ରାଜନୈତିକ ଚକ୍ରବୂ୍ୟହରେ ବିନ୍ଦୁସାଗର

22282114_1987352478177673_2233901544554774594_nପୁରୀର ନରେନ୍ଦ୍ର ପୁଷ୍କରିଣୀ ଭଳି ଏକାମ୍ରକ୍ଷେତ୍ର ବିନ୍ଦୁସାଗର ପୁଷ୍କରିଣୀର ମାହାତ୍ମ୍ୟ ରହିଛି । ଅନେକ ତୀର୍ଥ ପୁଷ୍କରିଣୀ ମଧ୍ୟରୁ ବିନ୍ଦୁସାଗର ହେଉଛି ଅନ୍ୟତମ । ପବିତ୍ର ପୁଷ୍କରିଣୀରେ ସ୍ନାନ କରି କୋଟିପୁଣ୍ୟ ଅର୍ଜନ କରିବା ଲାଗି ହେଉ ଅବା ପିଣ୍ଡଦାନ ପାଇଁ, ପ୍ରତିଦିନ ଏଠାକୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । କିନ୍ତୁ ବିନ୍ଦୁସାଗର ଏବେ ନିଜକୁ ବଞ୍ଚାଇବାକୁ ସଂଘର୍ଷ କରୁଛି । ଦଳ ଓ ଆବର୍ଜନା ଭର୍ତ୍ତି ବିନ୍ଦୁସାଗର ବାସ୍ତବ ଚିତ୍ର ବଦଳି ଯାଇଛି । ଫଳରେ ଏହାର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ଐତିହାସିକ ପୋଖରୀର ସଫେଇ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବିଏମସି ଓ ପର୍ଯ୍ୟଟନ ବିଭାଗ ଦାବି କରୁଥିବା ବେଳେ ପ୍ରକୃତ ଚିତ୍ର ସାଧାରଣ ଜନତାଙ୍କୁ ବ୍ୟଥିତ କରିଛି ।
ପ୍ରଶାସନିକ ସ୍ଥାଣୁତା ଯୋଗୁଁ ବିନ୍ଦୁସାଗରର ପୁନରୁଦ୍ଧାରକୁ ନେଇ ଏବେ ରାଜନୀତି ଜୋର୍‍ ଧରିଛି । ଏହାକୁ ନେଇ ବିଭିନ୍ନ ମହଲରେ ସ୍ୱର ଉଠିବା ଆରମ୍ଭ ହୋଇଛି । ବିନ୍ଦୁସାଗର ପାଇଁ ସରକାର ଯଥେଷ୍ଟ ସଚେତନ ବୋଲି ଶାସକ ଦଳ ଦାବି କରୁଥିବା ବେଳେ ଏହାର ବାସ୍ତବ ସ୍ଥିତିକୁ ଅସ୍ତ୍ର କରି ବିରୋଧୀ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି । କିଛି ଦିନ ପୂର୍ବେ ବିନ୍ଦୁସାଗର ସୁରକ୍ଷା ମଞ୍ଚ ବିନ୍ଦୁସାଗର ବଞ୍ଚାଅ ଦାବିରେ ଧାରଣା ଦେଇଥିବା ବେଳେ ବିନ୍ଦୁସାଗର ପୁନରୁଦ୍ଧାର ପାଇଁ ଏକାମ୍ର ବିକାଶ ମଞ୍ଚ ଘର ଘର ବୁଲି ଲୋକଙ୍କ ଦସ୍ତଖତ ଅଭିଯାନ ଲାଗି ପଡିଛି । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଜାତୀୟ ଦଳ ବିଜେପି ଏବେ ବିନ୍ଦୁସାଗର ସୁରକ୍ଷା ପାଇଁ ଜଳ ସତ୍ୟାଗ୍ରହ କରିବାକୁ ଆହ୍ୱାନ ଦେଇଛି । ଏଭଳି ସ୍ଥିତିରେ ସାମାଜିକ ସଂଗଠନ ସେବାପ୍ରତିନିଧି ବିନ୍ଦୁସାଗର ପୁନରୁଦ୍ଧାର କାର୍ଯ୍ୟ କରିବା ପାଇଁ ଗତକାଲି ଠାରୁ ପୁଷ୍କରିଣୀରୁ ଦଳ ସଫେଇ ଆରମ୍ଭ କରିଛି । ବିନ୍ଦୁସାଗରକୁ ନେଇ ଗୋଟେପଟେ ସାମାଜିକ ସଂଗଠନ ସକ୍ରିୟ ହୋଇପଡିଥିବା ବେଳେ ଅନ୍ୟପକ୍ଷେ ବିନ୍ଦୁସାଗର ପୁନରୁଦ୍ଧାର ପ୍ରସଙ୍ଗ ଧୀରେ ଧୀରେ ରାଜନୈତିକ ଚକ୍ରବୂ୍ୟହ ଭିତରେ ପଶିିବାକୁ ଆରମ୍ଭ କଲାଣି । ଐତିହ୍ୟ ପୁଷ୍କରିଣୀର ମହତ୍ତ୍ୱ ତଥା ଏହାର ପ୍ରାଥମିକତା ଦୃଷ୍ଟିକୋଣରୁ ବିନ୍ଦୁସାଗର ସୁରକ୍ଷା ଚିନ୍ତା ମନ୍ଦିର ପ୍ରଶାସନର ।
22310300_1987348008178120_492760486481556038_n
ମନ୍ଦିର ପ୍ରଶାସନ ପୁଷ୍କରିଣୀ ସୁରକ୍ଷା ଭାର ବିଏମସି ହାତକୁ ଟେକି ଦେଇ ନିଜଆଡୁ ବୋଝ ହଟାଇ ଦେଉଛି । ଅନ୍ୟପକ୍ଷରେ ବିଏମସି ବିନ୍ଦୁସାଗର ପାଣିର ସ୍ୱଚ୍ଛତା ଫେରାଇବା ଲାଗି ପ୍ରାୟ ଦୀର୍ଘବର୍ଷ ହେବ ଉଦ୍ୟମ ଆରମ୍ଭ କରିଛି । ୧୦ବର୍ଷ ମଧ୍ୟରେ ବିଭାଗ ବିଭିନ୍ନ ପର୍ଯାୟରେ ୧୦ କୋଟିରୁ ଅଧିକ ଟଙ୍କା ବ୍ୟୟ କରି ସାରିଥିଲେ ମଧ୍ୟ ପାଣିର ସ୍ୱଚ୍ଛତା ଯଥା ପୂର୍ବଂ ତଥା ପର ହୋଇରହିଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ବିନ୍ଦୁସାରର ସୌନ୍ଦର୍ଯ୍ୟକରଣ ପାଇଁ ପୁଷ୍କରିଣୀ ଚତୁଃପାଶ୍ୱର୍ ଆଲୋକୀକରଣ, ପାଣି ଭିତରେ ମୁ୍ୟଜିକାଲ ଫାଉଣ୍ଟେନ ପ୍ରସ୍ତୁତ ଲାଗି ଯୋଜନା ଚଳାଇଛି । ପ୍ରାୟ ୭.୬୨ କୋଟି ଟଙ୍କା ବ୍ୟୟ କରାଯିବ । ଓଟିଡିସି ବିନ୍ଦୁସାଗର ଚତୁôଃପାଶ୍ୱର୍ ଆଲୋକୀକରଣ କରିବା ପାଇଁ ୪୦ଲକ୍ଷ ଟଙ୍କା ବ୍ୟୟ କରିଛି । ଏହା ସତ୍ତେ୍ୱ ଏବେ ପ୍ରାୟ ୨୨ଏକର ପରିମିତ ପବିତ୍ର ବିନ୍ଦୁସାଗର ଅବସ୍ଥା ସୁଧୁରୁନାହିଁ ବୋଲି ଅନେକ ପ୍ରଶ୍ନ ଉଠିଛି । ଏଭଳି ଦୟନୀୟ ଅବସ୍ଥା ପାଇଁ କିଏ ଦାୟୀ ବୋଲି ଜନତା ପ୍ରଶ୍ନ କରିବା ଅରମ୍ଭ କରିଛନ୍ତି ।
୫ ବର୍ଷରେ ଖର୍ଚ୍ଚ ୨୦ କୋଟି
ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଖର୍ଚ୍ଚ ହୋଇଛି-୧୦ କୋଟି
ବିନ୍ଦୁସାଗର ଚତୁଃପାଶ୍ୱର୍ରେ ପରିକ୍ରମା ନିର୍ମାଣ ଖର୍ଚ୍ଚ- ୬ କୋଟି
ଦଳ ଓ ପଙ୍କ ଉଦ୍ଧାର ପାଇଁ- ୪.୩ କୋଟି
ଭବିଷ୍ୟତ ଯୋଜନା
ଡିପିଆର ପ୍ରସ୍ତୁତି ପାଇଁ ଖର୍ଚ୍ଚ ହେବ- ୨୫ ଲକ୍ଷ
ଜଳ ଫୁଆରା ଓ ଆଲୋକୀକରଣ ପାଇଁ ଖର୍ଚ୍ଚ ହେବ- ୭ କୋଟି
21149926_1969824243263830_17296803562253384_n
ସରକାରୀ ତଥ୍ୟ ଅନୁସାରେ ୧୯୬୪ ମସିହାରେ ବିନ୍ଦୁସଗାର ପୁଷ୍କରିଣୀର ଗଭୀରତା ୧୬ ଫୁଟ୍‍ ଥିଲା । ତେବେ ଉପଯୁକ୍ତ ଯୋଜନା ଓ ରକ୍ଷଣାବେକ୍ଷଣ ଅଭାବରୁ ଏହାର ଜଳସ୍ତର ଏବେ ୭ ଫୁଟ୍‍ ମଧ୍ୟରେ ସୀମିତ ରହି ଯାଇଛି । ତେବେ ଜଳସ୍ତର କମିବା ପରିବେଶ ପ୍ରତି ଗୁରୁତର ବିପଦ ସୃଷ୍ଟି କରୁଛି । ୧୮ ଏକର ଜମିରେ ପରିମିତ ବିନ୍ଦୁସାଗରର ଜଳସ୍ତର ହ୍ରାସ ପାଇବା ସହିତ ଏହାର ଜଳ ଆବର୍ଜନାରେ ଭରି ରହୁଥିବାରୁ ଏହି ଐତିହାସିକ ପୋଖରୀର ଜୈବ ବିବିଧତା ଏବେ ବିପଦରେ ପଡ଼ିଛି । ପାଣିରେ ଥିବା ବନସ୍ପତି ଓ ଜୀବ ଏବେ ଅବକ୍ଷୟମୁଖୀ ବୋଲି ବିଶେଷଜ୍ଞ ଆଶଙ୍କା ପ୍ରକାଶ କରୁଛନ୍ତି । ସେଥିରେ ଥିବା ମାଇକ୍ରୋ-ଅର୍ଗାଜିମ୍‍ ଜଳବାୟୁରେ କାର୍ବନ୍‍ ଡାଇଅକ୍ସାଇଡ୍‍ ହ୍ରାସ କରିବାରେ ବିଶେଷ ସହାୟକ ହୋଇଥାଏ; କିନ୍ତୁ ବିନ୍ଦୁସାଗରକୁ ବାରମ୍ବାର ଅବହେଳା କରାଯାଉ ଥିବାରୁ ଏହାର ଜୈବ ବିବିଧତା ବିପଦରେ ପଡିଛି ।

Share in top social networks!
Powered By Indic IME