ପୋଲିସ ଡିଜିଙ୍କୁ ଭେଟିଲା ବିଜେପି ପ୍ରତିନିଧିଦଳ; SPଆଶୀଷ ସିଂହ ଚାକିରୀ ସର୍ତାବଳୀକୁ ଭୁଲି ଶାସକ ଦଳର ଇଙ୍ଗିତରେ କାର୍ଯ୍ୟ କରିବା ନେଇ ତଥ୍ୟଭିତିକ ଅଭିଯୋଗ ପତ୍ର ପ୍ରଦାନ

 ନିର୍ଦିଷ୍ଟ ମାମଲା ଗୁଡିକରେ ସରକାରୀ ଦଳକୁ ବେଆଇନ ସାହାଯ୍ୟ ଓ ବିରୋଧୀ ଦଳକୁ ଜାଣି ଶୁଣି ଅସୁବିଧାରେ ପକାଇବା ଭଳି କାର୍ଯ୍ୟରେ ସଂପୃକ୍ତ ଅଛନ୍ତି ଆଶୀଷ ସିଂହ
 ତିନି ବିଜେପି କର୍ମୀଙ୍କୁ ଶାସକ ଦଳ କର୍ମୀ ମାନେ ହତ୍ୟା କରିଥିବା ବେଳେ ଏହି ହତ୍ୟା ଗୁଡିକର ଅଭିଯୁକ୍ତ ମାନଙ୍କୁ ଏସପି ସୁରକ୍ଷା ଦେଉଛନ୍ତି ଏସପି
 ମୃତକଙ୍କ ମା ସ୍ଥାନୀୟ ବିଧାୟକଙ୍କ ସହଯୋଗୀଙ୍କ ନାମ ନେବା ସତ୍ୱେ ଏସପି ଏହି ଦୁଇ ବ୍ୟକ୍ତି ବା ବିଧାୟକଙ୍କୁ ତଦନ୍ତ ପରିସର ଭୁକ୍ତ କରି ନ କରିବା ନେଇ ପ୍ରଶ୍ନ
 ଗୋଟିଏ ସପ୍ତାହରେ ସାତଟି ହତ୍ୟାକାଣ୍ଡ ଘଟିବା ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଥିବାର ପ୍ରମାଣ
 ଏସପିଙ୍କର ଦକ୍ଷତା ନେଇ ପ୍ରଶ୍ନ ଓ ତାଙ୍କର ତୁରନ୍ତ ବଦଳି ଦାବି

BJP Team Meet DGP Camp Office_31 (2)
ବ୍ରହ୍ମପୁର ଓ ଗଂଜାମ ଦୁଇ ପୋଲିସ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଆଶୀଷ ସିଂହ ଚାକିରୀ ସର୍ତାବଳୀକୁ ଭୁଲି ଶାସକ ଦଳର ଇଙ୍ଗିତରେ କାର୍ଯ୍ୟ କରିବା, ନିର୍ଦିଷ୍ଟ ମାମଲା ଗୁଡିକରେ ସରକାରୀ ଦଳକୁ ବେଆଇନ ସାହାଯ୍ୟ ଓ ବିରୋଧୀ ଦଳକୁ ଜାଣି ଶୁଣି ଅସୁବିଧାରେ ପକାଇବା ଭଳି କାର୍ଯ୍ୟରେ ସଂପୃକ୍ତ ଥିବା ନେଇ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ପୋଲିସ ମହା ନିର୍ଦେଶକ ଡ. ଆର.ପି ଶର୍ମାଙ୍କୁ ସାକ୍ଷାତ କରି ତଥ୍ୟ ଭିତିକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।
ଭୁବନେଶ୍ୱର ଡିଜିପିଙ୍କ କ୍ୟାମ୍ପ ଅଫିସରେ ଦାବି ପତ୍ର ଦେବା ପରେ ବରିÂ ଆଇନଜୀବୀ ତଥା ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ ଗତ ପଂଚାୟତ ନିର୍ବାଚନରେ ତିନି ବିଜେପି କର୍ମୀଙ୍କୁ ଶାସକ ଦଳ କର୍ମୀ ମାନେ ହତ୍ୟା କରିଥିବା ବେଳେ ଏହି ହତ୍ୟା ଗୁଡିକର ଅଭିଯୁକ୍ତ ମାନଙ୍କୁ ଏସପି ସୁରକ୍ଷା ଦେଇ ଗିରଫ ନ କରିବା ସଂକ୍ରାନ୍ତୀୟ ଗୁରୁତର ଅଭିଯୋଗ ଆଗତ କରିଥିବା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।
ଅପର ପକ୍ଷରେ ଛତ୍ରପୁର ଲକ୍ଷ୍ମୀଦତ ହତ୍ୟାକାଣ୍ଡ ବିଜେଡିର ଅନ୍ତର୍ଦନ୍ଦ କାରଣରୁ ଘଟିବା ଓ ମୃତକଙ୍କ ମା ସ୍ଥାନୀୟ ବିଧାୟକଙ୍କ ସହଯୋଗୀଙ୍କ ନାମ ନେବା ସତ୍ୱେ ଏସପି ଏହି ଦୁଇ ବ୍ୟକ୍ତି ବା ବିଧାୟକଙ୍କୁ ତଦନ୍ତ ପରିସର ଭୁକ୍ତ କରି ନ କରିବା ନେଇ ପ୍ରଶ୍ନ ଉଠାଇଛନ୍ତି ଶ୍ରୀ ଆଚାର୍ଯ୍ୟ ।
ଏହା ସହ ତଦନ୍ତ ପ୍ରକ୍ରିୟା ଚାଲିଥିବା ସମୟରେ ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ ଗଣମାଧ୍ୟମ ସାମନାରେ ବୟାନ କରାଇବା ଓ କଲ ରେକର୍ଡକୁ ଚଂଚକତା କରି ଗଣମାଧ୍ୟମରେ ପ୍ରଚାରିତ କରିବା ଭଳି ଫୌଜଦାରୀ ମାମଲାର ତଦନ୍ତ ନେଇ ଯେଉଁ ବ୍ୟବସ୍ଥା ରହିଛି ତାହାର ଖୋଲା ଉଲ୍ଲଂଘନ ନେଇ ଅଭିଯୋଗ ଆଣିଛନ୍ତି ।
ଦୁଇଟି ଜିଲ୍ଲାର ଏସପି ଥିବା ବେଳେ ଗୋଟିଏ ସପ୍ତାହରେ ସାତଟି ହତ୍ୟାକାଣ୍ଡ ଘଟିବା ଆଦି ଘଟଣା ଉଭୟ ପୋଲିସ ଜିଲ୍ଲାର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଥିବାର ପ୍ରମାଣ ହୋଇଥିବାରୁ ଏସପିଙ୍କର ଦକ୍ଷତା ନେଇ ପ୍ରଶ୍ନ ଉଠାଇବା ସହ ତାଙ୍କର ତୁରନ୍ତ ବଦଳି ଦଳ ଦାବି କରିଥିବା ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ଏସପିଙ୍କ ବେଆଇନ କାମ ପାଇଁ ଦେଶର ନିୟମ ଅନୁସାରେ ଦଣ୍ଡ ବିଧାନ ଓ ତାଙ୍କର ଦାୟିତ୍ୱ କାଳରେ ଘଟିଥିବା ସମସ୍ତ ହତ୍ୟା କାଣ୍ଡର ତଦନ୍ତ ସିବିଆଇକୁ ହସ୍ତାନ୍ତର କରି ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଥିବା ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ପୋଲିସ ଡିଜିଙ୍କୁ ଭେଟିଥିବା ଏହି ପ୍ରତିନିଧି ଦଳରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଓ ସୁଦୀପ୍ତ ରାୟ, ସଂପାଦକ କାଳନ୍ଦୀ ସାମଲ, ଦିଲୀପ ମଲ୍ଲିକ ଓ ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିରଂଚି ନାରାୟଣ ତ୍ରିପାଠୀ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍ ଦାଶ, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ପ୍ରମୁଖ ସାମିଲ ଥିଲେ ।