‘ଚାଷୀଙ୍କ ବିଶ୍ୱାସ ନାହିଁ ରାଜ୍ୟ ସରକାରଙ୍କ ଉପରେ’; ଗୋଟିଏ ପଟେ ପ୍ୟାକେଜ ଘୋଷଣା, ଅନ୍ୟ ପଟେ ଆତ୍ମହତ୍ୟା: ବିଜେପି

 ବରଗଡ ଜିଲ୍ଲା ଗାଇସିଲଟ ବ୍ଲକ ମଲମୁଣ୍ଡା ଗ୍ରାମର ଚାଷୀ ଇନ୍ଦ୍ର ବରିହା ଆତ୍ମହତ୍ୟା ଘଟଣାଟି ପ୍ରମାଣିତ କରୁଛି
 ମରୁଡି ଘୋଷଣା ପୂର୍ବରୁ ମରୁଡି ସହାୟତା ଘୋଷଣା ହାତ୍ସ୍ୟାସ୍ପଦ ଏବଂ ହୀନ ରାଜନୀତି
 ମୁଖ୍ୟମନ୍ତ୍ରୀଙ୍କ ଖରିଫ-୨୦୧୭ର ମରୁଡି ପ୍ୟାକେଜ ହଡବଡିରେ ଘୋଷିତ କପି ପେଷ୍ଟ ପ୍ୟାକେଜ
 ୨୦୧୫ ଏବଂ ୨୦୧୭ ମସିହା ଘୋଷିତ ମରୁଡି ପ୍ୟାକେଜରେ କିଛି ଭିନ୍ନତା ନାହିଁ
 ୨୦୧୫ ତୁଳନାରେ ୨୦୧୭ ସହାୟତା ରାଶିରେ ଟଙ୍କାଟିଏ ବୃଦ୍ଧି ନ ହେବା ସମ୍ବେଦନହୀନତା
 ୩୫ରୁ ୫୦ ପ୍ରତିଶତ ଜଳସେଚିତ ବ୍ଲକ ଗୁଡିକରେ ମରୁଡି ହେଲା କେମିତି, ସ୍ପଷ୍ଟୀକରଣ ରଖୁ ରାଜ୍ୟ ସରକାର
 ବିଜେଡି ନିଜ ନିର୍ବାଚନ ପ୍ରତିଶ୍ରୁତି ପାଳନ କରିଥିଲେ ବର୍ତମାନ ମରୁଡି ମୁକାବିଲା କରୁଥିବା ୭୦ଟି ବ୍ଲକର ଅନ୍ୟୁନ ୯୫ ପ୍ରତିଶତ ଜମି ଜଳସେଚିତ ହୋଇଥାନ୍ତା
 ୨୦୧୭ର ମରୁଡି ପାଇଁ ନବୀନ ପଟ୍ଟନାୟକଙ୍କ ସ୍ଥାଣୁତା ଓ ଅପାରଗତା ସଂପୂର୍ଣ୍ଣ ଦାୟୀ
 ଯେଉଁ ପ୍ୟାକେଜ ଘୋଷଣା କରିଛନ୍ତି ଏହାର ଅର୍ଥ ରାଜ୍ୟ ସରକାରଙ୍କ ପାଣ୍ଠି ନା କେନ୍ଦ୍ର ସରକାରଙ୍କ ପାଖାପାଖି ଶତ ପ୍ରତିଶତ ଅନୁଦାନରେ ଗଠିତ କାଲାମିଟି ରିଲିଫ ଫଣ୍ଡରୁ ଦିଆ ଯାଉଛି ?
 ଫସଲ କଟା ରିପୋର୍ଟ ଓ କେନ୍ଦ୍ରୀୟ ଟିମର ଅନୁଧ୍ୟାନ ପର୍ଯ୍ୟନ୍ତ ହିତାଧିକାରୀ ଚୟନ ଅଟକିବ କି, ତାହା ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର
 ଯଦି କାଲାମିଟି ରିଲିଫ ଫଣ୍ଡ ହିଁ ଅର୍ଥ ପ୍ରଦାନର ପାଣ୍ଠି ତେବେ ଓଡିଶାର ମରୁଡି ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ କାହିଁକି ଅବଗତ କରି ନାହାନ୍ତି ରାଜ୍ୟ ସରକାର

IMG_7383

ଗତ କାଲି ମରୁଡି ସହାୟତା ପ୍ୟାକେଜ ଘୋଷଣା ସତ୍ୱେ ମୁଖ୍ୟମନ୍ତ୍ରୀ ଚାଷୀଙ୍କ ବିଶ୍ୱାସଭାଜନ ହୋଇପାରିନାହାନ୍ତି ବରଂ ଏହା କରି ଚାଷୀଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି । ବରଗଡ ଜିଲ୍ଲା ଗାଇସିଲଟ ବ୍ଲକ ମଲମୁଣ୍ଡା ଗ୍ରାମର ଚାଷୀ ଇନ୍ଦ୍ର ବରିହା ଆତ୍ମହତ୍ୟା ଘଟଣାଟି ପ୍ରମାଣିତ କରୁଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଶର୍ମା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମରୁଡି ପ୍ୟାକେଜ ଖରିଫ-୨୦୧୭କୁ ହଡବଡିରେ ଘୋଷିତ କପି ପେଷ୍ଟ ପ୍ୟାକେଜ୍ ଅଟେ । ଏହି ପ୍ୟାକେଜଟି ସମ୍ପୂର୍ଣ ସମ୍ବେଦନହୀନ, ଚାଷୀଙ୍କ ସ୍ୱାର୍ଥର ସୁରକ୍ଷା ନୁହେଁ ବରଂ ନିଜର ଦୋଷକୁ ଲୁଚାଇବା ପାଇଁ ନବୀନ ପଟ୍ଟନାୟକଙ୍କର ଷଡଯନ୍ତ୍ର ବୋଲି ଶ୍ରୀ ଶର୍ମା କହିଛନ୍ତି ।
୨୦୧୫ ମସିହାରେ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଘୋଷିତ ୧୫ ସୂତ୍ରୀ ମରୁଡି ପ୍ୟାକେଜରୁ ୨୦୧୭ର ୧୫ ସୂତ୍ରୀ ମରୁଡି ପ୍ୟାକେଜ ମଧ୍ୟରେ କଣ ଫରକ ଅଛି ବୋଲି ନବୀନ ପଟ୍ଟନାୟକ ସ୍ପଷ୍ଟ କରିବାକୁ ଶ୍ରୀ ଶର୍ମା ଆହ୍ୱାନ କରିଛନ୍ତି ।
୨୦୧୫ ମସିହାର ଘୋଷିତ ପ୍ୟାକେଜକୁ ଗଣମାଧ୍ୟମକୁ ପ୍ରଦାନ କରିବା ସହ ଏହା କପି – ପେଷ୍ଟ ପ୍ୟାକେଜ କି ନାହିଁ ଓଡିଆ ଲୋକମାନେ ଆକଳନ କରି ପାରିବେ ବୋଲି ଶ୍ରୀ ଶର୍ମା କହିଛନ୍ତି ।
(ପୃÂା: ୧/୩)
ସଦ୍ୟ ଘୋଷିତ ପ୍ୟାକେଜକୁ ସମ୍ବେଦନହୀନ ବୋଲି ଅଭିଯୋଗ କରିବା ସହ ୨୦୧୫ ମସିହାରେ ଅଣଜଳସେଚିତ ଜମି ହେକ୍ଟର ପିଛା ୬୮୦୦ ଟଙ୍କା ଓ ନିଶ୍ଟିତ ଜଳସେଚିତ ଜମି ହେକ୍ଟର ପିଛା ୧୩,୫୦୦ ଟଙ୍କା ଘୋଷଣା କରିଥିଲେ । ୨୦୧୭ରେ ଏହି ସହାୟତା ରାଶିରେ ଟଙ୍କାଟିଏ ପରିବର୍ତନ ନ ହେବା ପଛରେ ରାଜ୍ୟ ସରକାରଙ୍କ ଚାଷୀ ସ୍ୱାର୍ଥ ପ୍ରତି ସମ୍ବେଦନହୀନତା କାରଣ ବୋଲି ଶ୍ରୀ ଶର୍ମା ଅଭିଯୋଗ କରିଛନ୍ତି ।
ଇତି ମଧ୍ୟରେ ୨୦୧୫ ପରେ ଧାନର ସହାୟକ ମୂଲ୍ୟ ଦୁଇଥର ବୃଦ୍ଧି ସରିଛି । ରାଜ୍ୟ ସରକାର ଧାନ ମୂଲ୍ୟ ଉପରେ ଶହେ ଟଙ୍କାର ବୋନସ ପୂର୍ବରୁ ଘୋଷଣା କରିଥିଲେ । ବିଜେଡି ସରକାର ଦ୍ୱାରା ବିଧାନସଭାରେ ଧାନର ସହାୟକ ମୂଲ୍ୟ ୨୯୩୦ ଟଙ୍କା ସର୍ବସମ୍ମତ ପ୍ରସ୍ତାବର ନେତୃତ୍ୱ ନେଇଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ । ଏତେ ବଡ ପଦକ୍ଷେପ ପରେ ମରୁଡିଗ୍ରସ୍ତ ଚାଷୀଙ୍କୁ ୨୦୧୫ର ଘୋଷଣାର ପୁନରାବୃତି କେଉଁ ଷଡଯନ୍ତ୍ରର ଅଙ୍ଗ ବୋଲି ପ୍ରଶ୍ନ ଶ୍ରୀ ଶର୍ମା କରିଛନ୍ତି ।
ଏହା ସହ ଯେଉଁ ୭୦ଟି ବ୍ଲକରେ ମରୁଡିଗ୍ରସ୍ତ ହୋଇଥିବା ସରକାରୀ ରିପୋର୍ଟ କହୁଛି ସେହି ବ୍ଲକ ଗୁଡିକରେ କେନାଲ ଓ ଉଠା ଜଳସେଚନରେ କେତେ ଅଂଚଳକୁ କେନାଲ ଓ ଉଠା ଜଳସେଚନ ଦ୍ୱାରା ଜଳ ସେଚନ ସୁବିଧା ଦିଆ ଯାଇଛି ସେହି ଆଧାରରେ ଏକ ଶ୍ୱେତ ପତ୍ର ପ୍ରକାଶ କରିବା ପାଇଁ ଶ୍ରୀ ଶର୍ମା ଦାବି କରିଛନ୍ତି ।
ଏହି ୭୦ଟି ବ୍ଲକ ମଧ୍ୟରୁ ୩୫ରୁ ୫୦ ପ୍ରତିଶତ ଜମି ବିଭିନ୍ନ ଉପାୟରେ ଜଳସେଚନ ସୁବିଧାରେ ଯୋଡା ଯାଇଥିବା ବ୍ଲକ ଗୁଡିକରେ ୩୩ ପ୍ରତିଶତରୁ ଅଧିକ ଜମି ସ୍ୱଳ୍ପ ବୃଷ୍ଟି କାରଣରୁ କାହିଁକି ଫସଲ ନଷ୍ଟର ଶୀକାର ହେଲା ତାହାର ସ୍ପଷ୍ଟୀକରଣ ରଖିବାକୁ ଶ୍ରୀ ଶର୍ମା ଦାବି କରିଛନ୍ତି ।
୨୦୧୫ ମରୁଡି ସମୟରେ ଯେତେବେଳେ ରାଜ୍ୟର ୨୮ଟି ଜିଲ୍ଲା ମରୁଡି ପ୍ରଭାବିତ ଘୋଷଣା କରାଯାଇଥିଲା ଖୋଦ ମୁଖ୍ୟମନ୍ତ୍ରୀ ରାଜ୍ୟର ସମୁଦାୟ ଜମିର ମାତ୍ର ୧୭ ପ୍ରତିଶତ ଜମିରେ ଜଳ ସେଚନ ପାଇଁ ପାଣି ପହଂଚା ଯାଇ ପାରିଥିଲା ବୋଲି ବିଧାନସଭାରେ ଲିଖିତ ଉତର ଦେଇଥିଲେ । ୨୦୧୫ ମରୁଡି ସମୟରେ ଜଳସେଚନ ନେଇ ୨୮ଟି ଜିଲ୍ଲା ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱୀକାରୋକ୍ତି ଓ ୨୦୧୭ ସ୍ୱଳ୍ପ ବୃଷ୍ଟି ସମୟର ୭୦ ବ୍ଲକର ହିସାବ ରାଜ୍ୟ ସରକାର ଜଳ ସେଚନ ନେଇ ମିଥ୍ୟା ତଥ୍ୟ ଦେଉଥିବା ସ୍ପଷ୍ଟ ହେଉଛି ବୋଲି ଶ୍ରୀ ଶର୍ମା ତଥ୍ୟ ପ୍ରମାଣ ଆଧାରରେ ଦାବି କରିଛନ୍ତି ।
୨୦୦୦ରୁ ୨୦୧୪ ମସିହା ଚାରିଟି ନିର୍ବାଚନରେ ଜଳ ସେଚନ ନେଇ ନବୀନ ପଟ୍ଟନାୟକଙ୍କ ପ୍ରତିଶ୍ରୁତିକୁ ଶ୍ରୀ ଶର୍ମା ମନେ ପକାଇଛନ୍ତି । ୨୦୦୦ ମସିହାରେ ପୂର୍ବରୁ ଜଳସେଚିତ ଜମି ଠାରୁ ୨୫ ପ୍ରତିଶତ ଜମିରେ ଜଳ ସେଚନ ବୃଦ୍ଧି, ୨୦୦୪ରେ ଆଉ ୨୫ ପ୍ରତିଶତ, ୨୦୦୯ରେ ପ୍ରତି ବ୍ଲକର ୩୫ ପ୍ରତିଶତ ଓ ୨୦୧୪ରେ ଆଉ ଦଶ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ।
ଯଦି ବିଜେଡି ଚାରିଟି ନିର୍ବାଚନର ପ୍ରତିଶ୍ରୁତି ପାଳନ କରିଥାନ୍ତା ତା ହେଲେ ବର୍ତମାନ ମରୁଡି ମୁକାବିଲା କରୁଥିବା ୭୦ଟି ବ୍ଲକର ଅନ୍ୟୁନ ୯୫ ପ୍ରତିଶତ ଜମି ଜଳସେଚିତ ହୋଇ ଥାନ୍ତା । ତେଣୁ ୨୦୧୭ର ମରୁଡିକୁ ନବୀନ ପଟ୍ଟନାୟକଙ୍କ ସ୍ଥାଣୁତା ଓ ଅପାରଗତା କାରଣରୁ ମରୁଡି ବୋଲି ଶ୍ରୀ ଶର୍ମା କହିଛନ୍ତି ।
ଏହା ଛଡା ଯେଉଁ ପ୍ୟାକେଜ ଘୋଷଣା କରିଛନ୍ତି ଏହାର ଅର୍ଥ ରାଜ୍ୟ ସରକାରଙ୍କ ପାଣ୍ଠି ନା କେନ୍ଦ୍ର ସରକାରଙ୍କ ପାଖାପାଖି ଶତ ପ୍ରତିଶତ ଅନୁଦାନରେ ଗଠିତ କାଲାମିଟି ରିଲିଫ ଫଣ୍ଡରୁ ଦିଆ ଯାଉଛି ନା ନାହିଁ ତାହା ସ୍ପଷ୍ଟ କରିବାକୁ ଶ୍ରୀ ଶର୍ମା କହିଛନ୍ତି ।
୨୦୧୫ ମରୁଡି ବେଳେ ମରୁଡି ପ୍ୟାକେଜ କେନ୍ଦ୍ରୀୟ ଅନୁଧ୍ୟାନ ଟିମ ଆସି ଫସଲ କଟା ରିପୋର୍ଟ ଆଧାରରେ ଆକଳନ ନ କରିବା ପର୍ଯ୍ୟନ୍ତ ପ୍ୟାକେଜ ଘୋଷଣାକୁ ମନା କରିଥିଲେ ରାଜ୍ୟ ସରକାର । ଏବେ ଆଖି ଦେଖା ରିପୋର୍ଟ ଆଧାରରେ ଏହି ଘୋଷଣା କରି ହିତାଧିକାରୀ ଚୟନ ହେବ ନା ଫସଲ କଟା ରିପୋର୍ଟ ଓ କେନ୍ଦ୍ରୀୟ ଟିମର ଅନୁଧ୍ୟାନ ପର୍ଯ୍ୟନ୍ତ ହିତାଧିକାରୀ ଚୟନ ଅଟକିବ ତାହା ସ୍ପଷ୍ଟ କରିବାକୁ ଶ୍ରୀ ଶର୍ମା କହିଛନ୍ତି ।

ଯଦି କାଲାମିଟି ରିଲିଫ ଫଣ୍ଡ ହିଁ ଅର୍ଥ ପ୍ରଦାନର ପାଣ୍ଠି ତେବେ ଓଡିଶାର ମରୁଡି ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ କାହିଁକି ଅବଗତ କରି ନାହାନ୍ତି ରାଜ୍ୟ ସରକାର । ୨୦୧୫ ମରୁଡି ସମୟରେ କେନ୍ଦ୍ରୀୟ ଟିମ ଆସିବା ଓ ପ୍ୟାକେଜ ଘୋଷଣାରେ ବିଳମ୍ବକୁ ପ୍ରସଙ୍ଗ କରି କେନ୍ଦ୍ର ଓଡିଶାକୁ ଅବହେଳା କରିବାର ଡ୍ରାମା ଓ ସୁଆଙ୍ଗ କରିଥିଲେ ନବୀନ ପଟ୍ଟନାୟକ । କେନ୍ଦ୍ରକୁ ଅବଗତ ନ କରାଇ ଚଳିତ ମରୁଡିରେ ପୁଣି ନାଟକ କରିବାର ପୃଷ୍ଟଭୂମି ତିଆରି କରୁଛନ୍ତି ନବୀନ ପଟ୍ଟନାୟକ ବୋଲି ଶ୍ରୀ ଶର୍ମା ଅଭିଯୋଗ କରିଛନ୍ତି ।
ଶ୍ରୀ ଶର୍ମା କହିଛନ୍ତି ଯେ କାଲାମିଟି ରିଲିଫ ଫଣ୍ଡରେ ଆଜି ଦିନରେ ମରୁଡି ସହାୟତା ପାଇଁ ପର୍ଯ୍ୟାପ୍ତ କେନ୍ଦ୍ରୀୟ ଅର୍ଥ ମହଜୁଦ ଅଛି । ରାଜ୍ୟ ସରକାର କେବଳ ଘୋଷଣା ନୁହେଁ କେନ୍ଦ୍ରୀୟ ଅର୍ଥର ବ୍ୟବହାରରେ ସମସ୍ୟାରେ ଥିବା ଓଡିଆ ଚାଷୀଙ୍କୁ ନିର୍ଦିଷ୍ଟ ସମୟ ସୀମା ଧ୍ୟାର୍ଯ୍ୟ କରି ସହାୟତା ଯୋଗାଇ ଦିଅନ୍ତୁ ବୋଲି ଶ୍ରୀ ଶର୍ମା ଦାବି କରିଛନ୍ତି ।
ଏହି ସାମ୍ବାଦି ସମ୍ମଳନୀରେ ଅନ୍ୟତମ ମୁଖପାତ୍ର ଶ୍ରୀ ଗୋଲକ ପ୍ରସାଦ ମହାପାତ୍ର ଏବଂ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME