ପାଇକ ବିଦ୍ରୋହର ଦୁଇ ଶହ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ଦିଲ୍ଲୀରେ ଜାତୀୟ ଆଲୋଚନା ଚକ୍ର: ଯୋଗଦେବେ ଦେଶବିଦେଶର ଗବେଷକ

ଦିଲ୍ଲୀରେ ପାଇକ ବିଦ୍ରୋହର ଦୁଇ ଶହ ବର୍ଷ ପୂର୍ତ୍ତି ଅବସରରେ ଏକ ଜାତୀୟ ଆଲୋଚନା ଚକ୍ର ଆୟୋଜନ କରାଯାଉଛିା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓ ଦିଲ୍ଲୀର “ଇଣ୍ଟେଲେକଫ’ ସଂଗଠନ ସହଯୋଗରେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସେଣ୍ଟରଠାରେ ଆସନ୍ତା ୨୧ ଓ ୨୨ ତାରିଖ ଦୁଇଦିନ ଧରି ଏହି ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଅବ୍ୟାହତ ରହିଥ#ବା ଉଦ୍ୟମକୁ ଦିଲ୍ଲୀରେ ଏପରି ଆୟୋଜନ ଅଧ#କ ସଶକ୍ତ କରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛିା
୨୧ ତାରିଖ ପୂର୍ବାହ୍ନ ୧୧ଟାରେ ଏହି ଜାତୀୟ ଆଲୋଚନା ଚକ୍ରକୁ ଓଡ଼ିଶାର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍ଘାଟନ କରିବୋ ସଂସ୍କୃତି ବିଭାଗର କମିଶାନର ତଥା ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଓ ବିଭାଗୀୟ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ପଟ୍ଟନାୟକ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବୋ “ଇଣ୍ଟେଲେକଫ’ ଅନୁଷ୍ଠାନ ତରଫରୁ ରାଜ୍ୟସଭା ସାଂସଦ ଶ୍ରୀ ଏ.ଭି. ସ୍ୱାମୀ, ଭାରତୀୟ ବିଦେଶ ସେବାର ବରିଷ୍ଠ ଅଧ#କାରୀ ତଥା କବି ଅମରେନ୍ଦ୍ର ଖଟୁଆ, ଶିକ୍ଷାବିତ୍ ତଥା ଗାନ୍ଧି-ଚିନ୍ତକ ଡ. ଭଗବାନ ପ୍ରକାଶ ଓ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଦେବେନ୍ଦ୍ର ନାଥ ରାଉତ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବୋ
ଜାତୀୟ ଆଲୋଚନା ଚକ୍ରରେ ପାଞ୍ଚଟି ଅଧ#ବେଶନ ସମେତ ପାଇକ ବିଦ୍ରୋହ ସଂପର୍କିତ ଏକ ପ୍ରଦର୍ଶନୀ, କୁଇଜ୍ ପ୍ରତିଯୋଗିତା, ପାଇକ ବିଦ୍ରୋହ ବାବଦରେ ଡିଜିଟାଲ୍ ଉପସ୍ଥାପନା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବା
ଜାତୀୟ ଆଲୋଚନା ଚକ୍ରରେ ଆନ୍ତର୍ଜାତିକ ଓ ଜାତୀୟ ଖ୍ୟାତିସଂପନ୍ନ ଗବେଷକ ଓ ଶିକ୍ଷାବିତ୍ମାନେ ଉପସ୍ଥିତ ରହି “ପାଇକ ବିଦ୍ରୋହ’ ସଂପର୍କରେ ସଂଦର୍ଭ ପାଠ କରିବେ ଓ ଏହି ସଂଗ୍ରାମ ଉପରେ ବିଶଦ ଆଲୋଚନା ହେବା ଟୋକିଓ ବିଶ୍ୱବିଦ୍ୟାଳୟର ପ୍ରଫେସର ଆକିଓ ଟାନାବେ, କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଅନ୍ନପୂର୍ଣ୍ଣା ପାଣ୍ଡେ ଓ ପ୍ରଫେସର ତ୍ରୈଲୋକୀ ପାଣ୍ଡେ, ଭାରତୀୟ ଇତିହାସ ଗବେଷଣା ପରିଷଦର ପ୍ରଫେସର ନାରାୟଣ ରାଓ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଭୈରବୀ ପ୍ରସାଦ ସାହୁ ଓ ପ୍ରଫେସର ଅମର ଫାରୁକି, ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ପି.କେ. ଦତ୍ତ ଓ ଚିନ୍ତାମଣି ମହାପାତ୍ର, କେନ୍ଦ୍ର ସାହିତ୍ୟ ଏକାଡେ଼ମୀର ଡ. ଏ.ଜେ. ଥମାସ୍, ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ବିଶ୍ୱଜିତ୍ ଦାସ ଓ ପ୍ରଫେସର ଅଜୟ ପଟ୍ଟନାୟକ, ଜାତୀୟ ଅଭିଲେଖାଗାର ଡ. ଲଲାଟେନ୍ଦୁ ଦାସମହାପାତ୍ର, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର କମଳାକାନ୍ତ ରାଉଳ, ଡ. ସୁବ୍ରତ ରାଉତ, ଡ. ଦେବପ୍ରୀତ୍ ମଂଜିତ୍, ଡ. ସୁଶାନ୍ତ ବାଗ୍ଙ୍କ ସମେତ ଓଡ଼ିଶାରୁ ପ୍ରଫେସର ଚଣ୍ଡୀପ୍ରସାଦ ନନ୍ଦ, ପ୍ରଫେସର ଭଗବାନ ସାହୁ, ପ୍ରଫେସର ଯତୀନ୍ଦ୍ର ନାୟକ, ପ୍ରଫେସର ନିବେଦିତା ମହାନ୍ତ, ପ୍ରଫେସର ଆଶୋକ ପଟ୍ଟନାୟକ, ପ୍ରଫେସର ଆର୍.ସି. ମିଶ୍ର, ପ୍ରଫେସର ଏଚ୍.କେ. ପରିଜା, ପ୍ରଫେସର ଅଭିରାମ ବିଶ୍ୱାଳ, ଡ. ଧୀରେନ୍ଦ୍ର ନନ୍ଦ, ଭାରତୀୟ ସାଧାରଣ ପ୍ରଶାସନ ଅନୁଷ୍ଠାନର ପ୍ରଫେସର ରାଧାକାନ୍ତ ବାରିକ ଓ ଲେଖକ ଡ. ସତ୍ୟନାରାୟଣ ସାହୁ ମଧ୍ୟ ଏହି ଜାତୀୟ ଆଲୋଚନାରେ ସାମିଲ ହେବୋ