ଇଣ୍ଡିଆ ଟୁଡେ ପକ୍ଷରୁ “ଷ୍ଟ୍ଟେ୍ ଅଫ୍ ଦି ଷ୍ଟେଟ୍ କନ୍କ୍ଲେଭ୍’ ଆୟୋଜିତ; ବିଭିନ୍ନ କ୍ଷେତ୍ରରେ ବିକାଶକୁ ନେଇ ଆଲୋଚନା

CMIndiatoday1-1024x683
ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାର ରାଜ୍ୟରେ ବିକାଶର ମହାପର୍ବ ସୃଷ୍ଟି କରିଛନ୍ତି ଓ ପ୍ରତିଟି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଶିଳ୍ପାୟନ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଥ#ବା ବେଳେ ଖଣି ଓ ଆନୁସଙ୍ଗିକ କ୍ଷେତ୍ରରେ ସରକାରଙ୍କର ଯୋଜନା ଓ କାର୍ଯ୍ୟକ୍ରମ ଫଳପ୍ରଦ ହୋଇଛି ।
କୃଷି କ୍ଷେତ୍ରରେ ଓଡ଼ିଶାରେ ନୂତନ ବିପ୍ଳବ ସୃଷ୍ଟି ହୋଇଛି ଓ ମତ୍ସ୍ୟ, ପଶୁପାଳନ, ଦୁU ଉତ୍ପାଦନ ଓ ଭିତ୍ତିଭୂମି ଉନ୍ନୟନ କ୍ଷେତ୍ରରେ ରାଜ୍ୟ ସରକାର ଉତ୍ସାହଜନକ ପଦକ୍ଷେପ ନେଇଛନ୍ତି । ଶିକ୍ଷା ବ୍ୟବସ୍ଥାରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରି ଏହାକୁ ବିକାଶର ମୂଳଦୁଆ ଭାବରେ ପ୍ରତିପାଦିତ କରିଛନ୍ତି । ସ୍ୱଚ୍ଛ ପ୍ରଶାସନରେ ଥ୍ର#-ଟି ମନ୍ତ୍ର ଯଥା ସମୂହ କାର୍ଯ୍ୟ, ସ୍ୱଚ୍ଛତା ଓ ବୈଷୟିକ ଜ୍ଞାନକୌଶଳକୁ ଗୁରୁତ୍ୱ ଦିଆଯାଇଛି । ସାଂସ୍କୃତିକ ପୁନର୍ଜାଗରଣ କ୍ଷେତ୍ରରେ ରାଜ୍ୟର ଐତିହ୍ୟ ଓ ପରମ୍ପରାକୁ ଦୃଷ୍ଟିରେ ରଖ# ଏକାଧ#କ କାର୍ଯ୍ୟକ୍ରମର ସଫଳ ରୂପାୟନ ବଳରେ ଓଡ଼ିଶାର ଭାଷା, କଳା, ସ୍ଥାପତ୍ୟ,ଚଳଚ୍ଚିତ୍ର, ନୃତ୍ୟ, ସାହିତ୍ୟ, ସଂସ୍କୃତି ବିଶ୍ୱଦରବାରରେ ଆଦୃତ ହୋଇଛି । ମାନବସମ୍ବଳକୁ ଅଧ#କ ଫଳପ୍ରଦ ଓ କି୍ରୟାଶୀଳ କରିବା ପାଇଁ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ଏଠାରେ ଆଲୋଚକମାନେ ମତପ୍ରଦାନ କରିଛନ୍ତି ।

ଇଣ୍ଡିଆ ଟୁଡେ ପତି୍ରକା ପକ୍ଷରୁ ଆଜି ଏଠାରେ ଆୟୋଜିତ ” ଦି ଷ୍ଟେଟ୍ ଅଫ୍ ଦି ଷ୍ଟେଟ୍’ କନ୍କ୍ଳେଭ୍ରେ ଅନ୍ତର୍ଭୁକ୍ତ ଆଲୋଚନା ଚକ୍ରଗୁଡ଼ିକରେ ବିଭିନ୍ନ ପ୍ରସଙ୍ଗ ଉପରେ ବକ୍ତାମାନେ ସେମାନଙ୍କ ମତ ରଖ#ଥ#ଲେ । ପୂର୍ବତନ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ମନ୍ତ୍ରୀ ଡା. ଦାମୋଦର ରାଉତ, ଅନୁସୂଚିତ ଜନଜାତି ଓ
ଅନୁସୂଚିତ ଜାତି, ପଛୁଆ ବର୍ଗ ତଥା ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧ#କରଣର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ, ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର, ବିରୋଧୀ ଦଳର ନେତା ନରସିଂହ ମିଶ୍ର, ମୁଖ୍ୟ ଶାସନ ସଚିବ ଆଦିତ୍ୟପ୍ରସାଦ ପାଢ଼ୀ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍
ବାଲକ୍ରିଷ୍ଣନ୍, କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରାଳୟ ଅଧୀନସ୍ଥ ଜାତୀୟ ବୃଷ୍ଟିପାତ ଅଞ୍ଚଳ କର୍ତ୍ତୃପକ୍ଷର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଶୋକ ଦଳବାଇ, ପୂର୍ବତନ ମୁଖ୍ୟ ଶାସନ ସଚିବ ସୁବାସ ପାଣି, ବରିଷ୍ଠ ପ୍ରଶାସକ ଅଶୋକ କୁମାର ମିନା, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ ଚୋପ୍ରା, ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟର କୁଳପତି ତଥା ବିଶିଷ୍ଟ
ଅର୍ଥନୀତିଜ୍ଞ ଡ. ସୁଧାକର ପଣ୍ଡା, ଦକ୍ଷିଣ ଏସୀୟ ବିଶ୍ୱବିଦ୍ୟାଳୟର ଉପାଧ୍ୟକ୍ଷ ଡ. ସନ୍ତୋଷ ପଣ୍ଡା, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୂଳପତି ଡ. ପଦ୍ମଜା ମିଶ୍ର, ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ଡ. ପ୍ରକାଶ ଷଡଙ୍ଗୀ, ଉନ୍ନୟନ ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ କିଶୋର ଚନ୍ଦ୍ର ସାମଲ, ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର ଡେଭଲପ୍ମେଣ୍ଟ ଷ୍ଟଡିଜ୍, ଭୁବନେଶ୍ୱରର ଡ. ଶ୍ରୀଜିତ ମିଶ୍ର, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଡ.. ସୌମେନ୍ଦ୍ର ମୋହନ ପଟ୍ଟନାୟକ, ଶିକ୍ଷାସନ୍ଧାନର ଅଧ୍ୟକ୍ଷ ତଥା ବିଶିଷ୍ଟ ଲେଖକ ଡ. ଜତୀଦ୍ର ନାୟକ, ଲେଖକ ତଥା ସାମ୍ବାଦିକ ଡ. ଗୌରହରି ଦାସ, କିଟ୍ ଓ କିସ୍ର ପ୍ରତିଷ୍ଠାତା ଡ. ଅଚୁ୍ୟତ ସାମନ୍ତ, ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ, ଭୁବନେଶ୍ୱରର ଅଧ୍ୟକ୍ଷ ବିଜୟ କୁମାର ସାହୁ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ବିଶିଷ୍ଟ ନୃତ୍ୟାଙ୍ଗନା ଡ. ପି୍ରୟମ୍ବଦା ହେଜମାଦି, କଳା
ସମୀକ୍ଷକ କେଦାର ମିଶ୍ର, ଓଡ଼ିଶୀ ନୃତ୍ୟଗୁରୁ ରତିକାନ୍ତ ମହାପାତ୍ର ଓ ଗଜେନ୍ଦ୍ର ପଣ୍ଡା, ଚଳିଚ୍ଚିତ୍ର ପ୍ରଯୋଜକ ଓ ନିର୍ଦ୍ଦେଶକ ପଦ୍ମଶ୍ରୀ ନୀଳମାଧବ ପଣ୍ଡା, ପ୍ରସିଦ୍ଧ ସଂସ୍କୃତି ଗବେଷକ ଅଶିଷ ମୋହନ ଖୋକର, ବିଜେପି ନେତା ପୃଥ#ରାଜ ହରିଚନ୍ଦନ, ବିଜେଡି ମୁଖପାତ୍ର ଡ. ସସ୍ମିତ୍ ପାତ୍ର ପ୍ରମୁଖ ଆଲୋଚନା ଚକ୍ରଗୁଡ଼ିକରେ ଅଂଶଗ୍ରହଣ କରି
ବିଭିନ୍ନ ପ୍ରସଙ୍ଗ ଉପରେ ରାଜ୍ୟର ପ୍ରଗତି ସହିତ ଅଧ#କତର ବିକାଶ ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ପ୍ରସ୍ତାବ ଓ ପରାମର୍ଶ ପ୍ରଦାନ କରିଥ#ଲେ ।

ସାରାଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗର ଶାସନ ସଚିବ, ନିର୍ଦ୍ଦେଶକ, ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ପଦାଧ#କାରୀ, ବୁଦ୍ଧିଜୀବୀ, ଗବେଷକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥ#ଲେ ।

Share in top social networks!
Powered By Indic IME