ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ପାରିବାରିକ ସମ୍ବାଦ ସେବା ସହାୟତାରେ ନିଖୋଜ ଶ୍ରୀମତୀ ସଂଯୁକ୍ତା ବେହେରା ଓ ଝରଣା ମାଝି ଘରକୁ ଫେରିଲେ

DSCN1183 ବିଗତ ୧୪ ବର୍ଷ ପୂର୍ବେ ଆଳି ଗାଁ, ବାଳକାଟି, କେନ୍ଦ୍ରାପଡାରୁ ନିଖୋଜ ଶ୍ରୀମତୀ ଝରଣା ମାଝି ଓ ୩ ବର୍ଷ ପୂର୍ବେ ଗଜାଂମର କୁମାରୀ ସଂଯୁକ୍ତା ବେହେରା କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ନିଖୋଜ ହୋଇଯାଇଥିଲେ । ଆଜି ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ପାରିବାରିକ ସମ୍ବାଦ ସେବା ସହାୟତାରେ ଝରଣା ମାଝି ଓ ସଂଯୁକ୍ତା ବେହେରାଙ୍କୁ ତାଙ୍କ ପରିବାର ସହିତ ଏକାଠି ହେବାରେ ସୁଯୋଗ ମିଳିଛି ।

ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ ମନ୍ତ୍ରୀ ଓ ରେଡ଼କ୍ରସ୍, ଓଡିଶା ରାଜ୍ୟ ଶାଖା କାର୍ଯ୍ୟକାରିଣୀ କମିଟିର ଅଧ୍ୟକ୍ଷ ଶୀଯୁକ୍ତ ପ୍ରତାପ ଜେନା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରେଡ଼କ୍ରସର ଏହିଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିବା ସହିତ ଆଗକୁ ଏହି କାର୍ଯ୍ୟକ୍ରମକୁ ଜାରି ରଖି ସମାଜର ଦୁସ୍ଥ ଲୋକମାନଙ୍କୁ ସାହାଯ୍ୟ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ।

ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଯୁବ ରେଡ଼କ୍ରସ୍ ଅଧିକାରୀ ତଥା ଅବୈତନିକ ଯୁଗ୍ମ ସଚିବ ଡଃ ମେଜର କଳ୍ପନା ଦାସ ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଡଃ ଜ୍ଞାନବ୍ରତ ମହାନ୍ତି ରେଡ଼କ୍ରସର ଏହିଭଳି କାର୍ଯ୍ୟକ୍ରମକୁ ଆଗକୁ ବଢାଇବାରେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ରେଡ଼କ୍ରସ୍ର ଶୀ୍ର ରଞନ କୁମାର ମହାନ୍ତି କାର୍ଯ୍ୟକ୍ରମର ପରିଷେଶରେ ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!
Powered By Indic IME