ଗଂଜାମ ଏସପି ଆଶୀଷ ସିଂହ ବିଜୁ ଜନତା ଦଳର ରାଜନୈତିକ ଏଜେଂଟ ଭାବରେ କାମ କରୁଛନ୍ତି : ବିଜେପି

 ଗଣମାଧ୍ୟମରେ ପ୍ରସାରିତ କଲ ରେକର୍ଡ ଏକ ଜାଲି କାଗଜ
 ଗଂଜାମ ଏସପି ଏହାକୁ ଚଂଚକତା କରି ପ୍ରସାରିତ କରିଥିବା ସତ୍ୱେ ନିଜ ମୁଣ୍ଡକୁ କାହିଁକି ଦାୟିତ୍ୱ ନେଉ ନାହାନ୍ତି ?
 ଜାଲି କାଗଜ ପ୍ରସାରିତ କରି ବିଜେପି ବିରୁଦ୍ଧରେ ବିଜେଡି ରାଜନୈତିକ ଆନେ୍ଦାଳନ କରାଇବା ଷଡଯନ୍ତ୍ରରେ ଏସପି ପକ୍ଷଭୁକ୍ତ
 ଗଂଜାମ ଜିଲ୍ଲାର ମନ୍ତ୍ରୀ ସୂର୍ଯ୍ୟ ପାତ୍ର, ଶ୍ରୀମତୀ ଉଷା ଦେବୀ ଓ ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ସହ ଖୋଲା ଆକାଶ ତଳେ ବୁଲୁଥିବା ଅପରାଧୀ ମାନଙ୍କ ସହ ଥିବା କଲ ରେକର୍ଡକୁ ମଧ୍ୟ ସାର୍ବଜନୀନ କରନ୍ତୁ ଏସପି
 ଗଂଜାମ ଜିଲ୍ଲାରେ ଗିରଫ ହୋଇଥିବା ଅପରାଧୀ ମାନେ କେଉଁଠି ଓ କାହା ଦ୍ୱାରା ଲୁଚା ଯାଇଥିଲା ଏହାର ତଥ୍ୟ ମଧ୍ୟ ସାର୍ବଜନୀନ କରନ୍ତୁ ଏସପି
 ଏସପିଙ୍କ ଷଡଯନ୍ତ୍ରରେ ପଂଚାୟତ ନିର୍ବାଚନ ସମୟରେ ତିନି ବିଜେପି କର୍ମୀଙ୍କୁ ହତ୍ୟା କରାଯାଇ ଅଭିଯୁକ୍ତଙ୍କୁ ଦିଆ ଯାଇଛି ସୁରକ୍ଷା
 ଲକ୍ଷ୍ମୀଦତ ହତ୍ୟା ମାମଲାରେ ମୃତକର ମା ସାର୍ବଜନୀନ ଭାବେ ସ୍ଥାନୀୟ ବିଧାୟକଙ୍କ ଦୁଇ ସମର୍ଥକଙ୍କ ନାମ ନେଇଥିଲେ ସୁଦ୍ଧା କାହିଁକି ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ ?
 ବିଜେପିରେ ମିଶିବାକୁ ଆଗ୍ରହୀ ଥିବା ବିଜେଡି ଓ ଅନ୍ୟ ଦଳର ନେତା କର୍ମୀଙ୍କୁ ଧମକ ଚମକ ଦେଉଛନ୍ତି ଏସପି, ଏହାର ଗୋଟି ଗୋଟି ତଥ୍ୟ କରାଯିବ ସାର୍ବଜନୀନ
 ପରୋକ୍ଷ ରାଜନୀତି ନ କରି ଯଦି ଆଶୀଷ ସିଂହଙ୍କର ଯଦି ରାଜନୀତି କରିବାକୁ ଇଚ୍ଛା ଅଛି ତେବେ ପୋଲିସ ପୋଷାକ ଖୋଲି ରାଜନୈତିକ ମଇଦାନକୁ ଆସନ୍ତୁ
 ଗଂଜାମ ଏସପି ଖୋଲାଖୋଲି ରାଜନୈତିକ ପକ୍ଷଭୁକ୍ତ ହୋଇଥିବା କାରଣରୁ ତାଙ୍କ ନେତତ୍ୱରେ ନିରପେକ୍ଷ ତଦନ୍ତ ଅସମ୍ଭବ,ସିବିଆଇ ବା କୋର୍ଟ ତଦାରଖରେ ଏସଆଇଟି ଦ୍ୱାରା ତଦନ୍ତ କରାଯାଉô
ବିଜେପିର କାର୍ଯ୍ୟକ୍ରମ
 ସୋମବାର ଦିନ ମହାମହିମ ରାଜ୍ୟପାଳ ଓ ପୋଲିସ ମହାନିର୍ଦେଶକଙ୍କୁ ଦାବି ପତ୍ର
 ଜାଲି କଲ ରେକର୍ଡ ପ୍ରସ୍ତୁତି ଓ ପ୍ରସାରଣ ଧର୍ତବ୍ୟ ଅପରାଧ ହୋଇଥିବାରୁ ସାଇବର ପୋଲିସ ଷ୍ଟେସନରେ ରୁଜୁ ହେବ ମାମଲା

PC_GolakMohapatra_GanjamIssue_30
ଗଂଜାମ ଏସପି ଆଶୀଷ ସିଂହ ବିଜୁ ଜନତା ଦଳର ରାଜନୈତିକ ଏଜେଂଟ ଭାବରେ କାମ କରୁଛନ୍ତି ବୋଲି ପୁଣି ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ଯେ, ଗଣମାଧ୍ୟମରେ ପ୍ରସାରିତ କଲ ରେକର୍ଡ ଗଂଜାମ ଏସପି ଚଂଚକତା କରି ପ୍ରସାରିତ କରିଥିବା ସତ୍ୱେ ଏହା ତାଙ୍କ ଦ୍ୱାରା ପ୍ରସାରିତ ହୋଇଛି ବୋଲି ନିଜ ମୁଣ୍ଡକୁ କାହିଁକି ଦାୟିତ୍ୱ ନେଉ ନାହାନ୍ତି ।
ପ୍ରଚାରିତ କଲ ରେକର୍ଡ କାହାର ଦସ୍ତଖତରେ ବଂଟା ଯାଇ ନାହିଁ ବା ଏହା କୌଣସି ଟେଲିକମ ସେବା ପ୍ରଦାନକାରୀଙ୍କ ଅଧିକୃତ କାଗଜ ନୁହେଁ । ଜାଣି ଶୁଣି ଚଂଚକତା କରି ଜାଲି କାଗଜକୁ ବାଂଟି ବିଜେଡିକୁ ବିଜେପି ବିରୁଦ୍ଧରେ ରାଜନୈତିକ ଆନେ୍ଦାଳନ କରିବା ପାଇଁ ଶାସକ ଦଳ ସହ ଗଂଜାମ ଏସପିଙ୍କର ଏକ ଷଡଯନ୍ତ୍ରର ଅଙ୍ଗ ବୋଲି କହିଛନ୍ତି ଶ୍ରୀ ମହାପାତ୍ର ।
ପୋଲିସ ହେପାଜତରେ ଥିବା ବ୍ୟକ୍ତିଙ୍କ ଭିଡିଓ ବୟାନ ସର୍ବ ସାଧାରଣରେ ଖୋଦ ଏସପି ଦେଶର ନିୟମ କାନୁନକୁ ଭାଙ୍ଗି ରାଜନୈତିକ ଷଡଯନ୍ତ୍ରର ଅଙ୍ଗ ଭାବେ ପ୍ରସାରିତ କରିଛନ୍ତି ବୋଲି ସ୍ୱୀକାର କରନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଯଦି ଗଂଜାମ ଏସପି ତାଙ୍କର କଲ ରେକର୍ଡକୁ ସାର୍ବଜନୀନ କରିଛନ୍ତି ତା ହେଲେ ଗଂଜାମ ଜିଲ୍ଲାର ମନ୍ତ୍ରୀ ସୂର୍ଯ୍ୟ ପାତ୍ର, ଶ୍ରୀମତୀ ଉଷା ଦେବୀ ଓ ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ସହ ଖୋଲା ଆକାଶ ତଳେ ବୁଲୁଥିବା ଅପରାଧୀ ମାନଙ୍କ ସହ ଥିବା କଲ ରେକର୍ଡକୁ ମଧ୍ୟ ସାର୍ବଜନୀନ କରିବାକୁ ଆହ୍ୱାନ କରିଛନ୍ତି ଶ୍ରୀ ମହାପାତ୍ର ।
ଶ୍ରୀ ମହାପାତ୍ର କହିଛନ୍ତି ଯେ ଗଂଜାମ ଜିଲ୍ଲାରେ ଗିରଫ ହୋଇଥିବା ଅପରାଧୀ ମାନେ କେଉଁଠୁ କେଉଁଠୁ ଗିରଫ ହେଲେ ଓ ସେମାନଙ୍କୁ କେଉଁ ବିଜେଡି ନେତା ମନ୍ତ୍ରୀ ମାନେ ସହାୟତା ଯୋଗାଇଥିଲେ ଗୋଟି ଗୋଟି କରି ତଥ୍ୟ ଏସପି ଉପସ୍ଥାପିତ ନ କଲେ ସେ ବିଜେଡିର ଏଜେଂଟ ଭାବେ କାମ କରୁଥିବା ଆହୁରି ସ୍ପଷ୍ଟ ହେବ ।
ଗଂଜାମ ଜିଲ୍ଲାରେ ପଂଚାୟତ ନିର୍ବାଚନ ସମୟରେ ତିନି ଜଣ ବିଜେପି କାର୍ଯ୍ୟକର୍ତା ମର୍ଦକୋଟ ଗାଁର ପୀତାମ୍ବର ସ୍ୱାଇଁ, ବୁଗୁଡା ଗାଁର ଶିଶିର ନାୟକ, ହିଂଜିଳି ଶେରଗଡର ବୁଲୁ ପ୍ରଧାନଙ୍କୁ ପୋଲିସର ସହାୟତାରେ ବିଜେଡି ଯୋଜନାରେ ହତ୍ୟାର ଷଡଯନ୍ତ୍ରକାରୀ ଗଂଜାମ ଏସପି ଆଶୀଷ ସିଂହ ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି । ଏହି ତିନି ଚର୍ଚିତ ହତ୍ୟାକାଣ୍ଡର ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ କାହିଁକି ପୋଲିସ ପଛାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଲକ୍ଷ୍ମୀଦତ ହତ୍ୟା ମାମଲାରେ ମୃତକର ମା ସାର୍ବଜନୀନ ଭାବେ ସ୍ଥାନୀୟ ବିଧାୟକଙ୍କ ଦୁଇ ସମର୍ଥକଙ୍କ ନାମ ନେଇଛନ୍ତି । ସେହି ଦୁଇ ବ୍ୟକ୍ତିଙ୍କୁ ତଦନ୍ତ ପରିସରଭୁକ୍ତ ନ କରିବା ପଛରେ କାରଣ କଣ ତାହା ଏସି ଆଶୀଷ ସିଂହ ସ୍ପଷ୍ଟ କରିବାକୁ ଶ୍ରୀ ମହାପାତ୍ର ଆହ୍ୱାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଗଂଜାମ ଜିଲ୍ଲାରେ ବିଜେପିର ପ୍ରଭାରୀ ଭାବରେ କାମ କରୁଥିବା କାରଣରୁ ଓ ବିଜେଡି ଓ ଅନ୍ୟ ଦଳର ନେତା ଓ ତୃଣମୂଳ ସ୍ତରର କର୍ମୀଙ୍କୁ ବିଜେପିରେ ମିଶ୍ରଣ ଯୋଜନା ସମୟରେ ଏସପି ଆଶୀଷ ସିଂହ ସେମାନଙ୍କୁ ଧମକ ଚମକ ଦେଇ ବିଜେପିରେ ନ ମିଶିବା ପାଇଁ ଗୋଟି ଗୋଟି ଉଦାହରଣକୁ ସେ ସାର୍ବଜନୀନ କରିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଯଦି ଆଶୀଷ ସିଂହଙ୍କର ରାଜନୀତି କରିବାକୁ ଇଚ୍ଛା ଅଛି ତେବେ ପୋଲିସ ପୋଷାକ ଖୋଲି ମଇଦାନକୁ ଆସନ୍ତୁ ବୋଲି ଶ୍ରୀ ମହାପାତ୍ର ଆହ୍ୱାନ କରିଛନ୍ତି । ଏଜେଂଟ ଭାବେ କାମ କରିବା ଅପେକ୍ଷା ଖୋଲାଖୋଲି ଲଢେଇ ପାଇଁ ରାଜରାସ୍ତାକୁ ଆସିଲେ ଭଲ ହେବ ବୋଲି ସେ କହିଛନ୍ତି ।
ଶ୍ରୀ ମହାପାତ୍ର କହିଛନ୍ତି ଯେ ଗଂଜାମ ଜିଲ୍ଲାର ବିଜେପିର ପ୍ରଭାରୀ ଭାବରେ ଦଳରେ ନୂଆ କରି ଯୋଗ ଦେଇଥିବା କୃଷ୍ଣ ନାୟକଙ୍କ ସହ କଥା ହେବାରେ କଣ ସମସ୍ୟା ଅଛି । ମାତ୍ର ସେ କେଉଁଠିକି ଗଲେ କେଉଁ ଜାଗାକୁ ଗଲେ ସେଥିରେ ତାଙ୍କର ଆଦୌ ସଂପର୍କ ନାହିଁ ।

ଶ୍ରୀ ମହାପାତ୍ର କହିଛନ୍ତି ଯେ ନିରପେକ୍ଷ ତଦନ୍ତ ହେଲେ ସତ ପଦାକୁ ବାହାରିବ । ଗଂଜାମ ଏସପି ଖୋଲାଖୋଲି ରାଜନୈତିକ ପକ୍ଷଭୁକ୍ତ ହୋଇଥିବା କାରଣରୁ ତାଙ୍କ ନେତତ୍ୱରେ ନିରପେକ୍ଷ ତଦନ୍ତ ଅସମ୍ଭବ । ତେଣୁ ସିବିଆଇ ବା କୋର୍ଟ ତଦାରଖରେ ଏସଆଇଟି ଦ୍ୱାରା ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି । ସବୁ ପ୍ରକାର ତଦନ୍ତର ସାମନା କରିବାକୁ ସେ ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଏହି ମାମଲାକୁ ବିଜେପି ଗୁରୁତ୍ୱର ସହ ନେଇଛି ବୋଲି ବିଜେପି ରାଜ୍ୟ ଉପ ସଭାପତି ସମୀର ମହାନ୍ତି କହିଛନ୍ତି । ଏହି ମାମଲାରେ ଦଳ ସୋମବାର ଦିନ ମହାମହିମ ରାଜ୍ୟପାଳ ଓ ପୋଲିସ ମହାନିର୍ଦେଶକଙ୍କୁ ସାକ୍ଷାତ କରି ଗଂଜାମ ଏସପି ଆଶୀଷ ସିଂହଙ୍କ ବିଜେଡି ଦଳର ପକ୍ଷଭୁକ୍ତ ହୋଇ ରାଜନୈତିକ ଏଜେଂଡାରେ ସାମିଲ ହେବାର ତଥ୍ୟ ପ୍ରମାଣ ଉପସ୍ଥାପିତ କରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହା ସହ ଜାଲି କଲ ରେକର୍ଡ ସାମାଜିକ ଗଣମାଧ୍ୟମରେ କିଏ ପ୍ରସାରିତ କଲା ଓ ଜାଲି କାଗଜ ପ୍ରସ୍ତୁତ କରିବା ଓ ସାମାଜିକ ଗଣମାଧ୍ୟମରେ ପ୍ରସାରଣ କରିବା ଏକ ଧର୍ତବ୍ୟ ଅପରାଧ ହୋଇଥିବାରୁ ତୁରନ୍ତ ଏହି ଦୋଷୀଙ୍କୁ ଆଇନ ଅନୁଯାୟୀ କଡା ଦଣ୍ଡ ଦେବାକୁ ଦଳ ଦାବି କରିବ । ଶାସକ ଦଳ ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ମହଲା , ଜିଲ୍ଲାର ମନ୍ତ୍ରୀ ଓ ଶାସକ ଦଳର ବିଧାୟକ ମାନଙ୍କ ସହ ଏସପି ଆଶୀଷ ସିଂହଙ୍କ ରାଜନୈତିକ ସହଯୋଗୀ ଭାବରେ କାର୍ଯ୍ୟକୁ ଗଂଜାମ ଓ ସାରା ରାଜ୍ୟରେ ପର୍ଦାଫାସ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ କାଲନ୍ଦୀ ସାମଲ ଏବଂ ରାଜ୍ୟ ସମ୍ପାଦକ ଡା.ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ ।