ପଂଚାୟତିରାଜ ବିଭାଗ କମିଶନର ତଥା ଶାସନ ସଚିବଙ୍କ କେନ୍ଦୁଝର ଜିଲ୍ଲା ଗସ୍ତ: ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା

PR_Secy_DKsingh__43_ଓଡିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ଶାସନ ସଚିବ ଡି.କେ. ସିଂହ ଅକ୍ଟୋବର ୨୦ ତାରିଖ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଶୁକ୍ରବାର ଅପରାହ୍ନରେ ଦରବାର ହଲଠାରେ ଅନୁÂିତ ସମୀକ୍ଷା ବୈଠକରେ ଉଦ୍ବୋଧନ ଦେଇ କମିଶନର ତଥା ଶାସନ ସଚିବ ଶ୍ରୀ ସିଂହ କହିଥିଲେ ଯେ, ପଂଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିବାରୁ ଜନସାଧାରଣଙ୍କର ଆଶା ଆକାଂକ୍ଷା ପୂରଣ କରିବା ଏବଂ ସେମାନଙ୍କୁ ଉଚିତ ସେବା ଯୋଗାଇ ଦେବା ସମସ୍ତଙ୍କର ଗୁରୁ ଦାୟୀତ୍ୱ ରହିଛି ।

ଏଥିପାଇଁ ରାଜ୍ୟ ସରକାର ପ୍ରାଥମିକତା ଦେଇନ୍ତି । ଏହି ବିଭାଗ ଦ୍ୱାରା ଅନେକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି, ତାହାର ସୁଫଳ ହିତାଧିକାରୀମାନେ ପାଇବା ନିହାତି ଆବଶ୍ୟକ । ଏଣୁ ଏହି ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ଗୋÂି ଉନ୍ନୟନ ଅଧିକାରୀଙ୍କ ସମେତ ସମସ୍ତ ସଂପୃକ୍ତ ଅଧିକାରୀ ଏବଂ ଯନ୍ତ୍ରୀ ନିÂାର ସହିତ କାର୍ଯ୍ୟ କରିବାକୁ ତାଗିଦ କରିଥିଲେ । ଏହି ବୈଠକରେ କମିଶନର ତଥା ଶାସନ ସଚିବ ଗ୍ରାମୀଣ ଆବାସ ଯୋଜନା,ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା,ଜାତୀୟ ଗ୍ରାମୀଣ ଜୀବିକା ମିଶନ,ଦୀନଦୟାଲ ଉପାଧ୍ୟାୟ କୌଶଲ୍ୟ ଯୋଜନା,ପାନୀୟ ଜଳ ଏବଂ ପରିମଳ କାର୍ଯ୍ୟକ୍ରମ ସଂପର୍କରେ ବିଶଦ ଭାବେ ସମୀକ୍ଷା କରିଥିଲେ । ଜିଲ୍ଲାପାଳ ଡ଼ଃ ଏନ୍. ତିରୁମାଲା ନାୟକ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ କମିଶନର ତଥା ଶାସନ ସଚିବଙ୍କୁ ଅବଗତ କରାଇଥିଲେ । ସମୀକ୍ଷାବେଳେ ଗ୍ରାମୀଣ ଆବାସ ଯୋଜନା ଏବଂ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅନ୍ତର୍ଗତ କାର୍ଯ୍ୟକ୍ରମ ସଂପର୍କରେ ଶାସନ ସଚିବ ବ୍ଲକୱାରୀ ସମୀକ୍ଷା କରିଥିଲେ । କେତେକ ବ୍ଲକର କାର୍ଯ୍ୟକ୍ରମ ଆଶାନୁରୁପ ହୋଇନଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ । ବର୍ଷାଋତୁ ଶେଷ ପରେ ତୁରନ୍ତ ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରି ଧାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ କରିବାକୁ ସଂପୃକ୍ତ ବିଡିଓମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ । ବିଡିଓମାନେ କ୍ଷେତ୍ର ପରିଦର୍ଶନ ସହ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରିତାରେ ଦେଖା ଦେଉଥିବା ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ନିଦେ୍ର୍ଧଶ ଦେଇଥିଲେ । ପାନୀୟ ଜଳ ସଂପର୍କରେ ସମୀକ୍ଷା କରି ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡିକ କିପରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ତାଗିଦ କରିଥିଲେ । ଜନସାଧାରଣଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ରାଜ୍ୟ ସରକାରଙ୍କ ପ୍ରାଥମିକତା ରହିଥିବାରୁ ଗଭୀର ନଳକୂପ ଖନନ,ବୋରୱେଲ,ପାଇପ୍ ଯୋଗେ ଜଳଯୋଗାଣ ଏବଂ ଓଭରହେଡ୍ ଟ୍ୟାଙ୍କ ନିର୍ମାଣ ଜରିଆରେ ପାନୀୟ ଜଳ ବ୍ୟବସ୍ଥା କରିବା ସଂପର୍କରେ ସମୀକ୍ଷା କରିଥିଲେ । ଜିଲ୍ଲା ପାଇଁ ସମନ୍ୱିତ ଯୋଜନା ପ୍ରସ୍ତୁତ କରିବା ପାଇଁ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଏବଂ ନିର୍ବାହୀ ଯନ୍ତ୍ରୀମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଜିଲ୍ଲା ଖଣିଜ ପ୍ରତିÂାନ ପାଣ୍ଠି,ସରକାରଙ୍କଠାରୁ ମିଳୁଥିବା ଅନୁଦାନ ଏବଂ ବିଭିନ୍ନ ଉସôରୁ ମିଳୁଥିବା ଅନୁଦାନରେ ପର୍ଯ୍ୟାୟକ୍ରମେ ପାନୀୟ ଜଳ ପ୍ରକଳ୍ପଗୁଡିକୁ ଶେଷ କରିବା ଉପରେ କମିଶନର ତଥା ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ । ଏତଦ୍ବ୍ୟତୀତ ଜାତୀୟ ଗ୍ରାମୀଣ ଜୀବିକା ମିଶନ,ଦୀନ ଦୟାଲ ଉପାଧ୍ୟାୟ କୌଶଲ୍ୟ ଯୋଜନାରେ ହାତକୁ ନିଆଯାଇଥିବା କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିଥିଲେ । ଏସ୍ଏଚ୍ଜିମାନଙ୍କୁ ବ୍ୟାଙ୍କ ଋଣ ପ୍ରଦାନ ସଂପର୍କରେ ସମୀକ୍ଷା କରି ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ନିଦେ୍ର୍ଧଶ ଦେଇଥିଲେ । ଏତଦ୍ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପିଡି ଡିଆର୍ଡିଏ ନୃସିଂହ ଚରଣ ସ୍ୱାଇଁ,ପଂଚାୟତରାଜ ଓ ପାନୀୟ ଜଳ ବିଭାଗର ବରିÂ ଅଧିକାରୀ,ବିଭିନ୍ନ ବ୍ଲକର ବିଡିଓ ଏବଂ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME