ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟା ପଛରେ ବିଜେପିର ହାତ ଅଛି: ବିଜୁ ଜନତା ଦଳ

bjd party (1)ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାର ରହସ୍ୟ ଏବେ ଧୀରେ ଧୀରେ ପଦାକୁ ଆସୁଛି । ପୂର୍ବରୁ ଯେଉଁ ସନେ୍ଦହ କରାଯାଉଥିଲା, ଏ ହତ୍ୟା ପଛରେ ବିଜେପିର ହାତ ଅଛି ତାହା ଏବେ ସ୍ପଷ୍ଟ ହେବାରେ ଲାଗିଛି । ଲକ୍ଷ୍ମୀଦତ୍ତଙ୍କ ହତ୍ୟାକାଣ୍ଡରେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଥିବା ଦୁଇଜଣ ଅଭିଯୁକ୍ତ ପୋଲିସକୁ ବିସ୍ଫୋରକ ବୟାନ ଦେଇଛନ୍ତି ।

ସେମାନଙ୍କୁ ବିଜେପି ନେତା ଗୋଲକ ମହାପାତ୍ର ଫେରାର କରାଇବାରେ ସାହାଯ୍ୟ କରିବା ସହିତ ଉତ୍ତରାଖଣ୍ଡର ଡେରାଡୁନରେ ଲୁଚାଇ ରଖିଥିବା ଅଭିଯୁକ୍ତ ଦ୍ୱୟ କହିଛନ୍ତି । ଯେହେତୁ ଗୋଲକ ମହାପାତ୍ର ଗଞ୍ଜାମ ଜିଲ୍ଲା ପ୍ରଭାରୀ, ତେଣୁ ତାଙ୍କ ସହ ଅନେକ ଲୋକ ଯୋଗାଯୋଗରେ ଥାଇପାରନ୍ତି । ଏଠାରେ ପ୍ରଶ୍ନ ଉଠୁଛି, ଘଟଣା ଘଟିବା ପୂର୍ବରୁ ବା ଘଟଣା ଘଟିବା ଦିନ କିମ୍ବା ଘଟଣା ଘଟିବା ପରେ ଗୋଲକବାବୁ ଅଭିଯୁକ୍ତମାନଙ୍କ ସହ ଯୋଗାଯୋଗରେ ଥିଲେ କି? ଅଭିଯୁକ୍ତମାନେ ବ୍ରହ୍ମପୁରରୁ ଉତ୍ତରାଖଣ୍ଡ କିପରି ଗଲେ? ଉତ୍ତରାଖଣ୍ଡ ସରକାରୀ ଗେଷ୍ଟ ହାଉସ୍‍ର୨୦୪ ନମ୍ବର ରୁମ୍‍ ବୁକ୍‍ କରିଥିଲା କିଏ? କୌଣସି ସାଧାରଣ ଲୋକ ସରକାରୀ ଗେଷ୍ଟ ହାଉସ୍‍ ବୁକ୍‍ କରିବା ସମ୍ଭବ ନୁହେଁ ।

ପ୍ରଶାସନିକ ଅଧିକାରୀ, ପୂର୍ବତନ କିମ୍ବା ବର୍ତ୍ତମାନର ଜଣେ ରାଜନୈତିକ ବ୍ୟକ୍ତିଙ୍କ ଦ୍ୱାରା ରୁମ୍‍ ବୁକ୍‍ କରାଯାଇଥାଏ । ତେଣୁ ଓଡ଼ିଶାର କେହି ପ୍ରଭାବଶାଳୀ ବିଜେପି ନେତା ଉତ୍ତରାଖଣ୍ଡ ସରକାରଙ୍କ ସହ ଯୋଗାଯୋଗ କରି ସେଠାକାର ସରକାରୀ ଗେଷ୍ଟ ହାଉସ୍‍ରେ ରୁମ୍‍ ବୁକ୍‍ କରିନଥିଲେ ତ? କାରଣ ଉତ୍ତରାଖଣ୍ଡରେ ବର୍ତ୍ତମାନ ବିଜେପି ସରକାରରେ ଅଛି । ବିନା ନିଆଁରେ ଧୂଆଁ ବାହାରେନି । ଅଭିଯୁକ୍ତ ଦ୍ୱୟ ଡେରାଡୁନ୍‍ରେ ରହି ଓଡ଼ିଶା ବିଜେପି ନେତାଙ୍କ ସହ ଯୋଗାଯୋଗରେ ଥିଲେ । ଏହା ପ୍ରମାଣିତ କରୁନାହିଁ କି ପରୋକ୍ଷରେ ଏହି ଘଟଣାରେ ବିଜେପି ନେତାଙ୍କ ସଂପୃକ୍ତ ରହିଛି? ପୂର୍ବରୁ ବିଜେପିର ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱୀକାର କରିଛନ୍ତି ଯେ ଯିଏ ମୁଖ୍ୟ ଆସାମୀ ସେ ତାଙ୍କ ଦଳରେ ଯୋଗ ଦେଇଛନ୍ତି ଏବଂ ଆଇନ୍‍ ତା’ବାଟରେ ଯିବ । ଏହାପରେ ବିଜୁ ଜନତା ଦଳକୁ ବିଜେପିର ଅଙ୍ଗୁଳି ନିଦେ୍ର୍ଧଶ କରିବାର ଯଥାର୍ଥ କ’ଣ ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ ପ୍ରଶ୍ନ ପଚାରିଛନ୍ତି ।

ଶ୍ରୀ ଦେବ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ତଦନ୍ତ ଆରମ୍ଭ ହୋଇନାହିଁ । ଅଭିଯୁକ୍ତ ଯେଉଁମାନେ ସେମାନେ ରିମାଣ୍ଡରେ ଯିବେ । ଜେରା ସମୟରେ ଅଭିଯୁକ୍ତ ଯାହା ନାଁ ନେବ ତାକୁ ପୋଲିସ ଡାକିବ । ବର୍ତ୍ତମାନ ସୁଦ୍ଧା ପୋଲିସ ଗୋଲକ ମହାପାତ୍ରଙ୍କୁ ଡାକିନାହିଁ, ତେବେ ପୂର୍ବରୁ ଗୋଲକ କାହିଁକି କହୁଛନ୍ତି ଆମେ କରିନାହୁଁ? ‘ନଈ ନଦେଖୁଣୁ….’ ଏସ୍‍ପି ଷଡ଼ଯନ୍ତ୍ରରେ ମିଶିଗଲେ, ବୋଲି ଗଣମାଧ୍ୟମରେ ପ୍ରଳାପ କରୁଛନ୍ତି କାହିଁକି? ଏସ୍‍ପିଙ୍କୁ ଟାର୍ଗେଟ୍‍ କରିବା କ’ଣ ଦରକାର? ଯଦି ଗୋଲକବାବୁ ନିଦେ୍ର୍ଧାଷ, ତେବେ
ତଦନ୍ତ ସହଯୋଗ କରନ୍ତୁ, ଏତେ ଭୟ କାହିଁକି ଓ ଗଣମାଧ୍ୟମରେ ଏତେ ବୟାନବାଜୀ କାହିଁକି? ବୋଲି ଶ୍ରୀ ଦେବ ପ୍ରଶ୍ନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଅନ୍ୟତମ ମୁଖପାତ୍ର ସସ୍ମିତ ପାତ୍ର, ରାଜ୍ୟ ସଂପାଦକ ବିଜୟ ନାୟକ ଉପସ୍ଥିତ ଥିଲେ ।