ଉତ୍ତରାଖଣ୍ଡର କେଦାରନାଥଠାରେ କେଦାରପୁରୀ ପୁନଃନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

22528042_10159559153380165_1631622765668139085_nମୋ ସହିତ ସଂପୂର୍ଣ୍ଣ ଶକ୍ତିର ସହ କହନ୍ତୁ, ଜୟ ଜୟ କେଦାର ।

ଦେବଭୂମି ଉତ୍ତରାଖଣ୍ଡର ସମସ୍ତ ଭାଇ-ଭଉଣୀଙ୍କୁ ମୋର ନମସ୍କାର । ବାବା କେଦାରଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ବଜାୟ ରହୁ, ଏହି କାମନା କରୁଛି ।

କାଲି ହିଁ ଦେଶ ଆଉ ଦୁନିଆରେ ଦୀପାବଳିର ପବିତ୍ର ପର୍ବ ପାଳନ କରାଗଲା । ଏହି ଦୀପାବଳିର ପବିତ୍ର ପର୍ବ ନିମନ୍ତେ ଦେଶ ଆଉ ଦୁନିଆରେ ଖେଳାଇ ହୋଇଥିବା ଆମର ସମସ୍ତ ବନ୍ଧୁ-ଭଗିନୀଙ୍କୁ କେଦାରନାଥର ଏହି ପବିତ୍ର ମାଟିରୁ ଅନେକ-ଅନେକ ଶୁଭକାମନା ଜଣାଉଛି ।

ଗୁଜରାଟ ଭଳି କିଛି ରାଜ୍ୟ ଅଛନ୍ତି, ଯେଉଁଠାରେ ଆଜି ନବବର୍ଷ ଆରମ୍ଭ ହୋଇଥାଏ । ନୂତନ ବର୍ଷର ଅଭିନନ୍ଦନ, ସାଲ ମୁବାରକ୍ । ସାରା ବିଶ୍ୱରେ ଖେଳାଇ ହୋଇଥିବା ସେ ସମସ୍ତ ପରିବାର ଯେଉଁମାନେ ଆଜି ନବବର୍ଷର ପ୍ରାରମ୍ଭ କରନ୍ତି, ସେମାନଙ୍କୁ ମଧ୍ୟ ମୋ ତରଫରୁ ନୂତନ ବର୍ଷର ବହୁତ-ବହୁତ ଅଭିନନ୍ଦନ ଜଣାଉଛି । ଆପଣ ସମସ୍ତଙ୍କୁ ନୂତନ ବର୍ଷର ଅଭିନନ୍ଦନ, ସାଲ ମୁବାରକ୍ । ପୁଣି ଥରେ ବାବା ମୋତେ ଡାକିଛନ୍ତି । ପୁଣି ଆଉଥରେ ଟାଣି ହୋଇ ଚାଲି ଆସିଲି ବାବାଙ୍କ ପାଦ ତଳକୁ । ଆଜି ପୁଣି ଥରେ ମୋତେ ପୁରୁଣା ଲୋକମାନେ ମିଳିଗଲେ । ସେମାନେ ଯାହାକିଛି ମୋ ବିଷୟରେ ଶୁଣିଥିବେ, ସେମାନେ ମୋତେ ଆଜି ପୁନଃ ସ୍ମରଣ କରାଉଥିଲେ ।

କେବେ ଏହି ଗରୁଡ଼ ଚଟ୍ଟି, ଯେଉଁଠାରେ ଜୀବନର କିଛି ମହତ୍ୱପୂର୍ଣ୍ଣ ବର୍ଷ ବିତାଇବାର ମୋତେ ସୌଭାଗ୍ୟ ମିଳିଥିଲା । ସେହି କ୍ଷଣ ଥିଲା ଯେତେବେଳେ ଏହି ମାଟିରେ ମୁଁ ମଜ୍ଜି ଯାଇଥିଲି । କିନ୍ତୁ ବୋଧ ହୁଏ ବାବାଙ୍କ ଇଚ୍ଛା ନ ଥିଲା କି ମୁଁ ତାଙ୍କ ପାଦତଳେ ଜୀବନ ଅତିବାହିତ କରେ ଆଉ ବାବା ମୋତେ ଏଠାରୁ ଫେରାଇଦେଲେ । ଆଉ ବୋଧହୁଏ ବାବା ସ୍ଥିର କରିଥିବେ ଗୋଟିଏ ବାବା କ’ଣ, ଶହେ ପଚିଶ କୋଟି ବାବା ଅଛନ୍ତି ଦେଶରେ, କେବେ ତାଙ୍କର ତ ସେବା କର । ଆଉ ଆମର ଏଠି ତ କୁହାଯାଇଛି- ଜନ ସେବା ହିଁ ହେଉଛି ପ୍ରଭୁଙ୍କ ସେବା । ଆଉ ସେଥିପାଇଁ ଆଜି ମୋ ପାଇଁ ଶହେ ପଚିଶ କୋଟି ଦେଶବାସୀଙ୍କ ସେବା, ଏହା ହିଁ ହେଉଛି ବାବାଙ୍କ ସେବା, ଏହା ହେଉଛି ବଦ୍ରି ବିଶାଳଙ୍କ ସେବା, ଏହା ହେଉଛି ମନ୍ଦାକିନୀଙ୍କ ସେବା, ଏହା ହେଉଛି ଗଙ୍ଗା ମାତାଙ୍କ ସେବା । ଆଉ ଏଥିପାଇଁ ଆଜି ପୁଣି ଥରେ ଏଠାରୁ ସଂକଳ୍ପବଦ୍ଧ ହୋଇ, ଏଠାରୁ ନୂତନ ଉର୍ଜ୍ଜା ପ୍ରାପ୍ତ କରି, ଭୋଲା ବାବାଙ୍କ ଆଶୀର୍ବାଦ ନେଇ ପୂର୍ଣ୍ଣ ପବିତ୍ର ମନରେ, ଦୃଢ଼ ସଂକଳ୍ପ ଦ୍ୱାରା 2022 , ଭାରତର ସ୍ୱାଧୀନତାର 75 ବର୍ଷ; ପ୍ରତ୍ୟେକ ହିନ୍ଦୁସ୍ଥାନୀଙ୍କ ସଂକଳ୍ପ, ପ୍ରତ୍ୟେକ ହିନ୍ଦୁସ୍ଥାନୀଙ୍କ ହୃଦୟରେ ଦୁନିଆରେ ହିନ୍ଦୁସ୍ଥାନକୁ ମସ୍ତକର ମୁକୁଟ କରିବାର ମନୋବୃତି, ବାବାଙ୍କ ଆଶୀର୍ବାଦରୁ ପ୍ରତ୍ୟେକ ହିନ୍ଦୁସ୍ଥାନୀଙ୍କଠାରେ ଏହି ଚେତନା ଜାଗ୍ରତ ହେବ । ପ୍ରତ୍ୟେକ ହିନ୍ଦୁସ୍ଥାନୀ ସେହି ସଂକଳ୍ପକୁ ଅତିକ୍ରମ କରିବା ପାଇଁ ମନପ୍ରାଣ ଦେଇ ଲାଗି ପଡ଼ିବେ ।

ଏହି ସଂକଳ୍ପ ସହିତ ମୁଁ ସର୍ବପ୍ରଥମେ ଏହି ପବିତ୍ର ମାଟିରେ ଯେଉଁମାନେ ପ୍ରାକୃତିକ ବିପଦର ସମ୍ମୁଖୀନ ହୋଇଥିଲେ, ଦେଶର ପ୍ରତ୍ୟେକ ରାଜ୍ୟରୁ କେହି ନା କେହି ଏହିଠାରେ ନିଜର ଦେହ ତ୍ୟାଗ କରିଦେଲେ ଆଉ ବାବାଙ୍କ ମାଟିରେ ସେ ଲୀନ ହୋଇଗଲେ । ସେହି ସମସ୍ତ ଆତ୍ମାଙ୍କୁ ଆଦରପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଉଛି । ସେମାନେ ଥିଲେ ଦେଶର ସମସ୍ତ ରାଜ୍ୟର ଲୋକ । ଆଉ ସେହି ସମୟରେ ମୋର ସ୍ୱାଭାବିକ ସମ୍ବେଦନଶୀଳତା ଥିଲା । ମୁଁ ଏମିତି ତ ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲି, କୌଣସି ଅନ୍ୟ ରାଜ୍ୟରେ ଅବାଧପ୍ରବେଶ କରିବାର ନା ମୋର ଅଧିକାର ଥିଲା, ନା ମୁଁ ଏଭଳି କେବେ ଚିନ୍ତା ମଧ୍ୟ କରି ପାରିବି । କିନ୍ତୁ ମୁଁ ନିଜକୁ ନିଜେ ରୋକି ପାରି ନଥିଲି । ଭଲ କଲି, ମନ୍ଦ କଲି ଏହା ତ ଇତିହାସ ସ୍ଥିର କରିବ । କିନ୍ତୁ ସେହି ପୀଡ଼ିତଙ୍କ ପାଇଁ ପହଂଚିଯିବା; ମୋ ମନକୁ ମୁଁ ରୋକି ପାରି ନଥିଲି, ମୁଁ ଚାଲି ଆସିଥିଲି ।

ଆଉ ସେହି ସମୟରେ ମୁଁ ସେ ସମୟର ସରକାରଙ୍କୁ ଅନୁରୋଧ କଲି କି ଆପଣ ଗୁଜରାଟ ସରକାରଙ୍କୁ କେଦାରନାଥର ପୁନଃନିର୍ମାଣର କାମ ଦିଅନ୍ତୁ, ଯେଭଳି ଦେଶବାସୀଙ୍କର ସ୍ୱପ୍ନ ହେବ ମୁଁ ପୂରଣ କରିବି । ଯେତେବେଳେ କୋଠରୀରେ ଆମେ ବସିଥିଲୁ, ସେତେବେଳେ ସେହି ସମୟର ମୁଖ୍ୟମନ୍ତ୍ରୀ ରାଜି ହୋଇଗଲେ, ସବୁ ଅଫିସର ରାଜି ହୋଇଗଲେ, ସେମାନେ କହିଲେ ଭଲ କଥା, ମୋଦୀ ଆଜ୍ଞା ଯଦି ଗୁଜରାଟ ଦାୟିତ୍ୱ ନେବ ଆଉ ମୁଁ ଖୁସି ହୋଇ, ବାହାରକୁ ବାହାରି ଆସି ଗଣମାଧ୍ୟମ ଆଗରେ ମଧ୍ୟ ମୋର ସଂକଳ୍ପ ବ୍ୟକ୍ତ କରିଥିଲି । ହଠାତ୍ ଟେଲିଭିଜନରେ ଖବର ଆସିଗଲା କି ମୋଦୀ ଏବେ କେଦାରନାଥର ପୁନଃନିର୍ମାଣ କାମର ଦାୟିତ୍ୱ ନେଉଛନ୍ତି । ତ ଜଣା ନାହିଁ ଦିଲ୍ଲୀରେ ଝଡ଼ ଆସିଗଲା । ତାଙ୍କୁ ଲାଗୁଛି ଇଏ ଗୁଜରାଟର ମୁଖ୍ୟମନ୍ତ୍ରୀ ଯଦି କେଦାରନାଥ ମଧ୍ୟ ପହଂଚିଯିବ, ଗୋଟିଏ ଘଣ୍ଟା ମଧ୍ୟରେ ଏପରି ତୋଫାନ ଠିଆ ହୋଇଗଲା କି ରାଜ୍ୟ ସରକାରଙ୍କ ଉପରେ ଚାପ ପଡ଼ିଲା ଆଉ ରାଜ୍ୟ ସରକାରଙ୍କୁ ଅତିରିକ୍ତ ଭାବେ ଘୋଷଣା କରିବାକୁ ପଡ଼ିଲା କି ଆମକୁ ଗୁଜରାଟ ସାହାଯ୍ୟର କୌଣସି ଆବଶ୍ୟକତା ନାହିଁ, ଆମେ କରିଦେବୁ । ଠିକ ଅଛି ଆଜ୍ଞା, ଯେତେବେଳେ ଦିଲ୍ଲୀରେ ବସିଥିବା ଲୋକଙ୍କୁ ଅସୁବିଧା ହେଉଛି ତ ମୁଁ କାହିଁକି କାହାକୁ ବ୍ୟସ୍ତ ବିବ୍ରତ କରିବି? ମୁଁ ହଟିଗଲି । କିନ୍ତୁ ବୋଧହୁଏ ବାବା ହିଁ ସ୍ଥିର କରିଥିଲେ, ଏହି କାମ ବାବାଙ୍କର ଏହି ପୁଅ ହାତରେ ହିଁ ହେବାକୁ ଥିଲା ।

ଆଉ ଯେତେବେଳେ ଏଠାରେ ଭାରତୀୟ ଜନତା ପାର୍ଟିର ସରକାର ଗଠିତ ହୋଇଗଲା, ଉତ୍ତରାଖଣ୍ଡର ଲୋକମାନେ ଭରପୁର ସମର୍ଥନ କଲେ, ତ ମୋର ବିଶ୍ୱାସ ଦୃଢ଼ ହୋଇଗଲା କି ବାବା ସ୍ଥିର କରି ନେଇଛନ୍ତି କି ଏହି କାମ ମୋତେ ହିଁ କରିବାକୁ ପଡ଼ିବ ଆଉ ସେଥିପାଇଁ ଦ୍ୱାର ଖୋଲିବା ସମୟରେ ମୁଁ ଆସିଥିଲି, ମନରେ କିଛି ସଂକଳ୍ପ କରି ଯାଇଥିଲି ଆଉ ଦ୍ୱାର ବନ୍ଦ ହେବା ପୂର୍ବରୁ ଏଠାରେ ପହଂଚି ଯାଇଛି ଆଉ ବାବାଙ୍କ ଶ୍ରୀଚରଣରେ ପୁଣି ଆଉ ଥରେ ନିବେଦନ କରୁଛି କି କେଦାରନାଥଙ୍କ ଭୂମି ଅନୁକୂଳ ଏଭଳି ଭବ୍ୟ ପୁନଃନିର୍ମାଣ କରିବାର ଆଜି ଶିଳାନ୍ୟାସ ହେଉଛି । ସମୟ-ସୀମାରେ ତୀର୍ଥ କ୍ଷେତ୍ର କିଭଳି ହେବା ଦରକାର, ଏଠାକାର ପୁରୋହିତଙ୍କ ପାଇଁ କେଉଁଭଳି ବ୍ୟବସ୍ଥା ହେବା ଦରକାର, ପଣ୍ଡିତମାନଙ୍କର ସମସ୍ତ ଆବଶ୍ୟକତା ଗୁଡ଼ିକର କିପରି ଧ୍ୟାନ ରଖାଯିବ, ସେମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ତାହାଠାରୁ ମଧ୍ୟ ଭଲ ଆରାମଦାୟକ ଜୀବନ ତାଙ୍କୁ ମିଳୁ, ସେଥିପାଇଁ କେଉଁଭଳି ବ୍ୟବସ୍ଥା କରାଯିବ; ଏହାକୁ କେନ୍ଦ୍ର ବିନ୍ଦୁରେ ରଖି ଏହାର ବିକାଶର, ପୁନଃନିର୍ମାଣର ଯୋଜନା-ଚିଠା ପ୍ରସ୍ତୁତ ହୋଇଛି । ମୁଁ ନିଜେ କ୍ରମାଗତ ବୈଠକ କରୁଥିଲି, ପ୍ରତ୍ୟେକ ଜିନିଷକୁ ଦେଖୁଥିଲି; ଡିଜାଇନ୍ କ’ଣ ହେବ, ସ୍ଥାପତ୍ୟ କ’ଣ ହେବ? ଆମର ଯେଉଁ ଧାର୍ମିକ ସ୍ଥାପତ୍ୟ ଥାଏ, ମନ୍ଦିରଗୁଡ଼ିକର ସ୍ଥାପତ୍ୟ କଳା ଥାଏ, ସେ ସମସ୍ତ ବିଧିବିଧାନର, ନିୟମର ପାଳନ କରି ପୁନଃନିର୍ମାଣ କିପରି ହେବ? ଏ ସମସ୍ତ କଥାକୁ ଆଖି ଆଗରେ ରଖି ଏହାର ବିକାଶର ଚିଠା ଚିତ୍ର ପ୍ରସ୍ତୁତ କରାଗଲା ।

ଏବେ ପୁରୋହିତଙ୍କୁ ଯେଉଁ ଘର ମିଳିବ, ଗୋଟିଏ ପ୍ରକାରରେ ତାହା ଥ୍ରୀ-ଇନ୍-ୱାନ୍ ହେବ । ତଳେ ଯେଉଁ ଯାତ୍ରୀମାନେ ଆସିବେ ତାଙ୍କର ସେବା ପାଇଁ ଯେଉଁ ବ୍ୟବସ୍ଥା କରିବା ଦରକାର, ତା’ପାଇଁ ସମସ୍ତ ବ୍ୟବସ୍ଥା ରହିବ । ଉପର ମହଲାରେ ସେ ନିଜେ ରହିବେ, ଆଉ ସେହି ମହଲାରେ ଯେଉଁ ପୁରୋହିତ ରହିବେ, ତାଙ୍କର ଯେଉଁ ଯଜମାନ ଆସନ୍ତି, ତାଙ୍କ ପାଖକୁ ତାଙ୍କର ଯେଉଁ ଅତିଥି ଆସନ୍ତି, ତାଙ୍କ ପାଇଁ ମଧ୍ୟ ରହିବାର ବ୍ୟବସ୍ଥା ରହିବ । 24 ଘଣ୍ଟା ବିଜୁଳି ଥିବ, ପାଣି ଥିବ, ସ୍ୱଚ୍ଛତାର ପୂରା ବ୍ୟବସ୍ଥା ଥିବ; ଆଉ ଏହି ସଂପୂର୍ଣ୍ଣ ସଡ଼କକୁ ଚଉଡ଼ା କରିଦିଆଯିବ; ଆଉ ତା’ପରେ ପୁରୋହିତଙ୍କ ପାଇଁ ଅଲଗା ବ୍ୟବସ୍ଥା ଠିଆ କରାଯିବ ।

ବହୁତ ବଡ଼ ମାତ୍ରାରେ ଯାତ୍ରୀମାନଙ୍କର ଆସିବା ପରେ କିଛି ସେମାନଙ୍କର ପୂଜା-ପ୍ରସାଦ ନେବାର ଅଛି, କଛି ଏଠାକାର ତୀର୍ଥ ଜିନିଷ ନେବାର ଅଛି, ସେ ସମସ୍ତ ଜିନିଷର ବ୍ୟବସ୍ଥା ମିଳିଯିବ; ତାହାର ବ୍ୟବସ୍ଥା କରିବୁ । ଡାକଘର ହେଉ, ବ୍ୟାଙ୍କ ହେଉ, ଟେଲିଫୋନ ପାଇଁ ବ୍ୟବସ୍ଥା ହେଉ, କମ୍ପ୍ୟୁଟରର ଉପଯୋଗ କରିବା ପାଇଁ ବ୍ୟବସ୍ଥା ହେଉ; ସେ ସମସ୍ତ ବ୍ୟବସ୍ଥା ରହିବ ।

ଏଠାରେ ଆଜି ଗୋଟିଏ ପ୍ରକାରରେ ପାଂଚୋଟି ପରିଯୋଜନାର ଆରମ୍ଭ ହେଉଛି । ପ୍ରଥମ, ଯେଭଳି ମୁଁ କହିଲି-ଏହି ପୂରା ସଡ଼କର ପ୍ରଶସ୍ତିକରଣ, ଆରସିସି ଦ୍ୱାରା ତିଆରି କରାଯିବ ଆଉ ସମସ୍ତ ଆଧୁନିକ ବ୍ୟବସ୍ଥା ଦ୍ୱାରା ଯୋଡ଼ି ହୋଇଥିବ । ଯେମିତି ହିଁ ଯାତ୍ରୀ ଚାଲିବାକୁ ଆରମ୍ଭ କରିବେ ଯେଉଁ ପ୍ରହରରେ ସେ ଆସିଥିବେ ସେହି ପ୍ରହରର ମନ୍ଦ ମନ୍ଦ ସ୍ୱର ମନ୍ଦାକିନୀର କୂଳରେ ସେ ସଙ୍ଗୀତକୁ ମଧ୍ୟ ଶୁଣି, ଭକ୍ତିମୟ ହୋଇ ସେ ଏଇ ଆଡ଼କୁ ଚାଲି ଆସିବେ ।

ମନ୍ଦାକିନୀ ଘାଟରେ ମଧ୍ୟ ଜଳଧାରଣ ପ୍ରାଚୀରର ମଧ୍ୟ ନିର୍ମାଣ କାର୍ଯ୍ୟ ହେବ । ଗୋଟିଏ ପ୍ରକାରରେ ଲୋକମାନେ ଯେଉଁ ଯାତ୍ରୀ ଆସିବେ ତାଙ୍କର ଯେଉଁଠାରେ ଯାଇ ବସିବାର ସୁବିଧା ସମ୍ବନ୍ଧିତ ବ୍ୟବସ୍ଥା ହେଉ, କଳ-କଳ ନାଦରେ ବହି ଯାଉଥିବା ନଦୀର ସ୍ୱରକୁ ଶୁଣିପାରିବେ ଏଭଳି ବ୍ୟବସ୍ଥା ହେଉ । ଯେଭଳି ମୁଁ କହିଛି ସଂଲଗ୍ନ ସଡ଼କ, ଭବ୍ୟ ଦିବ୍ୟ ସଂଯୋଗ କରୁଥିବା ସଡ଼କ ତିଆରି ହେବ । ତାହାର ବିଜୁଳିକରଣର ବ୍ୟବସ୍ଥା ମଧ୍ୟ ସେହିଭଳି ରହିବ ଯେପରି ମନ୍ଦାକିନୀର ପାଖରେ ଜଳଧାରଣ ପ୍ରାଚୀର ଆଉ ତାହାର ମଧ୍ୟ ଘାଟର ନିର୍ମାଣ, ଏହାକୁ କରାଯିବ । ଆଉ ଏହା ପଛରେ ମଧ୍ୟ ବହୁତ ଟଙ୍କା ଖର୍ଚ୍ଚ କରାଯିବ ।

ଆଉ ଏକ ଯେଉଁ ଶ୍ରଦ୍ଧାର ବିଷୟ ରହିଛି, ଅଢ଼େଇ ହଜାର ବର୍ଷ ପୂର୍ବେ କେରଳର କାଗଡ଼ିରେ ଜନ୍ମ ନେଇଥିବା ଗୋଟିଏ ବାଳକ ସାତ ବର୍ଷ ବୟସରେ ଘର ଛାଡ଼ି ବାହାରିଯାଏ । ହିମାଚଳ, କାଶ୍ମୀରରୁ କନ୍ୟାକୁମାରୀ, ମା ଭାରତୀଙ୍କ ଭ୍ରମଣ କରେ । ପ୍ରତ୍ୟେକ ଭୂଭାଗର ମାଟିକୁ ନିଜ କପାଳରେ ଲଗାଇ, ତିଳକ କରି କେଦାରରେ ପହଂଚିଯାଏ ଆଉ ଶେଷ ଜୀବନକୁ ମଧ୍ୟ ଏହିଠାରେ ସମାହିତ କରିଦିଏ । ଯେଉଁ ଆଦି ଶଙ୍କରାଚାର୍ଯ୍ୟଙ୍କ ପାଇଁ ଏକ ସଂପୂର୍ଣ୍ଣ ଚିନ୍ତନଧାରା ଭାରତରେ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ପ୍ରେରଣା ଦେଇ ରହିଲା, ପ୍ରଭାବିତ କରି ଚାଲିଲା, ତାଙ୍କର ଏକ ସମାଧି-ସ୍ଥଳ; ତାହା ମଧ୍ୟ ଏହି ବିପର୍ଯ୍ୟୟରେ ନଷ୍ଟ ହୋଇଗଲା । ତାହାର ଡିଜାଇନ୍ ଉପରେ ଏବେ କାମ ଚାଲୁ ରହିଛି । ମୁଁ ଶ୍ରଦ୍ଧା ଏବଂ ସ୍ଥପତିଙ୍କୁ ନିମନ୍ତ୍ରଣ ଦେଉଛି କି ଏଭଳି ଭବ୍ୟ ଦିବ୍ୟ ଆଦିଶଙ୍କରଙ୍କ ସେହି ସ୍ଥାନ ହେଉ, ତାଙ୍କର ସମାଧିସ୍ଥଳ ହେଉ, ଆଉ ତାହା ମଧ୍ୟ ଏଭଳି ହେଉ କି ଆଦିଶଙ୍କରଙ୍କ ସ୍ଥାନ କେଦାରରୁ ଟିକେ ହେଲେ ମଧ୍ୟ ଅଲଗା ହେଲା, ଏଭଳି ଅନୁଭବ ନହେଉ । କିନ୍ତୁ ଯାତ୍ରୀଙ୍କୁ ଆଦିଶଙ୍କରଙ୍କ ପାଖକୁ ଯାଉ ଯାଉ ହିଁ ସେହି ମହାନ ତପସ୍ୟାର ପରମ୍ପରା ସହିତ ଏକ ଆଧ୍ୟାତ୍ମିକ ଚେତନାର ଅନୁଭୂତି ହେଉ; ସେହିଭଳି ଏକ ନିର୍ମାଣ ହେଉ, ସେହି ଦିଗରେ କାମ ଚାଲୁ ଅଛି । ଆଜି ତାହାର ମଧ୍ୟ ଶିଳାନ୍ୟାସ ହେଉଛି ।

ମୁଁ ଜାଣିଛି ଖର୍ଚ୍ଚ ହେବ କିନ୍ତୁ ମୋର ସଂପୂର୍ଣ୍ଣ ବିଶ୍ୱାସ ରହିଛି, ଯଦି ଥରେ ହିନ୍ଦୁସ୍ଥାନର ଯାତ୍ରୀ ଶ୍ରଦ୍ଧାଭାବ ନେଇ ସ୍ଥିର କରିବେ ତ ଯେଉଁ ପ୍ରକାରର ପୁନଃନିର୍ମାଣ ହେବାକୁ ଅଛି, ସେହି ପ୍ରକାରର ପୁନଃନିର୍ମାଣ କରିବାରେ ଏହି ଦେଶ କେବେ ଧନର ଊଣା ହେବାକୁ ଦେବ ନାହିଁ, ଏହା ହେଉଛି ମୋର ଶ୍ରଦ୍ଧା । ଆଉ ମୁଁ ଦେଶର ସରକାରଙ୍କୁ ମଧ୍ୟ ଏଥିରେ ସହଯୋଗୀ ହେବା ପାଇଁ ନିମନ୍ତ୍ରଣ କରିବି । ମୁଁ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ପାଇଁ ମଧ୍ୟ, ଉଦ୍ୟୋଗଜଗତର ଲୋକଙ୍କୁ ମଧ୍ୟ, ବ୍ୟବସାୟ ଜଗତର ଲୋକଙ୍କୁ ମଧ୍ୟ ଏଥିରେ ହାତ ବଢ଼ାଇବା ପାଇଁ ନିମନ୍ତ୍ରଣ କରିବି ।

ମୁଁ ଜେଏସଡବ୍ଲ୍ୟୁ(JSW)ର ଋଣୀ, ସେ ପ୍ରାରମ୍ଭିକ କାମ ପାଇଁ ଦାୟିତ୍ୱ ନେବାକୁ ସ୍ଥିର କରିଛନ୍ତି । କିନ୍ତୁ ଯାହା ମୋର ଚିନ୍ତାଧାରାରେ ଆଉ ସ୍ୱପ୍ନରେ ଆସି ଯାଇଥାଏ, ନୂଆ-ନୂଆ ଜିନିଷ ଯୋଡ଼ି ହୋଇ ଚାଲିଥାଏ, ଆଉ ଏଥିପାଇଁ ଆଉ ମଧ୍ୟ ସିଏସ୍ଆର୍ ପାଇଁ ଲୋକମାନଙ୍କୁ ମୁଁ ଅନୁରୋଧ କରିବି ।

ଯେବେ ଏତେ ସବୁ ଟଙ୍କା ଏଠାରେ ଲାଗିବ, ଏତେ ସବୁ ଭିତ୍ତିଭୂମିର କାମ ହେବ, ସେଥିରେ ପରିବେଶର ସମସ୍ତ ନିୟମର ପାଳନ କରାଯିବ । ଏଠାକାର ରୁଚି, ପ୍ରକୃତି, ପ୍ରବୃତି ଅନୁସାରେ ହିଁ ଏହାର ପୁନଃନିର୍ମାଣ କରାଯିବ । ସେଥିରେ ଆଧୁନିକତା ରହିବ କିନ୍ତୁ ତାହାର ଆତ୍ମା ତାହା ରହିବ ଯାହା ଶହ ଶହ ବର୍ଷର କେଦାରର ମାଟି ନିଜ ଭିତରେ ସଜାଇ ରଖିଛି; ଏଭଳି ପୁନଃନିର୍ମାଣ କରିବା ଦିଗରେ ଏହାର କାମ ହେବ ।

ମୁଁ ଯେବେ ଏଠାକୁ ଆସିଥିଲି, ଦ୍ୱାର ଖୋଲିବା ସମୟରେ, ଏହା ପଛରେ ମୋ ମନରେ ଗୋଟିଏ ଉଦ୍ଦେଶ୍ୟ ଥିଲା କି ମୁଁ ଦେଶକୁ ଗୋଟିଏ ସନ୍ଦେଶ ଦେବାକୁ ଚାହୁଁଥିଲି କି ସେହି ଦୁର୍ଘଟଣାର ଛାୟାରୁ ଆମେ ବାହାରକୁ ବାହାରିବା । କେବେ ଘରୁ ବାହାରିବା ପୂର୍ବରୁ ଚିନ୍ତା କରୁ ଜଣା ନାହିଁ ସେଠାରେ ଏବେ ବ୍ୟବସ୍ଥା ହେଲାଣି କି ହୋଇ ନାହିଁ । ଯାଇ ପାରିବା କି ଯାଇ ପାରିବା ନାହିଁ । ସେଥିପାଇଁ ଯାତ୍ରୀଙ୍କର ସଂଖ୍ୟା କମ୍ ହୋଇ ଯାଇଥିଲା । କିନ୍ତୁ ମୁଁ ଖୁସି ଯେ ଏଥର ପାଖାପାଖି ସାଢ଼େ ଚାରି ଲକ୍ଷରୁ ଅଧିକ ଯାତ୍ରୀ ଏତେ କମ୍ ସମୟରେ ବାବାଙ୍କ ପାଦତଳକୁ ଆସିଛନ୍ତି । ପୁଣି ଥରେ ଏହିଠାରେ ଯାତ୍ରାରେ ପୁନଃ ପ୍ରାଣ ସଂଚାରିତ ହୋଇ ଯାଇଛି । ଆଉ ଏଥିପାଇଁ ଆଗାମୀ ବର୍ଷ ଦଶ ଲକ୍ଷରୁ କମ୍ ହେବ ନାହିଁ, ଲେଖି ରଖନ୍ତୁ । କାରଣ ଲୋକଙ୍କର ବିଶ୍ୱାସ ହୋଇଗଲା, ସନ୍ଦେଶ ପହଂଚିଗଲା, ଟେଲିଭିଜନରେ ସାରା ଦେଶ ଦେଖିଲା ଆଉ ଆଜିର ଏହି କାର୍ଯ୍ୟକ୍ରମ ଦ୍ୱାରା ପୁଣି ଥରେ ଏହି ସନ୍ଦେଶ ପଂହଚି ଯିବ କି ଯେବେ କବାଟ ଖୋଲିବ, ପୁଣି ଥରେ ଯେତେବେଳେ ଯାତ୍ରା ଆରମ୍ଭ ହେବ, ସେହି ଶକ୍ତିର ସହିତ ପୁଣି ଥରେ ଯାତ୍ରାର ଧାଡ଼ି ଚାଲି ପଡ଼ିବ । ପୁଣି ଥରେ ଉତ୍ତରାଖଣ୍ଡ, ଯିଏକି ହେଉଛି ଆମର ଦେବଭୂମି, ଉତ୍ତରାଖଣ୍ଡ ଯିଏକି ହେଉଛି ଆମର ବୀରଭୂମି, ଉତ୍ତରାଖଣ୍ଡ ଯିଏ ହେଉଛି ଆମର ବୀର ମାତାମାନଙ୍କର ଶ୍ରଦ୍ଧା ବ୍ୟକ୍ତ କରିବା ପାଇଁ ଏହାଠାରୁ ଭଲ ସ୍ଥାନ ଆଉ କିଛି ହୋଇ ନପାରେ ।

ଆମ ହିମାଳୟର ବଡ଼ ବିଶେଷତ୍ୱ ଥିଲା । ବିକାଶ ପାଇଁ ଏତେ ସମ୍ଭାବନା ଆଉ ହିମାଳୟର ପ୍ରତ୍ୟେକ ଭୂଭାଗରେ ଏହାର ଏକ ଅଲଗା ଚେତନା ରହିଛି । ଯଦି ଶ୍ରୀନଗରକୁ ଯିବା, ହିମାଳୟର ଅଂଚଳରେ ତ ଗୋଟିଏ ଅନୁଭୂତି ହୋଇଥାଏ, ମାତା ବୈଷ୍ଣୋଦେବୀ, ଆଉ ଅମରନାଥ ଯିବା ତ ଅନ୍ୟ ପ୍ରକାରର ଅନୁଭୂତି ହୋଇଥାଏ । ହିମାଚଳ ପ୍ରଦେଶରେ ସେହି ହିମାଳୟ, ଶିମଲା, କୁଲ୍ଲୁ, ମନାଲୀ ଚାଲି ଯିବା ଏକ ଅନୁଭୂତି ହୋଇଥାଏ । କିନ୍ତୁ ସେହି ହିମାଳୟର କୋଳରେ ଉତ୍ତରାଖଣ୍ଡ ମାଟିକୁ ଆସେ ତ ଏକ ଦିବ୍ୟ ଚେତନାର ଅନୁଭୂତି ହୋଇଥାଏ । ସେଠି ହିମାଳୟ ଦାର୍ଜିଲିଂକୁ ଯିବା ତ ଗୋଟିଏ ଅନୁଭୂତି ହୋଇଥାଏ, ସିକ୍କିମକୁ ଯିବା ତ ଅନ୍ୟ ଏକ ଅନୁଭୂତି ହୋଇଥାଏ । ଆପଣ କଳ୍ପନା କରିପାରୁଥିବେ ଗୋଟିଏ ହିଁ ହିମାଳୟ, ସେହି ପବନ, ସେହି ପାହାଡ଼, ସେହି ବରଫ, କିନ୍ତୁ ଅଲଗା-ଅଲଗା ଭୂଭାଗରେ ଅଲଗା-ଅଲଗା ଚେତନାର ଅନୁଭୂତି ହୋଇଥାଏ ।

ମୁଁ ହେଉଛି ହିମାଳୟର କୋଳରେ ଦିଗହରା ହୋଇ ବୁଲୁଥିବା ଗୋଟିଏ ଲୋକ । ମୁଁ ପ୍ରତ୍ୟେକ ଅଂଚଳର ଚେତନାକୁ ଅଲଗା ଭାବେ ଅନୁଭବ କରିଛି । ଆଉ ଏଥିପାଇଁ ମୁଁ ଏହାକୁ ନିଜ ସ୍ୱରରେ ଏଥିପାଇଁ ଜଣାଇ ପାରୁଛି । ମୁଁ ଜାଣେ ନାହିଁ ବୈଜ୍ଞାନିକ ପରୀକ୍ଷାଗାରରେ କାହାକୁ କେଉଁ ନିକିତିରେ ତଉଲା ଯାଇପାରେ କିନ୍ତୁ ମୁଁ ଯେଉଁ ପ୍ରକାରରେ ହିମାଳୟକୁ ଅନୁଭବ କରିଛି, ସେହି ହିମାଳୟ ଦୁନିଆ ପାଇଁ, ଯଦି କାହାକୁ ଏଠାକାର ବନ-ସମ୍ପଦରେ ରୁଚି ଅଛି, ତ ସାରା ଜୀବନ ଖୋଜିବା ପାଇଁ ବିରାଟ କ୍ଷେତ୍ର ଖୋଲା ପଡ଼ିଛି । କାହାକୁ ଦୁଃସାହାସିକ କାର୍ଯ୍ୟରେ ରୁଚି ରହିଛି ତ ପୂରା ହିମାଳୟ ଦୁଃସାହାସିକ କାର୍ଯ୍ୟକୁ ନିମନ୍ତ୍ରଣ ଦେଇଥାଏ । କାହାକୁ ଏଠାକାର ଜଳସ୍ରୋତରେ ରୁଚି ଅଛି; ଦୁନିଆର ପ୍ରତ୍ୟେକ ଜଳସ୍ରୋତରେ ରୁଚି ରଖିଥିବା ଲୋକଙ୍କୁ ନିମନ୍ତ୍ରଣ ଦେଇଥାଏ । ଯାହାକୁ ଏଠାକାର ଜଡ଼ିବୁଟିରେ ରୁଚି ଅଛି, ହର୍ବାଲ ଔଷଧରେ ରୁଚି ରହିଛି, ହିମାଳୟର, ହିମାଳୟର ପ୍ରତ୍ୟେକ କୋଳରେ ଏଭଳି ପ୍ରକୃତି ପାଳିତ ହୋଇଛି କି ତାହା ଏକ ନୂତନ ଚେତନାର ଅନୁଭବ କରାଇ ପାରିବ ଆଉ ହର୍ବାଲ ଔଷଧର ବ୍ୟବହାର ରହିଛି ଯାହା ଏଠାକାର ଗାଁର ଲୋକମାନେ ଜାଣନ୍ତି, ମୁଁ ଦେଖିଛି ଯଦି ବିଛୁଆତି ଡାଳ ଭୁଲରେ ମାରିଦେଲା ଭୁଲରେ କାଟି ଦେଲା ତ ଗାଁର ଲୋକ ଆସି ତୁରନ୍ତ କହିଥାଏ ଆରେ କାନ୍ଦ ନାହିଁ, ଏହା ହେଉଛି ଅନ୍ୟ ଜଡ଼ିବୁଟି, ଏଠାରେ ଲଗାଇଦିଅ, ଠିକ ହୋଇଯିବ । ପତ୍ର ଲଗାଇ ଦିଏ, ଠିକ୍ ହୋଇଯାଏ । ଆଉ ଦୁଇଟି ଯାକ ଏକା ସାଙ୍ଗରେ ହୋଇଥାଏ । ପରମାତ୍ମା କ’ଣ ବ୍ୟବସ୍ଥା ରଖିଛନ୍ତି । ଆଉ ଏଥିପାଇଁ ଏହା ଭିତରକୁ ଯେତିକି ଯିବେ, ଆଉ ଏଥିପାଇଁ ଡେରାଡୁନ ଭିତରେ ଏ ଆମର ଯେଉଁ ପ୍ରାକୃତିକ ସମ୍ପଦ ରହିଛି । ଭାରତ ସରକାର ତାହାର ହିମାଳୟ ସମ୍ପଦ ପାଇଁ, ଗବେଷଣା ପାଇଁ ଏକ ବହୁତ ବଡ଼ କାମ ଆରମ୍ଭ କରିଛନ୍ତି ଯାହା ଆଗକୁ ଯାଇ ବହୁତ ବଡ଼ କାମ ହେବାକୁ ଯାଉଛି ।

ଆମର ହିମାଳୟର କୋଳରେ ଜୈବିକ କୃଷି ସମଗ୍ର ବିଶ୍ୱ ପାଇଁ ଏକ ବହୁତ ବଡ଼ ସମ୍ଭାବନାର ସ୍ଥାନ ଭାବେ ମୁଁ ଦେଖୁଛି । ସିକ୍କିମ ହେଉଛି ଏକ ଛୋଟିଆ ପ୍ରଦେଶ । ଜନସଂଖ୍ୟା ହେଉଛି 6-7 ଲକ୍ଷ କିନ୍ତୁ 12-15 ଲକ୍ଷ ପର୍ଯ୍ୟଟକ ଆସିଥାଆନ୍ତି, ଆଉ ସେଠାରେ ଯିବା-ଆସିବା ରାସ୍ତାରେ ମଧ୍ୟ ଅସୁବିଧା ରହିଛି, ବିମାନବନ୍ଦର ମଧ୍ୟ ନାହିଁ । ଏବେ ମୁଁ ତିଆରି କରୁଛି, କିଛି ସମୟ ଭିତରେ ତିଆରି ହୋଇଯିବ । ତା’ପରେ ମଧ୍ୟ ଏତେ ମାତ୍ରାରେ ପର୍ଯ୍ୟଟକ ଆସନ୍ତି । ସିକ୍କିମ ପୂରା ରାଜ୍ୟକୁ ଅର୍ଗାନିକ୍ ଅର୍ଥାତ ଜୈବିକ ରାଜ୍ୟ କରି ଦେଇଛି ।

10-12ବର୍ଷ ପର୍ଯ୍ୟନ୍ତ ଲଗାତାର ଅନ୍ତରାଷ୍ଟ୍ରୀୟ ମାନକର ସାଧନ ଗୁଡ଼ିକ କାମ କଲେ ସମଗ୍ର ହିମାଳୟର କୋଳକୁ ରାସାୟନିକ ସାରରୁ ମୁକ୍ତି ମିଳିବ । ହିମାଳୟ ପାଦଦେଶରେ ଥିବା ସମସ୍ତ ରାଜ୍ୟକୁ ଔଷଧରୁ ମୁକ୍ତି-ବନସ୍ପତିର ଔଷଧ, କ୍ଷେତ ଭିତରେ ଔଷଧର ପ୍ରୟୋଗ ବନ୍ଦ । ଧୈର୍ଯ୍ୟର ସହ ଯଦି 10-12 ବର୍ଷ କାମ କରିବା ତ ଯେଉଁଠି ଆମର ଉତ୍ପାଦନରୁ ଏକ ଟଙ୍କା ମିଳେ, ଦୁନିଆ ଆପଣଙ୍କୁ ଏକ ଡଲାର ଦେବାକୁ ପ୍ରସ୍ତୁତ ହୋଇଯିବ, ଏହା ହେଉଛି ଜୈବିକ କୃଷିର ଶକ୍ତି ।

ମୁଁ ଉତ୍ତରାଖଣ୍ଡକୁ ନିମନ୍ତ୍ରଣ ଦେଉଛି । ଉତ୍ତରାଖଣ୍ଡର ସରକାରଙ୍କୁ ଅନୁରୋଧ କରୁଛି, ମୁଁ ଉତ୍ତରାଖଣ୍ଡର ଅଫିସରମାନଙ୍କୁ ଅନୁରୋଧ କରୁଛି କି ଗୁରୁଦାୟିତ୍ୱ ଉଠାନ୍ତୁ । ଉତ୍ତରାଖଣ୍ଡକୁ ଅର୍ଗାନିକ୍ ବା ଜୈବିକ ରାଜ୍ୟ କରିବା ପାଇଁ ସ୍ୱପ୍ନ ନେଇ ଚାଲନ୍ତୁ । 2022 ପାଇଁ ଏହି ଲକ୍ଷ୍ୟ ହେଉ, ଆଉ ଏବେ ଠାରୁ କାମରେ ଲାଗି ପଡ଼ନ୍ତୁ । ପ୍ରମାଣିତ କରିବାରେ ହୁଏତ ଦଶ ବର୍ଷ ଲାଗିଯିବ, ତାହାର ନିୟମ ରହିଥାଏ । କିନ୍ତୁ ଯଦି ଥରେ ନିଷ୍ପତ୍ତି କରିନେବା, ଯେପରି ଜନଜାଗୃତି ଆଣିବା, ଜିନିଷ ବଦଳାଇଦେବା । ଆପଣ କଳ୍ପନା କରି ପାରୁଥିବେ ଆଜି ଦୁନିଆ ବୌଦ୍ଧିକ ସ୍ୱାସ୍ଥ୍ୟ ସୁରକ୍ଷା ଆଡ଼କୁ ଚାଲୁଛି । ଆଉ ତେବେ ଯାଇ ରାସାୟନିକ ଦୁନିଆରୁ ଦୂରରେ ଆମର କ୍ଷେତ ଉତ୍ପାଦନକୁ ନେଇ ଯିବେ ତ ଆମେ ମାନବ ଜାତିର କେତେ ବଡ଼ ସେବା କରି ପାରିବା । ହିମାଳୟର ଏହି ଶକ୍ତି, ଏହାକୁ ମଧ୍ୟ ଆଗକୁ ବଢ଼ାଇବାର ଅଛି ।

ଉତ୍ତରାଖଣ୍ଡରେ ପର୍ଯ୍ୟଟନ ପାଇଁ ବହୁତ ବଡ଼ ସୁଯୋଗ ଓ ସମ୍ଭାବନା ରହିଛି । ଏହାର ଆଧ୍ୟାତ୍ମିକ ସାମର୍ଥ୍ୟକୁ ଟିକେ ହେଲେ ମଧ୍ୟ କ୍ଷତି ନ ଆସିବା ଦରକାର । ଆଉ ତାହା ସହିତ ପର୍ଯ୍ୟଟନକୁ ବିକାଶ କରାଯାଇପାରେ । ନୂଆ-ନୂଆ କ୍ଷେତ୍ର ବିକଶିତ କରାଯାଇପାରେ । ପ୍ରକୃତିର ମଧ୍ୟ ରକ୍ଷା ହେଉ, ପରିବେଶର ମଧ୍ୟ ରକ୍ଷା ହେଉ ଆଉ ପରମାତ୍ମାଙ୍କ ପ୍ରତି ଶ୍ରଦ୍ଧାର ଭାବନା ମଧ୍ୟ ଅତୁଟ ରହୁ । ଆମର ଏଠି ପାହାଡ଼ର କଥା ବଡ଼ ପୁରୁଣା । ପାହାଡ଼ ହେଉଛି ଏକ ସ୍ୱଭାବ । ପାହାଡ଼ର ଯୁବାବସ୍ଥା ଆଉ ପାହାଡ଼ର ପାଣି କେବେ ପାହାଡ଼ କାମରେ ଆସି ନଥାଏ । ଆମେ ଗୁରୁ ଦାୟିତ୍ୱ ବହନ କରିଛୁ ଏହି କଥାକୁ ବଦଳାଇବା ପାଇଁ । ପାହାଡ଼ର ଯୁବାବସ୍ଥା ପାହାଡ଼ କାମରେ ଆସିବା ଦରକାର ଆଉ ପାହାଡ଼ର ପାଣି ମଧ୍ୟ ପାହାଡ଼ କାମରେ ଆସିବା ଦରକାର । ସେହି ପାଣିରୁ ବିଜୁଳି ଉତ୍ପାଦନ ହେବା ଦରକାର । ସେହି ପାଣିରେ ଦୁଃସାହାସିକ ପର୍ଯ୍ୟଟନ ହେବା ଦରକାର । ସେହି ପାଣିରେ ଜଳକ୍ରୀଡ଼ା ହେବା ଦରକାର । ସେହି ପାଣିରେ ପର୍ଯ୍ୟଟନର ନୂଆ-ନୂଆ କ୍ଷେତ୍ର ବିକଶିତ ହେବା ଦରକାର ଆଉ ସାରା ଦୁନିଆର ଯୁବକମାନଙ୍କୁ ନିମନ୍ତ୍ରଣ ଦେବାର ସାମର୍ଥ୍ୟ ସେହି ପାଣିର ଥିବ । ଆଉ ପାଣି ଯାହା କେବେ ପାହାଡ଼ର କାମରେ ଆସୁ ନଥିଲା, ସେହି ପାଣି ପାହାଡ଼ର କାମରେ ଆସିଯିବ । ଯେଉଁ ଯୁବାବସ୍ଥା ପାହଡ଼ରୁ ବାହାରି ତଳକୁ ପଡ଼ିଆ ଓ ଜନବସତିକୁ ଚାଲିଯାଇ ଥାଏ । ଦୈନଦିନ ଖାଦ୍ୟ ଅନୁସନ୍ଧାନରେ ଆମେ ପାହାଡ଼ଗୁଡିକରେ ସେହି ଶକ୍ତି ଉତ୍ପନ୍ନ କରିବା ଫଳରେ ଆମର ଯୁବାବସ୍ଥା କେବେ ପାହାଡ଼ ଛାଡିବାର ଅବସର ଆସିବ ନାହିଁ । ପାହାଡ଼ର ଯୁବାବସ୍ଥା ପାହାଡ଼ର କାମରେ ଆସୁ, ଏହି କାମ କରିବା ଦିଗରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ଭାରତ ସରକାର ଉଠାଉଛନ୍ତି ।

ଉତ୍ତରାଖଣ୍ଡର ସରକାର ମଧ୍ୟ ଏତେ କମ୍ ସମୟରେ, ଏତେ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି, ଏତେ ମହତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ଆଉ ତାହାର ପରିଣାମ ହେଉଛି କି ଆଜି ବିକାଶର ନୂତନ ଶିଖର ଆଡକୁ ଆଗକୁ ବଢୁଛି । ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରାଯାଉଛି ।

ଉତ୍ତରାଖଣ୍ଡ ପାଖରେ ବହୁତ ସାମର୍ଥ୍ୟ ଅଛି । ଏଠାର ଶୃଙ୍ଖଳା, ଏଠାକାର ରକ୍ତରେ ଅଛି । କୌଣସି ଏମିତି ପରିବାର ନାହିଁ ଯେଉଁ ପରିବାରରେ କେହି ସୈନିକ ନ ଥିବେ । କୌଣସି ଏମିତ ଗାଁ ନ ଥିବ ଯେଉଁଠି 250-300ସେବା ନିବୃତ ସୈନିକ ନ ଥିବେ । ଆଉ ଯେଉଁଠାରେ ଏତେ ସଂଖ୍ୟାରେ ସୈନିକ ଅଛନ୍ତି ସେଠାରେ ତ ଶୃଙ୍ଖଳା ନିଶ୍ଚିତ ଦେଖିବାକୁ ମିଳିଥାଏ । ଯାତ୍ରୀମାନଙ୍କ ପାଇଁ ଶୃଙ୍ଖଳା ହେଉଛି ଏକ ବହୁତ ବଡ଼ ସମ୍ବଳ । ପର୍ଯ୍ୟଟକମାନଙ୍କ ପାଇଁ ଶୃଙ୍ଖଳା ହେଉଛି ଏକ ବହୁତ ବଡ଼ ଶକ୍ତି । ଏହାକୁ ଆମେ ପରିଚିତ କରାଇବା ଦରକାର । ଏଥିପାଇଁ ଆମକୁ ଯୋଜନା ତିଆରି କରିବା ଦରକାର । ସେବା ନିବୃତ ଆମ ସୈନିକମାନଙ୍କୁ ସେମାନଙ୍କ ଅନୁଭବର ଉପଯୋଗ କରି, ପର୍ଯ୍ୟଟକମାନଙ୍କ ମଧ୍ୟରେ ଏକ ନୂତନ ବିଶ୍ୱାସ ସୃଷ୍ଟି କରିବା ପାଇଁ ଆମେ ଏଭଳି ଏକ ବ୍ୟବସ୍ଥା ତିଆରି କରିବା ଯାହା ଆମର ଅନ୍ୟମାନଙ୍କ ପାଇଁ ବହୁତ ବଡ଼ ସମ୍ବଳ ହୋଇପାରିବ । ବହୁତ ବଡ଼ ସମ୍ଭାବନା ଅଛି । ଆଉ ସେହି ସମ୍ଭାବନାଗୁଡିକୁ ନେଇ ଉତ୍ତରାଖଣ୍ଡର ବିକାଶ ହେବା ଜରୁରୀ । ଉତ୍ତରାଖଣ୍ଡ ଦେଶ ପାଇଁ ସବୁଠାରୁ ବଡ଼ ଆକର୍ଷଣର କେନ୍ଦ୍ର ହେଉ, ସବୁଠାରୁ ପସନ୍ଦ ଯୋଗ୍ୟ ପର୍ଯ୍ୟଟନ କେନ୍ଦ୍ର ହେଉ । ପର୍ଯ୍ୟଟକମାନଙ୍କ ପାଇଁ ତ ଉତ୍ତରାଖଣ୍ଡ; ଯାତ୍ରୀମାନଙ୍କ ପାଇଁ ତ ଉତ୍ତରାଖଣ୍ଡ; ଦୁଃସାହସିକ କ୍ରୀଡା ପାଇଁ ତ ଉତ୍ତରାଖଣ୍ଡ; ଉତ୍ତମ ପ୍ରକୃତି ପାଇଁ ଉତ୍ତରାଖଣ୍ଡ; ପ୍ରକୃତି କୋଳରେ ରହିବା ନିମନ୍ତେ ଇଚ୍ଛା କରୁଥିବା ଲୋକଙ୍କ ପାଇଁ ତ ଉତ୍ତରାଖଣ୍ଡ; ଗବେଷଣା, ଆବିଷ୍କାର କରିଲାବାଲାଙ୍କ ପାଇଁ ସୃଷ୍ଟି ହୋଇଛି ଉତ୍ତରାଖଣ୍ଡ ।

ଏହି ଶକ୍ତି ଯେଉଁ ମାଟିରେ ଅଛି, ମୁଁ ଆପଣ ସମସ୍ତଙ୍କୁ ନିମନ୍ତ୍ରଣ ଦେଉଛି କି ଆସନ୍ତୁ ଦୀପାବଳିର ଏହି ଦିନରେ ଆଉ ଏକ ପ୍ରକାରରେ ନବବର୍ଷର ଆରମ୍ଭରେ, ଆମଠାରେ ସମଗ୍ର ହିନ୍ଦୁସ୍ଥାନରେ ଦୀପାବଳି ଦିନ ପୁରୁଣା ବହିଖାତା ଶେଷ ହୋଇଥାଏ ଆଉ ନୂଆ ବହିଖାତା ଆରମ୍ଭ ହୋଇଥାଏ । ଆଜି ଏକ ବିକାଶର ନୂଆ ବହିଖାତା ଆରମ୍ଭ ହେଉଛି । ସେହି ନୂଆ ବହିଖାତାରେ ଆମେ ବିକାଶର ଗାଥା ପ୍ରାରମ୍ଭ କରୁଛୁ । ନୂତନ ଶିଖରକୁ ନେଇଯିବା ପାଇଁ ଆଗକୁ ବଢ଼ିବା । ମୁଁ ଆଜି ମଧ୍ୟ ଆଉ କେତେକ ପରାମର୍ଶ ଦେଇଛି । ରାଜ୍ୟ ସରକାର ଏହାକୁ ଦ୍ୱିତୀୟଥର ଦେଖିବେ । ପୁଣି ଆଉ ଥରେ ପନ୍ଦର ଦିନ ମାସେ ମଧ୍ୟରେ ଦ୍ୱିତୀୟଥର ଭେଟିବି । ଯେଉଁ ଜିନିଷ କରିବା ପାଇଁ ମୋ ମନରେ ଆଉ ଏହି ଅଂଚଳରେ ମଧ୍ୟ କରିବାର ଇଚ୍ଛା ଅଛି, ତାହା ଉପରେ ମଧ୍ୟ ଗୁରୁତ୍ୱ ଦେବି । କିନ୍ତୁ ଆମ ମସମସ୍ତଙ୍କର ଦାୟିତ୍ୱ ହେଉଛି ପର୍ଯ୍ୟାବରଣର ରକ୍ଷା କରିବା । ଆମ ସମସ୍ତଙ୍କର ଦାୟିତ୍ୱ ହେଉଛି ପ୍ରକୃତିର ରକ୍ଷା କରିବା । ଯଦି ଆମେ ପର୍ଯ୍ୟାବରଣର ରକ୍ଷା କରିବା, ପର୍ଯ୍ୟାବରଣ ଆମର ରକ୍ଷା କରିବ । ଏହା ମୁଁ ଗ୍ୟାରେଣ୍ଟି ଦେଉଛି । ଯଦି ଆମେ ପ୍ରକୃତିର ରକ୍ଷା କରିବା, ପ୍ରକୃତି ଆମର ରକ୍ଷା କରିବ, ଏହା ମୁଁ ଆପଣଙ୍କୁ ବିଶ୍ୱାସ ଦେଉଛି ।

ଶହ ଶହ ବର୍ଷଧରି ଇତିହାସ ସାକ୍ଷୀ ଅଛି କି ଯେବେ ଯେବେ ପ୍ରକୃତିର ରକ୍ଷା ହୋଇଛି, ଯେଉଁଠାରେ-ଯେଉଁଠାରେ ରକ୍ଷା ହୋଇଛି ସେଠାରେ ପ୍ରକୃତି ତରଫରୁ କୌଣସି ଅସୁବିଧା ଆସିନାହିଁ । ଯେଉଁଠାରେ-ଯେଉଁଠାରେ ପରିବେଶର ରକ୍ଷା ହୋଇଛି ପରିବେଶକୁ କେବେ କୌଣସି ଅସୁବିଧା ଆସିନାହିଁ । ଆଉ ଏହା ସେହି ଧରଣୀ ଯେଉଁଠାରେ ଆମେ ଲୋକଙ୍କୁ ସେହି ଶକ୍ତି ଦେଇ ପାରିବା ।

ଆମେ ଗୋଟିଏ କଷ୍ଟ ଉଠାଇଥିଲୁ, କାଠ ଚୂଲିରୁ ଲୋକଙ୍କୁ ମୁକ୍ତି ଦେଇ ଜଙ୍ଗଲକୁ କାଟିବାରୁ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱାଳା ଯୋଜନାରେ ଗରିବରୁ ଗରିବ ବା ଅତି ଗରିବ ପରିବାରରେ ଗ୍ୟାସ ଚୂଲା ପହଂଚାଇବା, ଗ୍ୟାସ ସିଲିଣ୍ଡର ପହଂଚାଇବା । ପରିବେଶ ରକ୍ଷାର ବଡ଼ ଅଭିଯାନ ଥିଲା । ଉତ୍ତରାଖଣ୍ଡ ଆଉ ଭାରତ ସରକାର ମିଳିମିଶି ଉତ୍ତରାଖଣ୍ଡରେ ଏହି କାମକୁ ବହୁ ବଡ଼ମାତ୍ରାରେ ଆଗକୁ ପହଂଚାଇଛନ୍ତି ।

ଏବେ ଦ୍ୱିତୀୟ କଷ୍ଟ ଉଠାଇଛୁ । ହିନ୍ଦୁସ୍ଥାନରେ ଆଜି ଚାରି କୋଟି ଏଭଳି ପରିବାର ଅଛନ୍ତି ଯାହାଙ୍କ ଘରେ ବିଜୁଳି ବତୀ ନାହିଁ । ଆଜି ମଧ୍ୟ ଅଷ୍ଟାଦଶ, ଉନବିଂଶ ଶତାବ୍ଦୀରେ ଜୀଇଁବା ପାଇଁ ବାଧ୍ୟ ହେଉଛନ୍ତି । ଏହା ହେଉଛି ଏକବିଂଶ ଶତାବ୍ଦୀ, ଗରିବରୁ ଅତି ଗରିବ ପରିବାରରେ ମଧ୍ୟ ବିଜୁଳି ବତୀ ଜଳିବା ଦରକାର ନା ଜଳିବା ଦରକାର ନାହିଁ? ଗରିବ ପରିବାରରେ ମଧ୍ୟ ରାତିରେ ପିଲାଙ୍କୁ ପଢ଼ିବାର ଅଛି ତ ବିଜୁଳି ମିଳିବା ଦରକାର କି ମିଳିବା ଦରକାର ନାହିଁ । ଗରିବଙ୍କୁ ମଧ୍ୟ ଯଦି ଚକିରେ ଅଟା ପେସାଇବାକୁ ଅଛି, ନିଜର ଗହମ ପେସାଇବାର ଅଛି, ନିଜର ଶସ୍ୟ କୁଟିବାର ଅଛି; ତାକୁ 10 କିଲୋମିଟର ଯିବାକୁ ପଡେ । ତାହା ବ୍ୟତୀତ ନିଜ ଗାଁରେ ଅଟାକଳ ହେଉ ବିଜୁଳିରେ ଚାଲିଲାବାଲା ଚକ୍କି ହେଉ, ତାହାର ଗହମ ପେସାଇବାର କାମ ହେଉ, ବାଜରା ପେସାଇବାର କାମ ହେବ କି ହେବ ନାହିଁ? ଗରିବର ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନାରେ ଚାରି କୋଟି ପରିବାରର ଘରେ ସଂଯୋଗ ଦେବାର କଷ୍ଟ ମୁଁ ଉଠାଇଛି । ଉତ୍ତରାଖଣ୍ଡରେ ମଧ୍ୟ ଏବେ ମଧ୍ୟ ହଜାର ହଜାର ପରିବାର ଅଛନ୍ତି ଯେଉଁମାନଙ୍କ ପାଖରେ ମତେ ବିଜୁଳି ପହଂଚାଇବାର ଅଛି ।

ମୁଁ ଉତ୍ତରାଖଣ୍ଡ ସରକାରଙ୍କୁ ନିମନ୍ତ୍ରଣ ଦେଉଛି କି, ଭାରତ ସରକାରଙ୍କର ଏହି ଅଭିଯାନକୁ ଆପଣ ଉଠାଇ ନିଅନ୍ତୁ । ଆଉ ରାଜ୍ୟ ରାଜ୍ୟ ମଧ୍ୟରେ ପ୍ରତିଯୋଗିତା ହେଉ, କେଉଁ ରାଜ୍ୟ ସର୍ବ ପ୍ରଥମେ ସୌଭାଗ୍ୟ ଯୋଜନା ସମ୍ପୂର୍ଣ୍ଣ କରୁଛି? କେଉଁ ରାଜ୍ୟ ସର୍ବ ପ୍ରଥମେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ପଂହଚାଉଛି? କେଉଁ ରାଜ୍ୟ ସବୁଠାରୁ ଅଧିକ ପର୍ଯ୍ୟଟନକୁ ଆଗକୁ ବଢ଼ାଉଛି? ଆଗମୀ ଦିନ ପାଇଁ ଯେଉଁ ବିକାଶର କ୍ଷେତ୍ର ଅଛି ସେଥିପାଇଁ ରାଜ୍ୟ ରାଜ୍ୟ ଗୁଡିକ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତା ହେଉ । ମୁଁ ସମସ୍ତ ହିମାଳୟ ରାଜ୍ୟକୁ ପ୍ରତିଯୋଗିତା ପାଇଁ ନିମନ୍ତ୍ରଣ ଦେଉଛି । ମୁଁ ଦେଶର ସମସ୍ତ ରାଜ୍ୟକୁ ନିମନ୍ତ୍ରଣ ଦେଉଛି । ଆସନ୍ତୁ ଗୋଟିଏ ରାଜ୍ୟ ଅନ୍ୟ ରାଜ୍ୟ ସହିତ ଏକ ସୁସ୍ଥ ପ୍ରତିଯୋଗିତା କରନ୍ତୁ । ସୁସ୍ଥ ପ୍ରତିଯୋଗିତା କରନ୍ତୁ ଆଉ ବିକାଶର ନୂତନ ଶିଖରରୁ ଆଗକୁ ନେଇ ଯାଆନ୍ତୁ । ମୁଁ ଉତ୍ତରାଖଣ୍ଡକୁ ଏହି କଥା ପାଇଁ ଧନ୍ୟବାଦ ଦେବାର ଅଛି-ଶୌଚାଳୟ, ଖୋଲାରେ ଶୌଚରୁ ମୁକ୍ତି; ବିଗତ ଦିନରେ ମୋତେ ଅବଗତ କରାଯାଇଛି କି ଉତ୍ତରାଖଣ୍ଡ ଗ୍ରାମାଂଚଳରେ ଶୌଚାଳୟ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିଦେଇଛି । ଏବେ ଗାଁରେ କାହାକୁ ମଧ୍ୟ ଖୋଲାରେ ଶୌଚ ହେବାକୁ ଯିବାକୁ ପଡୁ ନାହିଁ । ସହରରେ କାମ ଚାଲୁ ରହିଛି । କିଛି ସମୟ ମଧ୍ୟରେ ହିଁ ସହର ସମେତ ସମ୍ପୂର୍ଣ୍ଣ ଉତ୍ତରାଖଣ୍ଡ ଖୋଲା ଶୌଚମୁକ୍ତ ହେବା ପାଇଁ ପ୍ରସ୍ତୁତି କରୁଛି ।

ଏପର୍ଯ୍ୟନ୍ତ କାମକୁ ଆପଣ ଯେଉଁ ଗତି ଦେଇଛନ୍ତି, ସେଥିପାଇଁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦେଉଛି । କିନ୍ତୁ ମୋର ଅନୁରୋଧ ରହିବ କି ଏହାକୁ ମିଶନ ମୋଡ୍ ବା ଢାଞ୍ଚାରେ ଚଲାଯାଉ । ସହରରେ ମଧ୍ୟ କାହାକୁ ଖୋଲାରେ ଶୌଚ ଯିବାକୁ ବାଧ୍ୟ ହେବାକୁ ନ ପଡୁ ।

କିଛି ଦିନ ପୂର୍ବରୁ ମୁଁ ଉତ୍ତର ପ୍ରଦେଶ ଯାଇଥିଲି । ଉତ୍ତର ପ୍ରଦେଶରେ ଯୋଗୀ ମହାଶୟଙ୍କ ସରକାର ବହୁତ କଷ୍ଟ ଉଠାଇଛନ୍ତି । ଆଉ ସେ ଏବେ ଶୌଚାଳୟର ନାମ ହିଁ ବଦଳାଇ ଦେଇଛନ୍ତି । ଶୌଚାଳୟକୁ ପାଇଖାନା କହୁନାହାନ୍ତି । ସେ ଶୌଚାଳୟର ନାମ ରଖିଛନ୍ତି ଇଜ୍ଜତ ଘର । ମୁଁ ବୁଝି ପାରୁଛି ଯେଉଁ ମାଆ-ଭଉଣୀଙ୍କୁ ଖୋଲାରେ ଶୌଚ ହେବାକୁ ଯିବାକୁ ପଡିଥାଏ ସେମାନେ ଏହି କଥାକୁ ଭଲଭାବେ ବୁଝପାରନ୍ତି କି ଇଜ୍ଜତ ଘରର ଅର୍ଥ କ’ଣ ହୋଇଥାଏ । ଆମେ ମଧ୍ୟ ଏହି ଇଜ୍ଜତ ଘରର ଅଭିଯାନ ଚଲାଇବା । ମାଆ-ଭଉଣୀକୁ ସମ୍ମାନ ଦେବା ପାଇଁ ଶୌଚାଳୟ ନିଜକୁ ନିଜେ ଏକ ବହୁତ ବଡ଼ ସୁବିଧା ହୋଇଥାଏ । ସେମାନଙ୍କର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ସୁବିଧା ହୋଇଥାଏ । ଆଉ ଏବେ ୟୁନିସେଫ୍ ସର୍ଭେ କରିଛି । ହିନ୍ଦୁସ୍ଥାନର ଦଶ ହଜାର ଗାଁରେ ସର୍ଭେ କରିଛି । ଆଉ ଯେଉଁ ଘରେ ଶୌଚାଳୟ ତିଆରି କରିଛନ୍ତି, ସେମାନେ ଆଉ ଯେଉଁମାନଙ୍କ ଘରେ ଶୌଚାଳୟ ନଥିଲା, ସେମାନେ । ଯେଉଁ ଗାଁ ଶୌଚାଳୟ ସମ୍ବନ୍ଧରେ ସଚେତନ ଥିଲେ ଆଉ ଯେଉଁ ଗାଁ ଶୌଚାଳୟ ସମ୍ବନ୍ଧରେ ସଚେତନ ନ ଥିଲେ, ସେମାନେ; ସେହି ସମସ୍ତଙ୍କୁ ନେଇ ସେମାନେ ଅଧ୍ୟୟନ କରିଛନ୍ତି, ୟୁନିସେଫ ପ୍ରସ୍ତୁତ କରିଛି ରିପୋର୍ଟ । ମିଳିତ ଜାତିସଂଘର ହେଉଛି ଏହି ସଂସ୍ଥା ଆଉ ସେମାନେ ଜାଣି ପାରିଲେ କି, ଶୌଚାଳୟ ନ ଥିବା କାରଣରୁ ଭିନ୍ନ ଭିନ୍ନ ପ୍ରକାରର ବେମାରୀ ଯାହା ଘରକୁ ଆସିଥାଏ, ଆଉ ବେମାରୀ କାରଣରୁ ପିଲା ରୋଗଗ୍ରସ୍ତ ହୋଇଯାଏ, ତ ମାଆ ସେଥିରେ ବ୍ୟସ୍ତ ହୋଇଯାଏ, ବାପା ବ୍ୟସ୍ତ ହୋଇଯାଇଥାଏ, ପିଲା ସ୍କୁଲକୁ ଯାଇ ନ ଥାଏ । ଦୈନନ୍ଦିନ ରୋଜଗାର କରିବାକୁ ପିତା ଯାଇପାରି ନ ଥାନ୍ତି । ମାଆ ରୋଗଗ୍ରସ୍ତ ହୋଇଯାଏ ତ ସମ୍ପୂର୍ଣ୍ଣ ପରିବାର ବେମାର ହୋଇଯାଇଥାଏ । ଘରର ରୋଜଗାର କରିଲାବାଲା ଯଦି ରୋଗଗ୍ରସ୍ତ ହୋଇଯାଏ ତ ଆୟ ବନ୍ଦ ହୋଇ ଯାଇ ଥାଏ, ସାରା ପରିବାର ଭୋକରେ ମରିଯାଇଥାଏ । ଆଉ ଏହା ସବୁ ଦେଖି ସେମାନେ ସର୍ଭ କରିଥିଲେ କି ଯଦି ଶୌଚାଳୟ ନାହିଁ ତ ବେମାରୀ ବାବଦରେ ଯାହା ଖର୍ଚ୍ଚ ହୋଇଥାଏ; ଆଉ ଶୌଚାଳୟ ତିଆରି ହୋଇଯାଏ ତ କ’ଣ ଲାଭ ମିଳିଥାଏ । ୟୁନିସେଫବାଲା ସର୍ଭେ କରି ବାହାର କରିଛନ୍ତି କି ଇଜ୍ଜତ ଘର ଅର୍ଥ ଶୌଚାଳୟ ନିର୍ମାଣ ହେତୁ ଗରିବ ପରିବାରର ବେମାରୀ ପଛରେ 50 ହଜାର ଟଙ୍କାର ଖର୍ଚ୍ଚ ବଂଚିଯାଇଥାଏ, ଆପଣ ଭାବନ୍ତୁ ଯଦି ଗୋଟିଏ ପରିବାରର ବର୍ଷକୁ 50 ହଜାର ଟଙ୍କାର ଖର୍ଚ୍ଚ ବଂଚିଯାଇଥାଏ, ସେହି ପରିବାରର ଜୀବନରେ କେତେ ବଡ଼ ଶକ୍ତି ଆସିଯିବ ।

ଗୋଟିଏ ଶୌଚାଳୟ ଜୀବନ ବଦଳାଇ ପାରେ ଆଉ ଏଥିପାଇଁ ସାରା ଦେଶରେ – ଯେଉଁ ଶ୍ରଦ୍ଧାର ସହିତ ବାବା କେଦାରନାଥଙ୍କ ଧାମର ନିର୍ମାଣ ହେବ, ସେହି ଶ୍ରଦ୍ଧାର ସହ, ନିଷ୍ଠାର ସହ ମୋତେ ହିନ୍ଦୁସ୍ଥାନର ଗରିବମାନଙ୍କ ପାଇଁ ଶୌଚାଳୟ ନିର୍ମାଣ କରିବାର ଅଭିଯାନ ମଧ୍ୟ ଚଲାଇବାର ଅଛି । ମୋ ଦେଶ ତେବେ ଆଗକୁ ବଢ଼ିବ । ସେହି ଭାବକୁ ନେଇ କରି ଆମେ ଆଗକୁ ଚାଲିବା ।

ମୁଁ ପୁଣି ଥରେ ଉତ୍ତରାଖଣ୍ଡର ସରକାରଙ୍କୁ ଅଭିନନ୍ଦନ ଜଣାଉଛି, ସେମାନଙ୍କୁ ଧନ୍ୟବାଦ ଦେଉଛି । ଆଉ ସାରା ଦେଶରୁ ଚାରିଧାମ ଯାତ୍ରା କରିବାକୁ ଆସୁଥିବା ଲୋକ, ଯେଉଁମାନଙ୍କୁ ଜଣା ଅଛି ଆମେ 12 ହଜାର କୋଟି ଟଙ୍କାରେ ଚାରିଧାମକୁ ସଂଯୋଗ କଲାବାଲା ନୂଆ ସଡ଼କ ତିଆରି କରିବାର କାମ ଆରମ୍ଭ କରି ଦେଇଛୁ । ଆଧୁନିକ ସଂଯୋଗ ବ୍ୟବସ୍ଥା ଆରମ୍ଭ କରି ଦେଇଛୁ । ଏବେ ଏହି କେଦାରଧାମ ଏହି ପରି ଭାବେ ତିଆରି ହେବ । ମୋ କେଦାର ନାଥ ଭବ୍ୟ ହେବ, ଦିବ୍ୟ ହେବ । ପ୍ରେରଣା ପାଇଁ ଉତ୍ତମ ସ୍ଥାନ ପାଲଟିବ । ଏହା ଶହେ ପଚିଶ କୋଟି ଦେଶବାସୀଙ୍କର ଶ୍ରଦ୍ଧାର କେନ୍ଦ୍ର ହେବାକୁ ଯାଉଛି । ପ୍ରତ୍ୟେକ ପିଲାଙ୍କ ଇଚ୍ଛା ଥାଏ କି ବୁଢ଼ା ମାଆ ବାପାଙ୍କୁ କେବେ ନା କେବେ ଚାରିଧାମ ଯାତ୍ରା କରାଇବି ।

ଆଜି ଏହି ସରକାର ସେହି କାମ କରୁଛନ୍ତି ଯାହା ଶହେ ପଚିଶ କୋଟି ଦେଶବାସୀଙ୍କର ହେଉଛି ସ୍ୱପ୍ନ; ତାହାକୁ ସଂପୂର୍ଣ୍ଣ କରିବା ପାଇଁ କାମ କରୁଛନ୍ତି । କାମ ଉତ୍ତରାଖଣ୍ଡର ମାଟିରେ ହେଉଛି କିନ୍ତୁ କାମ ହିନ୍ଦୁସ୍ଥାନର ଜନମାନସଙ୍କ ପାଇଁ ହେଉଛି । ସେହି କାମକୁ ଆଣଙ୍କ ସାମ୍ନାରେ ଆରମ୍ଭ କରି ଜୀବନରେ ଏକ ଅତ୍ୟନ୍ତ ଦିବ୍ୟ ସନ୍ତୋଷର ଅନୁଭୂତି କରୁଛି ।

ମୋର ଆପଣ ସମସ୍ତଙ୍କୁ ଶୁଭକାମନା, ପୁଣି ଥରେ ଭୋଲାବାବାଙ୍କ ବନ୍ଦନା କରୁଛି । ପୁଣି ଥରେ ମୁଁ ଆପଣଙ୍କୁ ଅନୁରୋଧ କରୁଛି ମୋ ସହିତ ଦୁଇ ମୁଠା ବନ୍ଦ କରି ପୂରା ଶକ୍ତିର ସହିତ କହନ୍ତୁ-

ଜୟ ଜୟ ବାବା ଭୋଲେ, ଜୟ ଜୟ ବାବା ଭୋଲେ

ଜୟ ଜୟ ବାବା ଭୋଲେ, ଜୟ ଜୟ ବାବା ଭୋଲେ

ବହୁତ ଧନ୍ୟବାଦ ।

Share in top social networks!
Powered By Indic IME