ସାଲେପୁରର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ମିଶିଲେ ବିଜେଡିରେ

DSC_0024ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ସାଲେପୁର ନିର୍ବାଚନ ମଣ୍ଡଳୀର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ଆଜି କଟକ ଜିଲ୍ଲା ପୂର୍ବତନ ଜିଲ୍ଳା ପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ବିଜୁ ଜନତା ଦଳରେ ଆନୁÂାନିକ ଭାବେ ସାମିଲ ହୋଇଛନ୍ତି ।

ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦଳରେ ସାମିଲ ହୋଇଥିବା ସମସ୍ତ କଂଗ୍ରେସ ଓ ବିଜେପି କର୍ମୀଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ ବିଜେଡି ସରକାର ଗରିବ ଓ ସାଧାରଣ ଜନତାଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରୁଛି । ଆଜିର ଏହି ଯୋଗଦାନ ଫଳରେ ସାଲେପୁର ନିର୍ବାଚନ ମଣ୍ଡଳୀରେ ଦଳ ଆହୁରି ଶକ୍ତିଶାଳୀ ହେବା ସହ ଦଳକୁ ସୁଦୃଢ଼ କରିବା ଦିଗରେ ବିଜୁ ଜନତା ଦଳରେ ନୂତନ କର୍ମୀଙ୍କ ଯୋଗଦାନ ସହାୟକ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ନବୀନ ନିବାସରେ ଅନୁÂିତ ଏହି ମିଶ୍ରଣ ସମୟରେ ମନ୍ତ୍ରୀ ତଥା ଜିଲ୍ଲା ସଭାପତି ପ୍ରତାପ ଜେନା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦିପ୍ତୀରେଖା ନାୟକ, ସାଲେପୁର ବ୍ଳକ ସଭାପତି ଅନନ୍ତ ପ୍ରଧାନ, ଯୁବ ବିଜେଡିର ସଂଜୀତ ଦାସ, ଜିଲ୍ଲା ପରିଷଦ ସଭ୍ୟ ଶୁଭାଶିଷ ପ୍ରଧାନ, ପୁଷ୍ପଜିତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME