ଅଙ୍ଗନୱାଡି କର୍ମଚାରୀଙ୍କ ନ୍ୟାର୍ଯ୍ୟ ଦାବୀ ଓ ସମସ୍ୟାର ସମାଧାନ କରିବା ପରିବର୍ତେ ଚଂଚକତା କରି ଆନେ୍ଦାଳନକୁ ଭଣ୍ଡୁର କରିବା ପାଇଁ ଚକ୍ରାନ୍ତ କରିଛି ଶାସକ ବିଜେଡି : ବିଜେପି

 ଦୀର୍ଘ ୩୬ ଦିନ ଧରି ଖୋଲା ଆକାଶ ତଳେ ଏବଂ ରାଜ ରାସ୍ତାରେ ଆନେ୍ଦାଳନକାରୀ ଅଙ୍ଗନୱାଡି କର୍ମଚାରୀଙ୍କୁ ଧୋକା ଦେଇଛି ରାଜ୍ୟ ସରକାର
 ଖୋଲା ଆକାଶ ତଳେ ରଖି ଏବଂ ରାଜରାସ୍ତାରେ ବସାଇ ମାଁ ଓ ଭଉଣୀମାନଙ୍କୁ ଅପମାନିତ କରିଛନ୍ତି ରାଜ୍ୟ ସରକାର
 ଅଙ୍ଗନୱାଡି କର୍ମଚାରୀଙ୍କ ନ୍ୟାର୍ଯ୍ୟ ଦାବିକୁ ବିଜେପିର ନୈତିକ ସମର୍ଥନ
PIX_PC_Agri_10-10-2017_2

ଦୀର୍ଘ ଛତିଶ ଦିନ ପରେ ଖୋଲା ଆକାଶ ତଳେ ଆଙ୍ଗନବାଡି କର୍ମୀଙ୍କ ଆନେ୍ଦାଳନ ଓ ମୁଖ୍ୟମନ୍ତ୍ରୀଙ୍କ ସମୁଦ୍ରକୁ ଶଂଖେ ଘୋଷଣା ପରେ ବି ଆନେ୍ଦାଳନ ଚାଲୁ ରହିଥିବା ପରିପ୍ରେକ୍ଷୀରେ ଗଣତାନ୍ତ୍ରିକ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ସମ୍ବନ୍ଧରେ ତଥା ଗଣତାନ୍ତ୍ରିକ ଆନେ୍ଦାଳନକୁ ଭଣ୍ଡୁର କରିବା ପାଇଁ ରାଜ୍ୟ ସରକାରଙ୍କ ଚଂଚକତାପୂର୍ଣ କାର୍ଯ୍ୟକ୍ରମ ସମ୍ବନ୍ଧରେ ପ୍ରତିବାଦ କରି ଆଜି ବିଜେପି ମହିଳା ମୋର୍ଚ୍ଚା ତରଫରୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।
ସ୍ମାରକ ପତ୍ର ମାଧ୍ୟମରେ କୁହାଯାଇଛି ଯେ, ଛତିଶ ଦିନ ପରେ ଖୋଲା ଆକାଶ ତଳେ ଆଙ୍ଗନବାଡି କର୍ମୀଙ୍କ ଆନେ୍ଦାଳନ ଜାରୀ ରହିଛି । ମୁଖ୍ୟମନ୍ତ୍ରୀଙ୍କ ସମୁଦ୍ରକୁ ଶଂଖେ ଘୋଷଣା ପରେ ବି ଆନେ୍ଦାଳନରତ ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ଆନେ୍ଦାଳନରୁ ଓହରି ଯାଇ ନାହାନ୍ତି । ଅପର ପକ୍ଷରେ ରାଜ୍ୟ ସରକାର ଶାସକ ଦଳର ସମର୍ଥିତ କିଛି ତଥାକଥିତ ଅଙ୍ଗନବାଡି କର୍ମୀଙ୍କ ନାମ ନେଇ ଚଂଚକତା ପୂର୍ଣ ଭାବେ କିଛି ମହିଳାଙ୍କୁ ଆଂଗନବାଡି ଶାଢୀ ପିନ୍ଧାଇ ଆନେ୍ଦାଳନକୁ ଭଣ୍ଡୁର କରିବା ପାଇଁ ହୀନ ଉଦ୍ୟମ କରିଛନ୍ତି । ଏହା ଗଣତାନ୍ତ୍ରିକ ମୂଲ୍ୟବୋଧର ସମ୍ପୂର୍ଣ ପରିପନ୍ଥୀ ।
ଦୀର୍ଘ ୩୬ ଦିନ ପରେ ରାଜଧାନୀର ଖୋଲା ଆକାଶ ତଳେ ଆଂଗନବାଡି କର୍ମୀ ଓ ସହାୟିକା ଦିନ ରାତି ଧାରଣା ଓ ପ୍ରତିବାଦରେ ବସିବା ମାମଲାରେ ରାଜ୍ୟ ସରକାରଙ୍କର ଉଦାସୀନତା ଘୋର ଚିନ୍ତାର ବିଷୟ । ୭୨ ହଜାରରୁ ଉର୍ଧ ଅଙ୍ଗନବାଡି ସହ ଜଡିତ ମହିଳାମାନେ ରାଜ୍ୟର ଗରୀବ, ମା ଓ ପିଲା ମାନଙ୍କୁ ପୁଷ୍ଟିଯୁକ୍ତ ଖାଦ୍ୟ ଓ ପିଲାମାନଙ୍କ ଯତ୍ନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ ଭୂମିକା ନେଉଛନ୍ତି ।
ରାଜ୍ୟରେ ଗାଁ ଗଣ୍ଡାର ଗରୀବ, ମହିଳା ଶିଶୁଙ୍କ ଯତ୍ନ ନେଉଥିବା ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ଦେଶର ବିଭିନ୍ନ ରାଜ୍ୟ ସରକାର ସରକାରୀ ଚାକିରିଆର ମାନ୍ୟତା ଓ ଆନୁଷଙ୍ଗିକ ସୁବିଧା ପ୍ରଦାନ କରୁଥିବା ବେଳେ ରାଜ୍ୟ ସରକାର ଏହି ମା ଭଉଣୀ ମାନଙ୍କୁ ମାସେରୁ ଉର୍ଧ ଖରା ବର୍ଷାରେ ପକାଇ ନିର୍ଯ୍ୟାତନା ଦେବା ଦୁର୍ଭାଗ୍ୟଜନକ ।
ମୋଦି ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟର ୭୮ ପ୍ରତିଶତ ପରିବାରକୁ ସାମିଲ କରିବା ପାଇଁ ଚାଉଳର ବ୍ୟବସ୍ଥା କରିଛନ୍ତି । ଏଥି ପାଇଁ ରାଜ୍ୟରେ ଖାଦ୍ୟ ସୁରକ୍ଷା ବଡ ସମସ୍ୟା ନୁହେଁ । ମାତ୍ର ରାଜ୍ୟରେ ପୁଷ୍ଟି ନିରାପତା ଏକ ବଡ ସମସ୍ୟା ରୂପରେ ମୁଣ୍ଡ ଟେକିଛି । ଗାଁର ଗର୍ଭବତୀ ମା ଓ ଶିଶୁ ମାନଙ୍କ ପୁଷ୍ଟିକର ଖାଦ୍ୟ ତଥା କେନ୍ଦ୍ର ସରକାରଙ୍କ ଯୋଜନାରେ ଯୋଗାଇ ଦିଆ ଯାଉଥିବା ଟେକ ହୋମ ରାସନ ଯୋଗାଣ କ୍ଷେତ୍ରରେ ଆଙ୍ଗନବାଡି କର୍ମୀ ମାନଙ୍କର ଗୁରୁତ୍ୱପୂର୍ଣ ଭୂମିକା ଦୃଷ୍ଟିରୁ ଘଟଣାକୁ ରାଜ୍ୟ ସରକାର ଏତେ ମାତ୍ରାରେ ଖାମଖିଆଲି ଭାବେ ନେବା ଠିକ ହେଉ ନାହିଁ ।
ରାଜ୍ୟ ସରକାର ଚଂଚକତା କରି ଆନେ୍ଦାଳନକୁ ଭଣ୍ଡୁର କରିବାକୁ ଉଦ୍ୟମ କରିବା ପରିବର୍ତେ ଗଣତାନ୍ତ୍ରିକ ଆଲୋଚନା ମାଧ୍ୟମରେ ଆପୋଷ ସହମତି ଆଧାରରେ ସମାଧାନ କରିବାକୁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କ ପାଖରେ ବିଜେପି ମହିଳା ମୋର୍ଚ୍ଚା ଦାବି କରିଛି ।
(ପୃÂା: ୧/୨)

ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ଉପ ସଭାନେତ୍ରୀ ପିଙ୍କି ପ୍ରଧାନ ଓ ନିୟତି ଗିରି, ମୋର୍ଚ୍ଚା ରାଜ୍ୟ କୋଷାଧକ୍ଷ ବିଜୟଲକ୍ଷ୍ମୀ ମହାପାତ୍ର ପ୍ରମୁଖ ଭୂବନେଶ୍ୱରଠାରେ ଉପ ଜିଲ୍ଲାପାଳଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଥିଲେ । ସେହିପରି କଟକରେ ରାଜ୍ୟ ଉପ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରାଜ୍ୟ ସଂପାଦିକ ରଶ୍ମୀରେଖା ଦାଶ, ଜିଲ୍ଲା ସଭାନେତ୍ରୀ କଳ୍ପନା ପଟ୍ଟନାୟକ ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ । ସେହିପରି ବାଲେଶ୍ୱର, କେଉଁଝର, ମୟୁରଭଞ୍ଜ, ଭଦ୍ରକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, ରାୟଗଡା, ନବରଂଗପୁର, କୋରାପୁଟ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୋନପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ରାଉରକେଲା ସମେତ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବୀ ପତ୍ର ପ୍ରଦାନ କରିଛନ୍ତି ।

Share in top social networks!
Powered By Indic IME