“ଦେଶର ଅଖଣ୍ଡତା ଆଗା କ୍ଷମତା ଭୋଗ ପଛେ’

ଡା. ଦାମୋଦର ରାଉତ
ବିଭିନ୍ନତା ଭିତରେ ଏକତା ହେଉଛି ଆମ ଦେଶର ଆଦର୍ଶା ବହୁ ଜାତି, ଧର୍ମ, ସଂପ୍ରଦାୟ ଓ ଭାଷାର ଅଧ#ବାସୀ ହଜାର ହଜାର ବର୍ଷ ଧରି ରହି ଆସିଛନ୍ତି ଆମ ଦେଶରୋ ମଝିରେ ମଝିରେ ସାଂପ୍ରଦାୟିକତାର ବିଷଜ୍ୱାଳା ଆମ ଦେଶବାସୀ ଦେଖ#ଛନ୍ତି ଓ ସହିଛନ୍ତିା ତଥାପି ଭାରତୀୟ ଉପମହାଦେଶ ଏକାଠି ରହିଆସିଛିା ସ୍ୱାଧୀନତା ଆନ୍ଦୋଳନର ଶେଷ କାଳରେ ସାମ୍ରାଜ୍ୟବାଦୀ ବି୍ରଟିଶ ଶାସକବର୍ଗ ସାଂପ୍ରଦାୟିକତାର ଏମିତି ବିଷ ମଂଜି ବୁଣିଲେ ଯେ ଅଖଣ୍ଡ ଭାରତ ଦୁଇଖଣ୍ଡ ହୋଇଗଲାା ସେ ସମୟରେ ଏହି ସଂକୀର୍ଣ୍ଣ ସାଂପ୍ରଦାୟିକ ମନୋଭାବ ଯୋଗୁଁ ହଜାର ହଜାର ତଥାକଥ#ତ ହିନ୍ଦୁ ଓ ମୁସଲମାନ ପ୍ରାଣବଳି ଦେଲୋ ସାରା ଦେଶରେ ଏକ ଅଶାନ୍ତ ପରିବେଶ ସୃଷ୍ଟି ହେଲାା ସମଗ୍ର ବିଶ୍ୱକୁ ଅହିଂସା ମନ୍ତ୍ର ଦେଇଥ#ବା ଜାତିର ଜନକ ମହାତ୍ମା ଗାନ୍ଧୀ ଦଙ୍ଗାଗ୍ରସ୍ତ ନୂଆଖାଲି ଅଞ୍ଚଳରେ ପଦଯାତ୍ରା କଲୋ ବି୍ରଟିଶ ସାମ୍ରାଜ୍ୟବାଦୀଙ୍କ ବିଭେଦ ନୀତି ଫଳରେ ପାକିସ୍ଥାନ ଅଲଗା ହେଲାା ପରେ ପରେ ପାକିସ୍ଥାନ ବିଭାଜିତ ହୋଇ ବଙ୍ଗଳାଦେଶ ସୃଷ୍ଟି ହେଲାା ଏସବୁ ବିଷ ପ୍ରକ୍ରିୟାରେ କେତେ ଯେ ଭାରତୀୟ ପ୍ରାଣବଳି ଦେଲେ ତାହା ହିସାବ କରିହେବ ନାହିାଁ ତଥାପି ଆଜି ଭାରତ ବର୍ଷ ବିଶ୍ୱର ବୃହତ୍ତମ ଗଣତନ୍ତ୍ରା ବିଭିନ୍ନତା ଭିତରେ ଏକତା ଓ ସାଂପ୍ରଦାୟିକ ସଦ୍ଭାବ ଆମ ଦେଶର ଭୂଷଣ ହୋଇରହିଛିା ଜାତିର ଜନକ ମହାତ୍ମା ଗାନ୍ଧୀ ଦେଶକୁ ଏକାଠି ରଖ#ବା ପାଇଁ ଆତ୍ମ ବଳିଦାନ ଦେଇଯାଇଛନ୍ତିା ଆମ ଗଣତନ୍ତ୍ରର ଆଦର୍ଶ ହେଉଛି ଧର୍ମ ନିରପେକ୍ଷତା ଏବଂ ଶାନ୍ତିପୂର୍ଣ୍ଣ ସହାବସ୍ଥାନା ସମ୍ବିଧାନ ଗୃହୀତ ହେଲା ପରେ ୧୯୫୨ ମସିହାରୁ ପାଞ୍ଚ ବର୍ଷରେ ଥରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଛି ଏବଂ ସରକାର ପରେ ସରକାର ଆସୁଛନ୍ତିା ସାଂପ୍ରଦାୟିକତାକୁ ଓ ଧର୍ମାନ୍ଧତାକୁ ପ୍ରଶ୍ରୟ ଦିଆଯାଇନାହିାଁ ଅନ୍ଧ ୬ ଜଣ ହାତୀ ଦେଖ#ଲା ଭଳି ନିଜ ବିଶ୍ୱାସକୁ ନେଇ ଏକାଠି ରହିବା ଆମର ମୂଳ ଭିତ୍ତି ଥ#ଲାା ଧର୍ମ ଏକ ବିଶ୍ୱାସା ନିଜ ନିଜର ବିଶ୍ୱାସକୁ ନେଇ ବିଭିନ୍ନ ଧର୍ମ ସୃଷ୍ଟି ହୋଇଛି ଏବଂ ଧର୍ମକୁ ଭିତ୍ତି କରି ବିଭିନ୍ନ ସଂପ୍ରଦାୟ ମୁଣ୍ଡ ଟେକିଛିା ଦେଶକୁ ୩୦ଟି ରାଜ୍ୟରେ ବିଭକ୍ତ କରାଯାଇଛିା ଏହି ୩୦ଟି ଯାକ ରାଜ୍ୟକୁ ନେଇ କେନ୍ଦ୍ରରେ ବହୁଦଳୀୟ ଶାସନ ବ୍ୟବସ୍ଥାରେ ଯେଉଁ ଦଳ ଅଧ#କ ସଂଖ୍ୟାରେ ନିର୍ବାଚିତ ହୁଅନ୍ତି ସେମାନେ କେନ୍ଦ୍ରରେ ସରକାର ଗଢ଼ନ୍ତି ଏବଂ ବାସ୍ତବରେ ଆମର କେନ୍ଦ୍ର ସରକାର ହେଉଛି ରାଜ୍ୟମାନଙ୍କୁ ନେଇ ଗଠିତୟୁନିୟନ୍ ସରକାରା ସବୁ ରାଜ୍ୟର ସମବିକାଶ କରିବା ଦାୟିତ୍ୱ ପ୍ରଧାନମନ୍ତ୍ରୀଙ୍କ ଉପରେ ନ୍ୟସ୍ତ କରାଯାଇଥାଏା ଯୁକ୍ତରାଷ୍ଟ୍ର ଆମେରିକା ପରି ଆମର ଯୁକ୍ତରାଜ୍ୟ ଭାରତବର୍ଷା ଆମ ସମ୍ବିଧାନର ନିର୍ଯ୍ୟାସ ହେଲା ସବୁ ରାଜ୍ୟ ସମାନ ଭାବରେ ବିକଶିତ ହେଲେ ଦେଶ ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହେବା ରାଜ୍ୟମାନଙ୍କର ସମବିକାଶ ନିମିତ୍ତ ସମ୍ବିଧାନରେ ନିର୍ଦ୍ଦେଶିତ ଏବଂ ଏହା କେନ୍ଦ୍ର ସରକାରଙ୍କ ନୈତିକ ଓ ସାମ୍ବିଧାନିକ ଦାୟିତ୍ୱା ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ବଞ୍ଚ#ଥ#ବା ପର୍ଯ୍ୟନ୍ତ ଏହି ସମବିକାଶର ଧାରାକୁ ନିଷ୍ଠାର ସହିତ କାର୍ଯ୍ୟକାରୀ କରାଯାଉଥ#ଲାା ତାଙ୍କର ଦେହାନ୍ତ ଏବଂ ଅଳ୍ପ ସମୟ ନିମନ୍ତେ ଶାସନ କରିଥ#ବା ଲାଲବାହାଦୁର ଶାସ୍ତ୍ରୀଙ୍କ ପରେ କେନ୍ଦ୍ର ସରକାରରେ ଯେଉଁମାନେ ନେତୃତ୍ୱ ନେଲେ ସେମାନେ ସମବିକାଶ ଧାରାରୁ ଓହରି ଯାଇ ରାଷ୍ଟ୍ରୀୟ ଭାବନା ପରିବର୍ତ୍ତେ ଦଳୀୟ ଓ ଆଞ୍ଚଳିକ ଭାବନାର ବଶବର୍ତ୍ତୀ ହେଲୋ ଫଳରେ ଯେଉଁ ଭାରତୀୟ ଗଣତନ୍ତ୍ର ସେବା ଓ ତ୍ୟାଗର ଭିତ୍ତିଭୂମି ଉପରେ ଗଢ଼ି ଉଠିଥ#ଲା ସେଠି କ୍ଷମତା ଓ ସଂପତ୍ତିର ପ୍ରବୃତ୍ତି ଧୀରେ ଧୀରେ ପ୍ରାବଲ୍ୟ ଲାଭ କଲାା ବିଭିନ୍ନ ରାଜ୍ୟରେ ଆଞ୍ଚଳିକ ଦଳମାନ ଗଢ଼ି ଉଠିଲାା ଆଜି ସାରା ଦେଶରେ ସବୁ ରାଜ୍ୟରେ ଗୋଟିଏ ଦଳର ସରକାର ନାହିାଁ ବହୁ ଆଞ୍ଚଳିକ ଦଳମାନେ ନିଜ ରାଜ୍ୟକୁ ଶାସନ କରୁଛନ୍ତିା ଫଳରେ ଅର୍ଥନୈତିକ ବିଭିନ୍ନତା ସୃଷ୍ଟି ହୋଇଥ#ଲେ ମଧ୍ୟ ଦେଶର ଅଖଣ୍ଡତାକୁ ବିପନ୍ନ କରିବା ପାଇଁ ଅତୀତରେ କୌଣସି ସରକାର କାର୍ଯ୍ୟ କରୁନଥ#ଲୋ ଭାଷା, ସଂପ୍ରଦାୟ, ସଂସ୍କୃତି ଓ ପରମ୍ପରାକୁ ନେଇ ବିଭିନ୍ନତା ରହିଥ#ଲେ ମଧ୍ୟ ଏକ ଭାରତୀୟ ମନୋଭାବକୁ ଦୃଢ଼ରୁ ଦୃଢ଼ତର କରିବା ପାଇଁ ପ୍ରଚେଷ୍ଟା ଜାରି ରହିଥ#ଲାା
ଏହି ପରିପ୍ରେକ୍ଷୀରେ ୨୦୧୪ ମସିହାରେ ଆମର ବହୁଦଳୀୟ ଶାସନ ବ୍ୟବସ୍ଥାରେ ଭାରତୀୟ ଜନତା ପାର୍ଟି ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଲୋକସଭାରେ ଏକକ ସଂଖ୍ୟା ଗରିଷ୍ଠ ହୋଇ ଶାସନ ଭାର ଗ୍ରହଣ କଲୋ ସମଗ୍ର ଭାରତୀୟ ମହାଜାତିର ମଙ୍ଗୁଆଳ ହେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିା ମାତ୍ର ତାଙ୍କର ୩ ବର୍ଷର କାର୍ଯ୍ୟଧାରାକୁ ଦେଖ#ଲେ ୩୦ଟି ରାଜ୍ୟକୁ ସମାନ ଭାବରେ ବିକଶିତ କରାଇବା ପରିବର୍ତ୍ତେ ତାଙ୍କର ଭାଷଣରେ, କାର୍ଯ୍ୟରେ ଗୋଟାକ ପରେ ଗୋଟାଏ ସାଂପ୍ରଦାୟିକତାର ବିଷ ମଂଜି ବୁଣି ଚାଲିଛନ୍ତିା ରାଜ୍ୟ ରାଜ୍ୟ ଭିତରେ ପରସ୍ପର ବିଦେ୍ୱଷ ଓ ଅସହିଷ୍ଣୁତା ବଢ଼ି ବଢ଼ି ଚାଲିଛିା ନିଜ ରାଜ୍ୟ ଗୁଜୁରାଟରେ ଠିଆ ହୋଇ ସେ କହିବାକୁ ଆରମ୍ଭ କଲେ ନେହେରୁ-ଗାନ୍ଧୀ ପରିବାର ଗୁଜୁରାଟୀମାନଙ୍କୁ ଘୃଣା କରନ୍ତିା ଭାରତୀୟ ଜନତା ପାର୍ଟି ନିର୍ବାଚିତ ସାଂସଦ ସଂଗୀତ ସୋମ ବିଶ୍ୱର ସପ୍ତମ ଆଶ୍ଚର୍ଯ୍ୟ ତାଜମହଲକୁ ଅତ୍ୟାଚାରର ଏବଂ ଦାସତ୍ୱର ପ୍ରତୀକ ବୋଲି ଘୋଷଣା କରୁଥ#ବା ବେଳେ ଆଉ ଜଣେ ବିଜେପି ସାଂସଦ ଶିବ ମନ୍ଦିର ଉପରେ ତାଜମହଲ ଗଢ଼ା ହୋଇଛି ଏବଂ ତାକୁ ତାଡ଼ି ଫିଙ୍ଗି ଦେବା ପାଇଁ କହିଲୋ ସରକାରୀ ରେଜିଷ୍ଟ୍ରୀଭୁକ୍ତ ସ୍ୱାସ୍ଥ୍ୟପ୍ରଦ କଂସେଇଖାନାରୁ ଜଣେ ମୁସଲମାନ ଭଦ୍ରଲୋକ ମାଂସ କିଣିବା ଅପରାଧରେ ବିଜେପିର ନେତା ଓ ସହକର୍ମୀମାନେ ତାକୁ ନିର୍ମମ ଭାବରେ ହତ୍ୟା କରିଥ#ବା ଖବର ଆସିଛିା ବିଜେପି ଶାସିତ ରାଜ୍ୟରେ ଜଣେ ଦଳିତ ନିଶ ରଖ#ବା କାରଣରୁ ନିର୍ମମ ଭାବରେ ଅତ୍ୟାଚାରିତ ହୋଇଛିା ଏମିତି ଆହୁରି ଅନେକ ଛୋଟବଡ଼ ଅଘଟଣ ଘଟୁଛି, ଯାହା ଆମ ଦେଶର ଅଖଣ୍ଡତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛିା ଆମେ ଯେଉଁ ଧର୍ମ, ଯେଉଁ ସଂପ୍ରଦାୟର ଓ ଯେଉଁ ଅଞ୍ଚଳର ଅଧ#ବାସୀ ହେଲେ ମଧ୍ୟ ଆମେ ସମସ୍ତେ ଭାରତୀୟା ଅଖଣ୍ଡ ଭାରତକୁ ସୁରକ୍ଷା ଦେବା ଦଳମତ ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟର ପବିତ୍ର କର୍ତ୍ତବ୍ୟା ମାତ୍ର ବିଜେପି ଶାସିତ ରାଜ୍ୟଗୁଡ଼ିକରେ ସର୍ବଭାରତୀୟ ଭାବନାକୁ ପରିହାର କରି ଆଞ୍ଚଳିକତା, ସଂପ୍ରଦାୟ ଓ ଜାତିକୁ ନେଇ ଯେଉଁ ପ୍ରକ୍ରିୟା ଶ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ଦଳୀୟ ନେତାମାନେ ଆରମ୍ଭ କରିଛନ୍ତି ତାହା ଦେଶ ପ୍ରତି ବିପଦ ସୃଷ୍ଟି କରୁଛିା ଭାରତୀୟ ଭାବନା ପରିବର୍ତ୍ତେ ସାଂପ୍ରଦାୟିକ ଭାବନା ମୁଣ୍ଡ ଟେକୁଥ#ବା ଦୃଶ୍ୟମାନ ହେଉଛିା ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀମାନେ ଅଣବିଜେପି ଶାସିତ ରାଜ୍ୟକୁ ଆସି ସାଂପ୍ରଦାୟିକ ବିଷ ମଂଜି ବୁଣି ବୁଣି ଚାଲିଛନ୍ତିା କେନ୍ଦ୍ରୀୟ ଅନୁଦାନ କିମ୍ବା କେନ୍ଦ୍ରୀୟ ଆଥ#ର୍କ ସହାୟତାରେ କୌଣସି ରାଜ୍ୟରେ ପ୍ରକଳ୍ପ ନିର୍ମାଣ ହେଲେ ସଂପୃକ୍ତ ରାଜ୍ୟରେ ପ୍ରଧାନମନ୍ତ୍ରୀ କିମ୍ବା କେନ୍ଦ୍ର ସରକାରରେ କାର୍ଯ୍ୟରତ ବିଭାଗୀୟ ମନ୍ତ୍ରୀମାନେ ଭିତ୍ତିପ୍ରସ୍ତର ସ୍ଥାପନ କିମ୍ବା ଉଦ୍ଘାଟନ ପାଇଁ ନିମନ୍ତ୍ରଣ କରାଯାଇଥାଏା ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀମାନେ ସାଧାରଣତଃ ରାଜ୍ୟ ସରକାରଙ୍କ ଅତିଥ#ା ଏବଂ ଅତିଥ#ମାନଙ୍କୁ ସତ୍କାର କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱା କେତେକ ଉଦାହରଣ ଦିଆଯାଇପାରୋ ପାରାଦୀପ ବନ୍ଦରର ଶୁଭ ଦେବା ପାଇଁ ସେତବେଳର ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲୋ ସେ ଆସି ଭିତ୍ତିପ୍ରସ୍ତର ସ୍ଥାପନ କରିଥ#ଲୋ ପାରାଦୀପ ବନ୍ଦର ୧୯୬୪ରେ ପ୍ରଧାନମନ୍ତ୍ରୀ ନେହେରୁ ଉଦ୍ଘାଟନ କରିଥ#ଲୋ ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ ରାଜ୍ୟର ଅତିଥ# ହୋଇ ଆସିଲେ ଏବଂ ପାରାଦୀପଠାରେ ତୈଳ ବିଶୋଧନାଗାର ଭିତ୍ତିପ୍ରସ୍ତର ସ୍ଥାପନ କଲୋ ଏମିତି ଅନେକ ଉଦାହରଣ ରହିଛିା
କିନ୍ତୁ ଶ୍ରୀ ନରେନ୍ଦ୍ର ମୋଦି ଶାସନକୁ ଆସିଲା ପରେ ଅଣବିଜେପି ଶାସିତ ରାଜ୍ୟକୁ ଗଲେ କହୁଛନ୍ତି ଯେଉଁଠି ବିଜେପି ସରକାର ନାହିଁ ସେଠି ବିକାଶ ସମ୍ଭବ ହୁଏ ନାହିାଁ ପ୍ରଧାନମନ୍ତ୍ରୀ ରାଜ୍ୟର ଅତିଥ#ା ଅତିଥ# ସତ୍କାର ରାଜ୍ୟର ଦାୟିତ୍ୱା ମାତ୍ର ଏବେ କେନ୍ଦ୍ରୀୟ ଆଥ#ର୍କ ସହାୟତାରେ ଯେ କୌଣସି ଶିଳ୍ପ କିମ୍ବା ଅନୁଷ୍ଠାନର ଭିତ୍ତିପ୍ରସ୍ତର କିମ୍ବା ଶୁଭଉଦ୍ଘାଟନ ଆୟୋଜନ କରୁଛନ୍ତି କେନ୍ଦ୍ର ମନ୍ତ୍ରୀମାନେ ଭାରତୀୟ ଜନତା ପାର୍ଟିର କର୍ମୀମାନଙ୍କୁ ନେଇ ଏବଂ କେନ୍ଦ୍ରମନ୍ତ୍ରୀ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରୁଛନ୍ତି ଅତିଥ# ହେବା ପାଇାଁ ଏଭଳି କେବେ ହୋଇ ନଥ#ଲାା ଶ୍ରୀ ନରେନ୍ଦ୍ର ମୋଦି ଚାହୁଁଛନ୍ତି ଜୋରଜବରଦସ୍ତ ଦେଶର ସବୁ ରାଜ୍ୟରେ ବିଜେପି ସରକାର ଗଢ଼ିବେ ଏବଂ ଆମ ଗଣତାନ୍ତ୍ରିକ ବିଧ#ବିଧାନ ପରମ୍ପରାକୁ ଉଲଂଘନ କରି ଏକ ସାଂପ୍ରଦାୟିକ ଶକ୍ତି ଦ୍ୱାରା ଶାସନ ଚଳାଇବୋ ଏ କଥା ଆଜି ପ୍ରତ୍ୟେକ ଭାରତୀୟ ମନ ଭିତରକୁ ନେବା କଥାା ଦେଶର ପ୍ରତ୍ୟେକ ନାଗରିକ ପ୍ରଥମେ ହେଉଛନ୍ତି ଭାରତୀୟ, ତା’ପରେ କେଉଁ ରାଜ୍ୟର, କେଉଁ ଭାଷାର, କେଉଁ ସଂପ୍ରଦାୟରା ତେଣୁ ରାଷ୍ଟ୍ରୀୟ ଭାବନାକୁ ସମାଧ# ଦେଇ ସଂପ୍ରଦାୟ ଓ ଅଞ୍ଚଳ ଭାବନାକୁ ଅଗ୍ରାଧ#କାର ଦେଉଥ#ବା ମୋଦିଙ୍କର ଶାସନରେ ଆମ ଦେଶର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଛି କି ନାହିଁ ତାହା ଆଜି ପ୍ରତ୍ୟେକ ଭାରତୀୟ ଭାବିବା ଉଚିତା ଗୁଜରାଟରେ ବିଜେପିକୁ ପ୍ରତିହତ କରିବା ପାଇଁ ଅଣବିଜେପି ଧର୍ମ ନିରପେକ୍ଷ ଦଳମାନେ ଉଦ୍ୟମ ଆରମ୍ଭ କରିଛନ୍ତିା ଦେଶର ହିତ ଦୃଷ୍ଟିରୁ, ଅଖଣ୍ଡତା ଦୃଷ୍ଟିରୁ ସାର୍ବଭୌମ୍ୟ ଆମ ଦେଶ ଭାରତବର୍ଷକୁ ସାଂପ୍ରଦାୟିକତାର ବିଷଜ୍ୱାଳାରୁ ସୁରକ୍ଷିତ ରଖ#ବା ପାଇଁ ଅଣବିଜେପି ଦଳମାନଙ୍କ ଉଦ୍ୟମ ନିଶ୍ଚୟ ପ୍ରଶଂସନୀୟା
ସ୍ୱର୍ଗତ ବିଜୁ ପଟ୍ଟନାୟକ କେନ୍ଦ୍ରରେ କଂଗ୍ରେସ ଯେଉଁ ନେତୃତ୍ୱ ରାଜ୍ୟର ନ୍ୟାୟୋଚିତ ଦାବିକୁ ଅବହେଳା ଓ ଉପେକ୍ଷା କରିଚାଲିବାରୁ ଏବଂ ଅପର୍ଯ୍ୟାପ୍ତ ପ୍ରାକୃତିକ ସଂପଦରେ ବିଭବଶାଳୀ ଓଡ଼ିଶାରୁ ଦାରିଦ୍ର୍ୟ ହଟାଇବା ପାଇଁ ପ୍ରୋତ୍ସାହନ ଦେବା ପରିବର୍ତ୍ତେ ଇଚ୍ଛାକୃତ ଭାବେ ନିରୁତ୍ସାହିତ କରିବାରୁ ଏକ ଆଞ୍ଚଳିକ ଶକ୍ତିର ସୃଷ୍ଟି କରିଥ#ଲୋ ୧୯୬୯ ମସିହାରେ ଉତ୍କଳ କଂଗ୍ରେସ ଗଠିତ ହୋଇଥ#ଲାା ସେହି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଞ୍ଚଳିକ ଦଳ ବିଜୁ ଜନତା ଦଳ ୧୭ ବର୍ଷ ହେଲା ରାଜ୍ୟକୁ ଶାସନ କରୁଛିା ବିଜୁ ଜନତା ଦଳର ପ୍ରାଥମିକତା ହେଉଛି ରାଜ୍ୟ ଶାସନ ଓ ରାଜ୍ୟର ବିକାଶା ବିଜୁ ଜନତା ଦଳ ଆଞ୍ଚଳିକ ଦଳ ହେଲେ ମଧ୍ୟ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ବିକାଶର ଧାରା ତ୍ୱରାନ୍ୱିତ ହୋଇଛିା ଏବଂ ଓଡ଼ିଶାର ଯେଉଁ ନାର୍ଯ୍ୟ ଦାବି ରହିଛି ସେଥ#ପ୍ରତି କେନ୍ଦ୍ର କର୍ଣ୍ଣପାତ ନ କରିବାରୁ ବିଜୁ ଜନତା ଦଳ କେନ୍ଦ୍ରୀୟ ଅବହେଳା ବିରୁଦ୍ଧରେ ଆନ୍ଦୋଳନ କରୁଛିା ଏବେ ଓଡ଼ିଶା ବିଧାନସଭାରେ ବିଜୁ ଜନତା ଦଳର ସଭ୍ୟ ସଂଖ୍ୟା ୧୧୭ା ଲୋକସଭାରେ ୨୦ ଜଣ ସାଂସଦ ବିଜେଡିରା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଏବଂ ଶାସନ ରାଜ୍ୟବାସୀଙ୍କୁ ବିମୋହିତ କରିଛିା ସେଥ#ପାଇଁ ଶ୍ରୀ ନବୀନ ପଟ୍ଟନାୟକ ୨୦୦୯ ମସିହାକୁ ସାଂପ୍ରଦାୟିକ ଶକ୍ତି ଭାରତୀୟ ଜନତା ପାର୍ଟି ଏବଂ ଓଡ଼ିଶାର ସ୍ୱାର୍ଥକୁ ବେଖାତିର କରୁଥ#ବା ଦୁର୍ନିତିଗ୍ରସ୍ତ ନେତୃତ୍ୱବିହୀନ କଂଗ୍ରେସଠାରୁ ସମାନ ଦୂରତା ରଖ#ବା ପାଇଁ ଘୋଷଣା କରିଛନ୍ତିା ଆସନ୍ତା ୨୦୧୯ ନିର୍ବାଚନ ପାଇଁ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡ଼ି ତା’ର ଶକ୍ତିକୁ ଆହୁି ବୃଦ୍ଧି କରିପାରିବ ଏବଂ ଏକକ ଭାବେ ଶାସନ କ୍ଷମତା ଗ୍ରହଣ କରିବା ଏଥ# ପାଇଁ ବିଜେପି କିମ୍ବା କଂଗ୍ରେସର ସହାୟତା ଲୋଡ଼ିବ ନାହିାଁ କିନ୍ତୁ ଜାତୀୟ ରାଜନୈତିକ ଚିତ୍ରପଟରେ ମୋଦି ଓ ବିଜେପି ଯେଉଁ କଳାଦାଗ ସୃଷ୍ଟି କରି କରି ଚାଲିଛନ୍ତି ତା’ର କି ଭୟାବହ ପରିଣତି ହେବ ତାକୁ ବିଚାର କଲେ ଦେଶର ସବୁ ଧର୍ମ ନିରପେକ୍ଷ ଦଳ ଏକାଠି ହୋଇ ସାଂପ୍ରଦାୟିକ ଶକ୍ତିର ସମ୍ମୁଖୀନ ହୁଅନ୍ତୁା ଦେଶର ଅଖଣ୍ଡତା, ଧର୍ମ ନିରପେକ୍ଷତା, ବିଭିନ୍ନତା ଭିତରେ ଏକତା ରକ୍ଷା କରିବାକୁ ପ୍ରୟାସ କରୁଥ#ବା ଦଳ ଏବଂ ବ୍ୟକ୍ତିମାନଙ୍କ ସହିତ ଜଣେ ଭାରତୀୟ ଭାବେ ମୁଁ ବାଧ୍ୟା ଆମ ପାଇଁ ଦେଶ ବଡ଼ା ଦଳ ନୁହୋଁ ରାଜ୍ୟରେ ଏକାକୀ ନର୍ବାଚନ ଲଢ଼ିବା ପାଇଁ ବିଜେଡ଼ିର ଯଥେଷ୍ଟ ଶକ୍ତି ଅଛିା ତେଣୁ ଦେଶର ସ୍ୱାର୍ଥ ପାଇଁ ଓ ଅଖଣ୍ଡତା ପାଇଁ ଆଦର୍ଶବାଦ ଦୃଷ୍ଟିରୁ କଂଗ୍ରେସ କିମ୍ବା ବାମପନ୍ଥୀ ଦଳଗୁଡ଼ିକ ଆମ ପାଇଁ ଅଛୁଆଁ ନୁହନ୍ତିା ଏକତି୍ରତ ହୋଇ ଦେଶକୁ ନିରାପଦ ରଖ#ବା ଉଦ୍ୟମ କଲେ ସେ ଉଦ୍ୟମକୁ ସମର୍ଥନ କଲେ ଏହା ଓଡ଼ିଶାରେ କଂଗ୍ରେସ ଦଳ ସହିତ ବୁଝମଣା କୁହାଯାଇ ପାରିବ ନାହିାଁ ଯେଉଁମାନେ ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ ମୋର ବକ୍ତବ୍ୟକୁ ବିଭ୍ରାନ୍ତ କରି ସମ୍ବାଦ ଏବଂ ଗୁଂଜରଣ ପ୍ରକାଶ କରୁଛନ୍ତି ସେମାନଙ୍କୁ ମୋର ବିନମ୍ର ନିବେଦନ ଆଗେ ଦେଶକୁ ବଡ଼ ଭାବନ୍ତୁା ସଂକୀର୍ଣ୍ଣ ରାଜନୈତିକ ଚିନ୍ତାଧାରା ଭଳି ଏକ ଗୁରୁତର ବିଷୟକୁ ଧୂମାଳ କରିବା ପାଇଁ ପ୍ରୟାସ କରନ୍ତୁ ନାହିାଁ

Share in top social networks!
Powered By Indic IME