ତିନି ଦିନିଆ ଓଡିଶା ଗସ୍ତରେ ଆଜି ଆସି ପହଂଚିବେ; କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ତିନି ଦିନିଆ ଓଡିଶା ଗସ୍ତରେ ଆସି ସଂଧ୍ୟାରେ ଭୂବନେଶ୍ୱର ପହଂଚିବେ । ଶ୍ରୀ ଜାଭାଡେକର ଆସନ୍ତା କାଲି ୨୨ ତାରିଖ ଦିନ ଭୂବନେଶ୍ୱରରେ ସ୍ଥାନୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ସଂଧ୍ୟାରେ ଭୂବନେଶ୍ୱର ସ୍ଥିତ ଉକ୍ରଳ ମଣ୍ଡପରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତି ଅବସରରେ ଅନୁÂିତ ହେଉଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ । ୨୩ ତାରିଖ ଦିନ ସଂଧ୍ୟାରେ ଶ୍ରୀ ଜାଭଡେକର ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ପ୍ରସାଦ ମହାପାତ୍ର ସୁଚନା ଦେଇଛନ୍ତି ।

Share in top social networks!
Powered By Indic IME