ଜାତୀୟ ଶିକ୍ଷକ ପ୍ରଶିକ୍ଷଣ ପରିଷଦ ଅଧିନିୟମ-1993ରେ ସଂଶୋଧନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

13729007_916117271832544_3141140023956392886_n
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତୀୟ ଶିକ୍ଷକ ପ୍ରଶିକ୍ଷଣ ପରିଷଦ ଅଧିନିୟମ-1993ରେ ସଂଶୋଧନ କରି ଜାତୀୟ ଶିକ୍ଷକ ପ୍ରଶିକ୍ଷଣ ପରିଷଦ(ସଂଶୋଧନ) ଅଧିନିୟମ-2017 ଶୀର୍ଷକ ବିଲକୁ ସଂସଦରେ ଉପସ୍ଥାପିତ କରିବାକୁ ମଞ୍ଜୁରି ମିଳିଛି । ଏଥିରେ ଏନସିଟିଇଙ୍କ ବିନା ଅନୁମତିରେ ଶିକ୍ଷକ ପ୍ରଶିକ୍ଷଣ ପାଠ୍ୟକ୍ରମକୁ ପରିଚାଳନା କରୁଥିବା କେନ୍ଦ୍ର/ରାଜ୍ୟ/ବିଶ୍ୱବିଦ୍ୟାଳୟକୁ ପିଛିଲା ଭାବେ ମାନ୍ୟତା ପ୍ରଦାନ କରିବାର ପ୍ରାବଧାନ ରହିଛି ।

ଏହି ସଂଶୋଧନରେ ଏନସିଟିଇ ମାନ୍ୟତା ବିନା ଶିକ୍ଷକ ପ୍ରଶିକ୍ଷଣ ପାଠ୍ୟକ୍ରମ ସଂଚାଳନ କରୁଥିବା କେନ୍ଦ୍ର/ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ଅନୁଦାନପ୍ରାପ୍ତ ସଂସ୍ଥାନ/ବିଶ୍ୱବିଦ୍ୟାଳୟକୁ 2017-18 ଶିକ୍ଷା ବର୍ଷ ପର୍ଯ୍ୟନ୍ତ ପିଛିଲା ଭାବେ ମାନ୍ୟତା ପ୍ରଦାନ କରିବାର ପ୍ରାବଧାନ ରହିଛି । ଏହି ପିଛିଲା ଭାବେ ମାନ୍ୟତା ଗୋଟିଏ ଥର ଦିଆଯାଉଛି, ଯାହାଫଳରେ ଏହି ସଂସ୍ଥାନରୁ କୃତକାର୍ଯ୍ୟ ହୋଇଥିବା ପଞ୍ଜିକୃତ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ପ୍ରତି ବିପଦ ଦେଖାଦେବ ନାହିଁ ।

ଏହି ସଂଶୋଧନ ଦ୍ୱାରା ଉକ୍ତ ସଂସ୍ଥାନ/ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଅବା ଏଠାରୁ ପୂର୍ବରୁ କୃତକାର୍ଯ୍ୟ ହୋଇଥିବା ଛାତ୍ର ଶିକ୍ଷକ ଭାବେ ରୋଜଗାରର ଯୋଗ୍ୟ ହୋଇପାରିବ । ଉପରେ ଉଲ୍ଲେଖିତ ସୁବିଧା ସୁଯୋଗକୁ ହାସଲ କରିବା ନିମନ୍ତେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ଏହି ସଂଶୋଧନ ଆଣିଛି ।

ଶିକ୍ଷକ ପ୍ରଶିକ୍ଷଣ ପାଠ୍ୟକ୍ରମ ଯଥା ବିଏଡ୍ ଓ ଡିପ୍ଲୋମା ଇନ୍ ଏଲିମେଂଟାରୀ ଏଜୁକେସନ୍, ଶିକ୍ଷକ ପ୍ରଶିକ୍ଷଣ ପାଠ୍ୟକ୍ରମ ଚଳାଉଥିବା ସମସ୍ତ ସଂସ୍ଥାନକୁ ଏନସିଟିଇ ଅଧିନିୟମର ଧାରା 14 ଅନ୍ତର୍ଗତ ଜାତୀୟ ଶିକ୍ଷକ ପ୍ରଶିକ୍ଷଣ ପରିଷଦରୁ ମାନ୍ୟତା ନେବାକୁ ପଡ଼ିବ । ଏହା ବ୍ୟତୀତ ଏଭଳି ମାନ୍ୟତାପ୍ରାପ୍ତ ସଂସ୍ଥାନ/ବିଶ୍ୱବିଦ୍ୟାଳୟକୁ ଏନସିଟିଇ ଅଧିନିୟମର ଧାରା 15 ଅନ୍ତର୍ଗତ ପାଠ୍ୟକ୍ରମର ଅନୁମତି ହାସଲ କରିବାକୁ ହେବ ।

ଏନସିଟିଇ ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ରାଜ୍ୟ ସରକାର/ ରାଜ୍ୟ ବିଶ୍ୱବିଦ୍ୟାଳୟ/ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ସଂସ୍ଥାନ(ଡିଆଇଇଟି)ଗୁଡିକୁ ଏ ସମ୍ବନ୍ଧରେ ଲିଖିତ ଭାବେ ଅବଗତ କରାଇଛନ୍ତି କି ସେମାନେ ଶିକ୍ଷକ ପ୍ରଶିକ୍ଷଣ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ପୂର୍ବ ଅନୁମତି ନେବାର ଆଇନଗତ ବାଧ୍ୟତାମୂଳକ ପ୍ରାବଧାନ ରହିଛି । ଏଥିପାଇଁ ସେମାନଙ୍କୁ 2017 ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଯଦି ଏନସିଟିଇର ଅନୁମତି ବିନା କୌଣସି ଏଭଳି ସଂସ୍ଥାନ/ବିଶ୍ୱବିଦ୍ୟାଳୟ ଏଭଳି ପାଠ୍ୟକ୍ରମ ପରିଚାଳନା କରୁଥାନ୍ତି, ତା’ହେଲେ ସେମାନେ ପୁରୁଣା ପ୍ରସଙ୍ଗର ଏକାଥରକେ ସମାଧାନ ପାଇଁ ଏନସିଟିଇକୁ ଅବଗତ କରିପାରିବେ ।

Share in top social networks!
Powered By Indic IME