“ଭାଷଣରୁ ନୁହେଁ ଚିନ୍ତନରୁ ହିଁ ବିକାଶ ସମ୍ଭବ’

548909_416855085036374_1484601797_n
ଡା. ଦାମୋଦର ରାଉତ
ସାଧାରଣ ଲୋକଙ୍କ ମନକୁ ମୋହିଲା ଭଳି ଖାଲି ଭାଷଣ ଦେଲେ ବିକାଶ ହୁଏ ନାହିଁ । ଚିନ୍ତନରୁ ହିଁ ବିକାଶ ଆସିଥାଏ । ଅତୀତ ହିଁ ଭବିଷ୍ୟତକୁ ବାଟ ଦେଖାଏ । ଆମର ନିଜର ଜନ୍ମମାଟି ଓଡ଼ିଶାର ଅତୀତ ଏବଂ ବର୍ତ୍ତମାନକୁ ତୁଳନା କଲେ ତାହା ବେଶ୍ ବୁଝି ହେବ । କେଇ ବର୍ଷ ତଳେ ଶ୍ରୀକ୍ଷେତ୍ର ପୁରୀର ଏମାର ମଠର ଏକ ପରିତ୍ୟକ୍ତ ବନ୍ଦ ଗୃହରୁ ପ୍ରାୟ ୯୦ କ୍ୱିଣ୍ଟାଲ ରୂପା ଇଟା ଉଦ୍ଧାର କରାଯାଇଥ#ବା କାହାକୁ ଅବିଦିତ ନୁହେଁ । ରୁପାକୁ ତରଳାଇ ଇଟା ପ୍ରସ୍ତୁତ କରାଯାଇଥ#ଲା ଏବଂ ସେହି ଇଟା ଉପରେ ବି୍ରଟିଶ୍ ଶାସକ ପଞ୍ଚମ ଜଜ୍ଙ୍କର ଫଟୋ ମୁଦି୍ରତ ଥ#ଲା । ଅବଶ୍ୟ ରୁପା ଇଟାଗୁଡ଼ିକୁ ବର୍ତ୍ତମାନ ସରକାରଙ୍କ ଟ୍ରେଜେରୀରେ ଗଚ୍ଛିତ ରଖାଯାଇଛି । କିନ୍ତୁ ଏହି ବିପୁଳ ପରିମାଣର ରୁପା ଇଟା ଉଦ୍ଧାର ପଛରେ ରହିଥ#ବା କାରଣକୁ କେହି ତ ଅନୁଶୀଳନ କରିନାହାଁନ୍ତି । ସମ୍ଭବତଃ ଏହି ରୁପା ଇଟାଗୁଡ଼ିକୁ ବି୍ରଟିଶ୍ ଶାସକବର୍ଗ ଓଡ଼ିଶାରୁ ଜାହାଜ ଯୋଗେ ଲଣ୍ଡନ ନେଇଯିବାକୁ ଚାହୁଁଥ#ଲେ । ସେତେବେଳକୁ ସ୍ୱାଧୀନତା ଆନ୍ଦୋଳନ ବୋଧହୁଏ ବ୍ୟାପକତର ହୋଇଥ#ଲା । ସେଥ#ପାଇଁ ସେମାନେ ତାକୁ ଏମାର ମଠର ଗୋଟିଏ କୋଠରୀ ଭିତରେ ଲୁMାୟିତ ଭାବେ ରଖ#ଥ#ଲେ ।
୧୪୯୮ ଖ୍ରୀଷ୍ଟାବ୍ଦରେ ପର୍ତ୍ତୁଗୀଜ ନାବିକ ଭାସ୍କୋଡ଼ାଗାମା ପ୍ରଥମେ ଭାରତର ପଶ୍ଚିମ ଉପକୂଳ କାଲିକଟଠାରେ ପହଞ୍ଚିଥ#ଲେ । ପରେ ୧୬୦୩ରେ ବି୍ରଟିଶ୍ ଇଷ୍ଟଇଣ୍ଡିଆ କମ୍ପାନୀ ଭାରତକୁ ଆସିଲା । ଉଭୟଙ୍କ ଉଦ୍ଦେଶ୍ୟ ଥ#ଲା ବେପାର କରିବା । କାରଣ ସେମାନେ ଶୁଣିଥ#ଲେ ଭାରତ ହେଉଛି ସୁନାର ଦେଶ । ବେପାର ଉଦ୍ଦେଶ୍ୟରେ ଯଦିଓ ୧୪୯୮ ଖ୍ରୀଷ୍ଟାବ୍ଦରେ ବିଦେଶୀ ବଣିକମାନେ ମାଡ୍ରାସ ଉପକୂଳରେ ପହଞ୍ଚିଥ#ଲେ, ୧୬୦୩ ଖ୍ରୀଷ୍ଟାବ୍ଦ ବେଳକୁ ଦିଲ୍ଲୀରେ ପହଞ୍ଚି ସମ୍ରାଟଙ୍କଠାରୁ ଭାରତରେ ବାଣିଜ୍ୟ କରିବାର ଅଧ#କାର ହାସଲ କରିଥ#ଲେ । ୧୬୦୩ ଖ୍ରୀଷ୍ଟାବ୍ଦ ବେଳକୁ ଇଷ୍ଟଇଣ୍ଡିଆ କମ୍ପାନୀର ଶାସନ କେନ୍ଦ୍ର ଥ#ଲା ବଙ୍ଗଳାର କୋଲକାତା ସହର । ଏହାର ଦୀର୍ଘ ୨୦୦ ବର୍ଷ ପରେ ୧୮୦୩ ଖ୍ରୀଷ୍ଟାବ୍ଦରେ ସେମାନେ ଓଡ଼ିଶା ଦଖଲ କରିବାକୁ ସକ୍ଷମ ହୋଇଥ#ଲେ । ଏହାର କାରଣ କ’ଣ ? ତାକୁ ଅନୁସନ୍ଧାନ କରି ଏ ପିଢ଼ିର ଓଡ଼ିଆମାନଙ୍କୁ ଏପର୍ଯ୍ୟନ୍ତ ସମ୍ୟକ ଭାବରେ ଅବଗତ କରାଇବା ପାଇଁ ପ୍ରାୟତଃ ପ୍ରୟାସ ପ୍ରକଟ ହୋଇପାରିଲା ନାହିଁ କିମ୍ବା ୧୬୦୩ ମସିହା ପର୍ଯ୍ୟନ୍ତ ବଙ୍ଗୋପସାଗର ନାମ ଯେ, କଳିଙ୍ଗସାଗର ଥ#ଲା ଏକଥା ଅନେକ ଜାଣିଲେ ନାହିଁ ।
ପ୍ରାୟତଃ ତ୍ରୟୋଦଶ ଶତାବ୍ଦୀର ଶେଷଭାଗ କିମ୍ବା ଚତୁର୍ଦ୍ଦଶ ଶତାବ୍ଦୀର ପ୍ରଥମଭାଗ ପର୍ଯ୍ୟନ୍ତୟୁରୋପୀୟମାନେ ଜାହାଜ ନିର୍ମାଣ କରିବାକୁ ସକ୍ଷମ ହୋଇ ନଥ#ଲେ । ସେଥ#ପାଇଁ ବିଶ୍ୱର କୌଣସି ଦେଶ ଜଳପଥରେ ସମୁଦ୍ର ପାର ହୋଇ ଅନ୍ୟ ଦେଶକୁ ଯାଇ ବାଣିଜ୍ୟ କରିପାରୁ ନଥ#ଲେ । କିନ୍ତୁ ପ୍ରାୟ ୩ ହଜାର ବର୍ଷରୁ ଅଧ#କ ହେବ ଆମର ପୂର୍ବପୁରୁଷ ଓଡ଼ିଆମାନେ ସାତ ସମୁଦ୍ର ପାର ହୋଇ ଇଣ୍ଡୋନେସିଆ, ମ୍ୟାଲେସିଆ, କାମ୍ବୋଡ଼ିଆ, ଚୀନ ଏବଂ ଜାପାନ ପରି ଦେଶକୁ ପାଲଟଣା ବୋଇତରେ ଯାଇ ବଣିଜ
କରୁଥ#ଲେ । ଆମ ରାଜ୍ୟରୁ ପ୍ରାୟ ୨୧ ପ୍ରକାରର ବାସନା ଚାଉଳ (ଆରୋମେଟିକ୍ ରାଇସ୍), ଲାଖ, ମହୁ, ତାରକସି ଏବଂ ସୂକ୍ଷ୍ମବସ୍ତ୍ର ନେଉଥ#ଲେ ଏବଂ ଫେରିଲା ବେଳକୁ ସୁନା, ରୂପା, ମୋତି, ମାଣିକ୍ୟ ଆଦି ମୂଲ୍ୟବାନ ସମ୍ପଦ ଆଣୁଥ#ଲେ । ଆମ ମାଟିର ଐଶ୍ୱର୍ଯ୍ୟ, ବୈଭବ, ସାହସ ଏବଂ ବୀରତ୍ୱକୁ ବିଚାର କରି ସେତବେଳର ଉଡ୍ର ଦେଶକୁ କୁହାଯାଉଥ#ଲା କଳିଙ୍ଗ ଏବଂ ଆମ ପୂର୍ବପୁରୁଷଙ୍କୁ କୁହାଯାଉଥ#ଲା “କଳିଙ୍ଗାଃ ସାହସିକାଃ’ । କାଠରେ ତିଆରି ବୋଇତରେ ପାଲଟାଣି ପବନର ଦିଗବାରି ସମୁଦ୍ରର ଢେଉ କାଟି ଦରିଆକୁ ବଣିଜ କରିବାକୁ ଯାଉଥ#ବା ଆମର କୁଶଳୀ ପୂର୍ବପୁରୁଷଙ୍କୁ କୁହାଯାଉଥ#ଲା ସାଧବପୁଅ । ତେବେୟୁରୋପୀୟମାନେ ଜଳଜାହାଜ ତିଆରି କରିବା ପରେ ସମୁଦ୍ର ପଥରେ ବାଣିଜ୍ୟ କଲେ । ଆମର ସାଧବପୁଅମାନେ ପାଲଟଣା ବୋଇତରେ ଗଲାବେଳେ ସେମାନେ ଆମ ବୋଇତକୁ ସମୁଦ୍ରରେ ବୁଡ଼ାଇ ଦେଲେ । ସାଧବପୁଅଙ୍କୁ ମାରି ଫିଙ୍ଗି ଦେଲେ । ଆମର ନୌବାଣିଜ୍ୟ ବନ୍ଦ ହୋଇଗଲା ଏବଂୟୁରୋପୀୟମାନେ ସାମୁଦି୍ରକ ବାଣିଜ୍ୟ ଆରମ୍ଭ କରିଦେଲେ । ପ୍ରତିବାଦରେ ଆମ ପୂର୍ବପୁରୁଷମାନେ ବଜ୍ର ଶପଥ ନେଲେ । ବିଦେଶୀ ଜାହାଜକୁ ଆମ ଉପକୂଳରେ ଲଙ୍ଗର ପକାଇ ଦେଲେ ନାହିଁ । ସେତେବେଳେ ଓଡ଼ିଶାର ଉପକୂଳରେ ପ୍ରାୟ ୫୦ଟି ନଦୀମୁହାଣ ଥ#ଲା ଯେଉଁଠି ନଦୀର ସ୍ରୋତ ସମୁଦ୍ରରେ ଲୀନ ହେଉଥ#ଲା । ସେସବୁ ଥ#ଲା ନୌବାଣିଜ୍ୟ ବନ୍ଦର । ଗଞ୍ଜାମ, ଖୋର୍ଦ୍ଧା, କୁଜଙ୍ଗ ଏବଂ କନିକାର ପ୍ରଜାମାନେ ସମୁଦ୍ର କୂଳରେ ଗଡ଼ ତିଆରି କଲେ । ସେହି ଗଡ଼ ଉପରେ ରହି ଆଜିକାଲିର ସୀମାନ୍ତ ସୈନ୍ୟଙ୍କ ଭଳି ପହରା ଦେଲେ । ସମୁଦ୍ର ଉପକୂଳରେ ବିଦେଶୀ ଜାହାଜ ଆସିବା ଦେଖ#ଲେ: ଖାଲି ବୋଇତରେ ଯାଇ ସେମାନଙ୍କୁ ଆକ୍ରମଣ କଲେ । ନାବିକମାନଙ୍କୁ ହତ୍ୟା କଲେ ଏବଂ ବିଦେଶୀ ଜାହାଜରୁ ଧନସମ୍ପଦ ଲୁଟି ଆଣିଲେ । ଗୋଟିଏ ହେଲେ ବିଦେଶୀ ଜାହାଜକୁ ଓଡ଼ିଶା ଉପକୂଳରେ ଲଙ୍ଗର ପକାଇବାକୁ ଦେଲେ ନାହିଁ । ବାଧ୍ୟ ହୋଇ ବି୍ରଟିଶ୍ ଲୋକେ କୋଲକାତାର ହୁଗୁଳି ନଦୀକୁ ଖୋଳି ସମୁଦ୍ର ପର୍ଯ୍ୟନ୍ତ ଆଣି ଏକ ନଦୀବନ୍ଦର ତିଆରି କଲେ ଏବଂ ସବୁ ବିଦେଶୀ ଜାହାଜ କୋଲକାତା ବନ୍ଦରକୁ ଯିବାକୁ ଲାଗିଲା । ସେଥ#ପାଇଁ ଆମର କଳିଙ୍ଗସାଗର ବଙ୍ଗୋପସାଗରରେ ପରିଚିତ ହେଲା । ଆମର ପାରମ୍ପରିକ ନୌବାଣିଜ୍ୟ ବନ୍ଦ ହୋଇଯିବା ଫଳରେ ଆମେ ଗରିବ ହେବାକୁ ଲାଗିଲୁ । ସମଗ୍ର ଉତ୍ତର ଭାରତ ବି୍ରଟିଶ୍ ଶାସନ ଅଧୀନରେ ରହିଥ#ବା ବେଳେ ଆମେ କଳିଙ୍ଗବାସୀ ବିଦେଶୀ ଶାସନରୁ ମୁକ୍ତ ରହିଥ#ଲୁ । ତେବେ ୧୮୦୩ ମସିହାରେ ବି୍ରଟିଶ୍ ଶାସକବର୍ଗ ଆମ ରାଜ୍ୟରେ ପ୍ରବେଶ କଲେ । ସେତେବେଳେ ମଧ୍ୟ ଇଂରେଜକୁ ଜୟୀରାଜଗୁରୁଙ୍କ ନେତୃତ୍ୱରେ ପ୍ରବଳ ବିରୋଧ କରାଗଲାା ଏହି ବିଦ୍ରୋହକୁ ଖୋର୍ଦ୍ଧା, କୁଜଙ୍ଗ, କନିକା ଆଦି ତିନୋଟି ରାଜ୍ୟର ପ୍ରଜାମାନେ ସମର୍ଥନ କଲେ । ମାତ୍ର ଅଳ୍ପ କେଇଦିନ ପରେ ବିଦ୍ରୋହ ବିଫଳ ହେଲା । ତେବେ ପୁନର୍ବାର ୧୮୧୭ରୁ ୧୮୨୭ ପର୍ଯ୍ୟନ୍ତ ପୂଣ୍ୟାତ୍ମା ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକ ବିଦ୍ରୋହ ସଂଗଠିତ ହେଲାା ଆତଙ୍କିତ ଶାସକବର୍ଗ କଠୋର ଭାବରେ ଦମନଲୀଳା ଆରମ୍ଭ କଲେ । ପାଇକ ବିଦ୍ରୋହରେ ଆମେ ଇଂରେଜମାନଙ୍କୁ ହରାଇ ପାରିଲୁ ନାହିଁ ସତ, କିନ୍ତୁ ଏହାଥ#ଲା ଭାରତବର୍ଷରେ ପ୍ରଥମ ସ୍ୱାଧୀନତା ସଂଗ୍ରାମ । ସ୍ୱାଧୀନ ଭାରତ ଇତିହାସରେ ତାକୁ ମଧ୍ୟ ଆମେ ଉଲ୍ଲେଖ କରିବାରେ ସକ୍ଷମ ହୋଇ ପାରିଲୁ ନାହିଁ । ବରଂ ଧର୍ମାନ୍ଧତା ଓ ଅନ୍ଧବିଶ୍ୱାସରେ ଘଟିଥ#ବା ସିପାହୀ ବିଦ୍ରୋହକୁ ଇତିହାସରେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଉଲ୍ଲେଖ ରହିଲା । ବୋଧହୁଏ ସେହି କାରଣରୁ ୧୮୦୩ ମସିହାରୁ ୧୯୪୭ ଯାଏଁ ବି୍ରଟିଶ୍ ଶାସକବର୍ଗ ଆମ ଉପରେ ପ୍ରତିଶୋଧ ନେଲେ । ନୌବାଣିଜ୍ୟ ଫଳରେ ଆମେ ଯେତେସବୁ ମୂଲ୍ୟବାନ ଧନସମ୍ପଦ ଗଚ୍ଛିତ ରଖ#ଥ#ଲୁ ତାକୁ ଲୁ=ନ କରି ନେଇଯିବା ପରେ ଶେଷକୁ ରାଜ୍ୟରୁ ରୂପା ସବୁ ଲୁ=ନ କରି ତାକୁ ତରଳାଇ ଇଟା ପ୍ରସ୍ତୁତ କରି ନେଇଯିବାକୁ ବସିଥ#ଲେ, ମାତ୍ର ନେଇପାରିଲେ ନାହି ଁ ।
ଏହିସବୁ କାରଣକୁ ଯଦି ପ୍ରକୃତରେ ଅନୁଧ୍ୟାନ କରାଯାଏ ତାହାହେଲେ ପ୍ରାକୃତିକ ସମ୍ପଦଭରା ଓଡ଼ିଶା ଅନଗ୍ରସର ହୋଇ ରହିଲା କାହିଁକି, ତାହା ସହଜରେ ବୁଝା ପଡ଼ିବ । ଆମର ଖଣିଖାଦାନରେ, ବଣଜଙ୍ଗଲରେ, ନଦନଦୀରେ ଏବଂ ସମୁଦ୍ର ବେଳାଭୂମିରେ Cଶ୍ୱର ଯେଉଁ ଅକଳନ୍ତି ପ୍ରାକୃତିକ ସମ୍ପଦ ଭରି ଦେଇଛନ୍ତି ତାକୁ ବିନିଯୋଗ କରି ଆମ ରାଜ୍ୟକୁ ସମୃଦ୍ଧ କରିବା ସମ୍ଭବ ହୋଇ ପାରିଲା ନାହିଁ । କାରଣ ସ୍ୱାଧୀନତା ପରେ ଆମର ସଂଘୀୟ ରାଷ୍ଟ୍ରରେ ଯେଉଁମାନେ ଶାସନ ଦାୟିତ୍ୱ ନେଲେ ବି୍ରଟିଶ ଶାସନ ଭଳି ସେମାନେ ମଧ୍ୟ ଆମ ରାଜ୍ୟକୁ ଅଣଦେଖା କଲେ ।
ତେବେ ସ୍ୱାଧୀନତାର ଅବ୍ୟବହିତ ପୂର୍ବରୁ ସ୍ୱର୍ଗତ ବିଜୁ ପଟ୍ଟନାୟକ ରାଜଦ୍ରୋହ ଅପରାଧରେ ହଜାରେ ଦିନ ବି୍ରଟିଶ୍ ଜେଲ୍ରେ ରହିବା ପରେ ଯେତେବେଳେ ମୁକ୍ତିଲାଭ କଲେ ସେ ନିଜର ଜନ୍ମଭୂମିକୁ ଚାହିଁ ଦେଖ#ଲେ । ଚାରିଆଡେ଼ ହା’ହାକାର, ଦାରିଦ୍ର୍ୟ, ଅନାହାର, ଅଶିକ୍ଷା ଓ ବ୍ୟାଧ# ଭରି ରହିଛି । ଏତେ ସବୁ ପ୍ରାକୃତିକ ସମ୍ପଦ ଥାଇ ମଧ୍ୟ ଓଡ଼ିଶାରେ ଗୋଟିଏ ହେଲେ ଶିଳ୍ପ ନାହିଁ । ଶିଳ୍ପଜାତ ଦ୍ରବ୍ୟ ବିପଣନ କରି ଅର୍ଥ ଉପାର୍ଜନ କିମ୍ବା ନିଯୁକ୍ତି ପ୍ରଦାନ କ୍ଷେତ୍ରରେ କିଛି କରାଯାଇ ନାହିଁ । ମନ ତାଙ୍କର ବିଦ୍ରୋହ କଲା ଏବଂ ଅସୀମ ପ୍ରାକୃତିକ ସମ୍ପଦର ମାଲିକ ଓଡ଼ିଆ ଜାତି ଗରିବ ହୋଇ ରହିବ ଏକଥାକୁ ସେ ସହ୍ୟ କରିପାରିଲେ ନାହିଁ । ଆରମ୍ଭ ହେଲା ତାଙ୍କର ଶିଳ୍ପ ପ୍ରତିଷ୍ଠା ପ୍ରୟାସ । ବୟନଶିଳ୍ପରେ ୩ ହଜାର ବର୍ଷ ତଳର ଆମର ପୂର୍ବପୁରୁଷଙ୍କ ନିଖୁଣତାକୁ ସ୍ମରଣ କରି ସେ ପ୍ରଥମେ ଆରମ୍ଭ କଲେ ଚୌଦ୍ୱାରଠାରେ ଗୋଟିଏ ଲୁଗାକଳ, ଯାହା ଓଟିଏମ୍ ନାମରେ ଖ୍ୟାତି ଲାଭ କଲା । କଟକ ସହରରେ ଏମୁଣ୍ଡରୁ ସେମୁଣ୍ଡଯାଏଁ ୧୦ ଟଙ୍କାର ସେୟାର ବିକି୍ର କରି ଏବଂ ଜଣେ ଦୁଇଜଣ ଦେଶୀୟ ରାଜାଙ୍କ ଅନାହୂତ ଆଥ#ର୍କ ସହାୟତା ଲାଭ କରି ସେ ସଫଳତା ପାଇଲେ । ଆରମ୍ଭ କଲେ କଳିଙ୍ଗ ଟୁ୍ୟବ୍ସ, ଓଡ଼ିଶା ଇଣ୍ଡଷ୍ଟ୍ରୀଜ୍, କଳିଙ୍ଗ ଆଇରନ୍ ଓ୍ୱାର୍କସା ସଫଳ ଶିଳ୍ପାୟନ ହେଲେ ଯାହା ହୁଏ ତାହା ହିଁ ହେଲା । ବିଜୁ ପଟ୍ଟନାୟକ ହଠାତ୍ ହଜାରେ କୋଟି ଟଙ୍କାର ମାଲିକ ବନି ଗଲେ । ତା’ସଙ୍ଗେ ସଙ୍ଗେ ରାଜ୍ୟ ରାଜନୀତିରେ ଳଗାତାର ଭାବେ ନିର୍ବାଚିତ ପ୍ରତିନିଧ# ମଧ୍ୟ ହେଲେ । ନିଜର ସୃଜନଶୀଳ ଚିନ୍ତା ଏବଂ ସାଙ୍ଗଠନିକ ଶକ୍ତି ବଳରେ ୧୯୬୧ ମସିହାରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇପାରିଲେ । ବି୍ରଟିଶ୍ ଶାସନ ସମୟରେ ଜଣେ ବୈମାନିକ ଭାବେ ନିଜର ଦୁଃସାହସ ଯୋଗୁଁ ଦେଶପ୍ରୀତିର ପରାକାଷ୍ଠା ଦେଖାଇଥ#ଲୋ ଇଣ୍ଡୋନେସିଆର ସ୍ୱାଧୀନତା ଆନ୍ଦୋଳନ, ଚୀନ୍ ଆକ୍ରମଣ ବେଳେ ଅପହଞ୍ଚ ସୀମାନ୍ତରେ ସୈନ୍ୟମାନଙ୍କୁ ଖାଦ୍ୟବସ୍ତ୍ର ଯୋଗାଇବା, ସ୍ୱାଧୀନତା ପରେ ପରେ ଉଡ଼ାଜାହାଜରେ ସେତେବେଳର ବୈଦେଶିକ ମନ୍ତ୍ରୀ ଭି.କେ. କି୍ରଷ୍ଣାମେନନ୍ଙ୍କୁ ରାଜା ହରି ସିଂଙ୍କ ପାଖରେ ପହଞ୍ଚାଇ ଜାମ୍ମୁ କାଶ୍ମୀରର ଭାରତରେ ମିଶ୍ରଣ ନିମନ୍ତେ ସ୍ୱୀକୃତିପତ୍ର ଆଣିବା ଆଦି ଘଟଣା ଯୋଗୁଁ ସେ ପଣ୍ଡିତ ନେହେରୁଙ୍କର ଅତ୍ୟନ୍ତ ବିଶ୍ୱସ୍ତ ଓ ଆଦରଣୀୟ ହୋଇ ପାରିଥ#ଲେ । ସେଥ#ଯୋଗୁଁ ମୁଖ୍ୟମନ୍ତ୍ରୀ ହେଲା କ୍ଷଣି ପ୍ରଧାନମନ୍ତ୍ରୀଙ୍କୁ ପ୍ରଭାବିତ କରି ବିଖ୍ୟାତ ଇଞ୍ଜିନିୟର ଡ. ଏ.ଏନ.ଖୋସ୍ଲାଙ୍କୁ ଓଡ଼ିଶା ରାଜ୍ୟପାଳ କରି ଆଣିଲେ । ତାଙ୍କୁ ଗୋଟିଏ ଛୋଟିଆ ବିମାନରେ ଓଡ଼ିଶା ସାରା ବୁଲି ଆମର ଖଣିଖାଦାନ, ବଣଜଙ୍ଗଲ ଓ ବେଳାଭୂମିରେ ଯେତେସବୁ ପ୍ରାକୃତିକ ସମ୍ପଦ ଅଛି ତାକୁ ଆକଳନ କରି ଏକ ନୀଳ ନକ୍ସା ପ୍ରସ୍ତୁତ କରିବା ପାଇଁ ଅନୁରୋଧ କଲେ ଏବଂ ନିଜର ଅଭି«ା ପ୍ରକାଶ କରି କହିଲେ “ମୁଁ ଗୋଟିଏ ଦଶନ୍ଧିରେ ଓଡ଼ିଶାର ଭାଗ୍ୟ ବଦଳାଇବାକୁ ଚାହେଁ ମୋତେ ଗୋଟିଏ ନୀଳନକ୍ସା କରି ଦିଅନ୍ତୁ ।’ ରାଜ୍ୟପାଳ ଡକଫର ଖୋସ୍ଲାଙ୍କ ସାହାଯ୍ୟରେ ଏକ ନୀଳ ନକ୍ସା ପ୍ରସ୍ତୁତ ହେଲା । ଯାହାର ନାମ ଥ#ଲା “ଡିକେଡ୍ ଅଫ୍ ଡେଷ୍ଟିନି’ା ଆରମ୍ଭ ହେଲା ଓଡ଼ିଶାର ନିର୍ମାଣ ଯୁଗ । ପାରାଦ୍ୱୀପ ବନ୍ଦର, ବାଲିମେଳା ପ୍ରକଳ୍ପ, ତାଳଚେର ତାପଜ ବିଦୁ୍ୟତ୍ କେନ୍ଦ୍ର, ଏକ୍ସପ୍ରେସ୍ ହାଇେଓ୍ୱ, ଦୁଇ ଦୁଇଟା ମେଡିକାଲ କଲେଜ, ଦୁଇଟି ନୂଆ ବିଶ୍ୱବିଦ୍ୟାଳୟ, ଦୁଇଟି ଇଂଜିନିୟରିଂ କଲେଜ ଇତ୍ୟାଦି ଇତ୍ୟାଦି । ମାତ୍ର ପଣ୍ଡିତ ନେହେରୁଙ୍କ ଦେହାନ୍ତ ପରେ ଆରମ୍ଭ ହୋଇଗଲା କେନ୍ଦ୍ରୀୟ ଅବହେଳା । ତାଙ୍କର ସ୍ୱପ୍ନର ଓଡ଼ିଶା ଗଠନ ଗୁରୁତର ଭାବେ ବାଧାପ୍ରାପ୍ତ ହେଲା । ଶିଳ୍ପ ପ୍ରତିଷ୍ଠା ନିମନ୍ତେ ବୈଦେଶିକ ମୁଦ୍ରା ବିନିଯୋଗ ପାଇଁ କେନ୍ଦ୍ର ଅନୁମତି ଦେଲା ନାହିଁ । ଓଡ଼ିଶାର ଅନେକ ନ୍ୟାର୍ଯ୍ୟ ଦାବିକୁ କେନ୍ଦ୍ରର ନେତୃତ୍ୱ ଅଣଦେଖା କଲେ । ମନର ବିଦ୍ରୋହକୁ ସମ୍ଭାଳି ପାରିଲେ ନାହିଁ । କଂଗ୍ରେସ ତ୍ୟାଗ କଲେ । ଆରମ୍ଭ କଲେ ଏକ ଆଞ୍ଚଳିକ ଦଳ । ଗୋଟିଏ ଲକ୍ଷ୍ୟ, ଓଡ଼ିଆ ଜାତିର ସ୍ୱାଭିମାନ ଏବଂ ଓଡ଼ିଶାର ସ୍ୱାର୍ଥ । ଏହାକୁ ହାସଲ କରିବା ପାଇଁ ସବୁ କିଛି ତ୍ୟାଗ କରି କେବଳ କେନ୍ଦ୍ର ଅବହେଳା ବିରୁଦ୍ଧରେ ସଂଗ୍ରାମ କରିବା ତାଙ୍କ ଜୀବନର ସଂକଳ୍ପ ହେଲା । ନବେ ଦଶକରେ ସ୍ୱତନ୍ତ୍ର ଆଥ#ର୍କ କ୍ଷମତା ପାଇଁ ଦାବି କଲେ । ବୈଦେଶିକ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଥ#ବା ନିୟନ୍ତ୍ରଣକୁ ସଂଶୋଧନ କରିବା ପାଇଁ ଦାବି ଜଣାଇଲେ । ଗ୍ରାମାଞ୍ଚଳ ବିକାଶ କ୍ଷେତ୍ରରେ ରାଜ୍ୟ ଯୋଜନାର ୧୮ରୁ ୨୨ ପ୍ରତିଶତ ଅର୍ଥ ବରାଦକୁ ପରିବର୍ତ୍ତନ କରି ୫୭ ପ୍ରତିଶତ ଅର୍ଥ ବ୍ୟବସ୍ଥା କଲେ । ଭାରତବର୍ଷରେ ପ୍ରଥମଥର ପାଇଁ ମହିଳାମାନଙ୍କୁ ସାମ୍ବିଧାନିକ କ୍ଷମତା ଦେଲେ ଏବଂ ଓଡ଼ିଆ ଜାତି ପାଖରେ ସେ ହୋଇଗଲେ ପ୍ରବାଦ ପୁରୁଷ । ପ୍ରତ୍ୟେକ ଓଡ଼ିଆଙ୍କ ମନ ଭିତରେ ସେ ହେଲେ ମୁକୁଟ ବିହୀନ ସମ୍ରାଟ ।
୧୯୯୭ ମସିହା ଏପି୍ରଲ ୧୭ ତାରିଖରେ ହଠାତ୍ ତାଙ୍କର ଦେହାନ୍ତ ହେଲା । ବହୁ ଅନୁରୋଧ କ୍ରମେ ତାଙ୍କର କନିଷ୍ଠ ପୁତ୍ର ଶ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ରାଜନୀତିକୁ ଆସିଲେ । ଓଡ଼ିଶାବାସୀଙ୍କ ଅକୁ=ିତ ସ୍ନେହଶ୍ରଦ୍ଧା ପାଇ କେନ୍ଦ୍ରରେ ମନ୍ତ୍ରୀ ହେଲେ । ୨୦୦୦ ମସିହାରୁ ଏପର୍ଯ୍ୟନ୍ତ ଓଡ଼ିଶାକୁ ନେତୃତ୍ୱ ଦେଇ ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ଭାବରେ ଓଡ଼ିଶାବାସୀଙ୍କୁ ସେବା ଯୋଗାଇ ଦେଉଛନ୍ତି ଏବଂ ପିତାଙ୍କ ସେହି ନୀଳ ନକ୍ସା ଗୋଟିଏ ଦଶନ୍ଧିରେ ଭାଗ୍ୟ ବଦଳାଇବା ଯେଉଁ ମୂଳମନ୍ତ୍ର ଥ#ଲା, ତାକୁ ଆଧାର କରି ଓଡ଼ିଶାକୁ ଏକ ନମ୍ବର ରାଜ୍ୟ କରିବା ପାଇଁ ସଂକଳ୍ପ ନେଇଛନ୍ତି । କେବେ ପ୍ରଗଳ୍ଭ ହୋଇ ଭାଷଣ ଦେଉ ନାହାଁନ୍ତି । ଅଳ୍ପ କଥା କହି ବହୁ ବେଶୀ କାମ କରୁଛନ୍ତି । ଓଡ଼ିଶାର ବିକାଶ ଓ ଓଡ଼ିଶାର ଉ‹ାନ ପାଇଁ କ’ଣ କରାଯିବ ସେଥ#ପାଇଁ ସ୍ୱଚିନ୍ତନ ଓ ସ୍ୱପରିକଳ୍ପନା କରି ତାକୁ କାର୍ଯ୍ୟରେ ପରିଣତ କରୁଛନ୍ତି । ଆମର ପ୍ରଧାନମନ୍ତ୍ରୀଙ୍କ ଭଳି ଭାଷଣବାଜି କରୁ
ନାହାଁନ୍ତି । ନିଜର ଚିନ୍ତା ଓ ଚେତନାରୁ ଓଡ଼ିଶାକୁ ଅନେକ ବାଟ ଆଗେଇ ନେବା ଏବଂ ଜୀବଦ୍ଦଶାରେ ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ତାଙ୍କର ପରିକଳ୍ପନା ଓ ଚିନ୍ତନ ଅବାରିତ ରହିଛି । ସେଥ#ପାଇଁ ମୋର ମତ ହେଲା କେବଳ ଭାଷଣରେ ନୁହେଁ ନିଜର ଚିନ୍ତନ ଓ ପରିକଳ୍ପନାରୁ ବିକାଶ ସମ୍ଭବ, ଯାହା ଓଡ଼ିଶାରେ ହୋଇ ପାରିଛି ।

Share in top social networks!
Powered By Indic IME