ଗ୍ୟାସ ଯୋଗାଣ ପ୍ରକଳ୍ପ ପାଇଁ ଭୂମି ଯୋଗାଇବାରେ ପ୍ରତିବନ୍ଧକ ତିଆରି କରୁଛନ୍ତି ରାଜ୍ୟ ସରକାର – ଧର୍ମେନ୍ଦ୍ର ପ୍ରଧାନ

• ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କ ବିକାଶକୁ ନିଜର ଜାଗିର ନ ଭାବନ୍ତୁ
• ମୁଖ୍ୟମନ୍ତ୍ରୀଙ୍କ ଘରେ ପାଇପ ଯୋଗେ ଗ୍ୟାସ ସଂଯୋଗ ପାଇଁ ପ୍ରସ୍ତାବ
• ଜନ୍ମ ମାଟି କଟକରେ ସହରାଂଚଳ ପାଇଁ ଜଳ ଯୋଗାଣ ପ୍ରକଳ୍ପର ଭିତି ପ୍ରସ୍ତର ସ୍ଥାପନା
କରିବା ପାଇଁ ଶାସନର ୧୭ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ମନେ ପଡିବା ନେଇ କଟାକ୍ଷ
• ପର୍ଯ୍ୟାପ୍ତ କେନ୍ଦ୍ରୀୟ ଅର୍ଥ ଉପଲବ୍ଧ ଥିବା ସତ୍ୱେ ରାଜ୍ୟର ଏକ କୋଟି ଘରୁ ୪୦ ଲକ୍ଷ ଘରେ
ପହଂଚିନି ବିଜୁଳି
• ପେଟ୍ରୋଲ- ଡିଜେଲ ଉପରେ ରାଜ୍ୟ ସରକାର ଭ୍ୟାଟ ନ କମାଇବା ନେଇ କଲେ
ସମାଲୋଚନା
• ଉର୍ଜା ଗଙ୍ଗା ଯୋଗୁ ଛୋଟ ଅଟୋ ଡ୍ରାଇଭରଠୁ ଶିଳ୍ପାୟନ ଓ ନିଯୁକ୍ତି କ୍ଷେତ୍ରରେ ମିଳିବ ଲାଭ
• ପାଇପ ଯୋଗେ ଗ୍ୟାସ ସହରାଂଚଳ ମା- ଭଉଣୀଙ୍କ ପାଇଁ ମୋଦିଙ୍କ ଦୀପାବଳି ଭେଟି

20171020131403_5G1A6070
ଭୁବନେଶ୍ୱର ସ୍ଥିତ ନାଲକୋ କଲୋନୀକୁ ଘରେ ଘରେ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ
ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ପ୍ରକଳ୍ପକୁ ଏକ ବର୍ଷ ମଧ୍ୟରେ କାର୍ଯ୍ୟ ପୂରଣ ପାଇଁ ଲକ୍ଷ୍ୟ ଧ୍ୟାର୍ଯ୍ୟ କରା ଯାଇଥିବା ସ୍ଥଳେ ସାତ ମାସ ମଧ୍ୟରେ ପ୍ରକଳ୍ପ କାମ ଶେଷ ହୋଇଥିବା କାରଣରୁ ଏହା ମୋଦି ସରକାରଙ୍କର କାର୍ଯ୍ୟ ଶୈଳୀ ବୋଲି କହିଛନ୍ତି ଶ୍ରୀ ପ୍ରଧାନ । ।ପାଇପ ଯୋଗେ ଗ୍ୟାସ ସହରାଂଚଳ ମା- ଭଉଣୀଙ୍କ ପାଇଁ ମୋଦିଙ୍କ ଦୀପାବଳି ଭେଟି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନାରେ ପାଇପ ଯୋଗେ ଗ୍ୟାସ ଯୋଗାଣ କାର୍ଯ୍ୟରେ କେନ୍ଦ୍ର ସରକାର ୧୧ ହଜାର ୭୦୦ କୋଟି ଟଙ୍କା ବ୍ୟୟ କରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ପେଟ୍ରୋଲିୟମ ବିଭାଗର ମୋଟ ୧.୨୫ ଲକ୍ଷ କୋଟି ଟଙ୍କା ପୁଂଜି ନିବେଶର ଦାୟିତ୍ୱ ସେ ନେଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ମୋଦି ସରକାର ଅତ୍ୟନ୍ତ ତ୍ୱରିତ ଭାବେ କାମ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ଜନ୍ମ ମାଟି କଟକରେ ସହରାଂଚଳ ପାଇଁ ଜଳ ଯୋଗାଣ ପ୍ରକଳ୍ପର ଭିତି ପ୍ରସ୍ତର ସ୍ଥାପନା କରିବା ପାଇଁ ଶାସନର ୧୭ ବର୍ଷ ପରେ ମନେ ପଡିଲା ବୋଲି କଟାକ୍ଷ କରିଛନ୍ତି ଶ୍ରୀ ପ୍ରଧାନ ।

ଅପର ପକ୍ଷରେ କଟକ- ଭୁବନେଶ୍ୱର ଗ୍ୟାସ ପ୍ରକଳ୍ପ କାର୍ଯ୍ୟକୁ କିଏ ଅଟକାଇ ରଖିଛି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ପାଇପ ଲାଇନ ପଡିଲେ ସାଧାରଣ ମା ଭଉଣୀ ମାନେ ଲାଭବାନ ହେବେ । କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ବିକାଶର ଜାଗିରଦାର ବୋଲି ଭାବୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଭୂମି ଯୋଗାଇ ଦେବା ରାଜ୍ୟ ସରକାରଙ୍କର ନିର୍ଣୟ ଅଧୀନ । ପାରାଦୀପ ରିଫାଇନାରୀ ବିବାଦ ସମାଧାନ ପାଇଁ ବୈଠକ ସମୟରେ ସେ ଗ୍ୟାସ ପାଇପ ଲାଇନ ପାଇଁ ଭୂମି
ଯୋଗାଇ ଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅନୁନୟ କରିଛନ୍ତି । ତୃତୀୟ ମହଲାର କିରାଣୀ ମାନେ ଯେଉଁ ମାନେ ଏହି ପ୍ରକଳ୍ପକୁ ବନ୍ଦ କରି ରଖିଛନ୍ତି ସେମାନଙ୍କୁ ସାକ୍ଷାତ କରି ଭୁବନେଶ୍ୱରର ସବୁ ଅଂଚଳ ସମେତ ମୁଖ୍ୟମନ୍ତ୍ରୀଙ୍କ ଘରେ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ ପହଂଚାଇବା ପାଇଁ ସେ ପ୍ରସ୍ତାବ ରଖିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଭୂମି ଯୋଗାଇ ନ ଦେବା ମାମଲାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଏହାକୁ ମୁଖ୍ୟମନ୍ତ୍ରୀ ତାଙ୍କ ବିରୁଦ୍ଧରେ ଅପ ପ୍ରଚାର ବୋଲି କାହିଁକି କହୁଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ପାଣି ଓ ବିଜୁଳି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହାସ୍ପୋଟ ମାରୁଥିବା ବେଳେ କେନ୍ଦ୍ରୀୟ ଅର୍ଥ ସତ୍ୱେ ଓଡିଶାର କୋଟିଏ ଘରୁ ୪୦ ଲକ୍ଷ ଘରେ ବିଜୁଳି ପହଂଚି ନ ଥିବା ଖୋଦ ନବୀନ ସରକାରର ତଥ୍ୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ତୈଳ ଦର ମାମଲାରେ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି ଶ୍ରୀ ପ୍ରଧାନ । ସାଧାରଣ ଲୋକଙ୍କୁ ଆର୍ଥିକ ବୋଝ ଆସିବା କାରଣରୁ କେନ୍ଦ୍ର ସରକାର ୨ ଟଙ୍କାର ଏକ୍ସାଇଜ ଡ୍ୟୁଟି କମ କରିଛନ୍ତି । କେନ୍ଦ୍ର ସରକାର ଯେଉଁ ଟିକସ ନେଉଛନ୍ତି ଚତୁର୍ଦଶ ଅର୍ଥ କମିଶନର ସୁପାରିଶ ଅନୁସାରେ ଏହାର ୪୨ ପ୍ରତିଶତ ଓ ବିକାଶ କାମ ପାଇଁ ରାଜ୍ୟକୁ ଅର୍ଥ ପ୍ରଦାନ ଉଭୟ ମିଶି ୮୦ ପ୍ରତିଶତ ଫେରାଇ ଦେଉଛନ୍ତି । ହେଲେ ରାଜ୍ୟ ସରକାର ମୂଲ୍ୟ କମ କରିବା ପାଇଁ ଭ୍ୟାଟ କାହିଁକି କମାଉ ନାହାନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।

ପେଟ୍ରୋଲ- ଡିଜେଲ ଦାମ କମାଇବାକୁ ହରତାଳ କରି ରାଜ୍ୟର ଶାସକ ଦଳ ଡ୍ରାମା କରୁଥିବା ବେଳେ ମା- ଭଉଣୀଙ୍କ ଇଜ୍ଜତ ଉପରକୁ ହାତ ଉଠାଇବାକୁ ପଛାଇ ନ ଥିଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାର ଶାସନକୁ ଆସିଲା ବେଳେ ଓଡିଶାରୁ କୋଟିଏ ଘରୁ ୨୦ ଲକ୍ଷ ଘରେ ରୋଷେଇ ଗ୍ୟାସ ସଂଯୋଗ ଥିଲା । ସାଢେ ତିନି ବର୍ଷରେ ଏହି ସଂଖ୍ୟା ୫୨ ଲକ୍ଷରେ ପହଂଚିଛି । କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତାରେ ୧୭ ଲକ୍ଷ ଏଲପିଜି ସଂଯୋଗ ପ୍ରଧାନମନ୍ତ୍ରୀ
ଉଜ୍ୱଳା ଯୋଜନାରେ ଦିଆଯିବା କାର୍ଯ୍ୟ ମୋଦି ସରକାରର କାର୍ଯ୍ୟ ସଂସ୍କୃତିର ପ୍ରମାଣ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ପ୍ରଥମ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ ପାଇଥିବା ମହିଳା ବୀଣାପାଣି ନାୟକଙ୍କ ଘରେ ଚା ପିଇଥିଲେ ଶ୍ରୀ ପ୍ରଧାନ । ଏଲପିଜି ତୁଳନାରେ ପିଏନଜିର ଖର୍ଚ ଝଂଝଟରୁ ମୁକ୍ତି ସହ ୩୦ ପ୍ରତିଶତ କମ
ରହିବ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଯାତ୍ରୀ ଯାତାୟତ କ୍ଷେତ୍ରରେ ସିଏନଜି ବ୍ୟବହାର ଲାଭଦାୟକ ହେବ । ଇନ୍ଧନ ଖର୍ଚ ୩୦ ପ୍ରତିଶତ କମ ହେଲେ ଗରୀବ ଅଟୋ ଡ୍ରାଇଭରର ମାସକୁ ଦେଢ ହଜାରରୁ ଦୁଇ ହଜାର ଟଙ୍କାର ଖର୍ଚ କମ ହେବ ବୋଲି ସେ କହିଛନ୍ତି । ଉର୍ଜା ଗଙ୍ଗା ଦ୍ୱାରା ଓଡିଶାର ଶିଳ୍ପାୟନ ଓ ଯୁବ ପୀଢୀ ହାତରେ କାମରେ ଦୃତ ଉନ୍ନତି ଘଟିବ । ଓଡିଶାରେ ଗ୍ୟାସ ଇନ୍ଧନ ଉପଲବ୍ଧ ନ ଥିବା କାରଣରୁ ଉପôାଦନ ମୂଲ୍ୟ ଅଧିକ ରହୁଛି ଓ ଉପôାଦର ମାନ ବିଶ୍ୱ ବଜାର ଉପଯୋଗୀ ହେଉ ନାହିଁ । ଉତମ ମାନର ଲୁହାପଥର, ଆଲୁମିନିୟମ ଓଡିଶାରେ ଥିଲେ ମଧ୍ୟ ଓଡିଶା ଲାଭ ନେଇ ପାରୁ ନାହିଁ । ଗେଲର ଅଧିକାରୀ ମାନଙ୍କୁ ଏହି କାମକୁ ଆହୁରି ଅଧିକ
ତ୍ୱରାନ୍ୱିତ କରିବା ପାଇଁ ସେ ନିର୍ଦେଶ ଦେଇଛନ୍ତି ।

Share in top social networks!
Powered By Indic IME