୧୭ ବର୍ଷ ମଧ୍ୟରେ ରାଜ୍ୟର ଆଥ#ର୍କ ସ୍ଥିତି ୫ ଗୁଣ ଦୃଢ଼ ହୋଇଛି, ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ବିକାଶ ଅବ୍ୟାହତ :ଅର୍ଥ ମନ୍ତ୍ରୀ ଶ୍ରୀ ବେହେରା

19952075301479907077724973990
ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ବିକାଶ ଯାତ୍ରା ଅବ୍ୟାହତ ରହିଥ#ବା ବେଳେ ରାଜ୍ୟବାସୀଙ୍କ ସର୍ବାଙ୍ଗୀନ ଉନ୍ନତି
ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ନେତୃତ୍ୱ ବଳରେ ଓଡ଼ିଶା ଦେଶର ପ୍ରମୁଖ ସମୃଦ୍ଧ ରାଜ୍ୟ
ଭାବରେ ପରିଗଣିତ ହେବ । ଅନ୍ୟ ପକ୍ଷରେ, ଦାରିଦ୍ର୍ୟ ଦୂରୀକରଣ ଓ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମଗୁଡ଼ିକର
ସଫଳ ରୂପାୟନ ନିମନ୍ତେ ଅନୁରୂପ ଭାବରେ କେନ୍ଦ୍ରୀୟ ସହଯୋଗ ନମିଳିବା ଯଥାର୍ଥ ନୁହେଁ ବୋଲି ଅର୍ଥ ଓ
ଅବକାରୀ ମନ୍ତ୍ରୀ ଶ୍ରୀ ଶଶିଭୂଷଣ ବେହେରା ପ୍ରକାଶ କରିଛନ୍ତି । ଆଜି ପୂର୍ବାହ୍ନରେ ଇଣ୍ଡିଆ ଟୁଡେ ପକ୍ଷରୁ ଆୟୋଜିତ
“ଷ୍ଟେଟ୍ ଅଫ୍ ଦି ଷ୍ଟେଟ୍ କନ୍କ୍ଲେଭ’ର ଉଦ୍ଘାଟନ କାର୍ଯ୍ୟକ୍ରମରେ ଅତିଥ# ଭାବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ବେହେରା
ଏହା ଉଲ୍ଲେଖ କରିଛନ୍ତିା
ଓଡ଼ିଶାର ବିକାଶ ଉପରେ ଏକ ଚିତ୍ର ପ୍ରଦାନ କରି ଶ୍ରୀ ବେହେରା କହିଛନ୍ତି ଯେ ଗତ ୧୭ ବର୍ଷ ମଧ୍ୟରେ
ରାଜ୍ୟର ଆଥ#ର୍କ ସ୍ଥିତି ୫ ଗୁଣ ଦୃଢ଼ ହୋଇଛି ଏବଂ ମୁଣ୍ଡ ପିଛା ଆୟ ବୃଦ୍ଧିକୁ ତେନ୍ଦୁଲକର କମିଟି ସ୍ୱୀକାର କରିଛନ୍ତି ।
କୃଷି କ୍ଷେତ୍ରରେ ୨୦୧୭-୧୮ ଆଥ#ର୍କ ବର୍ଷରେ ପ୍ରାୟ ୧୪ ହଜାର ୯୩୦ କୋଟିର ବଜେଟ ବ୍ୟବସ୍ଥା କରାଯିବା
ଅତ୍ୟନ୍ତ ଉତ୍ସାହଜନକ । କୃଷି ଉତ୍ପାଦନ ବୃଦ୍ଧି ପାଇଁ ଜଳସେଚନ, ରିହାତି, ବୀମା, ବଜାର ସଂଯୋଗୀକରଣ ବାବଦରେ
ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ୨୦୧୭ରେ ୧୧.୮୩ ମିଲିୟନ୍ ଟନ୍ ପରିମାଣର ଶସ୍ୟ
ଉତ୍ପାଦନ ଓଡ଼ିଶାକୁ ବିଶିଷ୍ଟ ସ୍ଥାନରେ ପହଞ୍ଚାଇଛି । ଜାତୀୟ ସ୍ତରରେ ଓଡ଼ିଶାକୁ ୫ ବର୍ଷରେ ୪ ଥର କୃଷି କର୍ମଣ
ପୁରସ୍କାର ମିଳିଛି । ୨୦୧୯ ସୁଦ୍ଧା ୧୦ ଲକ୍ଷ ହେକଫର ଚାଷଜମିକୁ ଜଳସେଚିତ କରିବା ଲକ୍ଷ୍ୟ ନେଇ ସରକାର
କାର୍ଯ୍ୟ କରୁଛନ୍ତି । ବିଗତ ତିନିବର୍ଷରେ ୫ ଲକ୍ଷ ହେକଫର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇପାରିଛି ।
ବୃହତ ଜଳସେଚନ ଯୋଜନାଗୁଡ଼ିକ ପାଇଁ ଏବେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ତୁଳନାରେ ବେଶ୍
ଅଧ#କ ଅର୍ଥ ବ୍ୟୟ କରିବାକୁ ପଡ଼ୁଛି ।
ରାଜ୍ୟରେ ଶିଳ୍ପ ବିକାଶ ସଂପର୍କରେ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ ଇଜ୍ ଅଫ୍ ଡୁଇଂ ବିଜ୍ନେସ୍, ମେକ୍
ଇନ୍ ଓଡ଼ିଶା, ଲ୍ୟାଣ୍ଡ ବ୍ୟାଙ୍କ୍ ଓ ଷ୍ଟାଟ୍ ଅଫ୍ ପଲିସି ଇତ୍ୟାଦି ସୁବିଧା ଯୋଗୁଁ ରାଜ୍ୟରେ ୨ ଲକ୍ଷ କୋଟି ଟଙ୍କାର
ପୁଞ୍ଜିନିବେଶ ଓ ପ୍ରାୟ ୧.୪ ଲକ୍ଷ ଲୋକଙ୍କ ନିଯୁକ୍ତିର ପ୍ରତିଶ୍ରୁତି ମିଳିଛି । ଶିଳ୍ପ କ୍ଷେତ୍ରରେ ଭିତ୍ତିଭୂମି ପ୍ରତିଷ୍ଠା,
ପରିବେଶ ଓ ଜଙ୍ଗଲ ଅନୁମତି ନିମିତ୍ତ କେନ୍ଦ୍ରର ସହାୟତା ମିଳିଲେ ଓଡ଼ିଶା ଶିଳ୍ପ କ୍ଷେତ୍ରରେ ଆହୁରି ଉନ୍ନତି କରିପାରନ୍ତା ।
ରେଳ ଓ ରାସ୍ତା ସଂଯୋଗୀକରଣ କ୍ଷେତ୍ରରେ ବିଗତ କେତେବର୍ଷ ମଧ୍ୟରେ ରାଜ୍ୟ ସରକାର ୧୮ ହଜାର କିମି ରାସ୍ତା
ନିର୍ମାଣ କରିଥ#ବା ବେଳେ ଜାତୀୟ ରାଜପଥର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ମଧ୍ୟ ଅର୍ଥ ବ୍ୟୟ କରୁଛନ୍ତି ।
ରେଳବାଇ କ୍ଷେତ୍ରରେ ରେଳ ବିଭାଗ ରାଜ୍ୟରୁ ପ୍ରାୟ ୧୭ ହଜାର କୋଟି ଟଙ୍କା ଆଦାୟ କରୁଥ#ବା ବେଳେ ରେଳ
ବିକାଶ ପାଇଁ ରାଜ୍ୟରେ ମାତ୍ର ୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିବା ଦୁର୍ଭାଗ୍ୟଜନକ । ସେହିପରି ଖୋର୍ଦ୍ଧା-ବଲାଙ୍ଗୀର,
ଜୟପୁର-ମାଲକାନଗିରି ରେଳପଥ ନିର୍ମାଣ ପାଇଁ ରାଜ୍ୟ ସରକାର ମାଗଣାରେ ଜମି ଏବଂ ପ୍ରକଳ୍ପ ନିର୍ମାଣର ବ୍ୟୟ
ବହନ କରିଛନ୍ତି । ଶକ୍ତି କ୍ଷେତ୍ରରେ ରାଜ୍ୟର ୯୩ ପ୍ରତିଶତ ଗ୍ରାମାଞ୍ଚଳର ବିଦୁ୍ୟତିକରଣ ହୋଇସାରିଛି ଓ ଆସନ୍ତା ବର୍ଷ
ସୁଦ୍ଧା ୨୪ ଘଣ୍ଟିଆ ବିଦୁ୍ୟତ ଯୋଗାଣର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏହି କ୍ଷେତ୍ରରେ ମଧ୍ୟ କେନ୍ଦ୍ର ସରକାର ଓଡ଼ିଶା ପ୍ରତି
ଅବହେଳା କରିଛନ୍ତି । ସହରାଞ୍ଚଳଗୁଡ଼ିକର ଜନସଂଖ୍ୟା କ୍ରମାଗତ ବୃଦ୍ଧି ପାଉଥ#ବା ବେଳେ ସହରାଞ୍ଚଳ ବିକାଶ କ୍ଷେତ୍ରରେ
ରାଜ୍ୟ ସରକାର ଅନେକ ଯୋଜନା ହାତକୁ ନେଇଥ#ବା ବେଳେ “ଅମୃତ’ ଓ “ସ୍ମାଟର୍୍’ ସିଟି ଯୋଜନାରେ କେନ୍ଦ୍ର
ସରକାର ଓଡ଼ିଶାକୁ ଅଧ#କ ଆଥ#ର୍କ ସହାୟତା ଯୋଗାଇଦେବା ଦରକାର ।
ମନ୍ତ୍ରୀ ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିକାଶ, ଶିଶୁ ଓ ମାତୃମୃତୁ୍ୟ ହାର
କ୍ଷେତ୍ରରେ ଦ୍ରୁତ ହ୍ରାସ, ମମତା ଯୋଜନା, ଶିକ୍ଷା କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମର ରୂପାୟନ, ବସୁଧା ଯୋଜନାରେ
ବିଭିନ୍ନ ଅଞ୍ଚଳକୁ ଜଳଯୋଗାଣ, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗୃହ ନିର୍ମାଣ ଉପରେ ସରକାରଙ୍କ ଉପଲବ୍ଧିକୁ ନେଇ
ବିଶଦ ଉପସ୍ଥାପନା କରିଥ#ଲେ । ମାତ୍ର ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନା ପରି କେତେକ ଯୋଜନାରେ ରାଜ୍ୟ
ସରକାରଙ୍କ ଅଂଶ ବୃଦ୍ଧି ପାଇଥ#ବା ମନ୍ତ୍ରୀ ଦର୍ଶାଇଥ#ଲେ । ପୁଞ୍ଛି କମିଶନ ଅନଗ୍ରସର ଜିଲ୍ଲାଗୁଡ଼ିକୁ ଅଧ#କ ପରିମାଣର
କେନ୍ଦ୍ରୀୟ ସହାୟତା ଦିଆଯିବା ପାଇଁ ସୁପାରିଶ କରିଥ#ବା ବେଳେ ବ୍ୟାପକ ବିକାଶ ପାଇଁ ଉତ୍ତର-ପୂର୍ବାଞ୍ଚଳ
ରାଜ୍ୟଗୁଡ଼ିକ ପରି ଓଡ଼ିଶାକୁ କେନ୍ଦ୍ର ସରକାର ଅଧ#କ ସହାୟତା ଦେବାକୁ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ।
ପ୍ରଥମରୁ ଇଣ୍ଡିଆ ଟୁଡେର ଗ୍ରୁପ୍ ଏଡିଟୋରିଆଲ ଡିରେକଫର ରାଜ ଚିଙ୍ଗାପା ସ୍ୱାଗତ ଭାଷଣ ଦେଇ ଓଡ଼ଇଶାର
ବିକାଶକୁ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ଅଭିହିତ କରି ଓଡ଼ିଶା ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ପ୍ରଶଂସା କରିଥ#ଲେ ।

Share in top social networks!
Powered By Indic IME