ନାବାଳିକାକୁ ଉଦ୍ଧାର କଲା ଚାଇଲ୍ଡଲାଇନ୍‍

ନାବାଳିକାକୁ ଉଦ୍ଧାର କଲା ଚାଇଲ୍ଡଲାଇନ୍‍
ଡାକ୍ତରଙ୍କ ଦ୍ୱାରା ନିର୍ଯାତନାର ଶୀକାର ହୋଇଥିବା ଜଣେ ୧୩ ବର୍ଷିୟ ନାବାଳକାକୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ୍‍ ଓ ଖଣ୍ଡଗିରି ଥାନା ପୁଲିସ । ଏଭଳି ଅଭାବନୀୟ ଘଟଣା ଘଟିଛି ଜାଗମରା ଅଞ୍ଚଳରେ । ଉଦ୍ଧାର ହୋଇଥିବା ନାବାଳିକଙ୍କ ଘର ଝାଡଖଣ୍ଡ ତେଲକୋଇର ବୋଲି ଜଣାପଡିଛି । ଡାକ୍ତର ଜଣଙ୍କ ନାବାଳିକାକୁ ଦୀର୍ଘ ଦିନ ଧରି ନିର୍ଯାତନା ଦେଇ ଆସୁଥିଲେ । ପଡୋଶୀମାନେ ଏନେଇ ଚାଇଲ୍ଡ ଲାଇନ୍‍କୁ ଖବର ଦେବା ପରେ ନାବାଳିକାକୁ ଉଦ୍ଧାର କରାଯାଇଛି । ଏନେଇ ଆମେ ଡାକ୍ତରଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା ।
ସୂଚନାଯୋଗ୍ୟଯେ, ଖଣ୍ଡଗିରି ଥାନା ଜାଗମରାରେ ରୁହନ୍ତି ଡକ୍ଟର ପି.କେ ସାହୁ । ଶ୍ରୀ ସାହୁଙ୍କ ଘରେ ଝାଡଖଣ୍ଡ ତେଲକୋରିର ଅତି ଗରୀବ ଶ୍ରେଣୀର ଗୋଟିଏ ପରିବାର କାମ କରୁଥିଲେ । ଦୀର୍ଘ ଦିନ ଧରି କାମ କରିବା ପରେ ଡାକ୍ତରଙ୍କ ପାଖରେ ନାବାଳିକା ଝିଅକୁ ଛାଡି ପରିବାର ଲୋକେ ପଳାଇଥିଲେ । କିଛି ଦିନ ପରେ ନାବାଳିକାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା । ଏପଟେ ଡାକ୍ତର ନାବାଳିକାକୁ ଛାଡିବାକୁ ରାଜି ନଥିଲେ । କିଛି ଦିନ ପରେ ଡାକ୍ତରଙ୍କ ଦୁଇଟି ଜାଁଳା ସନ୍ତାନ ହୋଇଥିଲେ । ସନ୍ତାନମାନଙ୍କ ରକ୍ଷଣାବେକ୍ଷଣ କରୁଥିଲେ ନାବାଳିକା । ଗତ କିଛି ଦିନ ହେବ ନାବାଳିକାକୁ ଡାକ୍ତର ଓ ତାଙ୍କ ସ୍ତ୍ରୀ ନିର୍ଯାତନା ଦେଉଥିଲେ । ଏହି ଘଟଣା ପଡୋଶୀମାନେ ଜାଣିବା ପରେ ଚାଇଲ୍ଡ ଲାଇନ୍‍କୁ ଖବର ଦେଇଥିଲେ । ଗୁରୁବାର ଦିନ ଚାଇଲ୍ଡ ଲାଇନ୍‍ ଓ ଖଣ୍ଡଗିରି ପୁଲିସ ସହାୟତାରେ ନାବାଳିକାକୁ ଉଦ୍ଧାର କରାଯାଇଛି । ବର୍ଷ ବର୍ଷ ଧରି ନାବାଳିକକୁ ନିର୍ଯାତନା ଦେଉଥିବା ଡାକ୍ତରଙ୍କ ବିରୋଧରେ ପୁଲିସ କାହିଁକି କାର୍ଯ୍ୟାନୁÂାନ ଗ୍ରହଣ କରୁନାହିଁ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Share in top social networks!
Powered By Indic IME