ଧନତେରାସ୍ରେ ହିରୋ ମୋଟୋକର୍ପ କାରବାର ୩ ଲକ୍ଷ ୟୁନିଟ୍ ଛୁଇଁଲା

22549894_1393315460765933_1480554057431418083_n
ବିଶ୍ୱର ବୃହତ୍ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋ କର୍ପ ଲିଃ. ଚଳିତ ଧନତେରାସ୍ରେ ବିକ୍ରିରେ ଆଖି ଦୃଶିଆ ଅଭିବୃଦ୍ଧି ହାସଲ କରିଥିବାବେଳେ ଏହି ସମୟରେ କମ୍ପାନୀ ୩ଲକ୍ଷ ୟୁନିଟ୍ ଦୁଇଚକିଆ ଯାନ ବିକ୍ରି କରିବାକୁ ସକ୍ଷମ ହୋଇଛି । ଏପରି କରି କମ୍ପାନୀ ଗୋଟିଏ ଦିନରେ ରେକର୍ଡ ସୃଷ୍ଟି କରିବାକୁ ସକ୍ଷମ ହୋଇଛି ।

ସେପ୍ଟେମ୍ବର ମାସରେ କମ୍ପାନୀ ୭ଲକ୍ଷ ୟୁନିଟ୍ ୨ ଚକିଆ ଯାନ ବିକ୍ରି କରିଛି । ଏପରି କରି କମ୍ପାନୀ ଗୋଟିଏ ମାସରେ ରେକର୍ଡ ସଂଖ୍ୟକ ୟୁନିଟ୍ ବିକ୍ରି କରିପାରିଛି । ଏହା କମ୍ପାନୀ ଉପରେ ଥିବା ଗ୍ରାହକଙ୍କର ବିଶ୍ୱାସନୀୟତା ଯୋଗୁ ସମ୍ଭବ ହୋଇ ପାରିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ସେହିପରି କୁମୁଲିଟିଭ୍ ବିକ୍ରିରେ କମ୍ପାନୀ ଇତିମଧ୍ୟରେ ୭୫ ନିୟୁତ ୟୁନିଟ୍ ଲକ୍ଷ୍ୟ ହାସଲ କରିପାରିଛି ।

ଚଳିତ ୨୦୧୭-୧୮ ଆର୍ଥିକ ବର୍ଷର ଜୁଲାଇ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ଶେଷ ହୋଇଥିବା ଦ୍ୱିତୀୟ ତ୍ରୟମାସରେ ବିକ୍ରିରେ ଗତ ବର୍ଷ ଏହି ସମୟ ତୁଳନାରେ ୧୧ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିବାବେଳେ ଏହି ସମୟରେ କମ୍ପାନୀ ୨୦,୨୨,୮୦୫ ୟୁନିଟ୍ ଦୁଇଚକିଆ ଯାନ ବିକ୍ରି କରିବାକୁ ସକ୍ଷମ ହୋଇଛି ।

Share in top social networks!