ଶତାଧିକ ମୋଟରସାଇକଲ୍ ଚାଳକଙ୍କ ସହିତ ହୋଣ୍ଡା ବୃହତ ବାଇକଗୁଡ଼ିକର “ହୋଣ୍ଡା ଏସିଆନ ଯାତ୍ରା ୨୦୧୭’ କାରାଭାନ୍ ମାଲେସିଆ ମୋଟୋଜିପିରେ ପଂହଚିଲା

Honda Racer in Action at Qualifying Session_Pic-7 ହୋଣ୍ଡା ପକ୍ଷରୁ ଘୋଷଣା କରାଯାଇଛି ଯେ ଏସିଆ ଏବଂ ଓସେନିଆ ଅଂଚଳର ହୋଣ୍ଡା ଗ୍ରୁପ୍ ଅଫ୍ କଂପାନିଜ୍ ପକ୍ଷରୁ ଏକ ୫୭୦ କିଲୋମିଟରର ହୋଣ୍ଡା ବୃହତ ବାଇକ୍ କାରାଭାନ୍ “ହୋଣ୍ଡା ଏସିଆନ୍ ଯାତ୍ରା ୨୦୧୭’ ପାଂଚଟି ଏଦସୀୟ ରାଷ୍ଟ୍ରର ଚାଳକଙ୍କୁ ନେଇ ଯେଉଁମାନେ ଅକ୍ଟୋବର ୨୬, ୨୦୧୭ରୁ ଅକ୍ଟୋବର ୨୯ ପର୍ଯ୍ୟନ୍ତ ଚାରି ଦିନ ଧରି ମାଲେସିଆ ଉପଦ୍ୱୀପରେ ଯାତ୍ରା କରି ମାଲେସିଆନ୍ ମୋଟରସାଇକଲ୍ ଗ୍ରାଣ୍ଡ ପ୍ରିକ୍ସ (ମୋଟୋଜିପି) କାର୍ଯ୍ୟକ୍ରମରେ ଦେଖିବା ପାଇଁ ସେପାଙ୍ଗ ଇଟଂରନ୍ୟାସନାଲ୍ ସର୍କିଟ୍ରେ ପହଂଚିଛନ୍ତି । କାରାଭାନ୍ରେ ସାମିଲ ଥିଲେ ଇଣ୍ଡୋନେସିଆ, ଭିଏତନାମ, ମାଲେସିଆ, ଫିଲିପାଇନ୍ସ ଏବଂ ଭାରତର ସାମ୍ବାଦିକ, ମୋଟରସାଇକଲ୍ ଚାଳକ, ହୋଣ୍ଡା ଡିଲର ଏବଂ ସହଯୋଗୀମାନେ ।
ଯାତ୍ରାର ଶେଷ ଦିନ କୁଆଲାଲୁମ୍ପୁରର ରେନାଇସାନ୍ସ ହୋଟେଲ୍ରୁ ପତାକା ଦେଖାଇ ଉନ୍ମୋଚନ କରିବା ପରେ ଆରମ୍ଭ ହୋଇଥିଲା ଯେଉଁଥିରେ ୫୦ ହୋଣ୍ଡା ବାଇକ ଚାଳକଙ୍କ ସହିତ ଶତାଧିକ ମୋଟରସାଇକଲ୍ ଚାଳକ ହୋଣ୍ଡା ଏସିଆନ୍ ଯାତ୍ରା ୨୦୧୭ରେ ଅଂଶଗ୍ରହଣ କରି ସେପାଙ୍ଗ ଇଟଂରନ୍ୟାସନାଲ୍ ସର୍କିଟ୍ ଅଭିମୁଖେ ଯାତ୍ରା କରିଥିଲେ । ଯାତ୍ରା ସମୟରେ ଶତାଧିକ ମୋଟରସାଇକଲ୍ ଏବଂ ବାଇକ୍ ଚାଳକ ଏହି କନ୍ଭଏରେ ଯୋଡ଼ି ହୋଇ ସେପାଙ୍ଗ ଇଟଂରନ୍ୟାସନାଲ୍ ସର୍କିଟ୍ ପର୍ଯ୍ୟନ୍ତ ଯାତ୍ରା କରିଥିଲେ ଯେଉଁଠାରେ ସେମାନେ ମାଲେସିଆ ମୋଟୋ ଜିପିରେ ହୋଣ୍ଡା ଟିମ୍କୁ ଉତ୍ସାହିତ କରିଥିଲେ ।
ସେପାଙ୍ଗ ଇଟଂରନ୍ୟାସନାଲ୍ ସର୍କିଟ୍ରେ ପହଂଚିବା ପରେ ମୋଟୋ ଜିପି ରେସିଂର ରୋମାଂଚ ଏବଂ ଆକର୍ଷଣ ଦେଖିବା ପୂର୍ବରୁ ହୋଣ୍ଡାର ଚାଳକ ଏବଂ ମୋଟରସ୍ପୋର୍ଟସ୍ ପ୍ରେମୀମାନେ ଅନେକ ମନୋରଂଜନ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।
ରେସ୍ ଶେଷ ହେବା ପରେ ଅଂଶଗ୍ରହଣକାରୀମାନେ ହୋଣ୍ଡା ଏସିଆନ୍ ଯାତ୍ରା ୨୦୧୭କୁ ବିଦାୟ ଦେଇଥିଲେ ଯେଉଁଥିରେ ହୋଣ୍ଡାର ବଡ଼ ବାଇକ୍ଗୁଡ଼ିକ ମାଲେସିଆ ସଡ଼କରେ ୫୭୦ କିମି ଯାତ୍ରା କରି ସେମାନଙ୍କର ଅତୁଳନୀୟ କ୍ଷମତାକୁ ପ୍ରଦର୍ଶନ କରିଥିଲେ ।

Share in top social networks!
Powered By Indic IME