ନଭେମ୍ବର୫ରେ ଜାତୀୟ ଭଲିବଲ ପ୍ରତିଯୋଗିତା

asanta nov 5 tarikhare lingaraj cup vally ball dibaratra turnament ra pokhariput lingaraj club parisarare trophy o jercy unmochita (3)
ଲିଙ୍ଗରାଜ ସ୍ପୋର୍ଟସ ଆସୋସିଏସନ ଆନୁକୂଲ୍ୟରେ ଆସନ୍ତା ନଭେମ୍ବର ୫ରେ ଏକ ଦିବସୀୟ ଦିବାରାତ୍ରି ଜାତୀୟ ଭଲିବଲ ପ୍ରତିଯୋଗିତା ଲିଙ୍ଗରାଜ ବିହାର ଖେଳ ପଡିଆରେ ଖେଳାଯିବ । ଏହି ପ୍ରତିଯୋଗିତାରେ ଓଡିଶା, ଆନ୍ଧ୍ରପ୍ରଦେଶ,ପଶ୍ଚିମବଙ୍ଗ ଓ ଛତିଶଗଡ ରାଜ୍ୟର ଖେଳାଳିମାନେ ଅଂଶଗ୍ରହଣ କରିବେ । ଖେଳ ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହେବ । ଖେଳକୁ ଉପଭୋଗ କରିବା ଲାଗି ଉସôାହ ପ୍ରଦାନ କାରୀ ଚିୟର ଗାର୍ଲସ ଓ ଦର୍ଶକଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଚମ୍ପିୟାନ ଖେଳାଳିଙ୍କୁ ନଗଦରାଶି ୧୦ହଜାର ଟଙ୍କା ସହିତ କପ ଓ ରନର୍ସଅଫ ଖେଳାଳିଙ୍କୁ ନଗଦ ୮ହଜାର ଟଙ୍କା ସହିତ ରନର୍ସକପ ପ୍ରଦାନ କରାଯିବ । ପ୍ରତିଯୋଗିତା ଲାଗି ଦଳର ଜର୍ସି ଉନ୍ମୋଚିତ ହୋଇଯାଇଛି । ପ୍ରଥମ ଥର ପାଇଁ ଆୟାଜିତ ହେବାକୁ ଥିବା ଏହି ପ୍ରତିଯୋଗିତାକୁ ସଫଳ କରିବା ଲାଗି ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ବୋଲି ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଆସୋସିଏସନର ମୁଖପାତ୍ର ସୁରତ୍ନ କୁମାର ସାହୁ ସୂଚନା ଦେଇଛନ୍ତି ।

Share in top social networks!