ଏ.ଆଇ.ଆଇ.ଏମ୍.ଏସ୍ ଭୁବନେଶ୍ୱର ସମସ୍ୟା ସଂପର୍କରେ ବୈଠକ

20171026_180944ଏ.ଆଇ.ଆଇ.ଏମ୍.ଏସ୍ ,ଭୁବନେଶ୍ୱର ସମସ୍ୟା ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁÂିତ ହୋଇଯାଇଛି । ସେଠାରେ ଏକ ଆହାର କେନ୍ଦ୍ର ଖୋଲିବା , ରାଜ୍ୟ ସରକାରଙ୍କ ତରଫରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ସ୍ୱାସ୍ଥ୍ୟକାର୍ଯ୍ୟକ୍ରମକୁ ଏହି ଅନୁÂାନରେ କାର୍ଯ୍ୟକାରୀ କରାଯିବା ସଂପର୍କରେ ଆଲୋଚନା କରାଯାଇଥିଲା । ସେହିପରି ଏ.ଆଇ.ଆଇ.ଏମ୍.ଏସ୍ ଭୁବନେଶ୍ୱର ପକ୍ଷରୁ କାର୍ଡିଓଥୋରାସିସ୍ , ନ୍ୟୁରୋସାଇନସ୍ , ନେଫ୍ରୋଲୋଜି , ଏବଂ ଅଙ୍କୋଲୋଜିର ଶିର୍ଶକେନ୍ଦ୍ର ପାଇଁ ଅତିରିକ୍ତ ଜମିର ଆବଶ୍ୟକତା ଏବଂ ଯୋଗାଇ ଦିଆଯିବା ନେଇ ଆଲୋଚନା ହେଇଛି ।

ସେହି ସବୁ ସୁବିଧା ଉପଲବ୍ଧ କରାଯିବା ନିମନ୍ତେ ଅବଶ୍ୟକ ଅତିରିକ୍ତ ଜମି ଯୋଗାଇ ଦିଆଯିବ । ଜାତୀୟ ରାଜପଥରୁ ଏ.ଆଇ.ଆଇ.ଏମ୍.ଏସ୍ ଭୁବନେଶ୍ୱରକୁ ଯାଇଥିବା ରାସ୍ତାର ପ୍ରଶସ୍ତିକରଣ , ଆଲୋକୀକରଣ , ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଏହାର ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ଆଦି ସଂପର୍କରେ ଆଲୋଚନା କରାଯାଇ ବିହୀତ ପଦକ୍ଷେପ ଗ୍ରହଣ କରାଯିବା ନିମନ୍ତେ ନିଷ୍ପତି ହୋଇଛି ।

ସଚିବାଳୟଠାରେ ଅନୁÂିତ ଉକ୍ତ ବୈଠକରେ ଏ.ଆଇ.ଆଇ.ଏମ୍.ଏସ୍ ଭୁବନେଶ୍ୱରର ନିଦେ୍ର୍ଧଶକ ଗୀତାଞ୍ଜଳୀ ବାଟମାନବାନେ , ଭୁବନେଶ୍ୱର ମହାନଗର ନିଗମ କମିଶନର ଡଃ କିଶନ କୁମାର , ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ କୁମାର ମିଶ୍ର , ଡାକ୍ତରୀଶିକ୍ଷା ଓ ତାଲିମ୍ ନିଦେ୍ର୍ଧଶକ ପ୍ରଫେସର ଡାଃ ପ୍ରକାଶ ମହାପାତ୍ର , ଅତିରିକ୍ତ ଶାସନ ସଚିବ ସୁରଜିତ୍ ଦାଶ , ବିାଏମ୍.ସି ସ୍ୱାସ୍ଥ୍ୟ ଅଧିକାରୀ ଡାଃ ଚନ୍ଦ୍ରିକା ଦାଶଙ୍କ ସମେତ ଏନ୍.ଏଚ୍.ଆଇ , କମିଶନରେଟ ପୋଲିସ୍ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME