ଶିଶୁଭବନରେ ଆରମ୍ଭ ହେଲା ପୁଷ୍ଟିସାଧନ କେନ୍ଦ୍ର

NRC Inauguration
ରାଜ୍ୟରେ ପୁଷ୍ଟିହୀନତା ଯୋଗୁ ଶିଶୁଙ୍କ ମୃତୁ୍ୟ ଘଟୁଥିବାରୁ ଏହାକୁ ରୋକିବା ଲାଗି ରାଜ୍ୟ ସରକାର ବିଭିନ୍ନ ଜିଲାରେ ପ୍ରାୟ ୪୭ଟି ପୁଷ୍ଟିସାଧନ କେନ୍ଦ୍ର ଖୋଲିଛନ୍ତି । ଭୁବନେଶ୍ୱରସ୍ଥିତ ଶିଶୁ ଭବନରେ ଶୁକ୍ରବାର ଏକ ପୁଷ୍ଟି ସାଧନକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଉଦ୍‍ଘାଟନ କରିଛନ୍ତି । ଏହି କେନ୍ଦ୍ର ଦ୍ୱାରା ଖୋର୍ଦ୍ଧା ଜିଲାର ୧ରୁ ୫ବର୍ଷ ବୟସ ମଧ୍ୟରେ ଅପପୁଷ୍ଟିର ଶିକାର ହେଉଥିବା ଶିଶୁଙ୍କ ଯତ୍ନ ନିଆଯିବ ଏବଂ ଆଗାମୀ ଦିନରେ ରାଜ୍ୟ ସରକାର ଅଧିକ ପୁଷ୍ଟି ସାଧନ କେନ୍ଦ୍ର ଖୋଲିବେ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।
ସୂଚନାଯୋଗ୍ୟ ଯେ ରାଜ୍ୟରେ ଅପପୁଷ୍ଟିଜନିତ ଶିଶୁ ମୃତୁ୍ୟହାର କମାଇବା ଲାଗି ରାଜ୍ୟ ସରକାର ବିଭିନ୍ନ ଜିଲାରେ ପୁଷ୍ଟିସାଧନ କେନ୍ଦ୍ର ଆରମ୍ଭ କରିଛନ୍ତି । ଏହି ଯୋଜନାରେ ରାଜଧାନୀରେ ଏହି କେନ୍ଦ୍ର ଖୋଲାଯିବ । ରାଜଧାନୀ ପାଶ୍ୱର୍ବର୍ତ୍ତୀ ଗ୍ରାମାଞ୍ଚଳ ସମେତ ଖୋର୍ଦ୍ଧା ଜିଲାରେ ପୁଷ୍ଟିହୀନତାର ଶିକାର ଶିଶୁଙ୍କୁ ଏଠାରେ ଚିକିତ୍ସା ସେବା ଯୋଗାଇ ଦିଆଯିବ । ପୁଷ୍ଟିହୀନତାର ଶିକାର ହୋଇଥିବା ଶିଶୁଙ୍କୁ ଚିହ୍ନଟ କରି ସ୍ଥାନୀୟ ସରକାରୀ ଡାକ୍ତରଖାନା ତଥା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏଠାକୁ ପଠାଯିବ । ୧୦ଶଯ୍ୟା ବିଶିଷ୍ଟ ଏହି କେନ୍ଦ୍ରରେ ଉଭୟ ମା’ ଓ ଶିଶୁଙ୍କୁ ୧୫ଦିନ ପାଇଁ ରଖାଯିବ । ଏହି ସମୟରେ ଶିଶୁକୁ ପୁଷ୍ଟିସାରଯୁକ୍ତ ଖାଦ୍ୟ, ଔଷଧ, ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦିଆଯିବ । ୧୫ଦିନ ପରେ ଶିଶୁର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଡିସଚାର୍ଜ କରାଯିବ । ପୁଷ୍ଟିସାଧନ କେନ୍ଦ୍ରକୁ ଅଧିକରୁ ଅଧିକ ଶିଶୁଙ୍କୁ ଆଣିବା ଦିଗରେ ପ୍ରୋତ୍ସାହିତ କରିବା ଲାଗି ଗସ୍ତଖର୍ଚ୍ଚ ଦିଆଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି କେନ୍ଦ୍ର ଦାୟିତ୍ୱରେ ଜଣେ ଶିଶୁ ରୋଗ ବିଶେଷଜ୍ଞ, ଜଣେ ପୁଷ୍ଟିସାର ବିଶେଷଜ୍ଞ, ୪ ଏଏନଏମ, ଜଣେ ରୋଷେୟା/ଆଟେଣ୍ଡାଣ୍ଟଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦେଶିକା ଶାଳିନୀ ପଣ୍ଡିତ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ବିଜୟ କୁମାର ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, କ୍ୟାପିଟାଲ ହସ୍‍ପିଟାଲ ନିର୍ଦେଶକ, ସୁପରିଣ୍ଟେଣ୍ଡଣ୍ଟ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME