କ୍ୟାପିଟାଲ ହସପିଟାଲ ସଂପର୍କରେ ଉଚ୍ଚସ୍ତରୀୟ ବୈଠକ

ଝଙ୍କରଳଶ ଏକ ଅତ୍ୟାଧୁନିକ ହସପିଟାଲରେ ପରିଣତ କରିବା ନିମନ୍ତେ ତୁରନ୍ତ ଏକ ଯୋଜନା ପ୍ରସ୍ତୁତ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ
20171031_173940
କ୍ୟାପିଟାଲ ହସପିଟାଲକୁ ଏକ ଅତ୍ୟାଧୁନିକ ହସପିଟାଲରେ ପରିଣତ କରିବା ନିମନ୍ତେ ତୁରନ୍ତ ଏକ ଯୋଜନା ପ୍ରସ୍ତୁତ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ ମନ୍ତ୍ରୀ ପ୍ରତାପ ଜେନା ନିଦେ୍ର୍ଧଶ ଦେଇଛନ୍ତି । ରାଜ୍ୟ ରାଜଧାନୀରେ ଥିବା ରାଜ୍ୟର ଅନ୍ୟତମ ଏହି ପ୍ରମୁଖ ହସପିଲାର ସମସ୍ୟା ସଂପର୍କରେ ଆଜି ମନ୍ତ୍ରୀ ଶ୍ରୀ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁÂିତ ହୋଇଥିଲା । ବୈଠକରେ ହସପିଟାଲର ବିଭିନ୍ନ ସମସ୍ୟା , ଆବଶ୍ୟକୀୟ ଯନ୍ତ୍ରପାତି ଆଦି ନେଇ ବିସ୍ତୃତ ଆଲୋଚନା କରାଯାଇଛି । ତେବେ ଏହାକୁ ରାଜ୍ୟର ଏକ ଉନ୍ନତ ମାନର ହସପିଟାଲରେ ପରିଣତ କରିବା ପାଇଁ ଯାହା କିଛି ଆବଶ୍ୟକ ତାର ବ୍ୟବସ୍ଥା କରାଯିବ । ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହାର ସଂପ୍ରସାରଣ , ସୌନ୍ଧର୍ଯ୍ୟକରଣ , ପାର୍କିଂ ଆଦି ଏବଂ ଅନବରତ ବିଦ୍ୟୁତ ପାଇଁ ଜେନ୍ସେଟ୍ ବ୍ୟବସ୍ଥା କରାଯିବ । ଏହି ହସପିଟାଲର ଉନ୍ନତି କରଣ ସହିତ ରୋଗୀସେବା ଦିଗରେ ଯାହା କିଛି ଆବଶ୍ୟକ ସେ ସବୁର ବ୍ୟବସ୍ଥା କରାଯିବ । ଏ ନେଇ ନିର୍ଦ୍ଧିଷ୍ଟ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି । ଏଥି ପାଇଁ ଅର୍ଥର କୌଣସି ପ୍ରତିବନ୍ଧକ ରହିବ ନାହିଁ ।ଯାହା ଅର୍ଥ ଆବଶ୍ୟକ ପଡିବ , ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ସ୍ଫଷ୍ଟ କରିଦେଇଛନ୍ତି । ହସପିଟାଲ କର୍ତୃପକ୍ଷ , ବିଭାଗୀୟ ପଦାଧିକାରୀ ଅନ୍ୟାନ୍ୟ ବିଭାଗ ସହ ଯୋଗସୂତ୍ର ରକ୍ଷାକରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । ଆଜିର ବୈଠକରେ ହୋଇଥିବା ଆଲୋଚନା ଓ ନିଷ୍ପତି ସଂପର୍କରେ୧୫ ଦିନ ମଧ୍ୟରେ ଗ୍ରହଣ କରାଯାଇଥିବା ପରଗ୍ଧ ଦକ୍ଷେପ ସଂପର୍କରେ ରିପୋର୍ଟ ଦେବାକୁ ମନ୍ତ୍ରୀ ଶ୍ରୀ ଜେନା ନିଦେ୍ର୍ଧଶ ଦେଇଛନ୍ତି ।
ସଚିବାଲୟଠାରେ ଅନୁÂିତ ଉକ୍ତ ବୈଠକରେ ପୂର୍ତ ସଚିବ ନଳିନୀକାନ୍ତ ପ୍ରଧାନ , ସ୍ୱତନ୍ତ୍ର ସଚିବ ଡାଃ ବିନୋଦ ମିଶ୍ର ,ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ କୁମାର ମିଶ୍ର , ରାଜ୍ୟ ମେଡିକାଲ ନିଗମ ଏମ୍.ଡି ଆର୍.ପି.ସିଂହ , ସ୍ୱାସ୍ଥ୍ୟସେବା ନିଦେ୍ର୍ଧଶକ ବ୍ରଜକିଶୋର ବ୍ରହ୍ମା , ଅତିରିକ୍ତ ସଚିବ ଡଃ ଅଜିତ ମିଶ୍ର , କ୍ୟାପିଟାଲ ହସପିଟାଲ ନିଦେ୍ର୍ଧଶକ ଡାଃ ସି.ଆର୍.ଦାଶଙ୍କ ସମେତ ବି.ଏମ୍.ସି , ପୂର୍ତ ବିଭାଗ , କମିଶନରେଟ ପୋଲିସର ଅଧିକାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।