ନାଲ୍କୋ ପକ୍ଷରୁ ଉପଭୋକ୍ତାଙ୍କ ପାଇଁ ମୋବାଇଲ୍ ଆପ୍ ‘ନଗିନା’ର ଶୁଭାରମ୍ଭ

DSC_0049 ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲ୍କୋ) ପକ୍ଷରୁ ଏହାର ଉପଭୋକ୍ତାମାନଙ୍କ ପାଇଁ ଏକ ମୋବାଇଲ୍ ଆପ୍ ‘ନଗିନା’ (ନାଲ୍କୋ ଗ୍ରାହକ ଇନଫୋର୍ମେସନ୍ ଆଣ୍ଡ୍ ନେଟ୍ୱକିଂ ଆପ୍ ଫର୍ ଅଲ୍)ର ଶୁଭାରମ୍ଭ କରାଯାଇଛି । କେନ୍ଦ୍ର ଖଣି ମନ୍ତ୍ରାଳୟର ସଚିବ ଶ୍ରୀ ଅରୁଣ କୁମାରଙ୍କ ଦ୍ୱାରା ଏହି ଆପ୍ର ଶୁଭାରମ୍ଭ ହୋଇଥିଲା । ଏହି ଅବସରରେ, ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ, ଖଣି ମନ୍ତ୍ରାଳୟର ଯୁଗ୍ମ ସଚିବ ଶ୍ରୀ ସୁବାଷ ଚନ୍ଦ୍ର, ଡଃ ଏନ୍.କେ. ସିଂ, ନାଲ୍କୋର ମହାପ୍ରବନ୍ଧକ (ମାର୍କେଟିଂ) ଶ୍ରୀ ଏସ୍. ସାମନ୍ତରାୟ ଏବଂ ଅନ୍ୟ ବରିÂ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ । ଏହି ଆପ୍ ସମ୍ବନ୍ଧରେ ସୂଚନା ଦେଇ ଡଃ ଚାନ୍ଦ କହିଲେ ଯେ ଡିଜିଟାଲ୍ ଇଣ୍ଡିଆ ଆଧାରରେ ନାଲ୍କୋର ସମସ୍ତ ଉପଭୋକ୍ତାମାନଙ୍କୁ ସେବାରେ ସନ୍ତୁଷ୍ଟି ସହ ଉପଭୋକ୍ତାଙ୍କୁ ଏକ ଭିନ୍ନ ଅନୁଭୂତି ପ୍ରଦାନ ନିମନ୍ତେ ଏହି ନୂତନ ଆପ୍ଟି ଏକ ଅଭିନବ ପଦକ୍ଷେପ ।
ଉପଭୋକ୍ତାଙ୍କୁ ଆଖିରେ ରଖି ପ୍ରସ୍ତୁତ ଏହି ମୋବାଇଲ୍ ଆପ୍ଲିକେସନ୍ଟି ଆଗ୍ରହୀ ଉପଭୋକ୍ତାଙ୍କୁ ନାଲ୍କୋ ତଥା ଏହାର ଉପôାଦ, ଉପôାଦର ବିଶେଷତ୍ୱ, ବିକ୍ରୟ କେନ୍ଦ୍ର, ଉପôାଦ ମୂଲ୍ୟ, ଉପଭୋକ୍ତା ଏମ୍ଓୟୁ ବ୍ୟବସ୍ଥା, ଉପଭୋକ୍ତା ଦେୟପୈଠ ବିବରଣୀ ଏବଂ ଅନ୍ୟ ସମ୍ପର୍କିତ ସୂଚନା ପ୍ରଦାନ କରିବ । କମ୍ପାନୀର ଉପଭୋକ୍ତାମାନେ ସେମାନଙ୍କ ଏମ୍ଓୟୁ ଲିଫ୍ଟିଂ ବିବରଣୀ, ଡେସ୍ପ୍ୟାଚ୍ ବିବରଣୀ, ଟ୍ରକ୍ ପ୍ଲେସ୍ମେଣ୍ଟ୍ ପ୍ଲାନ୍ ଏବଂ ଆକାଉଣ୍ଟ୍ ବିବରଣୀ ଆଦି ଏହି ଆପ୍ରୁ ଜାଣିପାରିବେ । ଆପ୍ର ବ୍ୟବହାରକାରୀମାନେ ସେମାନଙ୍କର ମୂଲ୍ୟବାନ ମତାମତ ଏହା ଜରିଆରେ ମଧ୍ୟ ପ୍ରଦାନ କରିପାରିବେ ।

Share in top social networks!