ରାଜ୍ୟପାଳଙ୍କୁ ଭେଟିଲା ବିଜେପିର ପ୍ରତିନିଧି ମଣ୍ଡଳୀ ; ଗଂଜାମ ଏସପି ଆଶୀଷ ସିଂହଙ୍କ ସମୟରେ ହୋଇଥିବା ସମସ୍ତ ହତ୍ୟାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଉ : ବିଜେପି

 ଗଂଜାମ ଏସପି ସରକାରଙ୍କ କ୍ରୀଡନକ ସାଜିଥିବାରୁ ତାଙ୍କ ଠାରୁ ଉପଯୁକ୍ତ ତଦନ୍ତ ଆଶା ବ୍ୟର୍ଥ
 ଦେଶର ଫୌଜଦାରୀ ଇତିହାସରେ ବିରଳ ତଦନ୍ତ ପ୍ରକ୍ରିୟା ଚାଲିଥିବା ବେଳେ ଅଭିଯୁକ୍ତଙ୍କୁ ଗଣମାଧ୍ୟମ ଆଗରେ ବୟାନ କରାଯାଇ ତାର ବ୍ୟାଖ୍ୟା କରାଯାଇଛି
 ସେହିପରି କଲ ରେକର୍ଡ ମାମଲାରେ ଦୋହରା ନୀତି ଆପଣାଇଛନ୍ତି ଏସପି
 ଛତ୍ରପୁର ମାମଲାରେ କଲ ରେକର୍ଡ ଜାରୀ ବେନିୟମ
 ମାତ୍ର ଦିଗପହଣ୍ଡି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ଦୁର୍ଦାନ୍ତ ଅପରାଧୀ ସଂଜୟ ପାଣିଗ୍ରାହୀଙ୍କ ସହ ଜିଲ୍ଲାର ମନ୍ତ୍ରୀ ସୂର୍ଯ୍ୟ ପାତ୍ର ଓ ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ସହ କଥାବାର୍ତାର କଲ ରେକର୍ଡ ସାର୍ବଜନୀନ କରିବାକୁ କାହିଁକି ଉଚିତ ମନେ କଲେ ନାହିଁ ଗଂଜାମ ଏସପି ?
 କ୍ରୀଡନକ ପୋଲିସ ଅଧିକାରୀଙ୍କୁ ସମ୍ମାନ, ଦକ୍ଷ ନିରପେକ୍ଷ ଅଧିକାରୀଙ୍କୁ ନବୀନ ଶାସନରେ ଅଣଦେଖା
 ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି
BJP Team Odisha Governor_30

ଗଂଜାମ ଏସପି ଆଶୀଷ ସିଂହ ଦେଶର ସମସ୍ତ ନିୟମ କାନୁନ ଓ ସର୍ବ ଭାରତୀୟ ସର୍ଭିସ କୋଡକୁ ଉଲ୍ଲଂଘନ କରି ଗଂଜାମର ଆଇନ ଶୃଙ୍ଖଳାକୁ ବିପର୍ଯ୍ୟସ୍ତ କରୁଥିବାରୁ ତାଙ୍କର ଦେଢ ବର୍ଷ ଦାୟିତ୍ୱ କାଳରେ ଘଟିଥିବା ସବୁ ହତ୍ୟାକାଣ୍ଡର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ବିଜେପି ତରଫରୁ ଦାବି କରାଯାଇଥିବା ବରିÂ ଆଇନଜୀବୀ ତଥା ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ ରାଜ୍ୟପାଳଙ୍କୁ ଦାବି ପତ୍ର ଦେବା ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ଦେଶର ଫୌଜଦାରୀ ଇତିହାସରେ ବିରଳ ତଦନ୍ତ ପ୍ରକ୍ରିୟା ଚାଲିଥିବା ବେଳେ ଅଭିଯୁକ୍ତଙ୍କୁ ଗଣମାଧ୍ୟମ ଆଗରେ ବୟାନ କରାଯାଇ ତାର ବ୍ୟାଖ୍ୟା କରାଯାଇଛି । ଦେଶର ନିୟମ ଅନୁସାରେ କୌଣସି ଫୌଜଦାରୀ ମୋକଦ୍ଧମାର ତଦନ୍ତ ପ୍ରକ୍ରିୟାର ସମସ୍ତ ତଥ୍ୟର ଅଧିକାରୀ କେବଳ ମାନ୍ୟବର ବିଚାରାଳୟ । ନିୟମ କାନୁନକୁ ଭାଙ୍ଗି ଏସପି ଆଶୀଷ ସିଂହ ପେନ ଡ୍ରାଇଭରେ ଅଭିଯୁକ୍ତଙ୍କ ଭିଡିଓ ଫୁଟେଜକୁ ବାଂଟିଛନ୍ତି । ଏହାର ମୂଳ ଉଦେ୍ଧଶ୍ୟ ସର୍ଭିସ କୋଡକୁ ଭାଙ୍ଗି ରାଜନୈତିକ ଉଦେ୍ଧଶ୍ୟ ରଖି ବିଜେପି ନେତାଙ୍କୁ ମିଥ୍ୟା ତଥ୍ୟ ଆଧାରରେ ଫସାଇବା । ଦୁଇ ବର୍ଷ ପୋଲିସ ଟ୍ରେନିଂରେ ପଢା ଯାଇଥିବା ପାଠକୁ ଗଂଜାମ ଏସପି ଆଶୀଷ ସିଂହ ସେହି ଠାରେ ହିଁ ପୋଡି ଜାଳି ପାଉଁଶ କରି ଦେଇଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ସେହିପରି କଲ ରେକର୍ଡ ମାମଲାରେ ବିଜେପି ନେତା ଗୋଲକ ମହାପାତ୍ରଙ୍କ ସଂପୃକ୍ତିକୁ ପ୍ରମାଣ କରିବା ପାଇଁ ଯୋଜନାବଦ୍ଧ ଭାବରେ ନିୟମ ବିରୁଦ୍ଧରେ ଏସପିଙ୍କ ଦ୍ୱାରା ବଂଟା ଯାଇଛି । ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ଯେ ଦିଗପହଣ୍ଡି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ଦୁର୍ଦାନ୍ତ ଅପରାଧୀ ସଂଜୟ ପାଣିଗ୍ରାହୀଙ୍କ ସହ ଜିଲ୍ଲାର ମନ୍ତ୍ରୀ ସୂର୍ଯ୍ୟ ପାତ୍ର ଓ ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ସହ କଥାବାର୍ତାର କଲ ରେକର୍ଡ ସାର୍ବଜନୀନ କରିବାକୁ କାହିଁକି ଉଚିତ ମନେ କଲେ ନାହିଁ ?
ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ପଂଚାୟତ ନିର୍ବାଚନ ସମୟରେ ବିଜେପିର ତିନି ଜଣ କର୍ମକର୍ତାଙ୍କୁ ହତ୍ୟାକାଣ୍ଡର ଅଭିଯୁକ୍ତ ମାନଙ୍କୁ ଏସପି ସୁରକ୍ଷା ଯୋଗାଇ ଦେଉଛନ୍ତି ।
(ପୃÂା: ୧/୨)

ଯଦି ଏସପି ରାଜନୈତିକ ଦୃଷ୍ଟିରୁ ପକ୍ଷପାତୀ ଅଛନ୍ତି ତାଙ୍କ ନେତୃତ୍ୱରେ ଉପଯୁକ୍ତ ତଦନ୍ତ ଓ ନ୍ୟାୟ ମିଳିବା ଅସମ୍ଭବ । ଏସପି ଆଶୀଷ ସିଂହଙ୍କ ରାଜନୈତିକ ପୃÂପୋଷକତା ସମ୍ବନ୍ଧରେ ମତ ଦେଇ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ତାଙ୍କୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରିବା ପାଇଁ ବ୍ରହ୍ମପୁର ଓ ଗଂଜାମ ଦୁଇଟି ପୋଲିସ ଜିଲ୍ଲାର ଦାୟିତ୍ୱ ଦିଆ ଯାଇଛି ।
ପୋଲିସର ନାଲି ଆଖିକୁ ଆୟୁଧ କରି ବିରୋଧୀଙ୍କ ମତକୁ ଚାପି ଦେବାର ଚେଷ୍ଟା ଗଣତନ୍ତ୍ରରେ ଅତୀତରେ କେବେ ସଫଳ ହୋଇ ନାହିଁ ବା ଭବିଷ୍ୟତରେ ମଧ୍ୟ ହେବାର ସମ୍ଭାବନା ନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ଶାସକ ଦଳର କ୍ରୀଡନକ ସାଜିଥିବା ଆଶୀଷ ସିଂହ ଭଳି ଅଫିସର ମାନଙ୍କୁ ନବୀନ ଶାସନରେ ପ୍ରୋତ୍ସାହନ ମିଳୁଛି ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି । ଜଘନ୍ୟ ଅପରାଧୀ ଓ ଅଭିଯୁକ୍ତ ମାନଙ୍କୁ ସାହାଯ୍ୟ କରୁଥିବା ସଂଜୀବ ମାରିକ ପରି ବ୍ୟକ୍ତିକୁ ପୋଲିସ ମହାନିର୍ଦେଶକ କରିବା, କେନ୍ଦ୍ରାପଡାରେ ମାନବିକ ଅଧିକାର ଉଲ୍ଲଂଘନ କରିଥିବା ଗଜଭିୟେ ପରି ବ୍ୟକ୍ତିଙ୍କୁ ଚାକିରୀରେ ପୁନଃ ସ୍ଥାପନ କରିବା ଓ ପ୍ରକାଶ ମିଶ୍ର ପରି ସଚ୍ଚୋଟ ବ୍ୟକ୍ତିଙ୍କ ବିରୁଦ୍ଧରେ ମିଛ ଦୁର୍ନୀତି ଅଭିଯୋଗ ଲଗାଇବା ଏହି ସରକାରଙ୍କର ଅଭ୍ୟାସଗତ କାର୍ଯ୍ୟ ବୋଲି ସେ ଅଭିଯୋଗ କରିଛନ୍ତି ।
ଭାରତୀୟ ଗଣତନ୍ତ୍ରରେ ସରକାର ସମର୍ଥିତ ଏସପିଙ୍କ ବୁଲେଟ ନୁହେଁ ଜନତାଙ୍କ ବ୍ୟାଲଟର ହିଁ ବିଜୟ ହେବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ଓ ସୁକେସୀ ଓରାମ, ବିଧାୟକ ପ୍ରଦୀପ ପୁରୋହିତ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଓ ଲେଖାଶ୍ରୀ ସାମନ୍ତସିଂହାର, ମୁଖପାତ୍ର ସଜ୍ଜନ ଶର୍ମା ଓ ଗୋଲକ ପ୍ରସାଦ ମହାପାତ୍ର, ବିଜେପି ନେତା ଆଡଭୋକେଟ ପିତାମ୍ବର ଆଚାର୍ଯ୍ୟ ମାନ୍ୟବର ରାଜ୍ୟପାଳଙ୍କୁ ଭେଟି ଏ ସଂପର୍କରେ ଆଲୋଚନା କରିଥିବାବେଳେ ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅଲୋଚନା ସଂପର୍କରେ ଅବଗତ କରାଇଥିଲେ ।

Share in top social networks!
Powered By Indic IME