ଏକ ଭିନ୍ନ ଧରଣର ଏକତରଫା ପ୍ରେମକାହାଣୀ “ତୋ ବିନା”

2017102518520300

ବାରମ୍ବାର ନିଜର ସଫଳତା ଦୋହୋରାଇ ଆସିଥିବା “ବିଘ୍ନାଜ୍ ଦ ବ୍ୟାଣ୍ଡ୍” ପୁଣିଥରେ ନିଜର ଦକ୍ଷତା ପ୍ରଦର୍ଶନ କରିଛି ଏହାର ନୂତନ ଏବଂ ଭିନ୍ନଧରଣର ରୋମାଣ୍ଟିକ୍ ଆଲବମ୍ “ତୋ ବିନା”ରେ । ବାସୁଦେବ୍ ଫିଲ୍ମସ, ପ୍ରିଲୁ୍ୟଡ୍ ପ୍ରଡକ୍ସନ୍ ଓ ଅମର ମୁ୍ୟଜିକ୍ରେ ମୁକ୍ତିଲାଭ କରିଥିବା ଏହି ନୂତନ ଆଲବମ୍ଟି ଅକ୍ଟୋବର ୨୦ରେ ମୁକ୍ତିଲାଭ କରିବା ପରେପରେ ଅଧିକ ମାତ୍ରାରେ ଲୋକପ୍ରିୟତା ସାଉଁଟିବାରେ ସଫଳ ହୋଇପାରିଛି । ଏହି ଭିଡିଓଟି ସମସ୍ତ ଡିଜିଟାଲ ପ୍ଲାଟଫର୍ମ (ଗାନା, ସାବନ୍, ୱିଙ୍କ୍, ଆଇଟୁ୍ୟନ୍ ଓ ୟୁଟୁ୍ୟବ୍)ରେ ମୁକ୍ତିଲାଭ କଲାପରେ ମାତ୍ର ୩୬ ଘଣ୍ଟାରେ ୨୦ ଲକ୍ଷରୁ ଉର୍ଦ୍ଧ ଦର୍ଶକଙ୍କ ମନକୁ ଛୁଇଁବାରେ ସଫଳ ହୋଇପାରିଛି ।
ଏକତରଫା ପ୍ରେମକାହାଣୀ ଉପରେ ପ୍ରସ୍ତୁତ କରାଯାଇଥିବା ଏହି ରୋମାଣ୍ଟିକ୍ ମୁ୍ୟଜିକ୍ ଭିଡିଓରେ ପ୍ରଥମଥର ପାଇଁ ଶୁଭାସିସ୍ ପଣ୍ଡାଙ୍କ ସମେତ ଓଲିଓଡ୍ର ନୂଆ ଯୋଡି ରାଜ୍ ରାଜେସ ଏବଂ ଶ୍ରଧା ପାଣିଗ୍ରାହିଙ୍କୁ ଦେଖିବାକୁ ମିଳିଛି । ଏହି ସୁନ୍ଦର ଭିଡିଓଟି ବାସୁଦେବ୍ ଦଳାଇଙ୍କ ଦ୍ୱାରା ନିଦେ୍ର୍ଧଶିତ ହୋଇଥିବାବେଳେ ଏହାର ଚିତ୍ରନାଟ୍ୟରେ ଅନୁରାଗ ଦାସ ଏବଂ ସଙ୍ଗିତ ଦେଇଛନ୍ତି ଏସ୍ କେ ଜାବିଦ୍ ଅଲ୍ଲୀ । ଏହି ସୁମଧୁର ଗୀତଟି ବିଘ୍ନାଜ୍ ଦ ବ୍ୟାଣ୍ଡ ଦ୍ୱାରା କମ୍ପୋଜ୍ କରାଯାଇଥିବା ବେଳେ ଏହି ଗୀତରେ କଣ୍ଠଦାନ କରିଛନ୍ତି ବିଘ୍ନାଜ୍ର ସୁନାମଧନ୍ୟ ଗାୟକ ଦୁର୍ଗା ।
ଏହି ଅବସରରେ ଗାୟକ ଦୁର୍ଗା କହିଛନ୍ତି ଯେ, “ସବୁବେଳେ କିଛି ନୂଆ କରିବା ଏବଂ ଆମ ଦର୍ଶକମାନଙ୍କୁ କିଛି ଭିନ୍ନଧରଣର ଉପହାର ଦେବାକୁ ମୁଁ ସବୁବେଳେ ପ୍ରୟାସ କରିଛି । ଏହି ଭିଡିଓରେ ମଧ୍ୟ ଆମେ କିଛି ନୂଆ କରିବାକୁ ଚେଷ୍ଟା କରିଛୁ, ତାହା ଦର୍ଶକମାନଙ୍କୁ ପସନ୍ଦ ଆସିବ ବୋଲି ଆମେ ଆଶା କରୁଛୁ ।”
ଏହି ଅବସରରେ ନିଦେ୍ର୍ଧଶକ ବାସୁଦେବ୍ ଦଳାଇ କହିଛନ୍ତି ଯେ, “ଯୁବପିଢିଙ୍କ ମଧ୍ୟରେ ଗଢିଉଠୁଥିବା ସାଧାରଣ ପ୍ରେମକାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ମୁ୍ୟଜିକାଲ୍ ଭିଡିଓଟି ଏକତରଫା ପ୍ରେମର ଉଦାହରଣ । ସାଧାରଣ ପ୍ରେମକାହାଣୀର ରାଗ, ଅଭିମାନ, ଭଲପାଇବା, ଲାଜ, କୋମଳତାକୁ ନେଇ ଏହାକୁ ପ୍ରସ୍ତୁତ କରାଯାଇଛି ଆମେ ଆଶା କରୁଛୁ ଯେ ଏହା ଯୁବପିଢିକୁ ମନୋରଞ୍ଜନର ଖୋରାକ ଯୋଗାଇବାରେ ସଫଳ ହେବ ।
ଏହି ସଫଳତାରେ ଅମର ମୁ୍ୟଜିକ୍ର ଲୋକ ସମ୍ପର୍କ ଅଧିକାରୀ ଧରିତ୍ରୀ ମହାରଣା କହିଛନ୍ତି, “ ମୁ୍ୟଜିକ୍ ଜଗତରେ କିଛି ଉନ୍ନତ କରିବା ପାଇଁ ଆମେ ସର୍ବଦା ପ୍ରୟାସ କରି ଆସିଛୁ । ଏହି ସୁନ୍ଦର ମୁ୍ୟଜିକ୍ ଭିଡିଓ ‘ତୋ ବିନା’ ମନୋରଞ୍ଜନ ଜଗତ ମାଇଁ ଆଉ ଏକ ଉପହାର ଯାହାକି ଦର୍ଶକମାନଙ୍କୁ ମନୋରଞ୍ଜନର ସମ୍ପୁର୍ଣ୍ଣ ଖୋରାକ ଯୋଗାଇବ ।
ଏହି ପରିପ୍ରେକ୍ଷୀରେ ପ୍ରିଲୁ୍ୟଡ୍ ପ୍ରଡକ୍ସନ୍ର ନିଦେ୍ର୍ଧଶକ ସତ୍ୟବ୍ରତ ସାନୁ ରଥ କୁହନ୍ତି ଯେ, “ମନୋରଞ୍ଜନ ଦୁନିଆରେ ଆମେ ଏକ ନୂତନ ପରିବର୍ତ୍ତନ ଆଣିବାରେ ସର୍ବଦା ଚେÂା କରିଛୁ । ପୁର୍ବ ମୁ୍ୟଜିକାଲ୍ ଭିଡିଓ ପରି ଏହି ଭିଡିଓରେ ମଧ୍ୟ କିଛି ନୂତନ କରିବାକୁ ଚେÂା କରିଛୁ ଆଶାକରୁ ଯେ ଏହା ଦର୍ଶକଙ୍କୁ ପସନ୍ଦ ଆସିବ”ା

Share in top social networks!