୍ତ

ଆଜି ମହିଳା ଓ ଶିଶୁବିକାଶ, ମିଶନ ଶକ୍ତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଏମ୍ଏସ୍ଏମ୍ଇ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧ# ଭାବେ ନଭେମ୍ବର ୩ ତାରିଖରେ ଆରମ୍ଭ ହେଉଥ#ବା ଓ୍ୱାର୍ଲଡ଼୍ ଫୁଡ଼୍ ଇଣ୍ଡିଆ-୨୦୧୭ ମେଳାରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଯାତ୍ରା କରିଛନ୍ତିା ଓଡ଼ିଶାରେ ମେଗା ଫୁର୍ଡ ପାର୍କ ସ୍ଥାପନ ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ନିୟମରେ କୋହଳ କରିବା ପାଇଁ ଖାଦ୍ୟପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରାଳୟ ଦାୟିତ୍ୱରେ ଥ#ବା ମନ୍ତ୍ରୀ ଓ ଶାସନ ସଚିବଙ୍କ ସହିତ ସେ ଆଲୋଚନା କରିବୋ ଏହା ଛଡ଼ା କୋଲକାତା ସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ପ୍ୟାକେଜିଂର ସହଯୋଗରେ ଓଡ଼ିଶାରେ ଏକ ପ୍ୟାକେଜିଂ କେନ୍ଦ୍ର ସ୍ଥାପନ ପାଇଁ ମଧ୍ୟ ଦାବି ଉପସ୍ଥାପନ କରିବୋ ନୂଆଦିଲ୍ଲୀରେ ରହଣି ସମୟରେ ଅଖ#ଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାକୁ ଯାଇ ସେଠାରେ ଚିକିତ୍ସିତ ହେଉଥ#ବା ଜଗାବଳିଆଙ୍କର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ବୁଝିବୋ
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ଏକ ଫୋକସ ରାଜ୍ୟ ଭାବେ ପ୍ରଥମ ଥର ଆୟୋଜିତ ହେଉଥ#ବା ଓ୍ୱାର୍ଲଡ୍ ଫୁଡ୍ ଇଣ୍ଡିଆ-୨୦୧୭ରେ ଅଂଶଗ୍ରହଣ କରୁଛିା ନଭେମ୍ବର ୩ରୁ ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥ#ବା ଏହି ବୃହତ୍ ଆନ୍ତର୍ଜାତିକ ଖାଦ୍ୟମେଳାରେ ୩୦ଟି ଦେଶର ୨୦୦ରୁ ଅ#କ ବିଶ୍ୱସ୍ତରୀୟ କମ୍ପାନୀ ଏବଂ ୪୧ ଜଣ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧ#କାରୀ ଅଂଶଗ୍ରହଣ କରିବୋ ଏଥ# ସହ ୨୧ଟି ମନ୍ତ୍ରୀସ୍ତରୀୟ/ବ୍ୟବସାୟିକ ପ୍ରତିନିଧ# ଯୋଗଦେବୋ ଓଡ଼ିଶା ୧୨ଟି ଷ୍ଟଲ୍ ବିଶିଷ୍ଟ ନିଜର ଏକ ପାଭିଲିୟନ୍ ମାଧ୍ୟମରେ ରାଜ୍ୟର ପ୍ରକ୍ରିୟାକୃତ ଖାଦ୍ୟ ଯଥା ମସଲା, କାଜୁ, ମିଷ୍ଟାନ୍ନ, ସାମୁଦି୍ରକ ଖାଦ୍ୟ ଆଦି ପ୍ରଦର୍ଶିତ କରିବା ନଭେମ୍ବର ୩ ତାରିଖରେ ବିଜ୍ଞାନ ଭବନରେ “ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ସମ୍ଭାବନା’ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ଏଥ#ରେ ମନ୍ତ୍ରୀ ଶ୍ରୀ ସାମଲ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛିା ଏହି ଅବସରରେ ରାଜ୍ୟର ବ୍ୟବସାୟିକ ପ୍ରତିନିଧ#ମାନେ ଅନ୍ୟ ରାଜ୍ୟ ତଥା ଦେଶର ପୁଞ୍ଜିନିବେଶକାରୀ ଓ ଉଦ୍ୟୋଗୀଙ୍କ ସହିତ ବ୍ୟବସାୟିକ ସମ୍ଭାବନା ସଂପର୍କରେ ପ୍ରତ୍ୟକ୍ଷ ଭାବେ ଆଲୋଚନା କରିବୋ ଏହି ମେଗା ଇଭେଣ୍ଟରେ ଓଡ଼ିଶାରୁ ଉତ୍କଳ ଚ୍ୟାମ୍ବର ଅଫ୍ କମର୍ସ, ଏମ୍ଆଇଟିଏସ୍ ମେଗା ଫୁଡ୍ ପାର୍କ, କେସ୍ୟୁ ପ୍ରୋସେସରସ୍ ଆସୋସିଏସନ୍, ଓମ୍ଫେଡ଼୍, ମିáମନ୍ତ୍ରା ପ୍ରା.ଲି., ଇଣ୍ଡୋ-ନିସିନ୍ ଫୁଡ୍ ଲି., ପ୍ୟାରିସ୍ ବେକେରୀ, କସମ୍ ଏବଂ ଅନେକ ଉଦ୍ୟୋଗୀ ବ୍ୟବସାୟିକ ପ୍ରତିନିଧ#/ଉଦ୍ୟୋଗୀ ଭାବେ ଯୋଗଦାନ କରି ସେମାନଙ୍କର ପ୍ରକ୍ରିୟାକୃତ ଖାଦ୍ୟସାମଗ୍ରୀ ପ୍ରଦର୍ଶିତ କରିବୋ

Share in top social networks!
Powered By Indic IME