ଅନ୍ତର୍ଜାତୀୟ ଗୋ ନବରାତ୍ର ମହୋତ୍ସବ ୨ୟ ଦିନରେ;ଗୋ ସମ୍ପଦର ସମସ୍ତ ଲାଭଜନକ ଦୃଷ୍ଟିକୋଣ ଉପରେ ଆଲୋଚନା

IMG_1609ପୁରୀ ସରଧା ବାଲିରେ ଶୂଭାରମ୍ଭ ହୋଇଥିବା ତୃତୀୟ ଅନ୍ତର୍ଜାତୀୟ ଗୋ ନବରାତ୍ର ଆଜି ୨ୟ ଦିନରେ । ଏହି ନବରାତ୍ରର ଅଂଶ ଭାବେ “ଗୋ ବିଜ୍ଞାନ” ଉପରେ ଏକ କର୍ମଶାଳାର ମଧ୍ୟ ଆୟୋଜନ କରାଯାଇଥିଲା । ଏହି କର୍ମଶାଳାରେ ମୁମ୍ବାଇରୁ ଆସିଥିବା ଡକ୍ଟର ଅଦିତି କୁଲ୍କର୍ଣ୍ଣି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗୋ ସମ୍ପଦର ସମସ୍ତ ବୈଜ୍ଞାନିକ ତଥ୍ୟ ସହିତ ଗୋ ଦୁଗ୍ଧ, ମୁତ୍ର ଓ ମଳ ତଥା ଦୁଗ୍ଧଜାତ ଅତିରିକ୍ତ ଉପôାଦମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଲାଭଦାୟକ ବୈଜ୍ଞାନିକ ତଥ୍ୟ ଉପରେ ଆଲୋକପାତ କରିଥିଲେ । ଓଡିଶାର ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ ଓ ତାଙ୍କ ଧର୍ମପତ୍ନୀ ଏହି କର୍ମଶାଳାରେ ଅତିଥିଭାବେ ଯୋଗ କରିଥିଲେ ।
ଏହି କର୍ମଶାଳାରେ ଅଂଶ ଗ୍ରହଣ କରିଥିବା ସମସ୍ତ ବ୍ୟକ୍ତିମାନଙ୍କୁ କୃତଜ୍ଞତା ଜ୍ଞାପନ କରି ଡକ୍ଟର ଅଦିତି କୁଲ୍କର୍ଣ୍ଣି କହିଥିଲେ, “ଗୋ ସମ୍ପଦ ପରିବେଷ ଓ ମନୁଷ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଦୈନନ୍ଦିନ ଜୀବନରେ ପଂଚଦ୍ରବ୍ୟ ଯଥା ଗୋ ମୂତ୍ର, ମଳ, କ୍ଷୀର, ଘିଅ, ଦହି ଆଦିର ବ୍ୟବହାର ଦ୍ୱାରା ମଣିଷ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢିବା ସହିତ ମାନଷିକ ଓ ଶାରୀରିକ ବିକାଶ ମଧ୍ୟ ଘଟିଥାଏ । ଗୋପାଳନ ତଥା ଆମର ଦୈନନ୍ଦିନ ଜୀବନରେ ପଂଚଦ୍ରବ୍ୟର ବ୍ୟବହାର ଏବଂ ପଂଚଦ୍ରବ୍ୟ ଚିକିତ୍ସା ମାଧ୍ୟମରେ କ୍ୟନ୍ସର୍ ପରି ବିଭିନ୍ନ ମାରାତ୍ମକ ରୋଗରୁ ଆରୋଗ୍ୟପ୍ରାପ୍ତି ପାଇପାରିବେ ।”
ଗୋପାଳନରୁ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଆଲୋକପାତ କରି ଓଡିଶାର ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ କହିଥିଲେ, “ଗୋ ପାଳନ ତଥା ଗୋ ଆଧାରିତ କୃଷି ମାଧ୍ୟମରେ ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ । ଏହା ଦେଶର ଅର୍ଥନିତିରେ ମଧ୍ୟ ବହୁମୂଲ୍ୟ ଯୋଗଦାନ ଦେଇପାରିବ ।”ଏହା ବ୍ୟତୀତ ସେଠାରେ ଉପସ୍ଥିତ ଥିବା ସ୍ୱାମୀ ସମର୍ପଣାନନ୍ଦ ଅଂଶଗ୍ରହଣକାରୀଙ୍କ ମାର୍ଗଦର୍ଶନ କରିବା ସହିତ ପ୍ରଫୁଲ୍ଲ ବିଶୋଇ କର୍ମଶାଳାର ସଂଚାଳନା କରିଥିଲେ ।
ଏହି ତୃତୀୟ ଅନ୍ତର୍ଜାତୀୟ ଗୋ ନବରାତ୍ର ଆସନ୍ତା ଅକ୍ଟୋବର ୨୮ ତାରିଖ ଯାଏ ଚାଲିବ ତଥା ପ୍ରତି ଦିନ ଅପରାହ୍ନ ୩ ଘଟିକାରୁ ସନ୍ଧ୍ୟ ୫ଘଟିକା ପର୍ଯ୍ୟନ୍ତ ଗୋ ସମ୍ପଦ ସମ୍ପର୍କିତ କର୍ମଶାଳା ମଧ୍ୟ ଆୟୋଜନ କରାଯାଇଛି । ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ବିଶେଷଜ୍ଞ ତଥା ଗବେଷକମାନେ ଏହି କର୍ମଶାଳାରେ ଅଂଶଗ୍ରହଣ କରିବା ସହିତ ଗୋସମ୍ପଦର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିବେ ।

Share in top social networks!