ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିଷ୍ପତି ବିରୋଧରେ ଭୁବନେଶ୍ୱର ଖିଲିପାନ ଦୋକାନ ମହାସଂଘର କ୍ଷୋଭ

DSC_2479 କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ରାଜ୍ୟ ମୁଖ୍ୟ ସଚିବଙ୍କ ନିକଟକୁ ଆସିଥିବା ନିଦେ୍ର୍ଧଶ ନାମାକୁ ବିରୋଧ କରି କରି ଭୁବନେଶ୍ୱର ଖିଲିପାନ ଦୋକାନ ମହାସଂଘ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥବବା ନିଦେ୍ର୍ଧଶରେ ଉଲ୍ଲେଖ ରହିଛି ଯେ, ରାଜ୍ୟରେ ତମାଖୁ ଉପôାଦ ବିକ୍ରି କରୁଥିବା କ୍ଷୁଦ୍ର ଦୋକାନିମାନେ ଅନ୍ୟ କୌଣସି ଅଣ-ତମାଖୁ ଉପôାଦ ବିକ୍ରି କରିପାରିବେ ନାହିଁ । ରାଜ୍ୟରେ ୨ ଲକ୍ଷରୁ ଅଧିକ ଖୁଚରା ବିକ୍ରେତା, ପାନବାଲା ତମାଖୁ ଉପôାଦ ବିକ୍ରି କରିଥାନ୍ତି । ଏହା ସହିତ ସେମାନେ ଦୋକାନରେ ପାଉଁରୁଟି, ଅଣ୍ଡା, ଜୁସ୍, ମୃଦୁ୍ୟ ପାନୀୟ, ପାଣି ପ୍ରଭୃତି ମଧ୍ୟ ବିକ୍ରି କରିଥାନ୍ତି । ମାତ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏତାଦୃଶ ନିଷ୍ପତି ସେମାନଙ୍କର ଜୀବନଜୀବିକା ଉପରେ କୁଠାରଘାତ କରିବ ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ।

ଏସବୁ କ୍ଷୁଦ୍ର ବ୍ୟବସାୟୀ ବର୍ଷ ସାରା ଭୋର୍ ୬ଟାଠାରୁ ରାତ୍ର ୧୧ଟା ପର୍ଯ୍ୟନ୍ତ କଷ୍ଟକରି ମୁଣ୍ଡଝାଳ ତୁଣ୍ଡରେ ମାରି ସୀମିତ ରୋଜଗାର ମାଧ୍ୟମରେ ଗୁଜୁରାଣ ମେଂଟାଇଥାନ୍ତି । ଦୋକାନକୁ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ସେମାନେ ତମାଖୁ ଉପôାଦ ସହିତ ଅନ୍ୟାନ୍ୟ ଉପôାଦ ରଖିଥାନ୍ତି । ମାତ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏପରି ନିଷ୍ପତି ଯୋଗୁ ସେମାନଙ୍କର ଆର୍ଥିକ ସମସ୍ୟା ବୃଦ୍ଧି ପାଇବା ସହିତ ଅନେକ କ୍ଷୁଦ୍ର ବ୍ୟବସାୟୀ ଜୀବିକା ହରାଇ ବେକାର ବସିବାର ଆଶଙ୍କା ରହିବ ।

କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ଭୁବନେଶ୍ୱର ଖିଲିପାନ ଦୋକାନ ମହାସଂଘର ସଭାପତି ଶ୍ରୀ ଶ୍ରୀନିବାସ ରେଡ୍ଡୀ କହିଲେ, “ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ଏହି ନିଷ୍ପତି ବିରୋଧରେ ଆମେ ପ୍ରଧାନମନ୍ତ୍ରୀଙ୍କ ପାଖରେ ନିବେଦନ କରୁଛୁ ଯେ, କ୍ଷୁଦ୍ର ବ୍ୟବସାୟୀଙ୍କ ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ । ଯାହାଦ୍ୱାରା କ୍ଷୁଦ୍ର ବ୍ୟବସାୟୀଙ୍କ ଆର୍ଥିକ ସ୍ଥିତି ସଙ୍କଟଜନକ ହେବାରୁ ରକ୍ଷା ପାଇପାରିବ ।

ଆମେ ଶାନ୍ତିପୂର୍ଣ୍ଣ ଭାବେ ଜୀବନ ଜୀବିକା ନିର୍ବାହ କରୁଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ‘ସବ୍କା ସାଥ୍ ସବ୍କା ବିକାଶ’ ସ୍ଲୋଗାନ ଆମମାନଙ୍କ ମଧ୍ୟରେ ଉତ୍ସାହ ବଢ଼ାଇଥିଲା । ମାତ୍ର ଏପରି ନିଷ୍ପତି ଦ୍ୱାରା ହୁଏତ ଅନେକ କ୍ଷୁଦ୍ର ବ୍ୟବସାୟୀ ଜୀବିକା ହରାଇବା ପରେ କିଛି ବେଆଇନ କାର୍ଯ୍ୟ ପ୍ରତି ଆକର୍ଷିତ ହେବାର ଆଶଙ୍କା ରହିଛି ।”

ଏହି ନୀତିକୁ ବିରୋଧ କରି ଭୁବନେଶ୍ୱର ଖିଲିପାନ ଦୋକାନ ମହାସଂଘର ସାଧାରଣ ସମ୍ପାଦକ ଶ୍ରୀ ଦୁଃଖିଶ୍ୟାମ ମହାପାତ୍ର କହିଲେ, “ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ଏହି ନିଷ୍ପତି ସେମାନଙ୍କ କ୍ଷୁଦ୍ର ବ୍ୟବସାୟ ଉପରେ ପ୍ରତିକୂଳ ପ୍ରଭାବ ଅନୁଭୁତ କରାଇବ ଫଳରେ ସେମାନଙ୍କର ମାନସିକ ଶାନ୍ତି ବ୍ୟାଘାତ ହେବ । ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏଭଳି ନିଷ୍ପତି ସମାଚୀନ ନୁହେଁ । ଏହି ନିୟାମକ ଦ୍ୱାରା ରାଜ୍ୟର ଅସଂଖ୍ୟ ଗରୀବ ଖୁଚରା ବିକ୍ରୟକାରୀ ରୋଜଗାର ହରାଇ ବସିବେ । ସରକାର ଏପରି ନିଷ୍ପତି ନେବା ସମୟରେ ଆମ ଭଳି କ୍ଷୁଦ୍ର ବ୍ୟବସାୟୀଙ୍କ ଆର୍ଥିକ ସ୍ଥିତିକୁ ଦୃଷ୍ଟି ନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ସରକାରୀ ନିୟମ ଅନୁସାରେ କୌଣସି ନାବାଳକଙ୍କୁ ତମାଖୁ ଜାତ ଦ୍ରବ୍ୟ ବିକି୍ର କରିବା ଆଇନ ଅନୁସାରେ ଦୋଷାବହ । ଏହାକୁ ଆମ ଭଳି କ୍ଷୁଦ୍ର ବ୍ୟବସାୟୀ ସମ୍ମାନ ଜଣାଇବା ସହିତ ସଚେତନ ଭାବେ ପାଳନ କରିଥାଉ । ତେଣୁ ସରକାର ଏଭଳି ନିଷ୍ପତିରୁ ଓହରି ଯିବା ଉଚିତ୍ । ଯଦି ସରକାର ଏଭଳି ନିୟମ ଆଣୁଛନ୍ତି ତେବେ ଆମ ଭଳି କ୍ଷୁଦ୍ର ବ୍ୟବସାୟୀଙ୍କ ଆର୍ଥିକ ସ୍ଥିତିକୁ ବିଚାର କରି ସେମାନଙ୍କୁ ସରକାରୀ ସ୍ଥାୟୀ ନିଯୁକ୍ତି ଦେବାକୁ ସଂଘ ପକ୍ଷରୁ ଦାବି ଉପସ୍ଥାପନ କରାଯାଉଛି । ଯାହାଦ୍ୱାରା ଆମର ପରିବାର ଭରଣପୋଷଣ ସହଜରେ ହୋଇପାରିବ ।”

ଏହି ପରିପ୍ରେକ୍ଷୀରେ ତମାଖୁ ଉପôାଦ ବ୍ୟବସାୟ ସହିତ ଜଡିତ ଥିବା ବ୍ୟକ୍ତି ବିଶେଷ ତଥା ଭୁବନେଶ୍ୱର ଖିଲିପାନ ଦୋକାନ ମହାସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରାଯାଇଛି ଯେ, ତମାଖୁ ଉପôାଦ ସହିତ ଜଡିତ ଥିବା ବ୍ୟବସାୟୀଙ୍କ ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିୟାମକର ପରିବର୍ତନ ଦିଗରେ ଉପଯୁକ୍ତ ପଦକ୍ଷେପ ନେଇ ଏପରି କ୍ଷୁଦ୍ର ବ୍ୟବସାୟୀଙ୍କୁ ସରକାରୀ ନିଯୁକ୍ତି ଯୋଗାଇ ଦିଅନ୍ତୁ । ଏ ନେଇ ସଠିକ୍ ପଦକ୍ଷେପ ଗ୍ରହଣ କରାଗଲେ ଦେଶର ଆର୍ଥିକ ବିକାଶ ପ୍ରଶସ୍ତ ହେବା ସହିତ ବେକାର ସମସ୍ୟାରେ ଅଙ୍କୂଶ ଲାଗିବାର ସମ୍ଭାବନା ସୃଷ୍ଟି ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

Share in top social networks!
Powered By Indic IME