ଆୟୋଡିନ ଅଭାବ ଜନିତ ଶାରୀରିକ ଅସୁବିଧା ସଂପର୍କରେ ଜନସଚେତନତା ଉପରେ ବିଶେଷଜ୍ଞ ମାନଙ୍କ ପରାମର୍ଶ

ଆଜି ବିଶ୍ୱ ଆୟୋଡିନ ଦିବସ । ଏହି ଅବସରରେ ସ୍ୱାସ୍ଥ୍ୟସେବା ନିଦେ୍ର୍ଧଶକଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଆଲୋଚନା ଚକ୍ରରେ ବିଶେଷଜ୍ଞମାନେ ଯୋଗଦେଇ ଆୟୋଡିନ୍ ଅଭାବ ଜନିତ ସମସ୍ୟା ସଂପର୍କରେ ଜନସାଧାରଣ ସଚେତନ ହେବା ଉପରେ ଗୁରୁତ୍ୱ ଆରୋପ କରି ଆୟୋଡିନ୍ୟୁକ୍ତ ଲୁଣ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ।
ଆୟୋଡିନ୍ ଅଭାବ ଜନିତ ରୋଗ ଏକ ମୁଖ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା । ଏହାର ଅଭାବରୁ ଉଚିତ ଶାରୀରିକ ଓ ମାନସିକ ବିକାଶ ବାଧାପ୍ରାପ୍ତ ହେବା ସହିତ ଗର୍ଭପାତ , ମୃତଶିଶୁ ଜାତ ହେବା , ମସ୍ତିସ୍କ ବିକୃତ ଶିଶୁ ଜନ୍ମ ହେବା ଏବଂ ଗଳଗଣ୍ଡ ଆଦି ସମସ୍ୟା ଦେଖା ଦେଇଥାଏ । ଏନ୍.ଏଫ୍.ଏଚ୍.ଏସ୍-୪ ସର୍ବେକ୍ଷଣ ଅନୁଯାୟୀ ରାଜ୍ୟରେ ୯୩ ପ୍ରତିଶତ ଘରେ ଆୟୋଡିନ୍ୟୁକ୍ତ ଲୁଣ ବ୍ୟବହୃତ ହେଉଛି । ଏହାକୁ ଶତପ୍ରତିଶତ କରିବା ନିମନ୍ତେ ଉଦ୍ୟମ ଜାରି ରହିବ । ଏଥି ନିମନ୍ତେ ଲୁଣର ନମୂନା ପରୀକ୍ଷା ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ସମସ୍ତ ସ୍ୱାସ୍ଥ୍ୟକର୍ମୀ , ଅଙ୍ଗନବାଡି କର୍ମୀ , ଆଶା , ଶିକ୍ଷକ ଶୀକ୍ଷୟତ୍ରୀ , ପଂଚାୟତିରାଜ ନିର୍ବାଚିତ ପ୍ରତିନିଧି , ସ୍ୱୟଂସହାୟକ ଗୋÂୀର ସଦସ୍ୟା ଏବଂ ସାମାଜିକର୍ମୀମାନଙ୍କୁ କେବଳ ଆୟୋଡିନଯୁକ୍ତ ଲୁଣର ବ୍ୟବହାର ସଂପର୍କରେ ସଚେତନ କରାଯିବ ।
ଏହି କର୍ମଶାଳାରେ ସ୍ୱାସ୍ଥ୍ୟସେବା ନିଦେ୍ର୍ଧଶକ ଡାଃ ବ୍ରଜକିଶୋର ବ୍ରହ୍ମା , ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ଡାଃ ଜେ.କେ. ତ୍ରିପାଠୀ , ନର୍ସି ନିଦେ୍ର୍ଧଶକ ଡାଃ ବସନ୍ତ ପଣ୍ଡା , ଏସ୍.ସି.ବି ମେଡିକାଲ କଲେଜ ଓ ହସପିଟାଲର ସାମାଜିକ ଚିକିତ୍ସା ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ଡାଃ ରାମଚନ୍ଦ୍ର ଗିରି , ଏମ୍.କେ.ସି.ଜିର ପ୍ରଫେସର ଡାଃ ରାଧାମାଧବ ତ୍ରିପାଠୀ ଏବଂ ଭିମ୍ସାରର ପ୍ରଫେସର ଡାଃ ଦୁର୍ଗାମାଧବ ଶତପଥୀ , ଜନସ୍ୱାସ୍ଥ୍ୟ ଯୁଗ୍ମ ନିଦେ୍ର୍ଧଶକ ଡାଃ ବିକାଶ ପଟ୍ଟନାୟକ ଏବଂ ୟୁନିସେଫ୍ର ପୁଷ୍ଟି ବିଶେଷଜ୍ଞ ସୌରଭ ଭଟାଚାର୍ଯ୍ୟଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଯୋଗଦେଇଥିଲେ । ପ୍ରାରମ୍ଭରେ ଉପନିଦେ୍ର୍ଧଶକ ଡାଃ ଅର୍ଘ୍ୟ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

Share in top social networks!