ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ସବ୍‍ଡିଭିଜିନାଲ୍‍ ହସ୍ପିଟାଲ ଘୋଷଣା ; ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ପଟ୍ଟାମୁଣ୍ଡାଇବାସୀ

Pattamundai-1
କେନ୍ଦ୍ରାପଡ଼ା ଜିଲ୍ଲାର ବୃହତମ ବ୍ୟବସାୟିକ ପ୍ରାଣକେନ୍ଦ୍ର ପଟ୍ଟାମୁଣ୍ଡାଇ ଠାରେ ଥିବା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ରାଜ୍ୟ ସରକାର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଭାବେ ଘୋଷଣା କରିବା ପରେ ସଂପୃକ୍ତ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ଅଘୋଷିତ ସବ୍‍ଡିଭିଜନ ଭାବେ ପରିଚିତ ପଟ୍ଟାମୁଣ୍ଡାଇ ଡାକ୍ତରଖାନା ଉପରେ ଆଳି, ରାଜକନିକା, ରାଜନଗର, ପଟ୍ଟାମୁଣ୍ଡାଇ ବ୍ଳକ ସମେତ ପଟ୍ଟାମୁଣ୍ଡାଇ ମୁନିସିପାଲିଟି ଅଞ୍ଚଳରେ ବସବାସ କରୁଥିବା ସାଧାରଣ ଜନତା ନିର୍ଭର କରନ୍ତି ।

ଏହି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଡାକ୍ତରଙ୍କ ଅଭାବ ସାଙ୍ଗକୁ ଅନ୍ୟାନ୍ୟ ଆଧୁନିକ ସ୍ୱାସ୍ଥ୍ୟସେବା ନଥିବାରୁ ଲୋକେ କେନ୍ଦ୍ରାପଡ଼ା କିମ୍ବା କଟକ ବଡ଼ ଡାକ୍ତରଖାନାକୁ ଆସିଥାନ୍ତି । ଦୀର୍ଘଦିନ ହେବ ଏହି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସବ୍‍ଡିଭିଜିନାଲ୍‍ ହସ୍ପିଟାଲ ଭାବେ ଘୋଷଣା କରାଯିବାକୁ ଦାବି ହୋଇ ଆସୁଥିଲା । ଗତ ୧୯ ତାରିଖରେ ରାଜ୍ୟ ସରକାର ଏହାକୁ ସବ୍‍ଡିଭିଜିନାଲ୍‍ ହସ୍ପିଟାଲ ଭାବେ ଘୋଷଣା କରିଛନ୍ତି । ଆଜି ପଟ୍ଟାମୁଣ୍ଡାଇ ଜନସାଧାରଣଙ୍କ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ବିଜୁ ଜନତା ଦଳ ସଭାପତି ଧ୍ରୁବ
ସାହୁ, କେନ୍ଦ୍ରାପଡ଼ା ବିଧାୟକ କିଶୋର ଚନ୍ଦ୍ର ତରାଇ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ବେହେରା, ପୌରାଧ୍ୟକ୍ଷା ବୈଜୟନ୍ତୀମାଳା ଲେଙ୍କା, ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ ଦାସ, ପୌର ଉପାଧ୍ୟକ୍ଷ ସୁମନ୍ତ ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ ପ୍ରଧାନ, ସାରଥୀ ଦାସ, ସରପଞ୍ଚ ପ୍ରଫୁଲ୍ଳ ତରାଇ, ସୁବାସ ଖଟୁଆ, ନିରଞ୍ଜନ ମାଝୀ, ପ୍ରଭାତ ପ୍ରଧାନ, କୈଳାସ ସିଂହ, ରତିକାନ୍ତ ସାହାଣୀ, କାଉନ୍‍ସିଲର ସବିତା ନାୟକ, ପ୍ରତିମା ସାହୁ, ପଦାରବିନ୍ଦ ସାହୁ, ମଳୟ ମଲ୍ଲିକ, ସାଗରିକା ପାତ୍ର, ବ୍ଲକ ବିଜେଡି ସଭାପତି କିଶୋର ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମାନସ ସାମଲ, ଯୁବ ବିଜେଡି ସଭାପତି ମିଟୁ ମନୋଜ ନାୟକ, ଦଳିତ ସେଲ୍‍ ଜିଲ୍ଲା ସଭାପତି ବାରିଣୀ ସେଠୀ, ବିଜେଡି
ନେତା ସୁରେନ୍ଦ୍ର ପ୍ରସାଦ ଗିରି, ରଞ୍ଜିତ ସାହୁ, ଖଗେଶ୍ୱର ଲେଙ୍କା, ଦୀପକ ବେହେରା, ସୁମନ୍ତ ଦାସ, ପ୍ରଭାତ ପାତ୍ର ପ୍ରମୁଖ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କୁ ଭେଟି ସମ୍ବର୍ଦ୍ଧନା ଜଣାଇବା ସହ ପଟ୍ଟାମୁଣ୍ଡାଇବାସୀଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଆଗାମୀ ଦିନରେ ପଟ୍ଟାମୁଣ୍ଡାଇକୁ ଏକ ସବ୍‍ଡିଭିଜନ ଭାବେ ଘୋଷଣା କରିବାକୁ ନେତୃବୃନ୍ଦମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛନ୍ତି । ପଟ୍ଟାମୁଣ୍ଡାଇବାସୀ ସବୁବେଳେ ବିଜୁବାବୁଙ୍କ ସହ ଥିଲେ ଏବଂ ନବୀନ ପଟ୍ଟନାୟକଙ୍କ ସାଥୀରେ ଅଛନ୍ତି ବୋଲି ଏହି ନେତୃବୃନ୍ଦମାନେ ଏକ ପ୍ରେସ୍‍ ଇସ୍ତାହାରରେ ପ୍ରକାଶ କରିଛନ୍ତି ।

Share in top social networks!