ବରଗଡ-ନୂଆପଡା ରେଳ ଲାଇନକୁ ବିଜେପୁର ଦେଇ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ଏବଂ ପଦକ୍ଷେପକୁ ପ୍ରଶଂସା କଲା ରାଜ୍ୟ ବିଜେପି

Dharmendra Pradhan
କୈାଣସି ଅଂଚଳର ବିକାଶ ସେ ଅଂଚଳର ଗମନାଗମନ ସ୍ଥିତି ଉପରେ ନିର୍ଭର କରେ । ଭୈାଗଳିକ ସ୍ଥିତି ଦୃଷ୍ଟିରୁ ଓଡିଶାର ସ୍ଥାନ ସ୍ୱତନ୍ତ୍ର ଥିବା କାରଣରୁ ଏଠି ବିକାଶର ବହୁ ସମ୍ଭାବନା ରହିଛି । ମାତ୍ର ଶାସନ କ୍ଷମତାରେ ଥିବା ରାଜନୈତିକ ଦଳ ଏବଂ ରାଜନେତାଙ୍କ ଇଚ୍ଛା ଶକ୍ତି ଅଭାବ କାରଣରୁ ଏହା ସମ୍ଭବ ହୋଇପାରିନାହିଁ । ଏହି କାରଣରୁ ପ୍ରଭାବିତ ହେବା କାରଣରୁ ବିଶେଷ ଭାବେ ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଅଂଚଳ ବିକାଶର ଅପହଂଚରେ ରହିଛି । ସମତୁଲ ବିକାଶ ପାଇଁ ରାଜ୍ୟର ସଡକପଥ, ରେଳପଥ, ଜଳପଥର ବିକାଶ ନିହାତି ଆବଶ୍ୟକ । ରାଜ୍ୟର ସମସ୍ତ ଅଂଚଳକୁ ଗମନାଗମନ ସୁବିଧା ସମ୍ଭବ ହେଲେ ହିଁ ଓଡିଶା ଏକ ବିକଶିତ ରାଜ୍ୟ ହୋଇପାରିବ । ଭାରତୀୟ ଜନତା ପାର୍ଟି ଏହାକୁ ଭଲ ଭାବେ ହୃଦୟଙ୍ଗମ ରାଜ୍ୟର ବିକାଶ ପାଇଁ ସର୍ବଦା ଉଦ୍ୟମରତ ଏବଂ କାର୍ଯ୍ୟରତ ।
ପ୍ରସ୍ତାବିତ ବରଗଡ-ନୂଆପଡା ରେଳ ଲାଇନ ବିଜେପୁର ଦେଇ ଗଲେ ବିଶେଷ ଭାବେ ଆଦିବାସୀମାନେ ଉପକୃତ ହେବା ସହ ତାଙ୍କର ଅର୍ଥନୈତିକ ସ୍ଥିତି ମଧ୍ୟ ସୁଧୁରିବାରେ ସହାୟକ ହୋଇପାରିବେ । ଦୀର୍ଘ ଦିନର ସମସ୍ୟାକୁ ସ୍ଥାନୀୟ ବାସିନ୍ଦାମାନେ ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅବଗତ କରାଇବା ପରେ ତ୍ୱରିତ ପଦକ୍ଷେପ ସ୍ୱରୁପ ମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ରେଳମନ୍ତ୍ରୀ ଶ୍ରୀ ପିୟୁଶ ଗୋଏଲଙ୍କୁ ପତ୍ର ଲେଖି ଏ ସଂପର୍କରେ ସୁବିଚାର କରିବାକୁ ଅନୁରୋଧ କରିଛନ୍ତି । ଏହା ସହ ସେ ରାସ୍ତା ଦେଇ ଦୁଇଟି ଏକ୍ସପ୍ରେସ ଟ୍ରେନ ରହଣି ପାଇଁ ମଧ୍ୟ ଶ୍ରୀ ପ୍ରଧାନ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଏଭଳି ଉଦ୍ୟମକୁ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଏବଂ ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରଶଂସା କରିବା ସହ କେନ୍ଦ୍ର ରେଳ ମନ୍ତ୍ରୀ ଏହି ପ୍ରସଙ୍ଗରେ ନିଶ୍ଚିତ ଭାବେ ସୁବିଚାର କରିବେ ବୋଲି ଉଭୟେ ଦୃଢ ଆଶା ବ୍ୟକ୍ତ କରିଛନ୍ତି ।

Share in top social networks!
Powered By Indic IME